ଧନୁଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ପଡ଼ିଲେ ଯୁବକ, ଆଉ ତା’ପରେ ଘଟିଲା…

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍‌ଯାପାନୀ ସନ୍ଧ୍ୟାରେ ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲୋଇସିଂହା ବ୍ଲକ୍‌ ସରଗାଡ଼ ଗ୍ରାମର ମିଲନ ସାହୁ(୨୪)। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗୁରୁବାର ଗ୍ରାମ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୬) ରୁଜୁ ହୋଇଛି। ସ୍ଥାନୀୟ ପୋଲିସ ଓ ଆୟୋଜକ କମିଟିର ଅବେହଳାରୁ ମିଲନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ସମିତି ସଭ୍ୟ ବୀରେନ୍ଦ୍ର ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ଅବହେଳା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ବଲାଙ୍ଗୀର ଏସ୍‌ପିଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ମିଲନ ଓ ତାଙ୍କର କେତେକ ସାଙ୍ଗ ଝାରମୁଣ୍ଡା ଧନୁଯାତ୍ରା ଦେଖିବାକୁ ଆସି ରାମଦୋଳିରେ ବସିଥିଲେ। ରାତି ପ୍ରାୟ ୧୦ଟାରେ ମିଲନ ଦୋଳିରୁ ଖସି ଗୁରୁତର ହୋଇଥିଲେ ା ହେଲେ ଦୋଳି ମାଲିକ କିମ୍ବା ଯାତ୍ରା ଆୟୋଜକ କମିଟି ପକ୍ଷରୁ ତାଙ୍କୁ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଇ ନ ଥିଲା ା ଯାତ୍ରା ଆୟୋଜକ କମିଟି ଆମ୍ବୁଲାନ୍ସ ଆସୁଛି କହି ପ୍ରାୟ ୫୦ ମିନିଟ୍‌ ସମୟ ଗଡାଇ ଦେଇଥିଲେ। ଶେଷରେ ସାଥୀରେ ଆସିଥିବା ସାଙ୍ଗମାନେ ମିଲନଙ୍କୁ ବାଇକ୍‌ରେ ସରଗାଡ ଗ୍ରାମକୁ ଆଣି ବଲାଙ୍ଗୀର ମେଡିକାଲକୁ ନେଇଥିଲେ। ସେଠାରେ ମିଲନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା ଯାତ୍ରାବେଳେ ଆୟୋଜକ କମିଟି ତରଫରୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇ ନ ଥିବାରୁ ମିଲନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଘଟଣ ପରେ ଆୟୋଜକ କମିଟି ସଦସ୍ୟ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ଆଇଆଇସି ସିପୋରା ସରାୟ ଲୁଗୁନ କହିଛନ୍ତି, ଦୋଳି ମାଲିକ ଏବଂ ଯାତ୍ରା ପଡିଆ ଠିକା ନେଇଥିବା ମାଲିକ ମୃତକଙ୍କ ପରିବାରକୁ ଭେଟି ୩ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆୟୋଜକ କମିଟି ପକ୍ଷରୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯିବା କଥା, ହେଲେ ତାହା ହୋଇ ନ ଥିଲା। ଅପରପକ୍ଷେ ଉପଜିଲାପାଳ ଆଲୋକ ପଟେଲ କହିଛନ୍ତି, ଧନୁଯାତ୍ରା ପାଇଁ ଅନୁମତି ଥିବାବେଳେ ଦୋଳି ପାଇଁ ଅନୁମତି ନ ଥିଲା। ପୋଲିସ ପାଟ୍ରୋଲିଂ ସତ୍ତ୍ୱେ କିପରି ଦୋଳି ଚାଲିଥିଲା ତାହା ପ୍ରଶାସନିକ ତଦନ୍ତ ସାପେକ୍ଷ।
ପ୍ରକାଶ ଥାଉକି କିଶୋର ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ମିଲନ। କିଶାର ଜଣେ କିଡ୍‌ନୀ ରୋଗୀ। ମିଲନ ଡ୍ରାଇଭିଂ କରି ପରିବାର ପ୍ରତିପୋଷଣ ସହ ବାପାଙ୍କ ଚିକିତ୍ସା କରାଉଥିଲେ। ମିଲନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ସାଢେ ୩ ଲକ୍ଷ ଆର୍ଥିକ ସହାୟତା ଦେଇ ଘଟଣାକୁ ଚପାଇବା ଉଦ୍ୟମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri