ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.):  ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି ରହିଯାଉଛି ସେମାନଙ୍କ ଦକ୍ଷତା। ଏଭଳି ଦକ୍ଷ କ୍ରୀଡ଼ାବିତ୍‌ଙ୍କୁ ପରିଚୟ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି ବିଭିନ୍ନ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଏହିକ୍ରମରେ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ନିର୍ମାଣ ହେଉଛି ମିନି ଇନ୍‌ଡୋର ଷ୍ଟାଡିୟମ, ଏହାଦ୍ୱାରା ଗ୍ରାମାଞ୍ଚଳର କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ ଖୋଲିବ ବୋଲି ଆଶା ସଞ୍ଚାର ହୋଇଛି।
କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପରିସରରେ ପୂର୍ତ୍ତ ବିଭାଗ ଅନୁଦାନରେ ନିର୍ମାଣ ଚାଲିଛି ମିନି ଇନ୍‌ଡୋର ଷ୍ଟାଡିୟମ। ପ୍ରାଥମିକ ପର୍ଯ୍ୟାୟରେ ଏଥିଲାଗି ବ୍ୟୟ ଅଟକଳ ରଖାଯାଇଛି ୧ କୋଟି ୯୭ ଲକ୍ଷ ଟଙ୍କା। ଏଥିରେ ୨ ବ୍ୟାଡ୍‌୍‌ମିଣ୍ଟନ କୋର୍ଟ, ଗୋଟିଏ ଲନ୍‌ ଟେନିସ କୋର୍ଟ, ୨ ଟେବୁଲ ଟେନିସ୍‌ କୋର୍ଟ କରାଯାଉଛି। ଆବଶ୍ୟକସ୍ଥଳେ ଲନ୍‌ ଟେନିସ୍‌ କୋର୍ଟକୁ ବ୍ୟାଡ୍‌ମିଣ୍ଟନ ଲାଗି ବ୍ୟବହାର କରାଯାଇପାରିବ। ଏପରି ହେଲେ ଥରକେ ୪ କୋର୍ଟରେ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଇନ୍‌ଡୋର ଷ୍ଟାଡିୟମର ଟର୍ଫ ସମ୍ପୂର୍ଣ୍ଣ କାଠରେ ନିର୍ମିତ ହେବ, ଯାହା ଖେଳାଳିଙ୍କ ସୁରକ୍ଷା ଏବଂ ଉନ୍ନତମାନର ପ୍ରଶିକ୍ଷଣ ଲାଗି ସହାୟକ ସାବ୍ୟସ୍ତ ହେବ। ଏହାର ପରିସରରେ ଏକକାଳୀନ ୨୦୦ ଦର୍ଶକ ବସି ଖେଳର ମଜା ନେଇପାରିବେ। ଏଥିଲାଗି ଆବଶ୍ୟକ ସମସ୍ତ ସୁବିଧା କରାଯାଉଛି। ଏହାକୁ ବାଦ୍‌ଦେଲେ ପୁରୁଷ ଏବଂ ମହିଳା କ୍ରୀଡ଼ାବିତ୍‌ଙ୍କ ଲାଗି ୨ଟି ଚେଜିଂ ରୁମ୍‌, ଗୋଟିଏ କାର୍ଯ୍ୟାଳୟ ଗୃହ ନିର୍ମାଣ ହେବ। କାମାକ୍ଷାନଗରରେ ୭ବର୍ଷ ହେଲା କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ଆଉଟ୍‌ଡୋର ଖେଳକୁ ପ୍ରାଧାନ୍ୟ ଦିଆଯାଉଛି। ଏହି ଷ୍ଟାଡିୟମ ନିର୍ମାଣ ହେଲେ ଇନ୍‌ଡୋର କ୍ରୀଡ଼ାକୁ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ କରାଯାଇପାରିବ। ବାହାରୁ ଖେଳାଳି ଏବଂ ଆଞ୍ଚଳିକ ଖେଳାଳିଙ୍କ ମଧ୍ୟରେ ସମନ୍ବୟ ସୃଷ୍ଟି ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଏବଂ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ତ୍ତ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉଦ୍ୟମରେ ୮ମାସ ତଳେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। କରୋନା ପାଇଁ ଏହା ପୂର୍ଣ୍ଣାଙ୍ଗ ରୂପ ନେବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ଆଗାମୀ ୨ ମାସ ଭିତରେ ଏହା ଶେଷ କରିବାକୁ ଯୋଜନା ରଖାଯାଇଛି।
ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ବାଳ କୁହନ୍ତି, ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହା ଲୋକାର୍ପିତ ହେବା ପରେ ଗ୍ରାମାଞ୍ଚଳର କ୍ରୀଡ଼ାବିତ୍‌ଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଯୁବଗୋଷ୍ଠୀଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ିବ। ପର୍ଯ୍ୟାୟକ୍ରମେ ଏହାର ଉନ୍ନତୀକରଣ କରାଯିବାକୁ ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଅଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହେବ
କାମାକ୍ଷାନଗର ମିନି ଇନ୍‌ଡୋର ଷ୍ଟାଡିୟମ ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହେବ। ଗ୍ରାମାଞ୍ଚଳର ଯୁବ କ୍ରୀଡ଼ା ପ୍ରତିଭାମାନେ ଏହାର ଲାଭ ଉଠାଇପାରିବେ। ବର୍ଷତମାମ ପ୍ରଶିକ୍ଷଣର ସୁଯୋଗ ମିଳିବ। ଆସନ୍ତା ୨ ମାସ ଭିତରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ ତଥା ଉପଖଣ୍ଡ କ୍ରୀଡ଼ା ସଂସଦ ସଭାପତି
ତାଲିମ ନେବା ସୁବିଧା ହେବ
କାମାକ୍ଷାନଗର ଅଞ୍ଚଳରେ ବହୁ କ୍ରୀଡ଼ା ପ୍ରତିଭା ଅଛନ୍ତି। ଇନ୍‌ଡୋର ଖେଳ ପାଇଁ ଏକ ଷ୍ଟାଡିୟମର ଆବଶ୍ୟକତା ଥିଲା। ପବନ ହେଲେ ବ୍ୟାଡ୍‌ମିଣ୍ଟନ ଖେଳ ପ୍ରଭାବିତ ହୋଇଥାଏ। ହେଲେ ଇନ୍‌ଡୋର ଷ୍ଟାଡିୟମରେ ଏହାର ପ୍ରଶିକ୍ଷଣ ନେବା ସୁବିଧା ହେବ। ବର୍ଷତମାମ ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଆଞ୍ଚଳିକସ୍ତରରେ ବହୁ ଖେଳାଳି ସୃଷ୍ଟି ହୋଇପାରିବେ।
-ରୀତେଶ କୁମାର ବ୍ରହ୍ମ, ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି
ସମସ୍ତଙ୍କୁ ସୁଯୋଗ ମିଳିବ
ପ୍ରଥମକରି ପ୍ରଶିକ୍ଷଣ ଆରମ୍ଭ କରୁଥିବା ପିଲାମାନଙ୍କ ପକ୍ଷେ କୋର୍ଟ ତିଆରି କରି ବ୍ୟାଡମିଣ୍ଟନ ଖେଳିବା ସମ୍ଭବପର ହୋଇ ନ ଥାଏ। ବଡ଼ମାନେ ଖେଳୁଥିବାବେଳେ ଅପେକ୍ଷା କରିବାକୁ ପଡ଼େ। ଘର ପାଖରେ ଇନ୍‌ଡୋର ଷ୍ଟାଡିୟମ ହେବା ପରେ ବାହାରୁ ଖେଳାଳି ଆସିବେ। ସମସ୍ତଙ୍କୁ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିବ। ଉନ୍ନତମାନର କ୍ରୀଡ଼ା କୌଶଳ ଶିଖିବା ସହଜ ହେବ।
-ସାଇଶଙ୍କର ମୁଦୁଲି, ଆଦର୍ଶ ବିଦ୍ୟାଳୟ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri