ବିପଦରେ ଧଳତଙ୍ଗଗଡ଼ ଜଙ୍ଗଲୀ ହରିଣଙ୍କ ଜୀବନ

ରଘୁନାଥପୁର, ୪ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଏରଡଙ୍ଗା ପଞ୍ଚାୟତ ଗୋପାଳପୁର ଗଁା ସହ ୭ଟି ପଞ୍ଚାୟତ ପରିସୀମାକୁ ଲାଗି ଧଳତଙ୍ଗଗଡ ଜଙ୍ଗଲ ରହିଛି। ଏହା ମଧ୍ୟରେ ଥିବା ହରିଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଛି। ଜଙ୍ଗଲ ଚତୁଃପାର୍ଶ୍ୱରେ ପ୍ରାଚୀର ନ ଥିବାରୁ ରାତିରେ ହରିଣ ପଲ ଖାଦ୍ୟ ଅନ୍ବେଷଣରେ ବାହାରକୁ ଚାଲି ଆସି ବୁଲା କୁକୁରଙ୍କ ଆକ୍ରମଣ, ରେଳ ଲାଇନ୍‌ରେ କଟି ଜୀବନ ହରାଉଛନ୍ତି। ବିଗତ କେତେବର୍ଷ ମଧ୍ୟରେ ଏଭଳି ଭାବେ ଅନେକ ହରିଣଙ୍କ ମୃତ୍ୟୁ ହୋଇଛି। ଅନେକ ହରିଣକୁ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ନଜିର ରହିଛି। ଗତ ମଙ୍ଗଳବାର ସକାଳୁ ସ୍ଥାନୀୟ ତଅଁରା ପଞ୍ଚାୟତ ଶାଳିଜଙ୍ଗା ସ୍କୁଲ ପଛ ପାର୍ଶ୍ୱରୁ ଏକ ହରିଣ ମୃତଦେହ ଲୋକେ ଠାବ କରିଥିଲେ। ବୁଲା କୁକୁର ଆକ୍ରମଣ କରି ତାର ମାଂସ ଖାଇ ଯାଇଥିଲେ। ବନ ବିଭାଗ ହରିଣ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ଥିଲେ। ପରେ ଗୋବିନ୍ଦାପୋଖରୀସ୍ଥିତ ରେଞ୍ଜ ଅଫିସ ପାଖରେ ମୃତଦେହକୁ ପୋତି ଦିଆଯାଇଥିବା ରେଞ୍ଜର କହିଛନ୍ତି।
ୱାଇଲ୍ଡ ଲାଇଫ୍‌ ଆନିମଲ୍‌ଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବାବେଳେ ଉକ୍ତ ଜଙ୍ଗଲରେ ହରିଣ ପଲ ସୁରକ୍ଷିତ ନୁହନ୍ତି ବୋଲି ଜଗତ୍‌ସିଂହପୁର ଜିଲା କୃଷକ ସଙ୍ଗଠନର ସମ୍ପାଦକ ଇଂ. ବାବାଜୀ ଚରଣ ଜେନା ପ୍ରକାଶ କରିଛନ୍ତି। ସେହିପରି ପ୍ରତିବର୍ଷ ଜଙ୍ଗଲକୁ ବହୁ ସଂଖ୍ୟକ ଲୋକ ପିକ୍‌ନିକ୍‌ରେ ଆସି ବଣଭୋଜି କରିଥାନ୍ତି। ସେମାନେ ଜଙ୍ଗଲୀ ପରିବେଶର ମଜା ନେବା ସହ ବେଳେବେଳେ ଏହା ଭିତରେ ଥିବା ହରିଣଙ୍କୁ ଦେଖି ଖୁସି ଅନୁଭବ କରିଥାନ୍ତି। ବହୁବର୍ଷ ଧରି ଜଙ୍ଗଲ ଚତୁଃପାର୍ଶ୍ୱରେ ସ୍ଥାୟୀ ପ୍ରାଚୀର ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ବିରଳ ତୃଣଭୋଜି ପ୍ରାଣୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ରାତିରେ ହରିଣ ପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କ କର୍ମ ତତ୍ପରତାର ଅଭାବ ଯୋଗୁ ହରିଣମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ହରିଣପଲ ପାର୍ଶ୍ୱବର୍ତ୍ତି ଗଁାର ଚାଷଜମିରେ ପଶି ହୋଇଥିବା ଧାନ, ମୁଗ, ବିରି ଓ ପନିପରିବା ଜାତୀୟ ଫସଲ ଉଜାଡି ଦେଉଛନ୍ତି। ବନ ବିଭାଗ ଏହାର କ୍ଷତିପୂରଣ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ଯଦି ଚତୁଃପାର୍ଶ୍ୱରେ ହରିଣଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପ୍ରାଚୀର ଓ ଜଙ୍ଗଲ ପରିସରରେ ବିଭିନ୍ନ ସ୍ଥାନରେ ଘାସ ଚାଷ କରାଯାନ୍ତ ତାହା ହେଲେ କ୍ଷତିପୂରଣ ପ୍ରଦାନରୁ ବନ ବିଭାଗ କ୍ଷାନ୍ତ ରହିବା ସହ ତୃଣଭୋଜି ପ୍ରାଣୀ ମୃତ୍ୟୁମୁଖରେ ପଡ଼ନ୍ତେ ନାହିଁ ବୋଲି ବୁଦ୍ଧିଜୀବୀ ଦିଲୀପ କୁମାର ରଥ, ସରପଞ୍ଚ ବଟକୃଷ୍ଣ ନାୟକ, ପରିବେଶବିତ୍‌ ପାର୍ଥଶାଖା ପାଲଟାସିଂ ପ୍ରକାଶ କରିଛନ୍ତି। ସରକାର ଯଦି ଏଥିପ୍ରତି ସଚେତନ ନ ହୁଅନ୍ତି ଆଗାମୀଦିନରେ ଅନେକ ହିରଣଙ୍କ ଜୀବନ ବଳି ପଡିଯିବ। ଏ ସମ୍ପର୍କରେ ରବି ନାରାୟଣ ମହାନ୍ତିଙ୍କୁ ପଚାରିବାରେ ରାତିରେ ୭ରୁ ୮ ଜଣ କର୍ମଚାରୀଙ୍କୁ ହରିଣଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ସେ ନିଜେ ଏହାକୁ ତଦାରଖ କରୁଛନ୍ତି। ପ୍ରାଚିର କରିବା ସରକାରଙ୍କ ପାଖରେ ବିଚାରଧୀନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri