ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ

ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି। ଏହି ଅଭ୍ୟାସରେ ସ୍ଥଳସେନା, ନୌସେନା ଏବଂ ରକେଟ ଫୋର୍ସର ମିଳିତ ବାହିନୀ ଅଂଶଗ୍ରହଣ କରୁଥିବା କୁହାଯାଇଛି।

ଚାଇନା କହିଛି ଯେ ଏହି ଅଭ୍ୟାସ ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ଲୋକଙ୍କ ପାଇଁ ଏକ କଡ଼ା ଚେତାବନୀ। ସାମ୍ପ୍ରତିକ ସମୟରେ, ଚାଇନା ତାଇୱାନ ଉପରେ ତା’ର ରାଜନୈତିକ ଏବଂ ସାମରିକ ଚାପ ବୃଦ୍ଧି କରିଛି। ଏହି ସାମରିକ ଅଭ୍ୟାସକୁ ତାଇୱାନ ପାଇଁ ବିପଦ ଭାବରେ ଦେଖାଯାଉଛି, କାରଣ ଚାଇନା ତାଇୱାନକୁ ନିଜର ଅଂଶ ବୋଲି ମାନିଥାଏ।
ଚାଇନା ପୂର୍ବରୁ କହିସାରିଛି ଯେ ସେ ଯେକୌଣସି ପରିସ୍ଥିତିରେ ତାଇୱାନକୁ ନିଜ ସହିତ ମିଶାଇବ ଏବଂ ଏଥିପାଇଁ ଶକ୍ତି ପ୍ରୟୋଗ ମଧ୍ୟ ଏକ ବିକଳ୍ପ ହୋଇପାରେ। ଚେଇନା ସେନା କହିଛି ଯେ ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର ଏବଂ ଆକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା। ଏହା ବ୍ୟତୀତ, ସମୁଦ୍ର ଏବଂ ସ୍ଥଳ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା, ସୈନ୍ୟଙ୍କ ମିଳିତ ଶକ୍ତି ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ସମୁଦ୍ର ପଥକୁ ଘେରି ରଖିବା ପାଇଁ ରଣନୀତି ଉପରେ ମଧ୍ୟ କାମ କରାଯାଉଛି।
ଘୋଷଣା ପରେ ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡ ୱେଇବୋରେ ‘କ୍ଲୋଜିଂ ଇନ’ ଶୀର୍ଷକ ଏକ ପୋଷ୍ଟର ଜାରି କରିଛି। ଏହି ପୋଷ୍ଟରରେ ଚାଇନା ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନଗୁଡ଼ିକ ତାଇୱାନ ଚାରିପାଖରେ ଉଡ଼ୁଥିବା ଦେଖାଯାଇଥିଲା। ଏହା ସହିତ, ପୂର୍ବ ଥିଏଟର କମାଣ୍ଡର WeChat ପୃଷ୍ଠାରେ ‘ସେଲ’ ଶୀର୍ଷକ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓରେ ତାଇୱାନ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେଙ୍କୁ ଏକ କାର୍ଟୁନ ଚରିତ୍ର ଭାବରେ ଦର୍ଶାଯାଇଥିଲା ଯିଏ ଜଳୁଥିବା ତାଇୱାନ ଉପରେ ଚପଷ୍ଟିକ ଧରିଛନ୍ତି। ଆନିମେସନରେ କୁହାଯାଇଥିଲା ଯେ ‘ଏହି ପରଜୀବୀ ତାଇୱାନକୁ ବିଷାକ୍ତ କରୁଛି, ଏହାକୁ ଭିତରୁ ଦୁର୍ବଳ କରୁଛି ଏବଂ ଶେଷରେ ଏହାର ବିନାଶ ଆଡ଼କୁ ନେଇଯାଉଛି।’


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri