ଗମନାଗମନ ସୁବିଧା ହେଲେ ବିକାଶ ତ୍ୱରାନ୍ବିତ ହେବ: ମନ୍ତ୍ରୀ

ଭଣ୍ଡାରିପୋଖରୀ/ଭଦ୍ରକ ଅଫିସ,୨୪।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଛତାବର-ନିଳୋକ ଓ ଛତାବର-ବଳିଘାଇ ରାସ୍ତାର ନବୀକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଛତାବର-ବଳିଘାଇ ଚାରିଥାକିଆ ରାସ୍ତାର ୮ କି.ମି. ନିର୍ମାଣ ପାଇଁ ୪୬ କୋଟି ଓ ଛତାବର-ନିଳୋକ ନିମନ୍ତେ ୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ତେସିଙ୍ଗା ପଞ୍ଚାୟତ କୁଲଣା ବାସୁଳାଇ ପଡ଼ିଆଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଯୋଗଦେଇ ଗମନାଗମନ ସୁବିଧା ହେଲେ ବିକାଶ ତ୍ୱରାନ୍ବିତ ହେବ ବୋଲି କହିଥିଲେ। ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲଙ୍କ ସଂଯୋଜନା ଓ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ବିଧାୟକ ପ୍ରଫୁଲ୍ଲ ସାମଲ ବକ୍ତବ୍ୟ ରଖିଥିଲେ। ନିମନ୍ତ୍ରିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବଦ୍ରି ନାରାୟଣ ରାଉତ, ନାଆମୀ ସେବା ସମବାୟ ସମିତି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପ୍ରାକ୍ତନ ସରପଞ୍ଚ ରଘୁନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ରଥାଙ୍ଗଧର ରାଉତ, ପରମାନନ୍ଦ ବେହେରା, ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍‌ପି ପ୍ରତିନିଧି ଲଳିତ କୁମାର ରାଉତ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଦିନେଶ ସାହୁ ଧନ୍ୟବାଦ ଦେଇଥିଲେ।
ସେହିପରି ମନ୍ତ୍ରୀ ଭଦ୍ରକ-କୋଠାର-ଆରଡ଼ି ରାସ୍ତାର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୪୦କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏମ୍‌ପି ମଣ୍ଡଳ, ବିଧାୟକ ସାମଲ, ସଞ୍ଜୀବ କୁମାର ମଲ୍ଲିକ, ଜିଲା ଯୋଜନା କମିଟି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ଅଧ୍ୟକ୍ଷ ଜେନା, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ତିହିଡ଼ି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲା ଉପସଭାପତି ମଳୟ କୁମାର ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri