Posted inଜାତୀୟ

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ ହେଲେ କାର୍ଯ୍ୟକାରୀ ସିଏମ । ମହାରାଷ୍ଟ୍ରର ଏହି ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗଠନ କରିବାକୁ ପାଗ ଭିଡି ସାରିଲାଣି । ଗୁରୁବାର ସକାଳ ୧୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ଘରେ କୋର ଗ୍ରୁପର ବୈଠକ ବସିବ । ଏହି ବୈଠକରେ ମହାରାଷ୍ଟ୍ର ଭାଜପାର ପ୍ରଭାରୀ ସିଟି ରବି ବୈଠକରେ ଉପସ୍ଥିତ ରହିବେ । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବୈଠକରେ ଚର୍ଚ୍ଚା ହେବ । ଅନୁମାନ କରାଯାଉଛି କି ଦେବେନ୍ଦ୍ର ଫଡନବିଶ ଜୁଲାଇ ୧-୨ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ।
ସୂଚନଯୋଗ୍ୟ, ବୁଧବାର ବିଳମ୍ବିତ ରାତ୍ରିରେ ବିଧାୟକଙ୍କ ସହ ବୈଠକ ପରେ ଯେତେବେଳେ ଫଡନବିଶ ବାହାରକୁ ଆସିଲେ ସେତେବେଳେ ତାଙ୍କର ହସ ହସ ମୁହଁ ସରକାର ଗଠନକୁ ନେଇ ଯେମିତି ଇସାରା କରୁଥିଲା । ଯେତେବେଳେ ଫଡବିଶ ମଙ୍ଗଳବାର ଦିଲ୍ଲୀ ଗସ୍ତ କରିଥିଲେ ସେତେବେଳେ ସେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ରଣନୀତି ପ୍ରସ୍ତୁତ କରିସାରିଥିଲେ । ଆଉ ଏବେ ଯେତେବେଳେ ଉଦ୍ଧବ ଠାକରେ ସବୁରାସ୍ତା ସଫା କରିଦେଲେ ସେତେବେଳେ ଫଡନବିଶଙ୍କୁ ସରକାର ଗଠନ କରିବା ସହଜ ହୋଇଗଲା ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri