ଜୟପୁର ଏୟାରପୋର୍ଟକୁ ଡିଜିସିଏର ଅନୁମତି

ଜୟପୁର,୨୧ା୧୦ (ନି.ପ୍ର.): ଜୟପୁରରୁ ସବୁଦିନିଆ ବିମାନ ଉଡିବା ନେଇ ଅନୁମତି ମିଳଛି। ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡାନ ଯୋଜନାରେ ଡିଜିସିଏ ଏହି ଅନୁମତି ପ୍ରଦାନ କରଛି। ଅନୁମତି ପତ୍ର ବିଭାଗ ପକ୍ଷରୁ ଏନେଇ ଓଡିଶା ସରକାରଙ୍କୁ ଅବଗତ କରାଯାଇଛି। ଅନୁମିତ ଅନୁସାରେ ଜୟପୁର ଏୟାରପୋର୍ଟରୁ ପ୍ରତ୍ୟହ ଯାତ୍ରୀଙ୍କୁ ନେଇ ଚଳପ୍ରଚଳ କରିବ। ଗତ ଅଗଷ୍ଟ ୩ରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଇଣ୍ଡିଆ ଓ୍ବାନ ଏୟାର ନାମକ ଏକ ସଂସ୍ଥାକୁ ଜୟପୁର-୍‌ଭୁବନେଶ୍ୱର ଓ ଜୟପୁର-ବିଶାଖାପାଟଣା ମଧ୍ୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇବାକୁ ନନ ସିଡ୍ୟୁଲ କରିଥିଲେ ା ମାତ୍ର କେନ୍ଦ୍ର ସରକାରଙ୍କ ଡିଜିସିଏ ପକ୍ଷରୁ ଏହି ଅନୁମତି ପତ୍ର ମିଳି ନ ଥିବା ଯୋଗୁ ଏହି ବିମାନ ପ୍ରତ୍ୟେହ ଆସୁଥିଲେ ମଧ୍ୟ ଯାତ୍ରୀକୁ ନେଇ ପାରୁ ନ ଥିଲା। ଡିଜିସିଏ ଅନୁମତି ପରେ ଏବେ ଜୟପୁରଠାରୁ ବିମାନ ଚଳାଚଳ ନେଇ ରୁଟ୍‌ ମିଳିଛି। ଗତ ୧୩ରେ ୨ ଦିନ ଧରି ଡିଜିସିଏ ଓ ବ୍ୟୁରୋ ଅଫ୍‌ ସିଭିଲ ଆଭିଏଶନ ସିକ୍ୟୁରିଟି ଟିମ୍‌ ପହଞ୍ଚତ୍ ଏୟାରପୋର୍ଟରେ ଯାଞ୍ଚ କରି ଫେରିଥିଲେ। ଟିମ୍‌ର ବେସାମରିକ ସୁରକ୍ଷା ମୁଖ୍ୟ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ୍‌ ସାମିଲ ଥିଲେ। ଅନ୍ୟପକ୍ଷରେ ଏଠାରୁ ନିୟମିତ ବିମାନ ସେବା ନେଇ ବିଡ୍‌ ପାଇଥିବା ଇଣ୍ଡିଆ ଓ୍ବାନ ଏୟାର ଟ୍ରାଏଲ ଭାବେ ନିୟମିତ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା ଉଡାଣ ଜାରି ରଖିଛି। ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ଟିମ୍‌ ୬ ଥର ଏୟାରପୋର୍ଟର ଭିତ୍ତିଭୂମି ସମୀକ୍ଷା କରିଥିଲେ। ଡିଜିସିଏ ଅନୁମତି ମିଳିବା ଖବର ଜଣାପଡ଼ିବା ପରେ ଜୟପୁର ସହ ଅବିଭକ୍ତ କୋରାପୁଟ ଜିଲାରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri