କେବେ ଆୟତ୍ତ ନ ଥିଲା

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ସେଠାରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଛି। ନୂଆ ସରକାର ୧୬ ଅକ୍ଟୋବରରେ ଆସିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪ଟି ଛୋଟବଡ଼ ଆତଙ୍କବାଦୀ ଆକ୍ରମଣ ଘଟି ସାଧାରଣ ଲୋକ ଓ ଯବାନଙ୍କୁ ମିଶାଇ ୧୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ୨୮ ଅକ୍ଟୋବରରେ ଆତଙ୍କବାଦୀମାନେ ଜମ୍ମୁର ଅଖନୁର ସେକ୍ଟରରେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ସେନା ପ୍ରତିଆକ୍ରମଣ କରିବାରୁ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ସେହି ରାଜ୍ୟକୁ ବିଭାଜନ କରି ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନଗୁଡ଼ିକର ଶୁଣାଣି କରି ଗତବର୍ଷ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବୈଧ ଘୋଷଣା କରିଥିଲେ ହେଁ ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ପୁନଃ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏବର ପରିସ୍ଥିତିକୁ ଦେଖିଲେ ଜମ୍ମୁ ଓ କଶ୍ମୀରରେ ଗଣତନ୍ତ୍ର ଫେରିଛି, ହେଲେ ସେଠାକାର ଲୋକଙ୍କ ମଧ୍ୟରେ ବିଶ୍ୱାସ ହେଉ ନାହିଁ ଯେ ନିର୍ବାଚନ ପରେ ସରକାର କେଉଁ ଧାରଣା ନେଇ କାର୍ଯ୍ୟ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଦୀର୍ଘବର୍ଷର ଦମନଲୀଳା ବିଫଳ ହୋଇଛି, ଯେଉଁଥିପାଇଁ ଆତଙ୍କବାଦ ସୁଦୃଢ଼ ହୋଇ ମୁଣ୍ଡ ଟେକିଛି। କେଉଁ ଜାଗାରେ ତ୍ରୁଟି ରହୁଛି ତାହା ଖୋଜି ବାହାର କରିବା ପାଇଁ କେହି ଇଚ୍ଛୁକ ଥିଲା ଭଳି ମନେ ହେଉନାହିଁ। ଜନସାଧାରଣଙ୍କ ଇଚ୍ଛାକୁ ପୋଲିସ ଓ ସେନା ବେଶି ଦିନ ପାଇଁ ଦମନ କରି ରଖିପାରିବେ ନାହିଁ। ସମ୍ଭବତଃ ଏବେ ଦେଖାଯାଉଥିବା ବିସ୍ଫୋରଣ ଆତଙ୍କବାଦର ଆଢ଼ୁଆଳରେ ଘଟୁଥାଇପାରେ। ମନେରଖିବାକୁ ହେବ ଯେ, ଆତଙ୍କବାଦୀଙ୍କୁ ସଫଳତା ମିଳିବା ସକାଶେ ସାଧାରଣ ନାଗରିକଙ୍କ ସମର୍ଥନ-ସକ୍ରିୟ କିମ୍ବା ମାନସିକ-ସବୁବେଳେ ଲୋଡ଼ା ଥାଏ। ଜମ୍ମୁ ଓ କଶ୍ମୀରରେ ସମସ୍ୟା ସୁଧୁରିଯାଇଛି ଏବଂ ଆୟତ୍ତ ହୋଇଯାଇଛି ବୋଲି ସରକାର କହିବା ଫଳରେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ଏବେକାର ଘଟଣାଗୁଡ଼ିକର ବିଶେଷତା ହେଲା ଯେ, ଆକ୍ରମଣଗୁଡ଼ିକ ମୁସଲମାନ ବହୁଳ ଅଞ୍ଚଳ କଶ୍ମୀର ଉପତ୍ୟକା ପରିବର୍ତ୍ତେ ହିନ୍ଦୁବହୁଳ ଜମ୍ମୁରେ ଘଟୁଛି। ପରିବର୍ତ୍ତିତ ସ୍ଥିତି ସହ ତାଳ ମିଳାଇ ଯେଉଁଭଳି ପଦକ୍ଷେପ ନିଆଯିବା ଦରକାର, ହୁଏତ କେନ୍ଦ୍ର ସରକାର ସେଥିପାଇଁ ସଜାଗ ନ ଥିବା ପରି ମନେହେଉଛି। ନିଜର ଏଜେଣ୍ଡା ବା ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଜବରଦସ୍ତ ଲାଗୁ କରାଇବାକୁ ଯାଇ ଦେଶର ପ୍ରବଳ କ୍ଷତି ଘଟୁଛି। ସେଥିପାଇଁ ଜମ୍ମୁ ଓ କଶ୍ମୀରର ସମସ୍ୟା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ କେବେ ନିୟନ୍ତ୍ରଣାଧୀନ ହୋଇପାରିଥିଲା ବୋଲି ଏବେ ବିଶ୍ୱାସ ହେଉ ନାହିଁ। ସ୍ଥାନୀୟ ଗଣମାଧ୍ୟମର କଣ୍ଠରୋଧ କରି ସରକାରୀ ବିବୃତିିଗୁଡ଼ିକ ବାସ୍ତବ ପରିସ୍ଥିତିଠାରୁ ଭିନ୍ନ ଦିଗକୁ ଦର୍ଶାଇ ଆସୁଥିଲା ଭଳି ମନେହୁଏ। ସେହିସବୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକ୍ରମର କୁଫଳ ଏବେ ଦେଶକୁ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଉପକୃତ ହେବେ ଏମାନେ…

କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି ଠାରେ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ମିତ୍ର ହେବତ ରୁଷିଆ ପରି! UNରେ ଇରାନକୁ ହାତ ବଢ଼ାଇଲା, ହର୍ମୁଜ ବନ୍ଦ କରିବାର ଅଧିକାର….

ମସ୍କୋ,୨୮ା୪: ବିଶ୍ୱ ରାଜନୀତି କ୍ଷେତ୍ରରେ ରୁଷିଆକୁ ସବୁଠାରୁ ବଡ଼ ମିତ୍ର ଭାବରେ ବିବେଚନା କରାଯାଏ । କେବଳ ଏତିକି ନୁହେଁ ଯେତେବେଳେ ମିତ୍ର କଥା ଆସେ ସେତେବେଳେ…

୨୦୮୫ ବେଳକୁ ବିଶ୍ୱରେ ଘଟିପାରେ ଏମିତି କିଛି: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୮ା୪(ପି.ଟି.):ବିଶ୍ୱ ତାପନ ଜାରି ରହିଲେ ୨୦୮୫ ବେଳକୁ ଜୀବଜଗତର ଏକ-ତୃତୀୟାଂଶ ଅତ୍ୟଧିକ ଚରମ ପାଣିପାଗ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ନେଚର…

୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବାଚସ୍ପତିଙ୍କୁ ଲିଖିତ ଜଣାଇଲା ବିଜେଡି

ଭୁବନେଶ୍ୱର, ୨୮।୪(ସୁନିତ୍‌ ମିଶ୍ର):ଗତ ରାଜ୍ୟ ସଭା ନିର୍ବାଚନରେ ଦଳ ବିପକ୍ଷରେ ଭୋଟ୍‌ ଦେଇଥିବା ୮ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍‌ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ…

ଚାଦ୍‌ରେ ପାଣି ପାଇଁ ସଂଘର୍ଷ: ୪୨ ମୃତ

ନୂଆଦିଲ୍ଲୀ,୨୮।୪: ପୂର୍ବ ଚାଦ୍‌ରେ ଏକ ଜଳ ଉତ୍ସକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷରୁ ହିଂସାକାଣ୍ଡରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri