ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.):  ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି ରହିଯାଉଛି ସେମାନଙ୍କ ଦକ୍ଷତା। ଏଭଳି ଦକ୍ଷ କ୍ରୀଡ଼ାବିତ୍‌ଙ୍କୁ ପରିଚୟ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି ବିଭିନ୍ନ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଏହିକ୍ରମରେ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ନିର୍ମାଣ ହେଉଛି ମିନି ଇନ୍‌ଡୋର ଷ୍ଟାଡିୟମ, ଏହାଦ୍ୱାରା ଗ୍ରାମାଞ୍ଚଳର କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ ଖୋଲିବ ବୋଲି ଆଶା ସଞ୍ଚାର ହୋଇଛି।
କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପରିସରରେ ପୂର୍ତ୍ତ ବିଭାଗ ଅନୁଦାନରେ ନିର୍ମାଣ ଚାଲିଛି ମିନି ଇନ୍‌ଡୋର ଷ୍ଟାଡିୟମ। ପ୍ରାଥମିକ ପର୍ଯ୍ୟାୟରେ ଏଥିଲାଗି ବ୍ୟୟ ଅଟକଳ ରଖାଯାଇଛି ୧ କୋଟି ୯୭ ଲକ୍ଷ ଟଙ୍କା। ଏଥିରେ ୨ ବ୍ୟାଡ୍‌୍‌ମିଣ୍ଟନ କୋର୍ଟ, ଗୋଟିଏ ଲନ୍‌ ଟେନିସ କୋର୍ଟ, ୨ ଟେବୁଲ ଟେନିସ୍‌ କୋର୍ଟ କରାଯାଉଛି। ଆବଶ୍ୟକସ୍ଥଳେ ଲନ୍‌ ଟେନିସ୍‌ କୋର୍ଟକୁ ବ୍ୟାଡ୍‌ମିଣ୍ଟନ ଲାଗି ବ୍ୟବହାର କରାଯାଇପାରିବ। ଏପରି ହେଲେ ଥରକେ ୪ କୋର୍ଟରେ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଇନ୍‌ଡୋର ଷ୍ଟାଡିୟମର ଟର୍ଫ ସମ୍ପୂର୍ଣ୍ଣ କାଠରେ ନିର୍ମିତ ହେବ, ଯାହା ଖେଳାଳିଙ୍କ ସୁରକ୍ଷା ଏବଂ ଉନ୍ନତମାନର ପ୍ରଶିକ୍ଷଣ ଲାଗି ସହାୟକ ସାବ୍ୟସ୍ତ ହେବ। ଏହାର ପରିସରରେ ଏକକାଳୀନ ୨୦୦ ଦର୍ଶକ ବସି ଖେଳର ମଜା ନେଇପାରିବେ। ଏଥିଲାଗି ଆବଶ୍ୟକ ସମସ୍ତ ସୁବିଧା କରାଯାଉଛି। ଏହାକୁ ବାଦ୍‌ଦେଲେ ପୁରୁଷ ଏବଂ ମହିଳା କ୍ରୀଡ଼ାବିତ୍‌ଙ୍କ ଲାଗି ୨ଟି ଚେଜିଂ ରୁମ୍‌, ଗୋଟିଏ କାର୍ଯ୍ୟାଳୟ ଗୃହ ନିର୍ମାଣ ହେବ। କାମାକ୍ଷାନଗରରେ ୭ବର୍ଷ ହେଲା କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ଆଉଟ୍‌ଡୋର ଖେଳକୁ ପ୍ରାଧାନ୍ୟ ଦିଆଯାଉଛି। ଏହି ଷ୍ଟାଡିୟମ ନିର୍ମାଣ ହେଲେ ଇନ୍‌ଡୋର କ୍ରୀଡ଼ାକୁ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ କରାଯାଇପାରିବ। ବାହାରୁ ଖେଳାଳି ଏବଂ ଆଞ୍ଚଳିକ ଖେଳାଳିଙ୍କ ମଧ୍ୟରେ ସମନ୍ବୟ ସୃଷ୍ଟି ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଏବଂ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ତ୍ତ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉଦ୍ୟମରେ ୮ମାସ ତଳେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। କରୋନା ପାଇଁ ଏହା ପୂର୍ଣ୍ଣାଙ୍ଗ ରୂପ ନେବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ଆଗାମୀ ୨ ମାସ ଭିତରେ ଏହା ଶେଷ କରିବାକୁ ଯୋଜନା ରଖାଯାଇଛି।
ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ବାଳ କୁହନ୍ତି, ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହା ଲୋକାର୍ପିତ ହେବା ପରେ ଗ୍ରାମାଞ୍ଚଳର କ୍ରୀଡ଼ାବିତ୍‌ଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଯୁବଗୋଷ୍ଠୀଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ିବ। ପର୍ଯ୍ୟାୟକ୍ରମେ ଏହାର ଉନ୍ନତୀକରଣ କରାଯିବାକୁ ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଅଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହେବ
କାମାକ୍ଷାନଗର ମିନି ଇନ୍‌ଡୋର ଷ୍ଟାଡିୟମ ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହେବ। ଗ୍ରାମାଞ୍ଚଳର ଯୁବ କ୍ରୀଡ଼ା ପ୍ରତିଭାମାନେ ଏହାର ଲାଭ ଉଠାଇପାରିବେ। ବର୍ଷତମାମ ପ୍ରଶିକ୍ଷଣର ସୁଯୋଗ ମିଳିବ। ଆସନ୍ତା ୨ ମାସ ଭିତରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ ତଥା ଉପଖଣ୍ଡ କ୍ରୀଡ଼ା ସଂସଦ ସଭାପତି
ତାଲିମ ନେବା ସୁବିଧା ହେବ
କାମାକ୍ଷାନଗର ଅଞ୍ଚଳରେ ବହୁ କ୍ରୀଡ଼ା ପ୍ରତିଭା ଅଛନ୍ତି। ଇନ୍‌ଡୋର ଖେଳ ପାଇଁ ଏକ ଷ୍ଟାଡିୟମର ଆବଶ୍ୟକତା ଥିଲା। ପବନ ହେଲେ ବ୍ୟାଡ୍‌ମିଣ୍ଟନ ଖେଳ ପ୍ରଭାବିତ ହୋଇଥାଏ। ହେଲେ ଇନ୍‌ଡୋର ଷ୍ଟାଡିୟମରେ ଏହାର ପ୍ରଶିକ୍ଷଣ ନେବା ସୁବିଧା ହେବ। ବର୍ଷତମାମ ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଆଞ୍ଚଳିକସ୍ତରରେ ବହୁ ଖେଳାଳି ସୃଷ୍ଟି ହୋଇପାରିବେ।
-ରୀତେଶ କୁମାର ବ୍ରହ୍ମ, ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି
ସମସ୍ତଙ୍କୁ ସୁଯୋଗ ମିଳିବ
ପ୍ରଥମକରି ପ୍ରଶିକ୍ଷଣ ଆରମ୍ଭ କରୁଥିବା ପିଲାମାନଙ୍କ ପକ୍ଷେ କୋର୍ଟ ତିଆରି କରି ବ୍ୟାଡମିଣ୍ଟନ ଖେଳିବା ସମ୍ଭବପର ହୋଇ ନ ଥାଏ। ବଡ଼ମାନେ ଖେଳୁଥିବାବେଳେ ଅପେକ୍ଷା କରିବାକୁ ପଡ଼େ। ଘର ପାଖରେ ଇନ୍‌ଡୋର ଷ୍ଟାଡିୟମ ହେବା ପରେ ବାହାରୁ ଖେଳାଳି ଆସିବେ। ସମସ୍ତଙ୍କୁ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିବ। ଉନ୍ନତମାନର କ୍ରୀଡ଼ା କୌଶଳ ଶିଖିବା ସହଜ ହେବ।
-ସାଇଶଙ୍କର ମୁଦୁଲି, ଆଦର୍ଶ ବିଦ୍ୟାଳୟ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri