ଅପରାଧୀ କଲା କିଏ

ବର୍ଷୀୟାଙ୍କୁ ଗଣବଳାତ୍କାର ଓ ହତ୍ୟା’। ଜୁଲାଇ ୧୨ରେ ଦେଶର ପ୍ରାୟ ସମସ୍ତ ଖବରକାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଖବର ଥିଲା ଏହି ଅଭାବନୀୟ ଘଟଣାଟି। ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲା ମୁଚୁମାରୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଦୁଇଜଣ ଷଷ୍ଠ ଓ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଗଣବଳାତ୍କାର କଲେ। ଧରାପଡ଼ିଯିବା ଭୟରେ ଛାତ୍ରୀଟିକୁ ତଣ୍ଟି ଚିପି ହତ୍ୟା କରି ନିକଟସ୍ଥ କେନାଲକୁ ଫିଙ୍ଗିଦେଲେ। ଅନୁରୂପ ଘଟଣାଟିଏ ଘଟିଥିଲା ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ୨୦୨୧ ଜାନୁଆରୀ ପହିଲାରେ। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ୩ ଜଣ ନାବାଳକ ବଳାତ୍କାର କରି ହତ୍ୟା କରିଥିଲେ। ଅନ୍ୟ ଏକ ଘଟଣା: ମୋବାଇଲ୍‌ରୁ ଅଶ୍ଳୀଳ ଭିଡିଓ ଦେଖି ୬ ଜଣ ନାବାଳକ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୀର୍ଘ ୨ ମାସ ଧରି ଲଗାତର ବଳାତ୍କାର କରି ଆସୁଥିବା ଘଟଣାଟି ଲୋକଲୋଚନକୁ ଆସିଥିଲା। ଘଟଣାଟି ଘଟିଥିଲା ୨୦୨୨ରେ ଲକ୍ଷ୍ନୌ ସହରରେ। ଆମ ରାଜ୍ୟର ବ୍ରହ୍ମପୁରଠାରେ ଜଣେ ୧୦ ବର୍ଷର ବାଳିକାଙ୍କୁ ୩ ଜଣ ନାବାଳକ ବଳାତ୍କାର କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବହୁଚର୍ଚ୍ଚିତ ୨୦୧୨ ଡିସେମ୍ବର ୧୬ ଦିଲ୍ଲୀର ନିର୍ଭୟା ଗଣବଳାତ୍କାରରେ ଜଣେ ନାବାଳକ ଜଡ଼ିତ ଥିଲେ ଏବଂ ସେ ଅତ୍ୟନ୍ତ କ୍ରୂର ଭାବରେ ନିର୍ଭୟାଙ୍କ ପ୍ରତି ଆଚରଣ ପ୍ରଦର୍ଶନ କରିଥିଲେ। ଏମିତି ତ ଶହ ଶହ ଘଟଣା। ମାତ୍ର ଅଳ୍ପ କେତୋଟି ଲୋକଲୋଚନକୁ ଆସୁଛି।

ନାବାଳକଙ୍କ ଅପରାଧ କେବଳ ବଳାତ୍କାରରେ ସୀମିତ ହୋଇ ରହିନାହିଁ। ଚୋରି, ରାହାଜାନି, ଅସଦାଚରଣ ଓ ହତ୍ୟା ଭଳି ଘଟଣାରେ ମଧ୍ୟ ସେମାନେ ଜଡ଼ିତ ଥିବା ଜଣାପଡ଼ିଛି। ଗତବର୍ଷ ଦିଲ୍ଲୀରେ ୮ ଜଣ ନାବାଳକ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ହତ୍ୟା କଲେ। ମୋରଦାବାଦରେ ୩ ଜଣ ନାବାଳକ ତାଙ୍କର ସାଥୀ ସହ ଯୁକ୍ତିତର୍କରୁ ଉତ୍ତେଜିତ ହୋଇ ତାକୁ ଛୁରି ଭୁସି ହତ୍ୟା କଲେ। ଗତ ବର୍ଷ ଦେଶରେ ୧୫୨ ଜଣ ନାବାଳକଙ୍କୁ ହତ୍ୟା ଅପରାଧରେ ଗିରଫ କରାଯାଇଥିଲା। କେବଳ ଦିଲ୍ଲୀରେ ପ୍ରତି ବର୍ଷ ୧୦ ଜଣ ନାବାଳକ ହତ୍ୟା ଅପରାଧରେ ଜଡ଼ିତ ହୋଇ ପଡ଼ୁଥିବା ଜଣାପଡ଼ିଛି। ଗୁରୁଗାଓଁରେ ଜଣେ ନାବାଳକ ୨ ଜଣ ଯୁବକଙ୍କ ସହ ମିଶି ୬ଟି ଗାଡ଼ି ଚୋରି କରି ଧରା ପଡ଼ିଥିଲେ। ଏଥିରେ ନାବାଳଙ୍କର କୁଆଡ଼େ ମୁଖ୍ୟ ଭୂମିକା ଥିଲା। ନିକଟରେ ଗୁଜରାଟର ଅହମଦାବାଦରେ ଅନାଥ ଶିଶୁ ଓ ବାଳିକାମାନଙ୍କୁ ମାଦକ ଦ୍ରବ୍ୟ ଚୋରା ଚାଲାଣରେ ନିୟୋଜିତ କରାଯାଉଥିବା ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି।

ଜାତୀୟ ଅପରାଧ ବ୍ୟୁରୋର ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ୩୦,୫୫୫ଟି ଅପରାଧ ନାବାଳକଙ୍କ ଦ୍ୱାରା ସଂଘଟିତ ହୋଇଛି। ୪,୪୦୬ ମାମଲାକୁ ନେଇ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଦେଶରେ ଘଟୁଥିବା ମୋଟ ହତ୍ୟା ଓ ବଳାତ୍କାରର ଶତକଡ଼ା ୮ ଭାଗ କେବଳ ନାବାଳକଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଉଛି। ଶତକଡ଼ା ୭୨ ଭାଗ ଚୋରି ଡକାୟତିରେ ନାବାଳକମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କ ଦ୍ୱାରା ଶତକଡ଼ା ୬୭ ଭାଗ ଅପରାଧ ସଂଘଟିତ ହେଉଥିବା ବେଳେ ୩୩ ଭାଗ ଅପରାଧ ୭ରୁ ୧୫ ବର୍ଷ ବୟସର ପିଲାଙ୍କ ଦ୍ୱାରା ହେଉଛି। ପ୍ରତ୍ୟେକ ଦିନ ଦେଶରେ ୮୫ଟି ବାଳ ଅପରାଧ ଘଟୁଥିବା ବେଳେ ଏଥିରେ ସମ୍ପୃକ୍ତ ୧୦୦ ଜଣଙ୍କୁ ଗିରଫ କରାଯାଉଛି। ୩ ଜଣ ନାବାଳକ କେବଳ ବଳାତ୍କାର ଭଳି ଘଟଣାରେ ଜଡ଼ିତ ହୋଇ ଯାଉଛନ୍ତି। ଓଡ଼ିଶାରେ ବାଳ ଅପରାଧ ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୭ରେ ୫,୬୧୧ଟି ବାଳ ଅପରାଧ ଘଟିଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୧୦,୨୪୬ରେ ଆସି ପହଞ୍ଚତ୍ଛି।
ଦେଶରେ ନାବାଳକଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅପରାଧ ଯେପରି ଭାବେ ବୃଦ୍ଧିପାଉଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ନାବାଳକମାନେ ପ୍ରାପ୍ତବୟସ୍କଙ୍କ ଭଳି ଅପରାଧ ଘଟାଉଥିବା ଦେଖାଯାଉଛି। ସୁତରାଂ ଗୁରୁତର ଅପରାଧ କରୁଥିବା ନାବାଳକମାନଙ୍କୁ ବୟସ୍କଙ୍କ ପରି ଶାସ୍ତି ଦେବାକୁ ବିଭିନ୍ନ ସ୍ତରରେ ଦାବି ହୋଇ ଆସୁଥିଲା। ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାକୁ ଦୃଷ୍ଟିରେ ରଖି ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ସଂଶୋଧନ ଅଣାଯାଇ ୨୦୧୫ ମସିହାରେ ପାର୍ଲାମେଣ୍ଟରେ ଏକ ବିଲ୍‌ ଗୃହୀତ ହେଲା। ୧୬ରୁ ୧୮ ବର୍ଷ ବୟସର କୌଣସି ନାବାଳକ ଯଦି ଗୁରୁତର ଅପରାଧ କରେ ତେବେ ତାକୁ ପ୍ରାପ୍ତବୟସ୍କ ଭାବେ ଧରି ନେଇ ତା’ର ବିଚାର କରିବାକୁ ଆଇନ କରାଗଲା। ୨୦୧୬ ଜାନୁଆରୀ ୧୫ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଗଲା।
ଆଇନରେ ସଂଶୋଧନ ସତ୍ତ୍ୱେ ଦେଶରେ ବାଳ ଅପରାଧ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ତେଣୁ ଆଇନର ଭୟ ଅପେକ୍ଷା ଅପରାଧର କାରଣ ନିରୂପଣ କରି ତାହାର ନିରାକରଣ କରିପାରିଲେ ବାଳ ଅପରାଧକୁ ନିୟନ୍ତ୍ରଣ କରାଯାଇପାରେ।

ସମାଜ ବିଜ୍ଞାନୀ ଓ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଅଭିଭାବକମାନେ ପିଲାର ମାନସିକ ସ୍ବାସ୍ଥ୍ୟ ପ୍ରତି ଅଧିକ ଯନତ୍ବାନ୍‌ ହେବା ଆବଶ୍ୟକ। ପିଲାମାନେ ଯେଉଁ ଅପରାଧରେ ଜଡ଼ିତ ହୋଇଯାଉଥିବାର ଦେଖାଯାଉଛି ତାହାର ଭଲମନ୍ଦ ଦିଗ ସମ୍ପର୍କରେ ପିଲାଙ୍କୁ ସଚେତନ କରାଯିବା ଜରୁରୀ। ପିଲାର ସାଙ୍ଗସାଥୀମାନଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖି ଆବଶ୍ୟକ ସ୍ଥଳେ ପ୍ରତିକାର କରାଯିବା ଦରକାର। କାରଣ କୁସଙ୍ଗରେ ପଡ଼ି ପିଲାମାନେ ଅବାଟକୁ ଚାଲିଯିବାର ବହୁ ଦୃଷ୍ଟାନ୍ତ ରହିଛି। ଅତ୍ୟଧିକ ଆକଟ କିମ୍ବା କୋହଳ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ପାରିବାରିକ ଅଶାନ୍ତି ପିଲାମାନଙ୍କ୍‌ୁ ଅସୁଖୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସେମାନଙ୍କୁ ଅସାମାଜିକ କରି ଗଢ଼ି ତୋଳିବାରେ ସାହାଯ୍ୟ କରେ। ଏଥିପ୍ରତି ଅଭିଭାବକମାନେ ସତର୍କ ରହିବା ଜରୁରୀ।

ସାମାଜିକ ଗଣମାଧ୍ୟମ, ଅନ୍‌ଲାଇନ୍‌ ଗେମ୍‌, ଏଆଇ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଭାବ କୋମଳମତି ବାଳକବାଳିକାମାନଙ୍କୁ ଖୁବ୍‌ଶୀଘ୍ର ପ୍ରାପ୍ତବୟସ୍କ କରିପକାଉଛି। ପାଠପଢ଼ା ସମୟ ପରେ ଖେଳକୁଦ, ନୃତ୍ୟଗୀତ, ଚିତ୍ରକଳା, ସ୍କାଉଟ୍‌-ଗାଇଡ୍‌ ଆଦି କାର୍ଯ୍ୟରେ ପିଲାମାନଙ୍କୁ ନିଯୁକ୍ତ କରିପାରିଲେ ସେମାନେ ସ୍ମାର୍ଟ ଫୋନ୍‌ଠାରୁ ଦୂରେଇ ରହିପାରିବେ।

ଏଇଟା ନିରାଟ ସତ୍ୟ ଯେ କେହି କେବେ ଅପରାଧୀ ହୋଇ ଜନ୍ମ ନେଇ ନ ଥାଏ। ଦାରିଦ୍ର୍ୟ, କୁସଙ୍ଗ, ମୁରବିଶୂନ୍ୟତା ସହିତ ପ୍ରଦୂଷିତ ସାମାଜିକ ପରିବେଶ ହିଁ କୋମଳମତି ପିଲାମାନଙ୍କୁ ଅସାମାଜିକ ଓ ଅପରାଧୀ ରୂପେ ଗଢ଼ି ତୋଳେ। ତେଣୁ ସମସ୍ତେ ମିଳିତ ଭାବେ ଏସବୁ ଦିଗ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧାମତ୍କ ପଦକ୍ଷେପ ନେଇପାରିଲେ ଆମ ସମାଜକୁ ବାଳ ଅପରାଧମୁକ୍ତ କରିପାରିବା।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?