ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର ସକ୍ରିୟତାକୁ ଦର୍ଶାଇଛି। ଏପ୍ରିଲ ୧୨ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଜୟନ୍ତୀ ଖାରବେଳନଗର ଥାନାରେ ଏ ସଂକ୍ରାନ୍ତରେ ଏଫ୍‌ଆଇଆର୍‌ ଦାଏର କରିଥିଲେ। ବର୍ତ୍ତମାନ ଏହି ଘଟଣାରେ ପୋଲିସ ଜଣକୁ ଅଟକରଖିଛି। ଜୟନ୍ତୀ ନୀଳାଦ୍ରିବିହାର ସ୍ଥିତ କନ୍ୟାଶ୍ରମରେ ରହି ଭିକ ମାଗି ଚଳୁଥିଲେ ଏବଂ ତାଙ୍କର ଆଉ ଜଣେ ୭ ବର୍ଷର ଝିଅ ଅଛି। ଉଲ୍ଲେଖନୀୟ ଯେ, ଜୟନ୍ତୀଙ୍କ ସ୍ବାମୀ ମଧ୍ୟ ଜଣେ ଦୃଷ୍ଟିବାଧିତ ଏବଂ ସେ ସତ୍ୟନଗର ବସ୍ତିରେ ରହି ଭିକ୍ଷା ମାଗି ଚଳନ୍ତି, ଅବଶ୍ୟ ଉଭୟେ ଅଲଗା ରହୁଛନ୍ତି। ଜୟନ୍ତୀଙ୍କ ଶିଶୁପୁତ୍ର ଚୋରି ଘଟଣା ପ୍ରଥମ ନୁହେଁ, ଏଭଳି ପିଲା ଚୋରି ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ବାରମ୍ବାର ଘଟୁଛି। ଏମିତିକି ସୁରକ୍ଷା କୋହଳ ଥିବା ହସ୍ପିଟାଲଗୁଡ଼ିକରୁ ପିଲା ଚୋରିହେବା ଖବର ବହୁ ସମୟରେ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ପିଲା ନିଖୋଜ ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଫେବୃଆରୀ ୧୭ରେ ରାଜ୍ୟ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ୧,୮୫୭ ପିଲା ଉଦ୍ଧାର କରାଯାଇଥିବାବେଳେ ୮,୪୦୩ ନିଖୋଜ ଅଛନ୍ତି। ପିଲାଙ୍କର ଏହି ସଂଖ୍ୟା ବ୍ୟତୀତ ମହିଳା ଏବଂ ସାବାଳିକା ସଂଖ୍ୟା ମିଶିଲେ ତାହା ଯଥେଷ୍ଟ ଅଧିକ ହେବ। ଚୋରି କରିନିଆଯାଉଥିବା ନାବାଳିକା କିମ୍ବା ନାବାଳକଙ୍କୁ ଦଲାଲମାନେ ଚଢ଼ା ଦରରେ ବିକ୍ରି କରିଦେଇଥାନ୍ତି। ସେମାନଙ୍କ ଜାଲ ସାରା ଭାରତରେ ଖେଳାଇ ହୋଇରହିଛି। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ସ୍ଥାନରୁ ପିଲାଙ୍କୁ କିମ୍ବା ମହିଳାଙ୍କୁ ନେଇଥାଏ ତାହାର ଭୂମିକା ମାତ୍ର ଘଣ୍ଟେ କିମ୍ବା ୨ଘଣ୍ଟାରେ ଶେଷ ହୋଇଯାଏ। ଅପହୃତ ପିଲାକୁ ଦିନକ ମଧ୍ୟରେ ୧୦ରୁ ୧୨ ହାତ ଦେଇ ସହର କିମ୍ବା ଜିଲା ବାହାରକୁ ପଠାଇଦିଆଯାଏ। ସାଧାରଣତଃ ରେଳ ଏବଂ ଟ୍ୟାକ୍ସି ବ୍ୟବହାରକରି ଅପହୃତମାନଙ୍କୁ ସ୍ଥାନାନ୍ତରିତ କରାଯାଏ। ଯେଉଁ ଘଟଣାରେ ଅଧିକ ଗଣମାଧ୍ୟମ କିମ୍ବା ସାମାଜିକ ଦୃଷ୍ଟି ପଡ଼ିଥାଏ ସେହି କ୍ଷେତ୍ରରେ ଅପହୃତଙ୍କୁ ସମ୍ପୃକ୍ତ ସହର ବା ଜିଲାର ଏକ ନିଛାଟିଆ ଜାଗାରେ ବନ୍ଦ ଘରେ କିଛିଦିନ ପାଇଁ ରଖାଯାଏ। ପରିସ୍ଥିତି ଶାନ୍ତ ପଡ଼ିଲା ପରେ ସେହି ପିଲାକୁ ପୁନର୍ବାର ସ୍ଥାନାନ୍ତରିତ କରାଯାଏ ଏବଂ ଶେଷରେ ସାଧାରଣତଃ ସେହି ରାଜ୍ୟ ବାହାରେ ପୋଷ୍ୟ ସନ୍ତାନ ଖୋଜୁଥିବା ଦମ୍ପତିଙ୍କୁ ପିଲା ବିକ୍ରି ହୋଇଥାଏ। ସାବାଳିକା କିମ୍ବା ମହିଳା ହୋଇଥିଲେ ବେଶ୍ୟାବୃତ୍ତି ପାଇଁ ବଡ଼ ସହରକୁ ପଠାଇ ଦିଆଯିବା ପରେ ତାଙ୍କର କୌଣସି ନାମଗନ୍ଧ ମିଳିବା ସମ୍ଭବପର ହୁଏ ନାହିଁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସେହି ଅଞ୍ଚଳର ପୋଲିସ ଆଶୀର୍ବାଦ ଓ ସକ୍ରିୟ ସହଯୋଗ ଦ୍ୱାରା ହୋଇଥାଏ।

ପିଲା ଚୋରି କିମ୍ବା ନିଖୋଜ ହେବା ପଛରେ ଅନେକ କାରଣ ଅଛି। ପ୍ରଥମରେ ମାତାପିତାଙ୍କ ଦାରିଦ୍ର୍ୟ ସେମାନଙ୍କ ନିଜ ସନ୍ତାନଙ୍କୁ ଅଣଦେଖା କରିବା ପରିଲକ୍ଷିତ ହୋଇଥିଲେ ଏଭଳି ଚୋରି ହୁଏ। ଏହା ବ୍ୟତୀତ ପୋଷ୍ୟ ସନ୍ତାନ ଗ୍ରହଣରେ ବିଳମ୍ବ ଘଟିଲେ ସେହି ଦମ୍ପତିଙ୍କ ଦ୍ୱାରା ଦଲାଲ ଉତ୍ସାହିତ ହୋଇଥାଏ। ଦେଖାଯାଏ ନିଃସନ୍ତାନମାନେ ଆଇନଗତ ଉପାୟରେ ପୋଷ୍ୟ ଭାବେ ୨ ବର୍ଷରୁ କମ୍‌ ବୟସର ପିଲାଟିଏ ପାଇବାକୁ ୨ରୁ ୪ ବର୍ଷ ଅପେକ୍ଷା କରୁଛନ୍ତି। ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ(୨୦୧୫) ଅନୁଯାୟୀ ଏହା ହୋଇଥାଏ। ପୋଷ୍ୟ ପିଲା ଭଲଭାବେ ରହିପାରିବ କି ନାହିଁ ତା’ ଉପରେ ଯାଞ୍ଚ କରାଯାଏ। ଏହା ସହ ପୋଷ୍ୟ ପିଲା ପାଇଁ ଯେତେଜଣ ଆବେଦନ କରୁଛନ୍ତି ସେମାନଙ୍କ ସଂଖ୍ୟା ଅନୁସାରେ ପିଲା ମିଳୁନାହାନ୍ତି। ଏଣୁ ଅପେକ୍ଷାରତ ମହିଳା କିମ୍ବା ପୁରୁଷ କୌଣସି ଉପାୟରେ ପିଲାଟିଏ ପାଇବାର ଲାଳସା ର଼୍ୟାକେଟ ପାଇଁ ସୁଯୋଗ ହୋଇଯାଉଛି। ଏହା ମଧ୍ୟ କୁହାଯାଇପାରେ, ଭାରତର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ହେଉଥିବା ପିଲା ଚୋରି ଘଟଣା ପୋଲିସର ଅଜାଣତରେ ହେବା କଷ୍ଟକର। ଦେଖାଯାଇଥାଏ ଯେ, ପୋଲିସ ଅନେକ ସମୟରେ ଚାପ ଓ ପରିସ୍ଥିତିକୁ ନେଇ ପିଲା ଖୋଜିଆଣି ଫେରାଇପାରନ୍ତି। ଏହା ସ୍ପଷ୍ଟ ଯେ, ପୋଲିସ ଏଥିରେ ଜଡ଼ିତ ଓ ଏହା ସେମାନଙ୍କ ଜ୍ଞାତରେ ଘଟୁଛି। ତେବେ ଅପରାଧ ରୋକିବାରେ ପୋଲିସର ସ୍ବଚ୍ଛତା ରହିଲେ ହୁଏତ ଏ କ୍ଷେତ୍ରରେ କିଛି ସୁଧାର ଆସିପାରିବ। ଏହା ସହ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଥିବା ଆଇନଗତ ଜଟିଳତା ତଥା ପ୍ରଶାସନିକ ବାଧା ଦୂରହେଲେ ପିଲା ଚୋରି ହୁଏତ ଅନେକାଂଶରେ କମିପାରିବ। କିନ୍ତୁ ଅନ୍ୟପଟେ ଏକ ବିରାଟ ଭୟ ମଧ୍ୟ ରହୁଛି। ପୋଷ୍ୟ ସନ୍ତାନ ଭାବେ ହେଉଥିବା ମାତାପିତାଙ୍କର ଚରିତ୍ର ସମ୍ପର୍କରେ ଜାଣିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ ପୋଷ୍ୟ ପିଲାକୁ କିଭଳି ଭାବେ ବ୍ୟବହାର କରାଯାଉଛି ତାହା ପରବର୍ତ୍ତୀ ସମୟରେ ଯାଞ୍ଚ କରିବା ଏକ ପ୍ରକାର ଅସମ୍ଭବ। ଏହା ବ୍ୟତୀତ ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା ସୃଷ୍ଟିକରିବା ଉପରେ ଗୁରୁତ୍ୱ ଦେବା ଦରକାର। ତେବେ ଯଦି ପିଲାଚୋରି ପୋଲିସ ଜାଣତରେ ଘଟିବ ତେବେ ଏହାକୁ ନିୟନ୍ତ୍ରଣକରିବା କାଠିକର ପାଠ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri