ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ମଧ୍ୟରେ ପାର୍ଥକ୍ୟ ଜାଣିନାହାନ୍ତି ଧର୍ମେନ୍ଦ୍ର: ଲେନିନ୍‌

ସମ୍ବଲପୁର,୧୩।୫(ବି.ଶଙ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଷେପର କଡ଼ା ଜବାବ ଦେବା ପରେ ଓଡ଼ିଶା ଭାଜପା ବର୍ତ୍ତମାନ ଚିନ୍ତାରେ ପଡିଛି। କାରଣ ଓଡ଼ିଶା ପ୍ରତି କେନ୍ଦ୍ର କରୁଥିବା ପ୍ରତାରଣାର କାହାଣୀ ଲୋକଙ୍କ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନବାଣରୁ ବର୍ତ୍ତିବାକୁ ପୁଣି ମିଛ କଥାର ସାହାରା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଖବରଦାତା ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ମିଛର ସାହାରା ନେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି। ଓଡ଼ିଶାର ପରିଚୟ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଦୀର୍ଘବର୍ଷରୁ ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ କିଛି ପ୍ରୟାସ ନ କରି ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ନୁହେଁ ବା ବିଧିସମ୍ମତ ନୁହେଁ ବୋଲି କହିବା ଅତ୍ୟନ୍ତ ଲଜ୍ଜାଜନକ କଥା। ଏକଥା କହି ସେ ଓଡ଼ିଶୀ ସଙ୍ଗୀତଜ୍ଞମାନଙ୍କୁ ଅପମାନିତ କରିଛନ୍ତି। ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟତା ପାଇବା ପାଇଁ କ’ଣ ପ୍ରୟାସ କରିଛନ୍ତି ତାହା କହନ୍ତୁ ବୋଲି ଲେନିନ୍‌ ପ୍ରଶ୍ନ କରିଛନ୍ତି।

ଧର୍ମେନ୍ଦ୍ର ଖବରଦାତାଙ୍କୁ କହିଥିଲେ ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ୩୦ କୋଟି ଟଙ୍କା ଦିଆଯାଇଛି। ତେବେ ସେ ଯେଉଁ ୩୦ କୋଟି ଟଙ୍କା କହୁଛନ୍ତି, ତାହା ୩୦ କୋଟି ନା ୩ କୋଟି। ପୁଣି ସେହି ୩ କୋଟି ଟଙ୍କା ମଧ୍ୟ ଆସିଛି କି ନାହିଁ ତାଙ୍କୁ ଜଣାନାହିଁ। ନିଜକୁ ବଞ୍ଚାଇବାକୁ ୩୦ କୋଟି ଟଙ୍କା ଦିଆଯାଇଛି ବୋଲି ମିଛ କହିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭାପାଉନାହିଁା ୩୦ କୋଟି ଟଙ୍କା କେଉଁ ବିଭାଗକୁ ଦିଆଯାଇଛି କେନ୍ଦ୍ରମନ୍ତ୍ରୀ ତୁରନ୍ତ ଜଣାନ୍ତୁ ବୋଲି ଲେନିନ୍‌ କହିଛନ୍ତି।

ସେ ଆହୁରି କହିଥିଲେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଭିତରେ ପାର୍ଥକ୍ୟ କ’ଣ ଧର୍ମେନ୍ଦ୍ରଙ୍କୁ ବୋଧେ ଜଣାନାହିଁ।
ଓଡ଼ିଶୀ ନୃତ୍ୟକୁ ବହୁବର୍ଷ ଆଗରୁ ଶାସ୍ତ୍ରୀୟତା ପ୍ରଦାନ କରାଯାଇଛି। କିନ୍ତୁ ଓଡ଼ିଶୀ ସଙ୍ଗୀତକୁ ଏହା ନମିଳିବାର କାରଣ ସମ୍ପର୍କରେ ଉଲ୍ଲେଖ କଲେନାହିଁ କାହିଁକି। ଧର୍ମେନ୍ଦ୍ରଙ୍କ କହିବା ଅନୁସାରେ ଓଡ଼ିଶୀ ସଙ୍ଗୀତକୁ ମାନ୍ୟତା ଦେବା ପାଇଁ କିଛି ବିଧି ବ୍ୟବସ୍ଥା ନାହିଁ। କିନ୍ତୁ କ’ଣ ପାଇଁ ବିଧି ବ୍ୟବସ୍ଥା କରାଯାଇନାହିଁ କିମ୍ବା ଧର୍ମେନ୍ଦ୍ର ବିଧି ବ୍ୟବସ୍ଥା ପାଇଁ କେବେ କିଛି ପ୍ରୟାସ କରିଛନ୍ତି କି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଯଦି ସଙ୍ଗୀତର ବିକାଶ ପାଇଁ କିଛି ବିଧି ବ୍ୟବସ୍ଥା ନାହିଁ ତେବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର କାମ କ’ଣ। ଯେହେତୁ ନୃତ୍ୟ ଶାସ୍ତ୍ରୀୟ, ତେବେ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ। ତେବେ କେଉଁ ଗବେଷଣା ଆଧାରରେ ଧର୍ମେନ୍ଦ୍ର ଏଭଳି କଥା କହିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଲେନିନ୍‌ କହିଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଆ ଅସ୍ମିତା କଥା କହୁଥିବା ଧର୍ମେନ୍ଦ୍ରଙ୍କ ଓଡ଼ିଆ ଭାଷା ପ୍ରତି କେତେ ଦରଦ ଓ କ’ଣ ଅବଦାନ ରହିଛି।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପ୍ରେମରେ ପଡିଥିବା ନେତା ଓଡ଼ିଆ ଲୋକଙ୍କୁ କେମିତି ଭଲପାଇବେ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିବା ପରେ ଏବେ ନିଜକୁ କେମିତି ବଞ୍ଚାଇବେ ସେହି ଚିନ୍ତାରେ କେନ୍ଦ୍ରମନ୍ତ୍ରୀ ଘାରି ହେଉଛନ୍ତି। କଥା କଥାରେ ମିଛ କହିବାରେ ଅଭ୍ୟସ୍ତ ଥିବା ଭାଜପା ନେତା କିଛି କହିବା ପୂର୍ବରୁ ଥରେ ଚିନ୍ତା କରିବା କଥା ଯେ, ଜନତା ତାଙ୍କ ଉପରେ ଆଉ ଭରସା କରୁନାହାନ୍ତି ବୋଲି ଲେନିନ୍‌ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?