ବିପଦରେ ଧଳତଙ୍ଗଗଡ଼ ଜଙ୍ଗଲୀ ହରିଣଙ୍କ ଜୀବନ

ରଘୁନାଥପୁର, ୪ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଏରଡଙ୍ଗା ପଞ୍ଚାୟତ ଗୋପାଳପୁର ଗଁା ସହ ୭ଟି ପଞ୍ଚାୟତ ପରିସୀମାକୁ ଲାଗି ଧଳତଙ୍ଗଗଡ ଜଙ୍ଗଲ ରହିଛି। ଏହା ମଧ୍ୟରେ ଥିବା ହରିଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଛି। ଜଙ୍ଗଲ ଚତୁଃପାର୍ଶ୍ୱରେ ପ୍ରାଚୀର ନ ଥିବାରୁ ରାତିରେ ହରିଣ ପଲ ଖାଦ୍ୟ ଅନ୍ବେଷଣରେ ବାହାରକୁ ଚାଲି ଆସି ବୁଲା କୁକୁରଙ୍କ ଆକ୍ରମଣ, ରେଳ ଲାଇନ୍‌ରେ କଟି ଜୀବନ ହରାଉଛନ୍ତି। ବିଗତ କେତେବର୍ଷ ମଧ୍ୟରେ ଏଭଳି ଭାବେ ଅନେକ ହରିଣଙ୍କ ମୃତ୍ୟୁ ହୋଇଛି। ଅନେକ ହରିଣକୁ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ନଜିର ରହିଛି। ଗତ ମଙ୍ଗଳବାର ସକାଳୁ ସ୍ଥାନୀୟ ତଅଁରା ପଞ୍ଚାୟତ ଶାଳିଜଙ୍ଗା ସ୍କୁଲ ପଛ ପାର୍ଶ୍ୱରୁ ଏକ ହରିଣ ମୃତଦେହ ଲୋକେ ଠାବ କରିଥିଲେ। ବୁଲା କୁକୁର ଆକ୍ରମଣ କରି ତାର ମାଂସ ଖାଇ ଯାଇଥିଲେ। ବନ ବିଭାଗ ହରିଣ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ଥିଲେ। ପରେ ଗୋବିନ୍ଦାପୋଖରୀସ୍ଥିତ ରେଞ୍ଜ ଅଫିସ ପାଖରେ ମୃତଦେହକୁ ପୋତି ଦିଆଯାଇଥିବା ରେଞ୍ଜର କହିଛନ୍ତି।
ୱାଇଲ୍ଡ ଲାଇଫ୍‌ ଆନିମଲ୍‌ଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବାବେଳେ ଉକ୍ତ ଜଙ୍ଗଲରେ ହରିଣ ପଲ ସୁରକ୍ଷିତ ନୁହନ୍ତି ବୋଲି ଜଗତ୍‌ସିଂହପୁର ଜିଲା କୃଷକ ସଙ୍ଗଠନର ସମ୍ପାଦକ ଇଂ. ବାବାଜୀ ଚରଣ ଜେନା ପ୍ରକାଶ କରିଛନ୍ତି। ସେହିପରି ପ୍ରତିବର୍ଷ ଜଙ୍ଗଲକୁ ବହୁ ସଂଖ୍ୟକ ଲୋକ ପିକ୍‌ନିକ୍‌ରେ ଆସି ବଣଭୋଜି କରିଥାନ୍ତି। ସେମାନେ ଜଙ୍ଗଲୀ ପରିବେଶର ମଜା ନେବା ସହ ବେଳେବେଳେ ଏହା ଭିତରେ ଥିବା ହରିଣଙ୍କୁ ଦେଖି ଖୁସି ଅନୁଭବ କରିଥାନ୍ତି। ବହୁବର୍ଷ ଧରି ଜଙ୍ଗଲ ଚତୁଃପାର୍ଶ୍ୱରେ ସ୍ଥାୟୀ ପ୍ରାଚୀର ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ବିରଳ ତୃଣଭୋଜି ପ୍ରାଣୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ରାତିରେ ହରିଣ ପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କ କର୍ମ ତତ୍ପରତାର ଅଭାବ ଯୋଗୁ ହରିଣମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ହରିଣପଲ ପାର୍ଶ୍ୱବର୍ତ୍ତି ଗଁାର ଚାଷଜମିରେ ପଶି ହୋଇଥିବା ଧାନ, ମୁଗ, ବିରି ଓ ପନିପରିବା ଜାତୀୟ ଫସଲ ଉଜାଡି ଦେଉଛନ୍ତି। ବନ ବିଭାଗ ଏହାର କ୍ଷତିପୂରଣ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ଯଦି ଚତୁଃପାର୍ଶ୍ୱରେ ହରିଣଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପ୍ରାଚୀର ଓ ଜଙ୍ଗଲ ପରିସରରେ ବିଭିନ୍ନ ସ୍ଥାନରେ ଘାସ ଚାଷ କରାଯାନ୍ତ ତାହା ହେଲେ କ୍ଷତିପୂରଣ ପ୍ରଦାନରୁ ବନ ବିଭାଗ କ୍ଷାନ୍ତ ରହିବା ସହ ତୃଣଭୋଜି ପ୍ରାଣୀ ମୃତ୍ୟୁମୁଖରେ ପଡ଼ନ୍ତେ ନାହିଁ ବୋଲି ବୁଦ୍ଧିଜୀବୀ ଦିଲୀପ କୁମାର ରଥ, ସରପଞ୍ଚ ବଟକୃଷ୍ଣ ନାୟକ, ପରିବେଶବିତ୍‌ ପାର୍ଥଶାଖା ପାଲଟାସିଂ ପ୍ରକାଶ କରିଛନ୍ତି। ସରକାର ଯଦି ଏଥିପ୍ରତି ସଚେତନ ନ ହୁଅନ୍ତି ଆଗାମୀଦିନରେ ଅନେକ ହିରଣଙ୍କ ଜୀବନ ବଳି ପଡିଯିବ। ଏ ସମ୍ପର୍କରେ ରବି ନାରାୟଣ ମହାନ୍ତିଙ୍କୁ ପଚାରିବାରେ ରାତିରେ ୭ରୁ ୮ ଜଣ କର୍ମଚାରୀଙ୍କୁ ହରିଣଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ସେ ନିଜେ ଏହାକୁ ତଦାରଖ କରୁଛନ୍ତି। ପ୍ରାଚିର କରିବା ସରକାରଙ୍କ ପାଖରେ ବିଚାରଧୀନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri