ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ମଧ୍ୟରେ ପାର୍ଥକ୍ୟ ଜାଣିନାହାନ୍ତି ଧର୍ମେନ୍ଦ୍ର: ଲେନିନ୍‌

ସମ୍ବଲପୁର,୧୩।୫(ବି.ଶଙ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଷେପର କଡ଼ା ଜବାବ ଦେବା ପରେ ଓଡ଼ିଶା ଭାଜପା ବର୍ତ୍ତମାନ ଚିନ୍ତାରେ ପଡିଛି। କାରଣ ଓଡ଼ିଶା ପ୍ରତି କେନ୍ଦ୍ର କରୁଥିବା ପ୍ରତାରଣାର କାହାଣୀ ଲୋକଙ୍କ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନବାଣରୁ ବର୍ତ୍ତିବାକୁ ପୁଣି ମିଛ କଥାର ସାହାରା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଖବରଦାତା ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ମିଛର ସାହାରା ନେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି। ଓଡ଼ିଶାର ପରିଚୟ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଦୀର୍ଘବର୍ଷରୁ ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ କିଛି ପ୍ରୟାସ ନ କରି ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ନୁହେଁ ବା ବିଧିସମ୍ମତ ନୁହେଁ ବୋଲି କହିବା ଅତ୍ୟନ୍ତ ଲଜ୍ଜାଜନକ କଥା। ଏକଥା କହି ସେ ଓଡ଼ିଶୀ ସଙ୍ଗୀତଜ୍ଞମାନଙ୍କୁ ଅପମାନିତ କରିଛନ୍ତି। ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟତା ପାଇବା ପାଇଁ କ’ଣ ପ୍ରୟାସ କରିଛନ୍ତି ତାହା କହନ୍ତୁ ବୋଲି ଲେନିନ୍‌ ପ୍ରଶ୍ନ କରିଛନ୍ତି।

ଧର୍ମେନ୍ଦ୍ର ଖବରଦାତାଙ୍କୁ କହିଥିଲେ ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ୩୦ କୋଟି ଟଙ୍କା ଦିଆଯାଇଛି। ତେବେ ସେ ଯେଉଁ ୩୦ କୋଟି ଟଙ୍କା କହୁଛନ୍ତି, ତାହା ୩୦ କୋଟି ନା ୩ କୋଟି। ପୁଣି ସେହି ୩ କୋଟି ଟଙ୍କା ମଧ୍ୟ ଆସିଛି କି ନାହିଁ ତାଙ୍କୁ ଜଣାନାହିଁ। ନିଜକୁ ବଞ୍ଚାଇବାକୁ ୩୦ କୋଟି ଟଙ୍କା ଦିଆଯାଇଛି ବୋଲି ମିଛ କହିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭାପାଉନାହିଁା ୩୦ କୋଟି ଟଙ୍କା କେଉଁ ବିଭାଗକୁ ଦିଆଯାଇଛି କେନ୍ଦ୍ରମନ୍ତ୍ରୀ ତୁରନ୍ତ ଜଣାନ୍ତୁ ବୋଲି ଲେନିନ୍‌ କହିଛନ୍ତି।

ସେ ଆହୁରି କହିଥିଲେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଭିତରେ ପାର୍ଥକ୍ୟ କ’ଣ ଧର୍ମେନ୍ଦ୍ରଙ୍କୁ ବୋଧେ ଜଣାନାହିଁ।
ଓଡ଼ିଶୀ ନୃତ୍ୟକୁ ବହୁବର୍ଷ ଆଗରୁ ଶାସ୍ତ୍ରୀୟତା ପ୍ରଦାନ କରାଯାଇଛି। କିନ୍ତୁ ଓଡ଼ିଶୀ ସଙ୍ଗୀତକୁ ଏହା ନମିଳିବାର କାରଣ ସମ୍ପର୍କରେ ଉଲ୍ଲେଖ କଲେନାହିଁ କାହିଁକି। ଧର୍ମେନ୍ଦ୍ରଙ୍କ କହିବା ଅନୁସାରେ ଓଡ଼ିଶୀ ସଙ୍ଗୀତକୁ ମାନ୍ୟତା ଦେବା ପାଇଁ କିଛି ବିଧି ବ୍ୟବସ୍ଥା ନାହିଁ। କିନ୍ତୁ କ’ଣ ପାଇଁ ବିଧି ବ୍ୟବସ୍ଥା କରାଯାଇନାହିଁ କିମ୍ବା ଧର୍ମେନ୍ଦ୍ର ବିଧି ବ୍ୟବସ୍ଥା ପାଇଁ କେବେ କିଛି ପ୍ରୟାସ କରିଛନ୍ତି କି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଯଦି ସଙ୍ଗୀତର ବିକାଶ ପାଇଁ କିଛି ବିଧି ବ୍ୟବସ୍ଥା ନାହିଁ ତେବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର କାମ କ’ଣ। ଯେହେତୁ ନୃତ୍ୟ ଶାସ୍ତ୍ରୀୟ, ତେବେ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ। ତେବେ କେଉଁ ଗବେଷଣା ଆଧାରରେ ଧର୍ମେନ୍ଦ୍ର ଏଭଳି କଥା କହିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଲେନିନ୍‌ କହିଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଆ ଅସ୍ମିତା କଥା କହୁଥିବା ଧର୍ମେନ୍ଦ୍ରଙ୍କ ଓଡ଼ିଆ ଭାଷା ପ୍ରତି କେତେ ଦରଦ ଓ କ’ଣ ଅବଦାନ ରହିଛି।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପ୍ରେମରେ ପଡିଥିବା ନେତା ଓଡ଼ିଆ ଲୋକଙ୍କୁ କେମିତି ଭଲପାଇବେ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିବା ପରେ ଏବେ ନିଜକୁ କେମିତି ବଞ୍ଚାଇବେ ସେହି ଚିନ୍ତାରେ କେନ୍ଦ୍ରମନ୍ତ୍ରୀ ଘାରି ହେଉଛନ୍ତି। କଥା କଥାରେ ମିଛ କହିବାରେ ଅଭ୍ୟସ୍ତ ଥିବା ଭାଜପା ନେତା କିଛି କହିବା ପୂର୍ବରୁ ଥରେ ଚିନ୍ତା କରିବା କଥା ଯେ, ଜନତା ତାଙ୍କ ଉପରେ ଆଉ ଭରସା କରୁନାହାନ୍ତି ବୋଲି ଲେନିନ୍‌ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri