ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା କରିଛି। ଏଣିକି ଗ୍ରାହକମାନେ ଖାତା ଥିବା ନିଜ ବ୍ୟାଙ୍କରୁ ମାସକୁ ମାଗଣାରେ ୫ ଥର ଟଙ୍କା ଉଠାଣ ପରେ ପରବର୍ତ୍ତୀ ଛେକ ପ୍ରତି ୨୩ ଟଙ୍କା ଦେବାକୁ ପଡ଼ିବ। ଏବେ ଏହା ୨୧ ଟଙ୍କା ରହିଛି। ସେହିପରି ଯଦି ଜଣେ ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଅର୍ଥ ଉଠାଣ କରୁଛନ୍ତି, ତେବେ ମେଟ୍ରୋ ଅଞ୍ଚଳରେ ୩ ଥର ଓ ଅଣ-ମେଟ୍ରୋ ଅଞ୍ଚଳରେ ୫ ଥର ବିନା ମୂଲ୍ୟରେ ଟଙ୍କା ଉଠାଇବା ପରେ ଆର୍‌ବିଆଇ ସ୍ଥିରୀକୃତ ଫି’ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆର୍‌ବିଆଇ ପକ୍ଷରୁ କୁହାଯାଉଛି ଯେ ଏଟିଏମ୍‌ ପରିଚାଳନା ଲାଗି ଫି’ ବଢ଼ାଯାଇଛି। ଏମିତି ଦେଖିଲେ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଗ୍ରାହକଙ୍କ ଆକାଉଣ୍ଟରୁ ଅର୍ଥ କାଟି ନିଆଯାଉଛି। ଗୋଟିଏ ପଟେ ଡିଜିଟାଲ କାରବାରକୁ ଗୁରୁତ୍ୱ ଦିଆଯାଉଥିବା ବିଷୟ ଉଠାଯାଇ ଗ୍ରାହକଙ୍କୁ ଶୋଷଣ କରାଯାଉଥିବା ବେଳେ ଅନ୍ୟପଟେ କେତେକ କୋଟିପତି ଶିଳ୍ପପତିଙ୍କ ଋଣ ଛାଡ଼ କରିଦିଆଯିବା ବିଡ଼ମ୍ବନାର ବିଷୟ। ଏପରିକି ସିନେମା ତାରକା ପ୍ରୀତି ଜିଣ୍ଟାଙ୍କ ଦ୍ୱାରା ନିଆଯାଇଥିବା ଲୋନ୍‌କୁ ମଧ୍ୟ ସରକାର ଛାଡ଼ କରିଦେଉଛନ୍ତି। କିନ୍ତୁ ଗରିବର ବ୍ୟାଙ୍କରେ ବାଲାନ୍ସ କମିଗଲେ ସେଥିପାଇଁ ତାକୁ ଜରିମାନା ଦେବାକୁ ପଡ଼ୁଛି।
ଏଟିଏମ୍‌ଗୁଡ଼ିକ ଉପରେ ଯେତେବେଳେ ବଡ଼ ଆକାରର ବୋଝ ଲଦି ଦିଆଯିବ, ସେତେବେଳେ ସାଧାରଣ ନାଗରିକ ତା’ର ବ୍ୟବହାର ହ୍ରାସ କରିଦେବ। ଖୁବ୍‌ ଶୀଘ୍ର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷଣା କରେଇ ଦିଆଯିବ ଯେ ବ୍ୟବହାର ନ ହୋଇ ପଡ଼ିରହୁଥିବା ହେତୁ ଏଟିଏମ୍‌ ପିଛା ଖର୍ଚ୍ଚ ବଞ୍ଚାଇବା ପାଇଁ ସେଗୁଡ଼ିକୁ ବନ୍ଦ କରିଦିଆଯିବ। ଅର୍ଥାତ୍‌ ବ୍ୟାଙ୍କ ତରଫରୁ ସବୁ ପ୍ରକାରର ଜନହିତକର ସୁବିଧା ବନ୍ଦ ହୋଇଯିବ। ଏହା ପରେ ଭାରତରେ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ବାଧ୍ୟହୋଇ ପେଟିଏମ୍‌, ଫୋନ୍‌ପେ ଭଳି ଘରୋଇ ସଂସ୍ଥାଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯିବେ। ଏବେ ଚାର୍ଜ କରୁ ନ ଥିବା ଏହି କମ୍ପାନୀଗୁଡ଼ିକ ସେତେବେଳେ ତମ୍ପସାପ ରୂପ ଦେଖାଇବେ, ଯାହାକୁ ସାଧାରଣ ନାଗରିକ ମୁଣ୍ଡପାତି ସହିବାକୁ ବାଧ୍ୟ ହେବେ। ଏହିପରି ସ୍ଥିତି ଭାରତର ବିମାନଯାତ୍ରା ଓ ଟେଲିକମ୍‌ କ୍ଷେତ୍ରରେ ଦେଖାଯିବାକୁ ଆରମ୍ଭ କଲାଣି।

ସରକାର ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କଠାରୁ ଟଙ୍କା ଆଦାୟର ଏକ ମାଧ୍ୟମ କରିଦେଲେଣି। ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ଦୁଇଟି ବୃହତ୍‌ ନୋଟ୍‌କୁ ବିମୁଦ୍ରୀକରଣ କରିବା ବେଳେ ଲୋକେ କିଭଳି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ସମସ୍ତଙ୍କର ମନେଥିବ। ନିଜ ଟଙ୍କା ବଦଳାଇବା ଲାଗି ଲୋକମାନେ ଦିନ ଦିନ ଧାଡ଼ିରେ ଠିଆ ହୋଇ ରହିଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ସେହି ବିମୁଦ୍ରୀକରଣ ପଛରେ ଦେଶବାସୀଙ୍କ ମଙ୍ଗଳ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଫାଇଦା ଥିଲା ମୂଳ ଲକ୍ଷ୍ୟ। ସରକାର ପ୍ରଯୁକ୍ତି କୌଶଳ ବ୍ୟବହାର କରି ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା କହୁଛନ୍ତି। ସବୁ ଆର୍ଥିକ କାରବାରରେ ପାନ୍‌ କାର୍ଡ ସହ ଆଧାରକୁ ସଂଲଗ୍ନ କରି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ନେବାରେ ଲାଗିଛନ୍ତି। ସେହି ତଥ୍ୟ ମଧ୍ୟ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାକୁ ବିକ୍ରି ହୋଇଯାଉଥିବା ଅସଂଖ୍ୟ ଖବର ପଦାକୁ ଆସୁଛି ଏବଂ ଆଧାର ସଂଯୋଗ ହୋଇଥିବା ଆକାଉଣ୍ଟଗୁଡ଼ିକରୁ ଅର୍ଥ ଚାଲିଯାଉଥିବା ଖବର ପ୍ରାୟ ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି। ସରକାର ଏକ ବଳିଷ୍ଠ ଡିଜିଟାଲ ବେସ୍‌ ସୃଷ୍ଟି କରିପାରି ନ ଥିବାରୁ ଅନ୍‌ଲାଇନ୍‌ ଠକେଇ ସଂଖ୍ୟା ବଢ଼ିଚାଲିଛି। ଉଦାହରଣ ସ୍ବରୂପ, ଆପଣଙ୍କ ପାଖରେ କିଛି ନଗଦ ଅର୍ଥ ଥିଲେ ତାହାକୁ କାରସାଦି କରି ଠକମାନେ ନେବା କଷ୍ଟକର। କିନ୍ତୁ ଅନ୍‌ଲାଇନ କାରବାରର ସବୁ ଦିଗ ପ୍ରତି ଜଣେ ଅଭ୍ୟସ୍ତ ନ ଥିଲେ ଠକାମିର ଶିକାର ହେବା ଥୟ। ଭାରତ ଭଳି ବିଶାଳ ଜନସଂଖ୍ୟାବହୁଳ ରାଷ୍ଟ୍ରରେ ଆର୍ଥିକ କାରବାରକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ପାଇଁ ଯୋଜନା ଚାଲିଛି। ଅଥଚ ଏହାର ଲୋକମାନଙ୍କୁ ଆଶା ଅନୁଯାୟୀ ଡିଜିଟାଲ ସାକ୍ଷର କରାଯାଇପାରୁ ନାହିଁ। ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇଥାଆନ୍ତି ତାଙ୍କ ଅର୍ଥ କିଭଳି ସୁରକ୍ଷିତ ରହିବ ଓ ସେ ଭଲ ଭାବେ କାରବାର କରିପାରିବେ। କିନ୍ତୁ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନ ଥିଲେ, ବେଶି ଥର ଅର୍ଥ ଉଠାଣ କଲେ, ଋଣ ଆଣି ଠିକ୍‌ ସମୟରେ ଅର୍ଥ ପଇଠ କରୁଥିଲେ ମଧ୍ୟ ପ୍ରିକ୍ଲୋଜର ଚାର୍ଜ ଭଳି ଅବାଞ୍ଛିତ ଅର୍ଥ ଦେଇ ଗ୍ରାହକ ନୟାନ୍ତ ହେଉଛନ୍ତି। ନୋ ୟୋର କଷ୍ଟମର (କଓ୍ବୋଇସି) ଏବେ ନୂଆ ଭେଳିକିରେ ପରିଣତ ହୋଇଛି। ସେଥିରେ କିଛି ତଥ୍ୟ ଅମେଳ ହେଲେ ବା ଆପଣଙ୍କ ଦସ୍ତଖତ ଯଦି ବଦଳିଯାଉଛି, ସେଥିପାଇଁ ଫି’ ଦେବାକୁ ପଡ଼ୁଛି। ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ପାଇଁ ଫି’ କଷିଦିଆଯାଉଥିବା ବେଳେ ଏସ୍‌ଏମ୍‌ଏସ୍‌ ବାବଦକୁ ଆକାଉଣ୍ଟରୁ ଅର୍ଥ କାଟି ନିଆଯାଉଛି। ଅନେକେ ଭାବିପାରନ୍ତି ଯେ ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ ଭଳି ତଥ୍ୟ ପାଇବା ପାଇଁ ମୋବାଇଲ ଯଥେଷ୍ଟ। କିନ୍ତୁ ସେଥିରେ ମଧ୍ୟ ଖଇଚା କରୁଛନ୍ତି। ଉଦାହରଣସ୍ବରୂପ, ଷ୍ଟେଟ୍‌ବ୍ୟାଙ୍କ୍‌ର ‘ୟୋନୋ ଆପ୍‌’ ବ୍ୟବହାର କରିବାକୁ ହେଲେ ଉନ୍ନତମାନର ସ୍ମାର୍ଟ ଫୋନ୍‌ ଏବଂ ୫ଜିର ଆବଶ୍ୟକତା ସୃଷ୍ଟି କରାଇ ଦିଆଗଲାଣି। ଏଥିରୁ ଧାରଣା କରିହେବ ଯେ ଏହା ଏକ ଚକ୍ରବୂ୍ୟହ, ଯେଉଁଥିରେ କରଦାତାମାନଙ୍କୁ ପକାଇ ଦିଆଯାଉଛି। କହିବାକୁ ଗଲେ ଗ୍ରାହକଙ୍କୁ ମାହାଳିଆ ବୋଲି ଧରି ନିଆଯାଉଛି। ଏସବୁ ଫନ୍ଦିଫିକର ପଛରେ ଅର୍ଥ ମନ୍ତ୍ରଣାଳୟର ସିଧାସଳଖ ହାତ ରହିଥିବା ସ୍ପଷ୍ଟ ବୁଝାପଡ଼ୁଛି।

ଦେଶରେ ଏବେ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଆଁ ଘଟିଥିବା ବେଳେ ନିଯୁକ୍ତି ସଙ୍କୋଚନ ଦେଖାଦେଇଛି। ଗୋଟିଏ ଦିନ ପରେ ଆମେରିକା ଟାରିଫ୍‌ ପ୍ରତିଶତ ବୃଦ୍ଧି କରିବ। ସେହି ଦିଗରେ ଭାରତର ପରବର୍ତ୍ତୀ ଆର୍ଥିକ ନୀତି କେଉଁଆଡ଼କୁ ଯିବ ସେଥିପ୍ରତି ସରକାର ଚିନ୍ତା କରିବା ଅପେକ୍ଷା ସାଧାରଣ ଲୋକଙ୍କଠାରୁ କିଭଳି ଓ କେଉଁଭଳି ଭାବେ ଅର୍ଥ ଉଠାଯାଇପାରିବ ସେ କଥା ଭାବୁଛନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ବ୍ୟାଙ୍କ ବ୍ୟବସ୍ଥା ଜରିଆରେ ଲୋକଙ୍କୁ ସୁବିଧା ଦେବା ଲାଗି ସରକାର ପ୍ରୟାସ କରିବା କଥା। କିନ୍ତୁ ଧନିକ ବର୍ଗଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଇ ସାଧାରଣ ଶ୍ରେଣୀ ଉପରେ ଚାପ ପକାଇଲେ ଦେଶର ଆର୍ଥିକ ସ୍ଥିତି ନିଶ୍ଚିତ ଅଧିକ ଦୁର୍ବଳ ହେବ। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବ୍ୟବସାୟିକ ସହଯୋଗୀ ଏଲନ୍‌ ମସ୍କଙ୍କୁ ନେଇ ସେ ଦେଶରେ କିଭଳି ସାଧାରଣରେ କ୍ରୋଧ ପ୍ରକାଶ ପାଇଛି, ତାହା ଏବେ ଆଲୋଚ୍ୟର ବିଷୟବସ୍ତୁ ପାଲଟିଛି। ନିର୍ବାଚନରେ ନ ଜିତି ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି(ଡିଓଜିଇ)ର ମୁଖ୍ୟ ଭାବେ ମସ୍କଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସେ ଯାଚ୍ଛାତା ନିଷ୍ପତ୍ତି ନେଉଥିବାରୁ ସେଠାରେ ଅସ୍ବାଭାବିକ ସ୍ଥିତି ଉପୁଜିଛି। ସରକାରୀ ବ୍ୟବସ୍ଥା ସହ ବ୍ୟବସାୟିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହି ଯେତେବେଳେ ଅର୍ଥନୈତିକ ବ୍ୟବସ୍ଥା ଗତି କରେ ସେତେବେଳେ ତାହାକୁ ‘କ୍ରୋନି କ୍ୟାପିଟାଲିଜମ୍‌’ କୁହାଯାଏ। ଏହି ବ୍ୟବସ୍ଥାରେ ନିଆଯାଉଥିବା ନିଷ୍ପତ୍ତିଗୁଡ଼ିକ ଗୋଟେ ଦେଶ ପାଇଁ ଶୁଭଙ୍କର ହୋଇ ନ ଥାଏ। ଏହି ପ୍ରଚ୍ଛଦପଟରେ ଭାରତ ସରକାର ଜନସାଧାରଣଙ୍କ ସ୍ବାର୍ଥକୁ ଅଗ୍ରପ୍ରାଧାନ୍ୟ ଦେବା ପରିବର୍ତ୍ତେ ଭିନ୍ନ ଲକ୍ଷ୍ୟ ରଖି କାର୍ଯ୍ୟ କଲେ ତାହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ। ଜନସାଧାରଣଙ୍କୁ ଆର୍ଥିକ ଭାବେ ଶୋଷଣ କଲେ ତାହା ଶାସନ ବ୍ୟବସ୍ଥା ଉପରେ ପ୍ରତିଫଳିତ ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର,୪ା୨: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri