ବିକାଶ ପ୍ରତିଶ୍ରୁତି ଧୂଆଁବାଣ

ଯାଜପୁର,୧୦ା୭(ହର୍ଷବର୍ଦ୍ଧନ ବେହେରା): ୧୨୮ ବର୍ଷର ପୁରାତନ ଯାଜପୁର ରୋଡ ରେଳଷ୍ଟେଶନ ସବୁକ୍ଷେତ୍ରରେ ଅବହେଳିତ। ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ସହରର ମଧ୍ୟ ଭାଗରେ ଥିବା ଏହି ଷ୍ଟେଶନକୁ ଲାଗି ଗୁଡସ୍‌ ସେଡ୍‌ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହାବାଦ୍‌ ଗୁଡସ୍‌ ସେଡ୍‌ରୁ ବିଭିନ୍ନ ସାମଗ୍ରୀ ପରିବହନ ଯୋଗୁ ସହରରେ ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହି ଷ୍ଟେଶନର ନାମ ମୂଳରୁ ଯାଜପୁର-କେନ୍ଦୁଝର ରୋଡ ରହିଥିବାବେଳେ କେନ୍ଦୁଝରକୁ ଗୋଟିଏ ବି ଯାତ୍ରୀ ଟ୍ରେନ ଚାଲୁନାହିଁ। ଏହାବାଦ୍‌ ସମସ୍ତ ଦ୍ରୁତଗାମୀ ଟ୍ରେନ ଚଳାଚଳ, ଡିଭିଜନ ମାନ୍ୟତା ଆଦି ଅନେକ ଦାବି ନେଇ ଯାଜପୁର ରୋଡ ଷ୍ଟେଶନର ପରାମର୍ଶଦାତା କମିଟିର ସଭ୍ୟ ଭାଗୀରଥି ଆଚାର୍ଯ୍ୟଙ୍କ ଆବାହକତ୍ୱରେ ସହରବାସୀ ଡାକଯୋଗେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନ ଉପରେ ଏସିଆ ମହାଦେଶର ଇସ୍ପାତ୍‌ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ବହୁ ଲୋକ ନିର୍ଭର କରିଥାନ୍ତି। ଦେଶ ବିଦେଶରୁ ହଜାର ହଜାର ଯାତ୍ରୀ ଏଠାକୁ ନିଯୁକ୍ତି ଓ ବ୍ୟବସାୟ ପାଇଁ ଯିବାଆସିବା କରିଥାନ୍ତି। ଏହି ଷ୍ଟେଶନରୁ ବାର୍ଷିକ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରେଳ ବିଭାଗ ଆୟ କରୁଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ଷ୍ଟେଶନକୁ ‘ଏ’ କ୍ୟାଟେଗୋରୀ ଷ୍ଟେଶନ ଭାବେ ଘୋଷଣା କରାଯାଇଛି। ହେଲେ ବିଡମ୍ବନା ଯେ, ଏ ପର୍ଯ୍ୟନ୍ତ ଆବଶ୍ୟକ ସୁବିଧା ସୁଯୋଗରୁ ଏହି ଷ୍ଟେଶନ ବଞ୍ଚିତ ରହିଛି। ପୂର୍ବରୁ ସ୍ଥାନୀୟ ଲୋକେ ଏ ନେଇ ଦାବି କରି ଆସୁଥିଲେ ହେଁ ରେଳ କର୍ତ୍ତୃପକ୍ଷ ଅଣଦେଖା କରି ଆସୁଛନ୍ତି। ଏଠାରେ ଏକାଧିକ ଦ୍ରୁତଗାମୀ ଟ୍ରେନ ରହୁ ନ ଥିବାରୁ ଜନସାଧାରଣ ଭଦ୍ରକ, କଟକ, ଭୁବନେଶ୍ୱର ଯିବାକୁ ବାଧ୍ୟ ହେଉଛନ୍ତି। ପରାମର୍ଶଦାତା କମିଟି ବୈଠକରେ ବିଭିନ୍ନ ଦାବି ନେଇ ଆଲୋଚନା ଓ ସିଦ୍ଧାନ୍ତ ଗ୍ରହଣ ହେଉଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଅମୃତ ଭାରତ ଯୋଜନାରେ ଯାଜପୁର ରୋଡ ଷ୍ଟେଶନକୁ ସ୍ଥାନିତ କରାଯାଇଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ବିଶେଷକରି ଏହି ଷ୍ଟେଶନକୁ ଲାଗି ରହିଥିବା ଗୁଡସ୍‌ ସେଡ୍‌କୁ ସ୍ଥାନାନ୍ତର ପାଇଁ ବାରମ୍ବାର ପ୍ରସ୍ତାବ ହେଉଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ଷ୍ଟେଶନର ଉଭୟ ପାର୍ଶ୍ୱରେ ବେଆଇନ ପାର୍କିଂ ସମେତ ପରିବା ଓ ଉଠାଦୋକାନୀଙ୍କ ଅକ୍ତିଆର ଯୋଗୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କେବଳ ପ୍ରସ୍ତାବରେ ସୀମିତ ରହିଛି। ପୂର୍ବ ଓ ପଶ୍ଚିମରେ ଥିବା ଲେବୁଲ କ୍ରସିଂ ବନ୍ଦ ରହିଥିଲେ ଯାତ୍ରୀ ଓ ସାଧାରଣ ଜନତା ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଦକ୍ଷିଣ ପାର୍ଶ୍ୱରେ ବାଇକ୍‌/ଚାରି ଚକିଆ ଯାନ ପାଇଁ ଷ୍ଟାଣ୍ଡ ନିର୍ମାଣ ସହିତ ଏକ ଟିକେଟ୍‌ କାଉଣ୍ଟର ଖୋଲିବାକୁ ଦାବି ହେଉଛିି। ମେମୁ ଟ୍ରେନ ଚଳାଚଳରେ ଯାଜପୁର-କେନ୍ଦୁଝର ଅଞ୍ଚଳକୁ ଅବହେଳା କରାଯାଇଛି। ଏହାବାଦ୍‌ କ୍ଲକ୍‌ ରୁମ, ଶୀତତାପ ନିୟନ୍ତ୍ରିତ ୱେଟିଂହଲ, ସବୁଦିନ ପାଇଁ ରାଜଧାନୀ ଏକ୍ସପ୍ରେସର ରହଣୀ ଇତ୍ୟାଦି ଦାବି ଆଲୋଚନାରେ ସୀମିତ ରହିଛି। ଏହାବାଦ୍‌ ଷ୍ଟେଶନର ପୂର୍ବଦିଗକୁ ଗଳିପୋଲ ଓ ଏକ ଫ୍ଲାଏଓଭର ବ୍ରିତ୍‌ ପ୍ରସ୍ତାବ ସମେତ ଏହାର ନାମ ପରିବର୍ତ୍ତନ କରି ଯାଜପୁର ରୋଡ ନାମରେ ନାମିତ ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଆନ୍ଦୋଳନ ଦାନା ବାନ୍ଧୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri