ଧନୁଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ପଡ଼ିଲେ ଯୁବକ, ଆଉ ତା’ପରେ ଘଟିଲା…

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍‌ଯାପାନୀ ସନ୍ଧ୍ୟାରେ ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲୋଇସିଂହା ବ୍ଲକ୍‌ ସରଗାଡ଼ ଗ୍ରାମର ମିଲନ ସାହୁ(୨୪)। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗୁରୁବାର ଗ୍ରାମ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୬) ରୁଜୁ ହୋଇଛି। ସ୍ଥାନୀୟ ପୋଲିସ ଓ ଆୟୋଜକ କମିଟିର ଅବେହଳାରୁ ମିଲନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ସମିତି ସଭ୍ୟ ବୀରେନ୍ଦ୍ର ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ଅବହେଳା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ବଲାଙ୍ଗୀର ଏସ୍‌ପିଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ମିଲନ ଓ ତାଙ୍କର କେତେକ ସାଙ୍ଗ ଝାରମୁଣ୍ଡା ଧନୁଯାତ୍ରା ଦେଖିବାକୁ ଆସି ରାମଦୋଳିରେ ବସିଥିଲେ। ରାତି ପ୍ରାୟ ୧୦ଟାରେ ମିଲନ ଦୋଳିରୁ ଖସି ଗୁରୁତର ହୋଇଥିଲେ ା ହେଲେ ଦୋଳି ମାଲିକ କିମ୍ବା ଯାତ୍ରା ଆୟୋଜକ କମିଟି ପକ୍ଷରୁ ତାଙ୍କୁ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଇ ନ ଥିଲା ା ଯାତ୍ରା ଆୟୋଜକ କମିଟି ଆମ୍ବୁଲାନ୍ସ ଆସୁଛି କହି ପ୍ରାୟ ୫୦ ମିନିଟ୍‌ ସମୟ ଗଡାଇ ଦେଇଥିଲେ। ଶେଷରେ ସାଥୀରେ ଆସିଥିବା ସାଙ୍ଗମାନେ ମିଲନଙ୍କୁ ବାଇକ୍‌ରେ ସରଗାଡ ଗ୍ରାମକୁ ଆଣି ବଲାଙ୍ଗୀର ମେଡିକାଲକୁ ନେଇଥିଲେ। ସେଠାରେ ମିଲନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା ଯାତ୍ରାବେଳେ ଆୟୋଜକ କମିଟି ତରଫରୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇ ନ ଥିବାରୁ ମିଲନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଘଟଣ ପରେ ଆୟୋଜକ କମିଟି ସଦସ୍ୟ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ଆଇଆଇସି ସିପୋରା ସରାୟ ଲୁଗୁନ କହିଛନ୍ତି, ଦୋଳି ମାଲିକ ଏବଂ ଯାତ୍ରା ପଡିଆ ଠିକା ନେଇଥିବା ମାଲିକ ମୃତକଙ୍କ ପରିବାରକୁ ଭେଟି ୩ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆୟୋଜକ କମିଟି ପକ୍ଷରୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯିବା କଥା, ହେଲେ ତାହା ହୋଇ ନ ଥିଲା। ଅପରପକ୍ଷେ ଉପଜିଲାପାଳ ଆଲୋକ ପଟେଲ କହିଛନ୍ତି, ଧନୁଯାତ୍ରା ପାଇଁ ଅନୁମତି ଥିବାବେଳେ ଦୋଳି ପାଇଁ ଅନୁମତି ନ ଥିଲା। ପୋଲିସ ପାଟ୍ରୋଲିଂ ସତ୍ତ୍ୱେ କିପରି ଦୋଳି ଚାଲିଥିଲା ତାହା ପ୍ରଶାସନିକ ତଦନ୍ତ ସାପେକ୍ଷ।
ପ୍ରକାଶ ଥାଉକି କିଶୋର ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ମିଲନ। କିଶାର ଜଣେ କିଡ୍‌ନୀ ରୋଗୀ। ମିଲନ ଡ୍ରାଇଭିଂ କରି ପରିବାର ପ୍ରତିପୋଷଣ ସହ ବାପାଙ୍କ ଚିକିତ୍ସା କରାଉଥିଲେ। ମିଲନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ସାଢେ ୩ ଲକ୍ଷ ଆର୍ଥିକ ସହାୟତା ଦେଇ ଘଟଣାକୁ ଚପାଇବା ଉଦ୍ୟମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲାରେ ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ୩୨ ଅଧିକାରୀ ମୃତ; ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ବିବୃତ୍ତି ଜାରି କଲେ କ୍ୟୁବା ସରକାର

ହାଭାନା,୫।୧: ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ୩୨ କ୍ୟୁବା ସାମରିକ ଏବଂ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। କ୍ୟୁବା ସରକାର ରବିବାର (ଜାନୁଆରୀ ୪, ୨୦୨୬)...

ଆସୁ ଆସୁ ଆକ୍ସନ ମୋଡ୍‌ରେ ଅନୁ ଗର୍ଗ: ନିଯୁକ୍ତି ପ୍ରକ୍ରିୟାକୁ ନେଇ କହିଲେ…

ଭୁବନେଶ୍ୱର,୫ା୧(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଯେଉଁ ଅର୍ଥ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମ ବାବଦରେ ରଖାଯାଉଛି ତାହାକୁ ତ୍ୱରିତ ଭାବରେ ଖର୍ଚ୍ଚ କର। ଏହାସହିତ ଇଂଲିଶ...

ଖୋର୍ଦ୍ଧାରେ ଜଣ୍ଡିସ୍‌ ଆତଙ୍କ: ଅନୁଧ୍ୟାନ ପାଇଁ ଗଲା ଜନସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର/ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ...

ଦୁଇ ଝିଅ ପରେ ପୁଣିଥରେ ପିତା ହେଲେ Ambati Rayudu

ନୂଆଦିଲ୍ଲୀ,୫।୧: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପାଲ୍ଲି ବିଦ୍ୟା ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି।...

ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ...

Delhi Riots: ସରଜିଲ୍‌ ଇମାମ୍‌ ଓ ଉମର ଖାଲିଦଙ୍କୁ ମିଳିଲାନି ଜାମିନ, ଆଉ ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ଦଙ୍ଗା ସହିତ ଜଡିତ ଅଭିଯୋଗରେ ଗତ ପାଞ୍ଚ ବର୍ଷ ଧରି ଜେଲରେ ଥିବା ଉମର ଖାଲିଦ ଏବଂ ସରଜିଲ୍‌ ଇମାମ୍‌ଙ୍କୁ ସୁପ୍ରିମକୋର୍ଟରୁ ଏକ...

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ପିକନିକ୍‌ କରିବାକୁ ଯାଇଥିଲେ, ଗାଧୋଉଥିବାବେଳେ ଖସିଗଲା ଗୋଡ଼: ୧୮ ଘଣ୍ଟା ପରେ…

ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri