ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

Featured Video Play Icon

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା ବୁଦ୍ଧିମାନ ପରିଚୟ। କୌଣସି ପ୍ଲାଟ୍‌ଫର୍ମରେ ଅର୍ଥ ବିନିଯୋଗ ବେଳେ ଲୋକଙ୍କ ସେ ବାବଦରେ ସେତିକି ଜ୍ଞାନ ନ ଥାଏ। କିଭଳି କେଉଁ ପ୍ଲାଟ୍‌ଫର୍ମରେ ଅର୍ଥ ବିନିଯୋଗକଲେ ତାହା ସୁରକ୍ଷିତ ରହିବା ସହ ଅଧିକ ଲାଭ ପ୍ରଦାନ କରିବ ତା’ ଉପରେ ଧ୍ୟାନଦେବା ଅଧିକ ବାଞ୍ଛନୀୟ। ବିଶେଷକରି ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ନିୟମାବଳୀ ଜାଣିବାର ଆବଶ୍ୟକତା ରହିଛି। ଅର୍ଥ ନିବେଶ ବେଳେ ସାଇବର ଅପରାଧ ପ୍ରତି ଧ୍ୟାନ ଦିଆଯିବାର ବିଶେଷ ଆବଶ୍ୟକତା ରହିଛି। ଧରିତ୍ରୀ ଏବଂ ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡର ମିଳିତ ଆନୁକୂଲ୍ୟରେ ମାଣିକଘୋଷ ବଜାରସ୍ଥିତ ମାରଓ୍ୱାଡି କ୍ଲବ ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ ଶିକ୍ଷିତ ନିବେଶକ ବିକଶିତ ଭାରତ ଶୀର୍ଷକ କର୍ମଶାଳାରେ ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ୍‌ ଫଣ୍ଡର ଏଭିପି ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ଏଭିପି ମହମ୍ମଦ ଅମିର୍‌ ସୁଲେମାନ ମତପ୍ରକାଶ କରିଛନ୍ତି।
ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନକରି କହିଲେ, ଓଡ଼ିଶାବାସୀଙ୍କ ପାଇଁ କିଛି ନୂଆ କରିବାର ଚେଷ୍ଟା କରୁଛୁ। ଓଡ଼ିଶାରେ ନିବେଶ ଶିକ୍ଷା ହୋଇପାରିନାହିଁ। ଯୁବପିଢ଼ି ନିବେଶ ଶିକ୍ଷା ପାଇବାର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ଷ୍ଟକ୍‌ ଏକ୍ସଚେଞ୍ଜ ବନ୍ଦ ହୋଇଗଲା, ଦୁଃଖ ଲାଗୁଛି। ରାଜ୍ୟରେ ଜମି ଅଧିଗ୍ରହଣ ବେଳେ ଲୋକେ ପାଇଥିବା ଅର୍ଥକୁ ଗାଡ଼ି, ଘର, ଜମି କିଣାରେ ସାରିଦେଲେ। ତା’ପରେ ସେମାନଙ୍କ ଆର୍ଥତ୍କ ଅବସ୍ଥା ଖରାପ ହୋଇଗଲା। ସେମାନଙ୍କର ନିବେଶ ଜ୍ଞାନ ନ ଥିବାରୁ ଏପରି ସ୍ଥିତି ସୃଷ୍ଟିହେଲା। ତେଣୁ ଆଦିତ୍ୟ ବିର୍ଲା ସହ ମିଳିତ ହୋଇ ଧରିତ୍ରୀ ଏଭଳି କାର୍ଯ୍ୟକ୍ରମ ସାରା ରାଜ୍ୟରେ କରିବାର ପ୍ରୟାସ ଆରମ୍ଭ କରିଛି। ଏହାଦ୍ୱାରା ଲୋକେ ଆର୍ଥକ ଶିକ୍ଷିତ ହୋଇପାରିଲେ କାର୍ଯ୍ୟକ୍ରମ ସଫଳ ହେବ ବୋଲି ସତପଥୀ ଆଶାପୋଷଣ କରିଥିଲେ।
ବକ୍ତା ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ଏଏମ୍‌ସି ଲିମିଟେଡ୍‌ ରିଟେଲ ସେଲ୍‌ସର କଟକ ଶାଖା ପ୍ରବନ୍ଧକ ଦେବାଶିଷ ମିଶ୍ର କହିଲେ, କୌଣସି ନିବେଶ ବେଳେ ନିବେଶକ ଉପଯୁକ୍ତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଯୁବପିଢ଼ି ୨୫ ବର୍ଷ ବୟସରୁ ନିବେଶ ଆରମ୍ଭକଲେ ତାହା ଅଧିକ ଲାଭପ୍ରଦ ହୋଇଥାଏ। ମାତ୍ର ଡେରିରେ ନିବେଶ କମ୍‌ ଫଳ ଦେଇଥାଏ। ବିଶେଷକରି ମ୍ୟୁଚୁଆଲ ଫଣ୍ଡରେ ଅର୍ଥ ବିନିଯୋଗ ଦ୍ୱାରା ଆର୍ଥତ୍କ ସ୍ଥିତି ସୁଦୃଢ଼ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବକ୍ତା ଓଡ଼ିଶା କ୍ରାଇମବ୍ରାଞ୍ଚର ଡିଏସ୍‌ପି ଅନୀଳା ଆନନ୍ଦ ଅର୍ଥ ନିବେଶ ବେଳେ ସାଇବର ସୁରକ୍ଷା ପ୍ରତି ଧ୍ୟାନଦେବାକୁ ସଚେତନ କରାଇଥିଲେ। ଦୈନନ୍ଦିନ ଘଟୁଥିବା ବିଭିନ୍ନ ସାଇବର ଅପରାଧକୁ ଉପସ୍ଥାପନକରି ଆମର ଅଜ୍ଞତାରୁ ସାଇବର ଅପରାଧର ଶିକାର ହେଉଛୁ। ବିଶେଷକରି ଶିକ୍ଷିତ ବ୍ୟକ୍ତିମାନେ ଡିଜିଟାଲ ଆରେଷ୍ଟ, ସାଇବର ଠକେଇରେ ବହୁ କୋଟି ଟଙ୍କା ହରାଇବାର ମାମଲା ଓଡ଼ିଶା କ୍ରାଇମବ୍ରାଞ୍ଚରେ ତଦନ୍ତ ପରିସରଭୁକ୍ତ ଥିବା ଡିଏସ୍‌ପି ଆନନ୍ଦ କହିଥିଲେ। ତେବେ ମୋବାଇଲ ବ୍ୟବହାର ବେଳେ ଅନାବଶ୍ୟକ ବ୍ୟବହାର ଓ ଅଜଣା ଆପ୍‌କୁ ନ ଖୋଲିବାକୁ ସେ ପରାମର୍ଶ ଦେଇଥିଲେ। ଅର୍ଥ ବିନିଯୋଗ ବେଳେ ସାଇବର ସୁରକ୍ଷା ପ୍ରତି ସମସ୍ତେ ଶିକ୍ଷିତ ଓ ସଚେତନ ରହିବାକୁ ସେ ଚେତାଇ ଦେଇଥିଲେ।
ଅବସରରେ ଏକ ପ୍ୟାନେଲ୍‌ ଡିସ୍କସନ ହୋଇଥିଲା। ଏଥିରେ ପ୍ୟାନେଲିଷ୍ଟ ଭାବେ ଗିରୀନ୍ଦ୍ର ନାରାୟଣ ଘୋଷ, ଅକ୍ଷୟ କୁମାର ବାରିକ, ଦିଲୀପ କୁମାର ସ୍ୱାଇଁ ଏବଂ ମୋଡୋରେଟର ଭାବେ ଦେବାଶିଷ ମିଶ୍ର ଭାଗ ନେଇଥିଲେ। ଏହାପରେ ବିଶେଷଜ୍ଞମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଦର୍ଶକମାନେ ଅଂଶଗ୍ରହଣ କରିଥିଲେ। କଟକ ମାରଓ୍ୱାଡି ସମାଜର ସଭାପତି ସଞ୍ଜୟ ଶର୍ମା, ମହାସଚିବ ଶଙ୍କରଲାଲ ଗୁପ୍ତା, ପୂର୍ୱତନ ସଭାପତି କିଶନଲାଲ୍‌ ମୋଦିଙ୍କ ସମେତ ଉଦ୍ୟୋଗପତି ରମଣ ବାଗେଡ଼ିଆ, ଅର୍ଶଦୀପ ସିଂହ, ଅଭିନେତା ଶକ୍ତି ବରାଳ, ବ୍ୟଙ୍ଗକବି ଡ. ଧର୍ମଛଡ଼ା, ରୋଟାରିଆନ ଆଲୋକ ସାହୁ, ଅଧ୍ୟାପକ ସେକ୍‌ କଲିମୁଲ୍ଲା ଓ ମହାନଦୀ ବିହାର ଉନ୍ନୟନ ପରିଷଦର ସଭାପତି ସଞ୍ଜୟ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri