ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

Featured Video Play Icon

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା ବୁଦ୍ଧିମାନ ପରିଚୟ। କୌଣସି ପ୍ଲାଟ୍‌ଫର୍ମରେ ଅର୍ଥ ବିନିଯୋଗ ବେଳେ ଲୋକଙ୍କ ସେ ବାବଦରେ ସେତିକି ଜ୍ଞାନ ନ ଥାଏ। କିଭଳି କେଉଁ ପ୍ଲାଟ୍‌ଫର୍ମରେ ଅର୍ଥ ବିନିଯୋଗକଲେ ତାହା ସୁରକ୍ଷିତ ରହିବା ସହ ଅଧିକ ଲାଭ ପ୍ରଦାନ କରିବ ତା’ ଉପରେ ଧ୍ୟାନଦେବା ଅଧିକ ବାଞ୍ଛନୀୟ। ବିଶେଷକରି ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ନିୟମାବଳୀ ଜାଣିବାର ଆବଶ୍ୟକତା ରହିଛି। ଅର୍ଥ ନିବେଶ ବେଳେ ସାଇବର ଅପରାଧ ପ୍ରତି ଧ୍ୟାନ ଦିଆଯିବାର ବିଶେଷ ଆବଶ୍ୟକତା ରହିଛି। ଧରିତ୍ରୀ ଏବଂ ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡର ମିଳିତ ଆନୁକୂଲ୍ୟରେ ମାଣିକଘୋଷ ବଜାରସ୍ଥିତ ମାରଓ୍ୱାଡି କ୍ଲବ ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ ଶିକ୍ଷିତ ନିବେଶକ ବିକଶିତ ଭାରତ ଶୀର୍ଷକ କର୍ମଶାଳାରେ ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ୍‌ ଫଣ୍ଡର ଏଭିପି ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ଏଭିପି ମହମ୍ମଦ ଅମିର୍‌ ସୁଲେମାନ ମତପ୍ରକାଶ କରିଛନ୍ତି।
ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନକରି କହିଲେ, ଓଡ଼ିଶାବାସୀଙ୍କ ପାଇଁ କିଛି ନୂଆ କରିବାର ଚେଷ୍ଟା କରୁଛୁ। ଓଡ଼ିଶାରେ ନିବେଶ ଶିକ୍ଷା ହୋଇପାରିନାହିଁ। ଯୁବପିଢ଼ି ନିବେଶ ଶିକ୍ଷା ପାଇବାର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ଷ୍ଟକ୍‌ ଏକ୍ସଚେଞ୍ଜ ବନ୍ଦ ହୋଇଗଲା, ଦୁଃଖ ଲାଗୁଛି। ରାଜ୍ୟରେ ଜମି ଅଧିଗ୍ରହଣ ବେଳେ ଲୋକେ ପାଇଥିବା ଅର୍ଥକୁ ଗାଡ଼ି, ଘର, ଜମି କିଣାରେ ସାରିଦେଲେ। ତା’ପରେ ସେମାନଙ୍କ ଆର୍ଥତ୍କ ଅବସ୍ଥା ଖରାପ ହୋଇଗଲା। ସେମାନଙ୍କର ନିବେଶ ଜ୍ଞାନ ନ ଥିବାରୁ ଏପରି ସ୍ଥିତି ସୃଷ୍ଟିହେଲା। ତେଣୁ ଆଦିତ୍ୟ ବିର୍ଲା ସହ ମିଳିତ ହୋଇ ଧରିତ୍ରୀ ଏଭଳି କାର୍ଯ୍ୟକ୍ରମ ସାରା ରାଜ୍ୟରେ କରିବାର ପ୍ରୟାସ ଆରମ୍ଭ କରିଛି। ଏହାଦ୍ୱାରା ଲୋକେ ଆର୍ଥକ ଶିକ୍ଷିତ ହୋଇପାରିଲେ କାର୍ଯ୍ୟକ୍ରମ ସଫଳ ହେବ ବୋଲି ସତପଥୀ ଆଶାପୋଷଣ କରିଥିଲେ।
ବକ୍ତା ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ଏଏମ୍‌ସି ଲିମିଟେଡ୍‌ ରିଟେଲ ସେଲ୍‌ସର କଟକ ଶାଖା ପ୍ରବନ୍ଧକ ଦେବାଶିଷ ମିଶ୍ର କହିଲେ, କୌଣସି ନିବେଶ ବେଳେ ନିବେଶକ ଉପଯୁକ୍ତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଯୁବପିଢ଼ି ୨୫ ବର୍ଷ ବୟସରୁ ନିବେଶ ଆରମ୍ଭକଲେ ତାହା ଅଧିକ ଲାଭପ୍ରଦ ହୋଇଥାଏ। ମାତ୍ର ଡେରିରେ ନିବେଶ କମ୍‌ ଫଳ ଦେଇଥାଏ। ବିଶେଷକରି ମ୍ୟୁଚୁଆଲ ଫଣ୍ଡରେ ଅର୍ଥ ବିନିଯୋଗ ଦ୍ୱାରା ଆର୍ଥତ୍କ ସ୍ଥିତି ସୁଦୃଢ଼ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବକ୍ତା ଓଡ଼ିଶା କ୍ରାଇମବ୍ରାଞ୍ଚର ଡିଏସ୍‌ପି ଅନୀଳା ଆନନ୍ଦ ଅର୍ଥ ନିବେଶ ବେଳେ ସାଇବର ସୁରକ୍ଷା ପ୍ରତି ଧ୍ୟାନଦେବାକୁ ସଚେତନ କରାଇଥିଲେ। ଦୈନନ୍ଦିନ ଘଟୁଥିବା ବିଭିନ୍ନ ସାଇବର ଅପରାଧକୁ ଉପସ୍ଥାପନକରି ଆମର ଅଜ୍ଞତାରୁ ସାଇବର ଅପରାଧର ଶିକାର ହେଉଛୁ। ବିଶେଷକରି ଶିକ୍ଷିତ ବ୍ୟକ୍ତିମାନେ ଡିଜିଟାଲ ଆରେଷ୍ଟ, ସାଇବର ଠକେଇରେ ବହୁ କୋଟି ଟଙ୍କା ହରାଇବାର ମାମଲା ଓଡ଼ିଶା କ୍ରାଇମବ୍ରାଞ୍ଚରେ ତଦନ୍ତ ପରିସରଭୁକ୍ତ ଥିବା ଡିଏସ୍‌ପି ଆନନ୍ଦ କହିଥିଲେ। ତେବେ ମୋବାଇଲ ବ୍ୟବହାର ବେଳେ ଅନାବଶ୍ୟକ ବ୍ୟବହାର ଓ ଅଜଣା ଆପ୍‌କୁ ନ ଖୋଲିବାକୁ ସେ ପରାମର୍ଶ ଦେଇଥିଲେ। ଅର୍ଥ ବିନିଯୋଗ ବେଳେ ସାଇବର ସୁରକ୍ଷା ପ୍ରତି ସମସ୍ତେ ଶିକ୍ଷିତ ଓ ସଚେତନ ରହିବାକୁ ସେ ଚେତାଇ ଦେଇଥିଲେ।
ଅବସରରେ ଏକ ପ୍ୟାନେଲ୍‌ ଡିସ୍କସନ ହୋଇଥିଲା। ଏଥିରେ ପ୍ୟାନେଲିଷ୍ଟ ଭାବେ ଗିରୀନ୍ଦ୍ର ନାରାୟଣ ଘୋଷ, ଅକ୍ଷୟ କୁମାର ବାରିକ, ଦିଲୀପ କୁମାର ସ୍ୱାଇଁ ଏବଂ ମୋଡୋରେଟର ଭାବେ ଦେବାଶିଷ ମିଶ୍ର ଭାଗ ନେଇଥିଲେ। ଏହାପରେ ବିଶେଷଜ୍ଞମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଦର୍ଶକମାନେ ଅଂଶଗ୍ରହଣ କରିଥିଲେ। କଟକ ମାରଓ୍ୱାଡି ସମାଜର ସଭାପତି ସଞ୍ଜୟ ଶର୍ମା, ମହାସଚିବ ଶଙ୍କରଲାଲ ଗୁପ୍ତା, ପୂର୍ୱତନ ସଭାପତି କିଶନଲାଲ୍‌ ମୋଦିଙ୍କ ସମେତ ଉଦ୍ୟୋଗପତି ରମଣ ବାଗେଡ଼ିଆ, ଅର୍ଶଦୀପ ସିଂହ, ଅଭିନେତା ଶକ୍ତି ବରାଳ, ବ୍ୟଙ୍ଗକବି ଡ. ଧର୍ମଛଡ଼ା, ରୋଟାରିଆନ ଆଲୋକ ସାହୁ, ଅଧ୍ୟାପକ ସେକ୍‌ କଲିମୁଲ୍ଲା ଓ ମହାନଦୀ ବିହାର ଉନ୍ନୟନ ପରିଷଦର ସଭାପତି ସଞ୍ଜୟ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri