ଶିବରାତ୍ରିରେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ

ଭୁବନେଶ୍ୱର,୨।୩(ବ୍ୟୁରୋ):ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ସୋମବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହି ସୂଚନା ଦେଇଛନ୍ତି। ବୈଠକରେ ଲିଙ୍ଗରାଜ ଦେବଙ୍କ ବିଭିନ୍ନ ସେବାୟତ ଓ ନିଯୋଗ ବୃନ୍ଦ, ବିଏମ୍‌ସିର ପଦାଧିକାରୀ ଓ ଜିଲା ପ୍ରଶାସନ ଅଧିକାରୀମାନେ ଯୋଗଦେଇ ଜାଗର ଯାତ୍ରାର ପ୍ରସ୍ତୁତି, ମନ୍ଦିରକୁ ଭକ୍ତଙ୍କ ଯିବାର ଅନୁମତି ପ୍ରକ୍ରିୟା ନେଇ ଆଲୋଚନା ହୋଇଛି। କୋଭିଡ ନିୟମ ମାନି ଭକ୍ତମାନେ ମନ୍ଦିର ଭିତରକୁ ଯିବେ। ସେହିଭଳି କେବଳ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଭକ୍ତମାନେ ଠାକୁରଙ୍କୁ ଦେଖିପାରିବେ। ଅନ୍ୟପଟେ ୧୨ ବର୍ଷରୁ କମ୍‌ ଓ ୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଏପରିକି ଏହି ନିୟମ ସେବାୟତଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ମଧ୍ୟ ଲାଗୁ ରହିବ। କିନ୍ତୁ ସେବାୟତ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବୟସସୀମା ଲାଗୁ ହେବ ନାହିଁ।
କୋଭିଡ୍‌ ନିୟମକୁ କଡ଼ାକଡ଼ି କରିବା ପାଇଁ ବାହାରୁ ସାମାଜିକ ଦୂରତ୍ୱ ରକ୍ଷା କରି ଏକାଥରକେ ନିର୍ଦ୍ଦିଷ୍ଟ ସଂଖ୍ୟାର ଭକ୍ତଙ୍କୁ ପ୍ରବେଶ ପାଇଁ ବ୍ୟବସ୍ଥା କରାଯିବ। ଯିବା ପୂର୍ବରୁ ବାହାରେ ସ୍କ୍ରିନିଂ କରାଯିବା ସହ ସନ୍ଦେହ ହେଲେ ଟେଷ୍ଟିଂ କରାଯିବ। ଏଥିପାଇଁ ମନ୍ଦିର ନିକଟରେ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ସ୍ବତନ୍ତ୍ର କ୍ୟାମ୍ପ କରାଯିବ। ସନ୍ଦିଗ୍ଧ ଭକ୍ତଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବ। ପଜିଟିଭ ଚିହ୍ନଟ ହେଲେ ମନ୍ଦିରକୁ ଛଡ଼ା ନ ଯାଇ ଅବସ୍ଥା ଅନୁସାରେ ପଦକ୍ଷେପ ନିଆଯିବ। ଅତ୍ୟଧିକ ଜନଗହଳି ଏବଂ ନିୟମର ଉଲ୍ଲଂଘନ କଲେ ନାଗରିକଙ୍କ ପ୍ରତି ଆବଶ୍ୟକ ପଦକ୍ଷେପ ନିଆଯିବ। ବଡୁନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ ଏବଂ ସାମର୍ଥା ନିଯୋଗ ତଥା ଅନ୍ୟାନ୍ୟ ସେବାୟତଙ୍କ ତରଫରୁ ସହଯୋଗ ପାଇଁ କୁହାଯାଇଛି। ବୈଠକରେ ବଡୁନିଯୋଗର କମଳାକାନ୍ତ ବଡୁ, ସାମର୍ଥା ନିଯୋଗର ରାଜେନ୍ଦ୍ର ସାମର୍ଥା ଏବଂ ବ୍ରାହ୍ମଣ ନିଯୋଗର ବିରଞ୍ଚତ୍ ପତି ଏବଂ ପୂଜା ପଣ୍ଡା ନିଯୋଗର ଶଶିକାନ୍ତ ପୂଜା ପଣ୍ଡା ପ୍ରମୁଖ ଶୃଙ୍ଖଳାଗତ ଜାଗରଯାତ୍ରା କରିବା ପାଇଁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି। ଅତିରିକ୍ତ କମିଶନର ବିଏମ୍‌ସି ଅବନିକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ଭୁବନେଶ୍ୱର ପ୍ରଫୁଲ୍ଲ ସ୍ବାଇଁ, ଉପଜିଲାପାଳ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିଶନର କମଲଜିତ ଦାସ ବୈଠକ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri