ପଞ୍ଚଭୂତରେ ବିଲୀନ ହେଲେ ଧର୍ମେନ୍ଦ୍ର: ବଡ଼ପୁଅ ଦେଲେ ମୁଖାଗ୍ନି

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଡିସଚାର୍ଜ କରାଯାଇ ଘରକୁ ଅଣାଯାଇଥିଲା। ଧର୍ମେନ୍ଦ୍ରଙ୍କ ଶେଷକୃତ୍ୟ ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ କରାଯାଇଥିଲା। ତାଙ୍କ ବଡ଼ ପୁଅ ସନି ଦେଓଲ ଅନ୍ତିମ ସଂସ୍କାର କରିଥିଲେ। ତାଙ୍କ ସମଗ୍ର ପରିବାର ଏଥିରେ ଯୋଗ ଦେଇଥିଲେ। ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ମଧ୍ୟ ଧଳା ପୋଷାକ ପିନ୍ଧି ପହଞ୍ଚିଥିଲେ।
ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଶ୍ମଶାନରେ ଅନେକ ସେଲିବ୍ରିଟି ପହଞ୍ଚିଲେ। ଅମିର ଖାନ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଅନେକ ଅଭିନେତା ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଲେ।
ଧର୍ମେନ୍ଦ୍ରଙ୍କ କ୍ୟାରିଅର ହିନ୍ଦୀ ସିନେମାରେ ପ୍ରାୟ ଛଅ ଦଶନ୍ଧି ବ୍ୟାପିଥିଲା। ସେ ବଲିଉଡର ‘ହି-ମ୍ୟାନ’ ଭାବରେ ଜଣାଶୁଣା ଥିଲେ। ସେ ୧୯୬୦ ମସିହାରେ ‘ଦିଲ ଭି ତେରା ହମ ଭି ତେରେ’ ଫିଲ୍ମ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ’ଶୋଲା ଅର ଶବନମ’, ‘ପୂଜା କେ ଫୁଲ’, ‘ହକିକତ୍‌’, ‘ଅନୁପମା’, ‘ଖାମୋସି’, ଶୋଲେ।

ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ସେ ଅନେକ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

ଭାରତ କେବେ ବି ମୁଣ୍ଡ ନୁଆଁଇବ ନାହିଁ…ପାକିସ୍ତାନକୁ ଅଲ୍ଟିମେଟମ ଦେଲେ ମୋଦି

ନୂଆଦିଲ୍ଲୀ,୨୨।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ।…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ଟିକିରି,୨୨।୪ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସୋମବାର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ…

ଭୋଜି ଖାଇବାକୁ ଯାଇଥିଲେ ୨ ଭାଇ ୩ ବର୍ଷର ନାତୁଣୀଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣା: ବଡ଼ଭାଇ ମୃତ, ସାନ …

ଗୁଡ଼ାରି, ୨୨।୪ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ବକାଗୁଡ଼ା ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ମଙ୍ଗଳବାର ଅପରାହ୍ନରେ…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣା: ଇରାନ ପାଇଁ ହର୍ମୁଜରେ ଜାରି ରହିବ ଅବରୋଧ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଓ୍ବାଶିଂଟନ୍‌, ୨୨।୪: ହର୍ମୁଜ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri