ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର ସକ୍ରିୟତାକୁ ଦର୍ଶାଇଛି। ଏପ୍ରିଲ ୧୨ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଜୟନ୍ତୀ ଖାରବେଳନଗର ଥାନାରେ ଏ ସଂକ୍ରାନ୍ତରେ ଏଫ୍‌ଆଇଆର୍‌ ଦାଏର କରିଥିଲେ। ବର୍ତ୍ତମାନ ଏହି ଘଟଣାରେ ପୋଲିସ ଜଣକୁ ଅଟକରଖିଛି। ଜୟନ୍ତୀ ନୀଳାଦ୍ରିବିହାର ସ୍ଥିତ କନ୍ୟାଶ୍ରମରେ ରହି ଭିକ ମାଗି ଚଳୁଥିଲେ ଏବଂ ତାଙ୍କର ଆଉ ଜଣେ ୭ ବର୍ଷର ଝିଅ ଅଛି। ଉଲ୍ଲେଖନୀୟ ଯେ, ଜୟନ୍ତୀଙ୍କ ସ୍ବାମୀ ମଧ୍ୟ ଜଣେ ଦୃଷ୍ଟିବାଧିତ ଏବଂ ସେ ସତ୍ୟନଗର ବସ୍ତିରେ ରହି ଭିକ୍ଷା ମାଗି ଚଳନ୍ତି, ଅବଶ୍ୟ ଉଭୟେ ଅଲଗା ରହୁଛନ୍ତି। ଜୟନ୍ତୀଙ୍କ ଶିଶୁପୁତ୍ର ଚୋରି ଘଟଣା ପ୍ରଥମ ନୁହେଁ, ଏଭଳି ପିଲା ଚୋରି ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ବାରମ୍ବାର ଘଟୁଛି। ଏମିତିକି ସୁରକ୍ଷା କୋହଳ ଥିବା ହସ୍ପିଟାଲଗୁଡ଼ିକରୁ ପିଲା ଚୋରିହେବା ଖବର ବହୁ ସମୟରେ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ପିଲା ନିଖୋଜ ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଫେବୃଆରୀ ୧୭ରେ ରାଜ୍ୟ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ୧,୮୫୭ ପିଲା ଉଦ୍ଧାର କରାଯାଇଥିବାବେଳେ ୮,୪୦୩ ନିଖୋଜ ଅଛନ୍ତି। ପିଲାଙ୍କର ଏହି ସଂଖ୍ୟା ବ୍ୟତୀତ ମହିଳା ଏବଂ ସାବାଳିକା ସଂଖ୍ୟା ମିଶିଲେ ତାହା ଯଥେଷ୍ଟ ଅଧିକ ହେବ। ଚୋରି କରିନିଆଯାଉଥିବା ନାବାଳିକା କିମ୍ବା ନାବାଳକଙ୍କୁ ଦଲାଲମାନେ ଚଢ଼ା ଦରରେ ବିକ୍ରି କରିଦେଇଥାନ୍ତି। ସେମାନଙ୍କ ଜାଲ ସାରା ଭାରତରେ ଖେଳାଇ ହୋଇରହିଛି। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ସ୍ଥାନରୁ ପିଲାଙ୍କୁ କିମ୍ବା ମହିଳାଙ୍କୁ ନେଇଥାଏ ତାହାର ଭୂମିକା ମାତ୍ର ଘଣ୍ଟେ କିମ୍ବା ୨ଘଣ୍ଟାରେ ଶେଷ ହୋଇଯାଏ। ଅପହୃତ ପିଲାକୁ ଦିନକ ମଧ୍ୟରେ ୧୦ରୁ ୧୨ ହାତ ଦେଇ ସହର କିମ୍ବା ଜିଲା ବାହାରକୁ ପଠାଇଦିଆଯାଏ। ସାଧାରଣତଃ ରେଳ ଏବଂ ଟ୍ୟାକ୍ସି ବ୍ୟବହାରକରି ଅପହୃତମାନଙ୍କୁ ସ୍ଥାନାନ୍ତରିତ କରାଯାଏ। ଯେଉଁ ଘଟଣାରେ ଅଧିକ ଗଣମାଧ୍ୟମ କିମ୍ବା ସାମାଜିକ ଦୃଷ୍ଟି ପଡ଼ିଥାଏ ସେହି କ୍ଷେତ୍ରରେ ଅପହୃତଙ୍କୁ ସମ୍ପୃକ୍ତ ସହର ବା ଜିଲାର ଏକ ନିଛାଟିଆ ଜାଗାରେ ବନ୍ଦ ଘରେ କିଛିଦିନ ପାଇଁ ରଖାଯାଏ। ପରିସ୍ଥିତି ଶାନ୍ତ ପଡ଼ିଲା ପରେ ସେହି ପିଲାକୁ ପୁନର୍ବାର ସ୍ଥାନାନ୍ତରିତ କରାଯାଏ ଏବଂ ଶେଷରେ ସାଧାରଣତଃ ସେହି ରାଜ୍ୟ ବାହାରେ ପୋଷ୍ୟ ସନ୍ତାନ ଖୋଜୁଥିବା ଦମ୍ପତିଙ୍କୁ ପିଲା ବିକ୍ରି ହୋଇଥାଏ। ସାବାଳିକା କିମ୍ବା ମହିଳା ହୋଇଥିଲେ ବେଶ୍ୟାବୃତ୍ତି ପାଇଁ ବଡ଼ ସହରକୁ ପଠାଇ ଦିଆଯିବା ପରେ ତାଙ୍କର କୌଣସି ନାମଗନ୍ଧ ମିଳିବା ସମ୍ଭବପର ହୁଏ ନାହିଁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସେହି ଅଞ୍ଚଳର ପୋଲିସ ଆଶୀର୍ବାଦ ଓ ସକ୍ରିୟ ସହଯୋଗ ଦ୍ୱାରା ହୋଇଥାଏ।

ପିଲା ଚୋରି କିମ୍ବା ନିଖୋଜ ହେବା ପଛରେ ଅନେକ କାରଣ ଅଛି। ପ୍ରଥମରେ ମାତାପିତାଙ୍କ ଦାରିଦ୍ର୍ୟ ସେମାନଙ୍କ ନିଜ ସନ୍ତାନଙ୍କୁ ଅଣଦେଖା କରିବା ପରିଲକ୍ଷିତ ହୋଇଥିଲେ ଏଭଳି ଚୋରି ହୁଏ। ଏହା ବ୍ୟତୀତ ପୋଷ୍ୟ ସନ୍ତାନ ଗ୍ରହଣରେ ବିଳମ୍ବ ଘଟିଲେ ସେହି ଦମ୍ପତିଙ୍କ ଦ୍ୱାରା ଦଲାଲ ଉତ୍ସାହିତ ହୋଇଥାଏ। ଦେଖାଯାଏ ନିଃସନ୍ତାନମାନେ ଆଇନଗତ ଉପାୟରେ ପୋଷ୍ୟ ଭାବେ ୨ ବର୍ଷରୁ କମ୍‌ ବୟସର ପିଲାଟିଏ ପାଇବାକୁ ୨ରୁ ୪ ବର୍ଷ ଅପେକ୍ଷା କରୁଛନ୍ତି। ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ(୨୦୧୫) ଅନୁଯାୟୀ ଏହା ହୋଇଥାଏ। ପୋଷ୍ୟ ପିଲା ଭଲଭାବେ ରହିପାରିବ କି ନାହିଁ ତା’ ଉପରେ ଯାଞ୍ଚ କରାଯାଏ। ଏହା ସହ ପୋଷ୍ୟ ପିଲା ପାଇଁ ଯେତେଜଣ ଆବେଦନ କରୁଛନ୍ତି ସେମାନଙ୍କ ସଂଖ୍ୟା ଅନୁସାରେ ପିଲା ମିଳୁନାହାନ୍ତି। ଏଣୁ ଅପେକ୍ଷାରତ ମହିଳା କିମ୍ବା ପୁରୁଷ କୌଣସି ଉପାୟରେ ପିଲାଟିଏ ପାଇବାର ଲାଳସା ର଼୍ୟାକେଟ ପାଇଁ ସୁଯୋଗ ହୋଇଯାଉଛି। ଏହା ମଧ୍ୟ କୁହାଯାଇପାରେ, ଭାରତର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ହେଉଥିବା ପିଲା ଚୋରି ଘଟଣା ପୋଲିସର ଅଜାଣତରେ ହେବା କଷ୍ଟକର। ଦେଖାଯାଇଥାଏ ଯେ, ପୋଲିସ ଅନେକ ସମୟରେ ଚାପ ଓ ପରିସ୍ଥିତିକୁ ନେଇ ପିଲା ଖୋଜିଆଣି ଫେରାଇପାରନ୍ତି। ଏହା ସ୍ପଷ୍ଟ ଯେ, ପୋଲିସ ଏଥିରେ ଜଡ଼ିତ ଓ ଏହା ସେମାନଙ୍କ ଜ୍ଞାତରେ ଘଟୁଛି। ତେବେ ଅପରାଧ ରୋକିବାରେ ପୋଲିସର ସ୍ବଚ୍ଛତା ରହିଲେ ହୁଏତ ଏ କ୍ଷେତ୍ରରେ କିଛି ସୁଧାର ଆସିପାରିବ। ଏହା ସହ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଥିବା ଆଇନଗତ ଜଟିଳତା ତଥା ପ୍ରଶାସନିକ ବାଧା ଦୂରହେଲେ ପିଲା ଚୋରି ହୁଏତ ଅନେକାଂଶରେ କମିପାରିବ। କିନ୍ତୁ ଅନ୍ୟପଟେ ଏକ ବିରାଟ ଭୟ ମଧ୍ୟ ରହୁଛି। ପୋଷ୍ୟ ସନ୍ତାନ ଭାବେ ହେଉଥିବା ମାତାପିତାଙ୍କର ଚରିତ୍ର ସମ୍ପର୍କରେ ଜାଣିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ ପୋଷ୍ୟ ପିଲାକୁ କିଭଳି ଭାବେ ବ୍ୟବହାର କରାଯାଉଛି ତାହା ପରବର୍ତ୍ତୀ ସମୟରେ ଯାଞ୍ଚ କରିବା ଏକ ପ୍ରକାର ଅସମ୍ଭବ। ଏହା ବ୍ୟତୀତ ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା ସୃଷ୍ଟିକରିବା ଉପରେ ଗୁରୁତ୍ୱ ଦେବା ଦରକାର। ତେବେ ଯଦି ପିଲାଚୋରି ପୋଲିସ ଜାଣତରେ ଘଟିବ ତେବେ ଏହାକୁ ନିୟନ୍ତ୍ରଣକରିବା କାଠିକର ପାଠ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?