ଶିକ୍ଷା ପାଣ୍ଠି

ମାର୍ଚ୍ଚ ୧୦ ତାରିଖରେ ଲୋକ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର ଡିଏମ୍‌କେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଓ ପିଏମ୍‌ଶ୍ରୀ ଯୋଜନାକୁ ଅଗ୍ରାହ୍ୟ କରି ପିଲାମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛନ୍ତି। ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହ ସେ ଅହଂକାର ପ୍ରଦର୍ଶନ କରୁଥିବା ଏବଂ ତାମିଲନାଡୁର ଲୋକେ ଜାତୀୟ ଶିକ୍ଷାନୀତିକୁ ବିରୋଧ କରୁଥିବାରୁ ସେମାନଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି। ଭାଷାରେ ବାଧା ସୃଷ୍ଟି କରିବା ଡିଏମ୍‌କେର ମୁଖ୍ୟ କାମ। ତାମିଲନାଡୁ ସରକାର ରାଜନୀତି କରୁଛନ୍ତି, ସେମାନେ ଅଗଣତାନ୍ତ୍ରିକ ଓ ଅସଭ୍ୟ ବୋଲି କହିଥିବା ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ତାମିଲନାଡୁ ଲୋକଙ୍କ ପ୍ରତି ଏଭଳି ଅପମାନକୁ ପ୍ରଧାନମନ୍ତ୍ରୀ ସମର୍ଥନ କରୁଛନ୍ତି ବୋଲି ଷ୍ଟାଲିନ୍‌ ପ୍ରଶ୍ନ ଉଠାଇଛନ୍ତି। ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ତାଙ୍କ ମନ୍ତବ୍ୟକୁ ସଂସଦର ରେକର୍ଡରୁ କାଟିଦେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଲେ। ପରବର୍ତ୍ତୀ ସମୟରେ ଶିକ୍ଷାମନ୍ତ୍ରୀ ତାଙ୍କର ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ଏତିକିରେ ଷ୍ଟାଲିନ୍‌ ଅଟକି ଯାଇନାହାନ୍ତି, ଶିକ୍ଷାମନ୍ତ୍ରୀ ମଧ୍ୟ କେନ୍ଦ୍ରର ସମଗ୍ର ଶିକ୍ଷା ଅଭିଯାନରେ ରାଜ୍ୟକୁ ପାଣ୍ଠି ଯୋଗାଣରେ ବିଳମ୍ବ କରୁଥିବା କହିଛନ୍ତି। ଏହା ବ୍ୟତୀତ ଷ୍ଟାଲିନ୍‌ ପ୍ରଶ୍ନ କରିଛନ୍ତି ଯେ, ଆମ ଉପରେ ଟିକସ ଲଦିଦେବା ପରିବର୍ତ୍ତେ ଛାତ୍ରୀଛାତ୍ରଙ୍କ ପାଇଁ ପାଣ୍ଠି ଯୋଗାଇବା ସମ୍ଭବ କି ନାହିଁ ମନ୍ତ୍ରୀ ସିଧା ଉତ୍ତର ଦେଇପାରିବେ କି ।

ଏଠାରେ ସୂଚିତ କରାଯାଇପାରେ ଯେ, ନିକଟରେ ତାମିଲନାଡୁ ଏନ୍‌ଇପିର ତିନି ଭାଷା ଫର୍ମୁଲାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ଦେଖିବାକୁ ଗଲେ ଭାରତ ଭଳି ବିଶାଳ ଗଣତାନ୍ତ୍ରିକ ଦେଶରେ ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି। କେନ୍ଦ୍ରର କେତେକ କାର୍ଯ୍ୟର ଦାୟିତ୍ୱ ଥିବାବେଳେ ରାଜ୍ୟଗୁଡ଼ିକର ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି। ତତ୍‌ ସଙ୍ଗେ ସଙ୍ଗେ ଗୋଟିଏ ମିଳିତ ତାଲିକା ରହିଛି ଯେଉଁଥିପାଇଁ ଉଭୟେ ଦାୟୀ। ସେଥିମଧ୍ୟରେ ଶିକ୍ଷା ହେଉଛି ଭାରତ ସମ୍ବିଧାନର ଏକ ବିଷୟ, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ୱ ରହିଛି। ଉଭୟ ଏହା ଉପରେ ଆଇନ ତିଆରି କରି ଲାଗୁ କରିପାରିବେ। କିନ୍ତୁ ରାଜ୍ୟ ପାଇଁ କେନ୍ଦ୍ର କରୁଥିବା ଯୋଜନା କେତେ ଭଲ ତାହା ରାଜ୍ୟଗୁଡ଼ିକ ପାଖରେ ସମୀକ୍ଷା କରିବାର ଅଧିକାର ରହିଛି। ଶିକ୍ଷା ସମ୍ପର୍କୀୟ ସବୁ କେନ୍ଦ୍ରୀୟ ନିଷ୍ପତ୍ତିକୁ ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଗଲେ ସେମାନେ ସମ୍ବିଧାନ ଅନୁଯାୟୀ ମାନିବାକୁ ବାଧ୍ୟ ନୁହନ୍ତି। ତେଣୁ ଶିକ୍ଷା ଭଳି ବିଷୟ କନ୍‌କରେଣ୍ଟ ବା ମିଳିତ ତାଲିକାରେ ଥିବା ହେତୁ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ହେଉଛି କେନ୍ଦ୍ରର ଦାୟିତ୍ୱ। ଏହା ସ୍ବୀକାର କରାଯାଇପାରେ ଯେ ହିନ୍ଦୀକୁ ସବୁ ରାଜ୍ୟ ଉପରେ ଲଦିଦେବା ପାଇଁ ଏକ ବଡ଼ଧରଣର ଲୁକ୍କାୟିତ ରାଜନୈତିକ ମସୁଧା କିଛିବର୍ଷ ହେଲା ଉଗ୍ରରୂପ ଧାରଣ କରିଛି। ଓଡ଼ିଶା ଭଳି ରାଜ୍ୟରେ ନିଜ ମାତୃଭାଷା ପାଇଁ ସାଧାରଣ ନାଗରିକଙ୍କର ଶ୍ରଦ୍ଧାର ବିଶେଷ ଅଭାବ ଥିବା ହେତୁ କେନ୍ଦ୍ରର ନିଷ୍ପତ୍ତି ମୁଣ୍ଡପାତି ସହିଯିବାକୁ ଉଭୟ ସରକାର ଏବଂ ଜନସାଧାରଣ ପସନ୍ଦ କରିଥାନ୍ତି। କିନ୍ତୁ ତାମିଲନାଡୁ ଭଳି ସ୍ବାଭିମାନୀ ରାଜ୍ୟରେ ନିଜ ମାତୃଭାଷା ପାଇଁ ପ୍ରେମ ଏକ ବଡ଼ ଶକ୍ତି ଭାବେ ଦୀର୍ଘଦିନ ଧରି ଗଢ଼ିଉଠିଛି। ସେଥିପାଇଁ ଓଡ଼ିଶା ସମେତ ଉତ୍ତର ଭାରତର ଅନେକ ରାଜ୍ୟରୁ ଯୁବତୀଯୁବକ ତାମିଲନାଡୁ, କର୍ନାଟକ ଭଳି ଦକ୍ଷିଣ ରାଜ୍ୟକୁ ଯାଇ ଚାକିରି ଖୋଜୁଛନ୍ତି। ଏହା କୁହାଯାଇପାରେ ଯେ କ୍ୱଚିତ ଯୁବକ ଦକ୍ଷିଣ ରାଜ୍ୟରୁ ଆସି ଓଡ଼ିଶା କିମ୍ବା କୌଣସି ହିନ୍ଦୁ ଭାଷାଭାଷୀ ଅଞ୍ଚଳରେ ଚାକିରି ଖୋଜୁଛନ୍ତି। ଏହାର ଅର୍ଥ ହେଲା ହିନ୍ଦୀ ଶିଖୁଥିବା ଯୁବପିଢ଼ିଙ୍କର ଭବିଷ୍ୟତ ଉଜ୍ଜ୍ୱଳ ନୁହେଁ। ଏହା ପରିବର୍ତ୍ତେ ଇଂଲିଶ ଶିଖିଲେ ଦେଶ ଛଡ଼ା ବିଦେଶରେ ମଧ୍ୟ କାର୍ଯ୍ୟ କରିବା ସହଜ ହୋଇଥାଏ। ଏହି ମୌଳିକ ସତ୍ୟକୁ ଅଣଦେଖା କଲେ ଭାରତର ଭବିଷ୍ୟତକୁ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ମାଧ୍ୟମରେ ଅନ୍ଧକାରର ଯୁଗକୁ ଠେଲିଦେବାର ଚେଷ୍ଟା କରାଯାଉଛି ବୋଲି କୁହାଯାଇପାରିବ। ଏହାଛଡ଼ା ମନେରଖିବାକୁ ହେବ ଯେ ତାମିଲନାଡୁ, କର୍ନାଟକ, ମହାରାଷ୍ଟ୍ର ଭଳି ଅନ୍ୟ କେତୋଟି ରାଜ୍ୟ ଦ୍ୱାରା କେନ୍ଦ୍ର ସରକାରଙ୍କୁ ବହୁମାତ୍ରାରେ ଟିକସ ଯୋଗାଇ ଦିଆଯାଉଛି। ବିଶେଷକରି ଦକ୍ଷିଣ ରାଜ୍ୟଗୁଡ଼ିକଠାରୁ ଜିଏସ୍‌ଟି ସଂଗ୍ରହର ପରିମାଣ ବହୁତ ଅଧିକ ରହୁଛି। ସେହି ତଥ୍ୟ ଦେଖିଲେ ବୁଝାପଡ଼େ ଯେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ଶିକ୍ଷା ସହିତ ଜଡ଼ିତ ଅର୍ଥ ମିଳିବା ଉପରେ ମନ୍ତବ୍ୟ କାହାରି ଦ୍ୱାରା ଗ୍ରହଣୀୟ ହେବ ନାହିଁ। କାରଣ ଟିକସ ଆଦାୟ କେବଳ ରାଜ୍ୟଗୁଡ଼ିକଠାରୁ ହୋଇଥାଏ, ଏହାର ଲାଭ କେନ୍ଦ୍ରକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?