ଥିଲେ ୩ ବାପି, ଆସିଲେନି ବସନ୍ତ

ପାରାଦୀପ,୨୯।୭(ଶରତ ରାଉତ): ୨୦୨୪ ନିର୍ବାଚନର ମାସେ ୨୪ ଦିନ ପରେ ରବିବାର ପାରାଦୀପ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାଖରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ୩ ବାପି ନେତୃତ୍ୱ ନେଇଥିଲେ। ସେମାନେ ହେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ (ବାପି), କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଅରିନ୍ଦମ ସର୍ଖେଲ (ବାପି) ଓ ଦଳର ଜିଲା ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା (ବାପି)। ପାରାଦୀପ ବିଜେଡି ଉପସଭାପତି କୁମର ନାୟକଙ୍କ ଦ୍ୱାରା ଆୟୋଜିତ ବନ୍ଧୁମିଳନରେ ୩ ବାପିଙ୍କ ସମେତ ଶ୍ରମିକ ନେତା ତଥା ଦଳର ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ, ବିଧାୟିକା ପ୍ରାର୍ଥତ୍ନୀ ଗୀତାଞ୍ଜଳି ରାଉତରାୟ, ପୌର ଉପାଧ୍ୟକ୍ଷା ଛବିଲତା ରାଉତ, ଦଳର ଜିଲା ମହିଳା ସଭାପତି ସବିତା ମହାପାତ୍ର, କୁଜଙ୍ଗ ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା, କୁଜଙ୍ଗ ବ୍ଲକର ପଞ୍ଚାୟତସ୍ତରୀୟ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ସମେତ ଦଳର ଅର୍ଦ୍ଧାଧିକ କାଉନସିଲର ଅନୁପସ୍ଥିତ ଥିଲେ। ପ୍ରାୟ ସମସ୍ତେ ଦଳର ପରାଜୟ କଥା ଭୁଲି ଆଗକୁ ଯିବାକୁ ସଭାରେ ପରାମର୍ଶ ଦେଇଥିଲେ।
ବିଧାୟକ ସମ୍ବିତ କହିଥିଲେ, ଦଳ ମଧ୍ୟରେ କେତେଜଣ ଢୋଲ ଭିତରେ ମୂଷା ଭଳି କାମ କରିଛନ୍ତି। ଏବେ ସମୟ ଆସିଛି ସେହି ମୂଷାଙ୍କୁ ଚିହ୍ନଟ କରିବା ଏବଂ ସେପରି ମୂଷାଙ୍କୁ ଢମଣା ଓ ଧଣ୍ଡ ସାପ ଜରିଆରେ ନିପାତ କରିବା। ଆଗକୁ ପାରାଦୀପ ସମେତ କୁଜଙ୍ଗ ଓ ରାହାମାରେ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ। ଜିଲା ଉପସଭାପତି ପୀତାମ୍ବର ତରାଇ କହିଥିଲେ, ଆସନ୍ତା ୩ ମାସ ମଧ୍ୟରେ ପୌରପରିଷଦରେ ଅନାସ୍ଥା ଆସିବ। ଉକ୍ତ ଅଭିଯୋଗକୁ ପୂର୍ବତନ ବିଧାୟକ ସମ୍ବିତ ନାପସନ୍ଦ କରିଥିଲେ।
ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପରାଜୟ ହୋଇଥିଲା। ଏହି ପରାଜୟକୁ ଦଳର ବହୁ କର୍ମୀମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଥିପାଇଁ ଅଧିକାଂଶ କର୍ମୀ ଓ ନେତା ପାରାଦୀପ ପୌରାଧ୍ୟକ୍ଷ ବସନ୍ତଙ୍କୁ ଦାୟୀ କରୁଛନ୍ତି। ସେବେଠାରୁ ଏହା କେବଳ ଚର୍ଚ୍ଚାରେ ସୀମିତ ଥିଲା। ରବିବାର ବୈଠକ ବସନ୍ତଙ୍କୁ ଦମନ କରିବା ପାଇଁ କରାଯାଇଛି ବୋଲି ଆଲୋଚନା ହେଉଛି। କିନ୍ତୁ ସଭାରେ କେହି ବସନ୍ତଙ୍କ ନାମ ନେଇ ନ ଥିଲେ। ୨୦୨୨ ପୌର ନିର୍ବାଚନ ସମୟରେ ବିଜେଡିର ଏକାଧିକ ଆଶାୟୀ ଥିଲେ ଏବଂ ଦୁଇ ଗୋଷ୍ଠୀରେ ଟିକେଟ ପାଇଁ ଲବି ଚଳାଇଥିଲେ। ସେତେବେଳେ ଦଳର ଅସନ୍ତୁଷ୍ଟ ଆଶାୟୀ ଟିକେଟରୁ ବଞ୍ଚତ୍ତ ହେବାରୁ ସେମାନେ ବାପି ସର୍ଖେଲଙ୍କ ସହ ମିଶି ଥିଲେ। ବାପି ‘ଆମ ପାରାଦୀପ ଆମ ପ୍ରଗତି’ ନାମରେ ସଙ୍ଗଠନ କରି ପୌରାଞ୍ଚଳର ୧୯ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଦେଇଥିଲେ। ସେଥିରୁ ୮ ଜଣଙ୍କ ବିଜୟ ହୋଇଥିଲା। ବିଜେଡି ୭, ଭାଜପା ୩ ଓ କଂଗ୍ରେସର ଗୋଟିଏ କାଉନ୍‌ସିଲର ଜିତିଥିଲେ। ସେତେବେଳେ ବିଧାୟକଙ୍କ ଗୋଷ୍ଠୀ ବସନ୍ତଙ୍କୁ ବିରୋଧ କରିବା ସତ୍ତ୍ୱେ ସେ ୧୧ ହଜାରରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ। ତା’ପରଠାରୁ ବସନ୍ତ ଓ ସମ୍ବିତଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଥିଲା। ଏପରିକି ଗତ ନିର୍ବାଚନ ସମୟରେ ବସନ୍ତଙ୍କ ନାମ ବିଧାୟକ ଦୌଡ଼ରେ ଥିଲା। ସମ୍ବିତଙ୍କୁ ନିର୍ବାଚନ ପୂର୍ବରୁ ଅଯୋଗ୍ୟ ପ୍ରାର୍ଥୀ ବୋଲି ଦଳର କର୍ମୀମାନେ କହି ବିରୋଧ କରିଥିଲେ। ଏବେ ପରାଜୟ ପରେ ସେହି ଘଟଣାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ବସନ୍ତଙ୍କୁ ପଚାରିଲେ କୁହନ୍ତି, ଯେଉଁ ଅଭିଯୋଗ ଆସୁଛି ତାହା ଅମୂଳକ। କାରଣ ସାରା ରାଜ୍ୟରେ ଦଳର ପରାଜୟ ହୋଇଛି। ସେଠାରେ କ’ଣ ସେ ଯାଇ କାହାକୁ ହରେଇଦେଲେ। ନିଜ ଦୋଷ ନ ଦେଖି ଏପରି ଆକ୍ଷେପ ଆଦୌ ଭଲ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?