ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ। ତେବେ ଯବେ ସାର, ବିଷର ଦୁନିଆ ନ ଥିଲା, ସେବେ ଚାଷ ହେଉ ଥିଲା । ସେ ଚାଷରେ ଥିଲା ଏକ ସ୍ବତନ୍ତ୍ର ଉତ୍ସାହ। ନିଜ ଘରୁ ପ୍ରସ୍ତୁତ ହେଉଥିଲା ଜୈବସାର ଆଉ ବିଷ, ଯାହା ଜମିରେ ଗୁଣବତ୍ତା ବଢ଼ାଇବା ସହ ଉପତ୍ାଦନ ବଢ଼ାଉଥିଲା। ନା ଥିଲା ସ୍ବାସ୍ଥ୍ୟ ସମସ୍ୟା ନା ପରିବେଶ ପ୍ରଦୂଷଣ। ଜୈବବିବିଧତାର ରକ୍ଷାହେବା ସହ ଜୈବିକ କୃଷି ସମସ୍ତଙ୍କ ଜମିରେ ସୁନା ଫଳାଉଥିଲା। ପ୍ରକୃତି ସହ ବଞ୍ଚତ୍ବାର ବାର୍ତ୍ତା ଦେଉଥିଲା ଜୈବକୃଷି। ଏକ ସ୍ବଚ୍ଛ ପରିବେଶ ମଧ୍ୟରେ ଜୀବନ ଜିଇବାର ମୁହୂର୍ତ୍ତକୁ ଅନୁଭବ କରୁଥିଲୁ। କିନ୍ତୁ ଏଭଳି ପରିବେଶକୁ ଏବେ ନଷ୍ଟକରୁଛି ବିଷଯୁକ୍ତ ଚାଷ। ଆମ ପାକଶାଳା ବିଷରେ ଭର୍ତ୍ତି। ଆମ ଅଜାଣତରେ ଆମେ ବିଷ ଖାଇଚାଲୁଛେ। ଏ କଥାକୁ ଆମକୁ ସ୍ବୀକାର କରିବାକୁ ହେବ।

ଓଡ଼ିଶାରେ ଅର୍ଗାନିକ୍‌ ଚାଷ ବା ଜୈବିକ କୃଷିର ନାରା ବିଷୟରେ ସମସ୍ତେ ଜାଣନ୍ତି। ଏହା ଏଲୋପାଥିକ୍‌ ମେଡିସିନ୍‌ ଭଳି ଗଛର ରୋଗପୋକକୁ ଏତେଶୀଘ୍ର ଦମନ କରିପାରେନି କିନ୍ତୁ ଏହା ସତ ଯେ ଏହା ପରିବେଶରେ ହାନି ଘଟାଏନି। ଆମ ଚାରିପାଖର ପରିବେଶକୁ ନେଇ ଆମେ ବଞ୍ଚତ୍ଛେ। ଏହା ଆମ ମାଟି, ପାଣି, ପବନକୁ ହାନି ପହଞ୍ଚାଏନି। ଜୀବାମୃତ, ଘନଜୀବାମୃତ, ଆଗ୍ନେୟାସ୍ତ୍ର କୁହନ୍ତୁ ଅବା ଜିଆଖତ, କମ୍ପୋଷ୍ଟ ଏବେ ସମସ୍ତେ ଏହି ଜୈବସାର ଓ ଜୈବକୀଟନାଶକ ପ୍ରସ୍ତୁତକରି ପ୍ରୟୋଗ କରିବା ଦେଖିବାକୁ ମିଳୁଛି। ଆମକୁ ଆମ ମାଟିକୁ ବଞ୍ଚାଇବାକୁ ହେବ। ଆମ ପୁରୁଣା ଚାଷ ପ୍ରଣାଳୀକୁ ବଞ୍ଚାଇବାକୁ ହେବ।
ଓଡ଼ିଶାର ଚାଷୀଙ୍କ ଜୈବ ଉପତ୍ାଦ ଏବେ କମିବାରେ ଲାଗିଛି। ଆପଣ ମାଣ୍ଡିଆରୁ ପ୍ରସ୍ତୁତ ଜୈବଉପତ୍ାଦ କଥା କୁହନ୍ତୁ ଅବା ପନିପରିବା ଓ ଶସ୍ୟସାମଗ୍ରୀ କୁହନ୍ତୁ, ସବୁଠି ଏବେ ଓଡ଼ିଶା ଚାଷୀଙ୍କ ଜୈବବିପ୍ଳବ ସହଜରେ ବାରିହୋଇପଡ଼ୁଛି। ଓଡ଼ିଶା ସରକାର ଜୈବିକ ଚାଷ ଦିଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଇ କିଛିଦିନ ତଳେ କ୍ଷେତ୍ର ପରିଦର୍ଶନ ସମୟରେ ବିଭିନ୍ନ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ସେଠାରେ ଜାଣିପାରିଥିଲି ଯେ ସତରେ ଓଡ଼ିଶାରେ ଏ ଦିଗରେ ବିପ୍ଳବ ଏକ ମାଇଲଖୁଣ୍ଟ ସାଜିବ। କାରଣ କେବଳ ଚାଷୀ ନୁହେଁ ବରଂ ଘରର ମା’ମାନେ ନିଜ ପାକଶାଳା ବଗିଚାରେ ମଧ୍ୟ ଜୈବିକ ସାର ବ୍ୟବହାର କରୁଛନ୍ତି। ଗାଁ ଗାଁରେ ଜମୁଛି ଭିଡ଼, ଜୈବଚାଷର ଭାରି ଆଦର। ଏ ଉକ୍ତିଟିର ପ୍ରତିଫଳନ ହେଉଛି ଓଡ଼ିଶାର ଅନେକ ଗାଁରେ। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ବିଷୟରେ ଆଉ କାହାକୁ ବୁଝାଇବାର ଆବଶ୍ୟକତା ନାହିଁ। ମାଟିର ମାନ ସହ ସ୍ବାସ୍ଥ୍ୟହାନି ଯେ ରାସାୟନିକ ଚାଷର ଲକ୍ଷ୍ୟ ଏହା ସଭିଏଁ ବୁଝିସାରିଲେଣି। ସମୟ ଆସିବ ଏ ବିପ୍ଳବ ଯେବେ ଶେଷହେବ, ସେବେ ସମ୍ପୂର୍ଣ୍ଣ ଓଡ଼ିଶା ଜୈବ ପ୍ରଦେଶ ଭାବରେ ପରିଗଣିତ ହୋଇସାରିଥିବ।

ଏଫ୍‌.ଆଇ.ବି.ଏଲ୍‌.ର ସର୍ଭେ ଅନୁସାରେ ଭାରତ ୧୮୭ଟି ଦେଶ ମଧ୍ୟରେ ଜୈବ କୃଷି ଉପତ୍ାଦନ ଦିଗରେ ଏକ ସଫଳ ଭୂମିକା ନିଭାଇଛି। ସାରା ବିଶ୍ୱର ଜୈବ ଉପତ୍ାଦରେ ଭାରତର ୩୦ ପ୍ରତିଶତ ଭାଗୀଦାରି ରହିଛି। କିନ୍ତୁ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାର ବ୍ୟବହାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼ିଛି। ୨୦୧୫-୧୬ରେ ଭାରତରେ ରାସାୟନିକ ସାରର ବ୍ୟବହାର ୫୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ୨୦୨୦-୨୧ରେ ଏହା ୫୯୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରେ ପହଞ୍ଚତ୍ଛି। ହାରାହାରି ଭାରତରେ ଗତ ୧୦ ବର୍ଷ ମଧ୍ୟରେ ୫୦୦ ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ବ୍ୟବହୃତ ହୋଇସାରିଛି। ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି। ତେବେ ଦାନାଦାର ୟୁରିଆ ବ୍ୟବହାର ଜମିରେ ଗୁଣାମତ୍କ ମାନ କମାଇବା ସହ ମାଟିର ପୋଷକତତ୍ତ୍ୱ ନଷ୍ଟ କରୁଛି। ୨୦୧୬-୧୭ରୁ ୨୦୨୦-୨୧ ଭିତରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି। ଏପରିକି ଭାରତର ପଞ୍ଜାବ, ତେଲଙ୍ଗାନା, ହରିୟାଣା, ବିହାର ଓ ପଣ୍ଡିଚେରୀରେ ଆଶାତୀତ ଭାବରେ ରାସାୟନିକ ସାର ବ୍ୟବହାର କରାଯାଉଛି। ଏପରିକି ୨୦୧୫-୨୧ ମଧ୍ୟରେ ରାସାୟନିକ କୀଟନାଶକର ବ୍ୟବହାର ୮-୯% ବୃଦ୍ଧି ପାଇଛି। ତେବେ କୀଟନାଶକ ବ୍ୟବହାର ବଢ଼ି ୬୧,୭୦୨ ମେଟ୍ରିକ୍‌ ଟନ୍‌ରେ ପହଞ୍ଚତ୍ଛି। ଭାରତରେ ଏମିତି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଉପତ୍ାଦନ ବଢ଼ାଇଛି ସତ କିନ୍ତୁ ପରୋକ୍ଷରେ ଆଶାତୀତ କ୍ଷତି କରୁଛି, ଏକଥା କାହାକୁ ଅଛପା ନାହିଁ।
ଏହା ଭିତରେ ଓଡ଼ିଶାରେ ଆରମ୍ଭ ହୋଇଛି ଜୈବବିପ୍ଳବ। ଆଜି ଚାଷୀ ନିମାସ୍ତ୍ର ହେଉ ଜୀବାମୃତ କି ବୀଜାମୃତ ଏସବୁ ବିଷୟରେ ଭଲଭାବରେ ଜାଣି ଜମିରେ ପ୍ରୟୋଗ କରୁଛନ୍ତି। ବିହନ ବିଶୋଧନଠୁ ଆରମ୍ଭକରି ରୋଗପୋକ ଦମନ ଯାଏଁ ସବୁଠି ଜୈବକୃଷିର ସ୍ବତନ୍ତ୍ରତା ରହିଛି। ଏ ବିଷମୁକ୍ତ ସମାଜକୁ ପୁଣି ଥରେ ସୁସ୍ଥ ତଥା ସାବଲୀଳ କରିବାରେ ଆମେ ସମସ୍ତେ ହାତ ମିଶାଇବା। ଅନ୍ତତଃ ଆମେ ଯେଉଁ ଖାଦ୍ୟ ଖାଉଛନ୍ତି ସେତକ ସୁସ୍ଥ ହୋଇଥିବା ଆବଶ୍ୟକ। ଅଧିକ ଉପତ୍ାଦନ ଆଶାରେ ଆମେ ରାସାୟନିକ ଚାଷ କରୁଛନ୍ତି ସତ କିନ୍ତୁ ଆଜି ନ ହେଲେ କାଲି ଆମେ ପୁଣି ଆମ ମୂଳକୁ ଫେରିବା। ଏହା ନିରାଟ ସତ୍ୟ। ଆପଣ ଅନୁଭବ କରୁଥିବେ ଏବେ ଛାତ ଉପରେ ଯେଉଁମାନେ ରୁଫ୍‌ଟପ୍‌ ଗାର୍ଡେନିଂ କରୁଛନ୍ତି ଅର୍ଦ୍ଧାଧିକ ଲୋକ କାୈଣସି ରାସାୟନିକ ସାର କିମ୍ବା ବିଷ ବ୍ୟବହାର କରୁନାହାନ୍ତି। ସୋସିଆଲ ମିଡିଆରେ ସେମାନଙ୍କର ପୋଷ୍ଟ: ଉଇ ଲଭ୍‌ ଅର୍ଗାନିକ୍‌ରୁ ଏହା ସ୍ପଷ୍ଟ ଭାବରେ ଜଣାପଡ଼େ।

ସମୟ ଆସିଛି ପାରମ୍ପରିକ ଜ୍ଞାନକାୈଶଳକୁ ପୁଣିଥରେ ଜମିରେ ଦୋହରାଇବାକୁ। ଜୈବଖାଦ୍ୟ ପାଇଁ ସଭିଙ୍କ ଭିତରେ ଉତ୍କଣ୍ଠା। ରାସାୟନିକ ବସ୍ତୁରୁ ମୁକ୍ତ ରହି ସୁସ୍ଥ ଖାଦ୍ୟ ନିଶାରେ ଏବେ ସଭିଏଁ ବ୍ୟସ୍ତ। ଆମେ ଆମ ଭାତହାଣ୍ଡିକୁ ବିଷମୁକ୍ତ କରିବାକୁ ପ୍ରତିଜ୍ଞା କରିବା ଆବଶ୍ୟକ। କାରଣ ଆମ ଚାଷଜମି ଆମ ହାତରେ ଅଛି। ନିଜେ ସଚେତନ ହେଲେ ଏହାକୁ ସହଜରେ ଆପଣାଇପାରିବା। ନାଶ ନୁହେଁ ନିୟନ୍ତ୍ରଣ କରି ଜୈବବିବିଧତାକୁ ବଜାୟ ରଖିବାକୁ ପଣ କରିବା। ଏକ ସୁସ୍ଥ ସମାଜ ଗଠନରେ ଭାଗୀଦାରି ହେବା। ଆମ ଭବିଷ୍ୟତ ପିଢ଼ି ପାଇଁ ଆମେ ମାର୍ଗଦର୍ଶକ ହେବା।

ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ: ୭୮୪୭୦୧୩୧୫୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?