Posted inଭଦ୍ରକ

ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ

ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। କମ୍ପାନୀ ଅଞ୍ଚଳବାସୀଙ୍କୁ ପ୍ରତାରଣା କରି ଚାଲିଛି ବୋଲି ଚାନ୍ଦବାଲି ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏହାର ପ୍ରତିବାଦରେ ଆସନ୍ତା ୧୮ ତାରିଖଠାରୁ ଆନ୍ଦୋଳନ ସହ ବନ୍ଦରକୁ ଅଚଳ କରିଦିଆଯିବ ବୋଲି ଦଳ ଘୋଷଣା କରିଛି।
କଂଗ୍ରେସ ଅଭିଯୋଗ କରିଛି ଯେ, ଅଞ୍ଚଳର ବୃହତମ ସ୍ବାର୍ଥ ଦୃଷ୍ଟିରୁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବନ୍ଦର କାର୍ଯ୍ୟକ୍ଷମ ହେବା ଯାଏ ଦଳ ଗଠନମୂଳକ ସମର୍ଥନ ଦେଇଥିଲା। ହେଲେ ବନ୍ଦର ଚତୁଃପାର୍ଶ୍ୱ ଅଞ୍ଚଳ ଏବେ କୋଇଲା ଓ ଧୂଳିରେ ପ୍ରଦୂଷଣମୟ। ପୋଖରୀ, ଗାଡ଼ିଆ, କୋଠାଘର ସବୁଠି କୋଇଲା କଳା ଗୁଣ୍ଡର ଆସ୍ତର। ବନ୍ଦର ପରିସରରେ ବହୁ ସଂଖ୍ୟାର ଗଭୀର ନଳକୂପ ଖନନ କରାଯାଇ ଭୂତଳ ଜଳକୁ କମ୍ପାନୀ ଶୋଷୁଥିବାରୁ ଆଖପାଖ ଅଞ୍ଚଳର ନଳକୂପରୁ ପାଣି ବାହାରୁ ନାହିଁ। ସମ୍ପ୍ରସାରଣ ପାଇଁ ହୋଇଥିବା ଜନଶୁଣାଣିରେ ସବୁଜ ବଳୟ ସୃଷ୍ଟି ଓ ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ଏ ଦିଗରେ କମ୍ପାନୀ ଗୁରୁତ୍ୱ ଦେଉନାହିଁ। ସେହିପରି ଆଦାନୀ ପକ୍ଷରୁ ନିର୍ମିତ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଓ ରୋଗ ପରୀକ୍ଷା ବ୍ୟବସ୍ଥା ନାହିଁ। କମ୍ପାନୀ ନେଇଥିବା ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମି ବଦଳରେ ଜମି ଦେଉନାହିଁ। ଡ୍ରେନେଜ୍‌ ବ୍ୟବସ୍ଥା ଲାଗି କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ନିର୍ମିତ ଓଭରବ୍ରିଜ୍‌ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲାଯାଉନି। ସର୍ବୋପରି ନିଯୁକ୍ତି ଓ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବାର ପ୍ରତିଶ୍ରୁତିକୁ ଏଡ଼ାଇ ଦିଆଯାଇଛି। ଠିକା ଶ୍ରମିକଙ୍କ ଦରମା ବୃଦ୍ଧି, ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ବନ୍ଦରରେ ଠିକା କାମ ମଧ୍ୟ ସ୍ଥାନୀୟ ବେକାରଙ୍କୁ ମିଳୁ ଆଦି ଦାବି କରାଯାଇଛି। କଂଗ୍ରେସ ନେତା ଦିଗମ୍ବର ଦାସ, ଅମୀୟ ମହାପାତ୍ର, ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, କିଣୁରାମ ଯେନା, ଦିଗମ୍ବର ସାହୁ, ନୁର୍‌ ମହମ୍ମଦ ଇସ୍‌ମାଇଲ, ସୁଲୋଚନା ନାୟକ, ବୃନ୍ଦାବନ ମହାଳିକ, ସନାତନ ନାୟକ, ମନୋରଞ୍ଜନ ସାହୁ, ମହମ୍ମଦ ମଞ୍ଜର, ମହମ୍ମଦ ୟାକୁବ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ଦୁର୍ଘଟଣା ନେଲା ପୁଅଙ୍କ ଜୀବନ: ରାସ୍ତାରେ ଟାୟାର ଜାଳି…

ତିହିଡି଼,୨୫।୩(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ବୁଧବାର ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri