ଅପରାଧୀ କଲା କିଏ

ବର୍ଷୀୟାଙ୍କୁ ଗଣବଳାତ୍କାର ଓ ହତ୍ୟା’। ଜୁଲାଇ ୧୨ରେ ଦେଶର ପ୍ରାୟ ସମସ୍ତ ଖବରକାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଖବର ଥିଲା ଏହି ଅଭାବନୀୟ ଘଟଣାଟି। ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲା ମୁଚୁମାରୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଦୁଇଜଣ ଷଷ୍ଠ ଓ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଗଣବଳାତ୍କାର କଲେ। ଧରାପଡ଼ିଯିବା ଭୟରେ ଛାତ୍ରୀଟିକୁ ତଣ୍ଟି ଚିପି ହତ୍ୟା କରି ନିକଟସ୍ଥ କେନାଲକୁ ଫିଙ୍ଗିଦେଲେ। ଅନୁରୂପ ଘଟଣାଟିଏ ଘଟିଥିଲା ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ୨୦୨୧ ଜାନୁଆରୀ ପହିଲାରେ। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ୩ ଜଣ ନାବାଳକ ବଳାତ୍କାର କରି ହତ୍ୟା କରିଥିଲେ। ଅନ୍ୟ ଏକ ଘଟଣା: ମୋବାଇଲ୍‌ରୁ ଅଶ୍ଳୀଳ ଭିଡିଓ ଦେଖି ୬ ଜଣ ନାବାଳକ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୀର୍ଘ ୨ ମାସ ଧରି ଲଗାତର ବଳାତ୍କାର କରି ଆସୁଥିବା ଘଟଣାଟି ଲୋକଲୋଚନକୁ ଆସିଥିଲା। ଘଟଣାଟି ଘଟିଥିଲା ୨୦୨୨ରେ ଲକ୍ଷ୍ନୌ ସହରରେ। ଆମ ରାଜ୍ୟର ବ୍ରହ୍ମପୁରଠାରେ ଜଣେ ୧୦ ବର୍ଷର ବାଳିକାଙ୍କୁ ୩ ଜଣ ନାବାଳକ ବଳାତ୍କାର କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବହୁଚର୍ଚ୍ଚିତ ୨୦୧୨ ଡିସେମ୍ବର ୧୬ ଦିଲ୍ଲୀର ନିର୍ଭୟା ଗଣବଳାତ୍କାରରେ ଜଣେ ନାବାଳକ ଜଡ଼ିତ ଥିଲେ ଏବଂ ସେ ଅତ୍ୟନ୍ତ କ୍ରୂର ଭାବରେ ନିର୍ଭୟାଙ୍କ ପ୍ରତି ଆଚରଣ ପ୍ରଦର୍ଶନ କରିଥିଲେ। ଏମିତି ତ ଶହ ଶହ ଘଟଣା। ମାତ୍ର ଅଳ୍ପ କେତୋଟି ଲୋକଲୋଚନକୁ ଆସୁଛି।

ନାବାଳକଙ୍କ ଅପରାଧ କେବଳ ବଳାତ୍କାରରେ ସୀମିତ ହୋଇ ରହିନାହିଁ। ଚୋରି, ରାହାଜାନି, ଅସଦାଚରଣ ଓ ହତ୍ୟା ଭଳି ଘଟଣାରେ ମଧ୍ୟ ସେମାନେ ଜଡ଼ିତ ଥିବା ଜଣାପଡ଼ିଛି। ଗତବର୍ଷ ଦିଲ୍ଲୀରେ ୮ ଜଣ ନାବାଳକ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ହତ୍ୟା କଲେ। ମୋରଦାବାଦରେ ୩ ଜଣ ନାବାଳକ ତାଙ୍କର ସାଥୀ ସହ ଯୁକ୍ତିତର୍କରୁ ଉତ୍ତେଜିତ ହୋଇ ତାକୁ ଛୁରି ଭୁସି ହତ୍ୟା କଲେ। ଗତ ବର୍ଷ ଦେଶରେ ୧୫୨ ଜଣ ନାବାଳକଙ୍କୁ ହତ୍ୟା ଅପରାଧରେ ଗିରଫ କରାଯାଇଥିଲା। କେବଳ ଦିଲ୍ଲୀରେ ପ୍ରତି ବର୍ଷ ୧୦ ଜଣ ନାବାଳକ ହତ୍ୟା ଅପରାଧରେ ଜଡ଼ିତ ହୋଇ ପଡ଼ୁଥିବା ଜଣାପଡ଼ିଛି। ଗୁରୁଗାଓଁରେ ଜଣେ ନାବାଳକ ୨ ଜଣ ଯୁବକଙ୍କ ସହ ମିଶି ୬ଟି ଗାଡ଼ି ଚୋରି କରି ଧରା ପଡ଼ିଥିଲେ। ଏଥିରେ ନାବାଳଙ୍କର କୁଆଡ଼େ ମୁଖ୍ୟ ଭୂମିକା ଥିଲା। ନିକଟରେ ଗୁଜରାଟର ଅହମଦାବାଦରେ ଅନାଥ ଶିଶୁ ଓ ବାଳିକାମାନଙ୍କୁ ମାଦକ ଦ୍ରବ୍ୟ ଚୋରା ଚାଲାଣରେ ନିୟୋଜିତ କରାଯାଉଥିବା ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି।

ଜାତୀୟ ଅପରାଧ ବ୍ୟୁରୋର ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ୩୦,୫୫୫ଟି ଅପରାଧ ନାବାଳକଙ୍କ ଦ୍ୱାରା ସଂଘଟିତ ହୋଇଛି। ୪,୪୦୬ ମାମଲାକୁ ନେଇ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଦେଶରେ ଘଟୁଥିବା ମୋଟ ହତ୍ୟା ଓ ବଳାତ୍କାରର ଶତକଡ଼ା ୮ ଭାଗ କେବଳ ନାବାଳକଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଉଛି। ଶତକଡ଼ା ୭୨ ଭାଗ ଚୋରି ଡକାୟତିରେ ନାବାଳକମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କ ଦ୍ୱାରା ଶତକଡ଼ା ୬୭ ଭାଗ ଅପରାଧ ସଂଘଟିତ ହେଉଥିବା ବେଳେ ୩୩ ଭାଗ ଅପରାଧ ୭ରୁ ୧୫ ବର୍ଷ ବୟସର ପିଲାଙ୍କ ଦ୍ୱାରା ହେଉଛି। ପ୍ରତ୍ୟେକ ଦିନ ଦେଶରେ ୮୫ଟି ବାଳ ଅପରାଧ ଘଟୁଥିବା ବେଳେ ଏଥିରେ ସମ୍ପୃକ୍ତ ୧୦୦ ଜଣଙ୍କୁ ଗିରଫ କରାଯାଉଛି। ୩ ଜଣ ନାବାଳକ କେବଳ ବଳାତ୍କାର ଭଳି ଘଟଣାରେ ଜଡ଼ିତ ହୋଇ ଯାଉଛନ୍ତି। ଓଡ଼ିଶାରେ ବାଳ ଅପରାଧ ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୭ରେ ୫,୬୧୧ଟି ବାଳ ଅପରାଧ ଘଟିଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୧୦,୨୪୬ରେ ଆସି ପହଞ୍ଚତ୍ଛି।
ଦେଶରେ ନାବାଳକଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅପରାଧ ଯେପରି ଭାବେ ବୃଦ୍ଧିପାଉଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ନାବାଳକମାନେ ପ୍ରାପ୍ତବୟସ୍କଙ୍କ ଭଳି ଅପରାଧ ଘଟାଉଥିବା ଦେଖାଯାଉଛି। ସୁତରାଂ ଗୁରୁତର ଅପରାଧ କରୁଥିବା ନାବାଳକମାନଙ୍କୁ ବୟସ୍କଙ୍କ ପରି ଶାସ୍ତି ଦେବାକୁ ବିଭିନ୍ନ ସ୍ତରରେ ଦାବି ହୋଇ ଆସୁଥିଲା। ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାକୁ ଦୃଷ୍ଟିରେ ରଖି ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ସଂଶୋଧନ ଅଣାଯାଇ ୨୦୧୫ ମସିହାରେ ପାର୍ଲାମେଣ୍ଟରେ ଏକ ବିଲ୍‌ ଗୃହୀତ ହେଲା। ୧୬ରୁ ୧୮ ବର୍ଷ ବୟସର କୌଣସି ନାବାଳକ ଯଦି ଗୁରୁତର ଅପରାଧ କରେ ତେବେ ତାକୁ ପ୍ରାପ୍ତବୟସ୍କ ଭାବେ ଧରି ନେଇ ତା’ର ବିଚାର କରିବାକୁ ଆଇନ କରାଗଲା। ୨୦୧୬ ଜାନୁଆରୀ ୧୫ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଗଲା।
ଆଇନରେ ସଂଶୋଧନ ସତ୍ତ୍ୱେ ଦେଶରେ ବାଳ ଅପରାଧ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ତେଣୁ ଆଇନର ଭୟ ଅପେକ୍ଷା ଅପରାଧର କାରଣ ନିରୂପଣ କରି ତାହାର ନିରାକରଣ କରିପାରିଲେ ବାଳ ଅପରାଧକୁ ନିୟନ୍ତ୍ରଣ କରାଯାଇପାରେ।

ସମାଜ ବିଜ୍ଞାନୀ ଓ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଅଭିଭାବକମାନେ ପିଲାର ମାନସିକ ସ୍ବାସ୍ଥ୍ୟ ପ୍ରତି ଅଧିକ ଯନତ୍ବାନ୍‌ ହେବା ଆବଶ୍ୟକ। ପିଲାମାନେ ଯେଉଁ ଅପରାଧରେ ଜଡ଼ିତ ହୋଇଯାଉଥିବାର ଦେଖାଯାଉଛି ତାହାର ଭଲମନ୍ଦ ଦିଗ ସମ୍ପର୍କରେ ପିଲାଙ୍କୁ ସଚେତନ କରାଯିବା ଜରୁରୀ। ପିଲାର ସାଙ୍ଗସାଥୀମାନଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖି ଆବଶ୍ୟକ ସ୍ଥଳେ ପ୍ରତିକାର କରାଯିବା ଦରକାର। କାରଣ କୁସଙ୍ଗରେ ପଡ଼ି ପିଲାମାନେ ଅବାଟକୁ ଚାଲିଯିବାର ବହୁ ଦୃଷ୍ଟାନ୍ତ ରହିଛି। ଅତ୍ୟଧିକ ଆକଟ କିମ୍ବା କୋହଳ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ପାରିବାରିକ ଅଶାନ୍ତି ପିଲାମାନଙ୍କ୍‌ୁ ଅସୁଖୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସେମାନଙ୍କୁ ଅସାମାଜିକ କରି ଗଢ଼ି ତୋଳିବାରେ ସାହାଯ୍ୟ କରେ। ଏଥିପ୍ରତି ଅଭିଭାବକମାନେ ସତର୍କ ରହିବା ଜରୁରୀ।

ସାମାଜିକ ଗଣମାଧ୍ୟମ, ଅନ୍‌ଲାଇନ୍‌ ଗେମ୍‌, ଏଆଇ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଭାବ କୋମଳମତି ବାଳକବାଳିକାମାନଙ୍କୁ ଖୁବ୍‌ଶୀଘ୍ର ପ୍ରାପ୍ତବୟସ୍କ କରିପକାଉଛି। ପାଠପଢ଼ା ସମୟ ପରେ ଖେଳକୁଦ, ନୃତ୍ୟଗୀତ, ଚିତ୍ରକଳା, ସ୍କାଉଟ୍‌-ଗାଇଡ୍‌ ଆଦି କାର୍ଯ୍ୟରେ ପିଲାମାନଙ୍କୁ ନିଯୁକ୍ତ କରିପାରିଲେ ସେମାନେ ସ୍ମାର୍ଟ ଫୋନ୍‌ଠାରୁ ଦୂରେଇ ରହିପାରିବେ।

ଏଇଟା ନିରାଟ ସତ୍ୟ ଯେ କେହି କେବେ ଅପରାଧୀ ହୋଇ ଜନ୍ମ ନେଇ ନ ଥାଏ। ଦାରିଦ୍ର୍ୟ, କୁସଙ୍ଗ, ମୁରବିଶୂନ୍ୟତା ସହିତ ପ୍ରଦୂଷିତ ସାମାଜିକ ପରିବେଶ ହିଁ କୋମଳମତି ପିଲାମାନଙ୍କୁ ଅସାମାଜିକ ଓ ଅପରାଧୀ ରୂପେ ଗଢ଼ି ତୋଳେ। ତେଣୁ ସମସ୍ତେ ମିଳିତ ଭାବେ ଏସବୁ ଦିଗ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧାମତ୍କ ପଦକ୍ଷେପ ନେଇପାରିଲେ ଆମ ସମାଜକୁ ବାଳ ଅପରାଧମୁକ୍ତ କରିପାରିବା।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ…

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା…

ଭଉଣୀଙ୍କ କଙ୍କାଳକୁ ନେଇ ବ୍ୟାଙ୍କ ଆସିଥିବା ଜିତୁଙ୍କ ଆକାଉଣ୍ଟକୁ ଆସିଲା ୧୦ଲକ୍ଷ! ସାହାଯ୍ୟ କଲେ ଫିଜିକ୍ସ ଓ୍ବାଲାର…

ନୂଆଦିଲ୍ଲୀ,୩୦।୪: ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତ୍ତମାନ…

ଆମେରିକା ଭାରତକୁ ଫେରାଇଲା ୬୫୭ ଅମୂଲ୍ୟ ବସ୍ତୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୪: ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି, ଏହା କହି ଯେ ଚୋରି ହୋଇଥିବା କଳାକୃତିକୁ…

୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅବସର ଦିନ ହିଁ ଶିକ୍ଷକ ହେଉ କି କର୍ମଚାରୀ ସମସ୍ତଙ୍କୁ ବକେୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri