ପରିବେଶ ସୁରକ୍ଷାରେ ସହରର ବିକାଶ

ମୁଖ୍ୟ ବିଚାରାଳୟ ତେଲଙ୍ଗାନା ସରକାରଙ୍କୁ ହାଇଦ୍ରାବାଦର କାଞ୍ଚା ଗାଚିବୋଲି ସବୁଜ ବଳୟରେ କଟାଯାଇଥିବା ଗଛଗୁଡ଼ିକର ପୁନଃରୋପଣ କରିବାପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ତେଲଙ୍ଗାନା ସରକାରଙ୍କ ଆଗରେ ଦୁଇଟି ବିକଳ୍ପ ରଖିଛନ୍ତି। ଗଛ ପୁନଃରୋପଣ କର କିମ୍ବା ଗଛ କାଟିବା ମାମଲାରେ ଲିପ୍ତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଜେଲ ଯିବାପାଇଁ ପ୍ରସ୍ତୁତ ହୁଅ। ସୁପ୍ରିମ କୋର୍ଟର ନ୍ୟାୟପାଳକ ବେଞ୍ଚ, ବି ଆର୍‌ ଗାଭାଇ ଓ ଏ ଜି ମାସି କହିଛନ୍ତି ‘ପର୍ଯ୍ୟାବରଣର ସୁରକ୍ଷା ପାଇଁ ଆମେ କିଛି ବି ପଦକ୍ଷେପ ନେଇପାରିବୁ। ’ ବିଗତ ୨୦ ବର୍ଷ ଭିତରେ ହାଇଦ୍ରାବାଦର ବିକାଶ ନାଁରେ ରାଜ୍ୟ ସରକାର ଏକଦା ସ୍ବର୍ଗ ପରି ସୁନ୍ଦର ପରିବେଶକୁ ଏକ ଯନ୍ତ୍ରଣାଦାୟକ ନଗରରେ ପରିଣତ କରିସାରିଲେଣି । ଚାରିଆଡ଼େ କଂକ୍ରିଟ ଜଙ୍ଗଲ ଯାଦୁ କାଛୁ ପରି ମାଡ଼ିଚାଲିଛି । ଜଙ୍ଗଲ, ଚାଷ ଜମି, ଗଛ ଲତା ଓ ଜଳାଶୟଗୁଡ଼ିକ ଲୋପ ପାଇଗଲାଣି କିମ୍ବା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲେଣି । ପାନୀୟ ଜଳ, ଖୋଲା ଜାଗା ଓ ସବୁଜିମା ନ ଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହୋଇଗଲେଣି । ଯଦିଓ ଲୋକେ ଅର୍ଥ କମାଉଛନ୍ତି ସେମାନଙ୍କ ଜୀବନ ମାନରେ ଉନ୍ନତି ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ ।
ହାଇଦ୍ରାବାଦରେ ଥିବା କାଞ୍ଚା ଗାଚିବୋଲି ସବୁଜ ବଳୟକୁ ଏକ ଅତ୍ୟାଧୁନିକ ଇକୋ ନଗର ଭାବେ ଗଢିତୋଳିବା ପାଇଁ ଏହାର ସବୁଜିମାକୁ ଅନେକାଂଶରେ ନଷ୍ଟ କରିଦିଆଯାଉଛି। ଜଙ୍ଗଲ, ହ୍ରଦ, ନଦୀ, ଝରଣା, ସବୁଜିମା ଓ ପ୍ରାଗୈତିହାସିକ ଯୁଗର ସନ୍ତୁଳିତ ପ୍ରସ୍ତରଖଣ୍ଡମାନ ହାଇଦ୍ରାବାଦକୁ ଏକ ପ୍ରାକୃତିକ ଇକୋ ସହରରେ ପରିଣତ କରିଥିଲା। ଏବେ ବିଶ୍ୱର ସମସ୍ତ ବୈଜ୍ଞାନିକମାନେ ଏକାଠି ହେଲେ ମଧ୍ୟ ଏଭଳି ସହରଗଢ଼ିପାରିବେ ନାହିଁ। ହାଇଦ୍ରାବାଦର ଛାତ୍ରମାନେ କାଞ୍ଚା ଗାଚିବୋଲି ସବୁଜ ବାଳୟକୁ ରକ୍ଷା କରିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁପ୍ରିମ କୋର୍ଟର ନିର୍ଦ୍ଦେଶରେ ଏହି ଇକୋ ନଗର ପ୍ରକଳ୍ପ ସ୍ଥଗିତ ହେବାରୁ ମାମଲା ଶାନ୍ତ ପଡିଛି । ବୁଦ୍ଧିଜୀବୀ ଓ ଅର୍ଥନୀତି ବିଶାରଦମାନେ କହୁଛନ୍ତି, ଏହି ଅଦରକାରୀ ପ୍ରକଳ୍ପଗୁଡ଼ିକ କେବଳ କଣ୍ଟ୍ରାକ୍ଟର ଓ ଦଲାଲମାନଙ୍କର ଅର୍ଥ ଉପାର୍ଜନ କରିବାପାଇଁ ସୁଯୋଗ ସୃଷ୍ଟି କରିବ। ଆଗକୁ ସାଧାରଣ ଲୋକେ ଗ୍ରୀଷ୍ମ ପ୍ରକୋପ ଓ ପାନୀୟ ଜଳ ଅଭାବରୁ ଅଧିକ ମାତ୍ରାରେ ହନ୍ତ ସନ୍ତ ହେବେ ଓ ହାଇଦ୍ରାବାଦ ଅତ୍ୟଧିକ ତାପମାତ୍ରା ଓ ପ୍ରଦୂଷଣ ଯୋଗୁ ମନୁଷ୍ୟ ରହିବା ଉପଯୋଗୀ ରହିବ ନାହିଁ।
ଅର୍ବାନ ହିଟ ଷ୍ଟ୍ରେସ ଟ୍ରାକର, ହାଇଦ୍ରାବାଦର ଏକ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ଓ ଅନ୍ୟ ସହରଗୁଡ଼ିକର ତାପମାତ୍ରା ତୀବ୍ରତର ହେଉଛି। ଏହାକୁ ଅର୍ବାନ ହିଟ୍‌ ଆଇଲାଣ୍ଡ (ୟୁଏଚ୍‌ଆଇ)ଫେନୋମେନା କୁହାଯାଉଛି। ସୋସିଓ ଇକୋନୋମିକ ଆଉଟଲୁକ୍‌ ୨୦୨୫ରେ ହାଇଦ୍ରାବାଦରେ ସବୁଜ ବଳୟର ହ୍ରାସ, ଅତ୍ୟଧିକ ଭିତ୍ତିଭୂମି ବିକାଶ ପ୍ରକଳ୍ପର ନିର୍ମାଣ, ଜଳାଶୟଗୁଡ଼ିକର ବିଲୁପ୍ତୀକରଣ, ପ୍ରଦୂଷଣ ଓ ଖୋଲା ଜାଗାର ଅଭାବ ଇତ୍ୟାଦି ୟୁଏଚ୍‌ଆଇ ବଢ଼ିବାର ପ୍ରଧାନ କାରଣ ବୋଲି ଉଲ୍ଲେଖ କରାଯାଇଛି। ହାଇଦ୍ରାବାଦର ଜନସଂଖ୍ୟା ୨୦୦୦ ମସିହାରେ ୫୬୫୦୦୦୦ ଥିଲା ଓ ଏହା ବଢ଼ି ୨୦୨୫ରେ ୧୧୩୩୮୦୦୦ ପହଞ୍ଚତ୍ଛି। ହାଇଦ୍ରାବାଦ ଆଜି ୩୮୮ ବର୍ଗ କିଲୋମିଟର କ୍ଷେତ୍ରକୁ ବ୍ୟାପି ଯିବା ଫଳରେ ସହ ସହ ଏକର ଚାଷ ଜମି, ଜଙ୍ଗଲ ଓ ଜଳାଶୟ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି। ହାଇଦ୍ରାବାଦରେ ୨୦୦୧ ଓ ୨୦୨୩ ଭିତରେ ୧.୬୧ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ କରାଯାଇଛି। ବାର୍ଷିକ ବୃକ୍ଷ ସର୍ଭେ ୨୦୨୪ର ରିପୋର୍ଟ ଅନୁସାରେ ହାଇଦ୍ରାବାଦରେ ୭୫୩ କିସମର ଦେଶୀ ଗଛ ୩୨୧୫ କିସମର ପଶୁ ପକ୍ଷୀମାନଙ୍କୁ ଆଶ୍ରୟ ଦେଉଥିଲା। ଆଜି ହଜାର ହଜାର ୬୦ ବର୍ଷରୁ ଊର୍ଦ୍ଧ୍ୱ ଗଛ ହାଇଦ୍ରାବାଦର ବିକାଶ ପାଇଁ କଟାଯାଇଛି।
ଫଳରେ ହାଇଦ୍ରାବାଦ ତାହାର ଜୀବନ ଓ ସୌନ୍ଦର୍ଯ୍ୟକୁ ହରାଇ ବସିଛି। ବାର୍ଷିକ ବୃକ୍ଷ ସର୍ଭେ ୨୦୨୪ର ରିପୋର୍ଟ ହାଇଦ୍ରାବାଦର ବିକାଶ ଯୋଜନା ପାଇଁ ଦେଶୀ ଗଛର ମହତ୍ତ୍ୱକୁ ବିଶେଷ ଗୁରୁତ୍ୱ ଦେଇଛି। ସହରର ଦେଶୀ ଗଛଗୁଡ଼ିକ କଟାଗଲା ପରେ ବଡ଼ ବଡ଼ କୁଣ୍ଡରେ ପ୍ରଜାତି ଗଛ ଲଗାଯାଉଛି, ଯାହାର ଜୀବନକାଳ ବର୍ଷେ କିମ୍ବା ଦୁଇବର୍ଷ।
ହାଇଦ୍ରାବାଦକୁ ପାଶ୍ଚାତ୍ୟ ଦେଶର ଏକ ବିରାଟ ନଗରରେ ପରିଣତ କରିବା ପାଇଁ ତେଲଙ୍ଗାନା ସରକାର ଦିବାସ୍ବପ୍ନ ଦେଖୁଛନ୍ତ। ପାନୀୟ ଜଳର ଘୋର ଅଭାବ, ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି, ସାର୍ବଜନୀନ ପରିବହନର ଅଭାବ, ପ୍ରଦୂଷଣ ବୃଦ୍ଧି, ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଅଭାବ ଓ ଦରଦାମ୍‌ ବୃଦ୍ଧି ଇତ୍ୟାଦି ହାଇଦ୍ରାବାଦକୁ ଏକ ବିଷାଦ ନଗରୀରେ ପରିଣତ କରିଛି।
ତେଲଙ୍ଗାନା ସରକାର ହାଇଦ୍ରାବାଦକୁ ବିସ୍ତାର କରିବା ପରିବର୍ତ୍ତେ ରାଜ୍ୟରେ ଥିବା ଅନ୍ୟ ସହରଗୁଡ଼ିକରେ ଲୋକ ଉପଯୋଗୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବା ଉଚିତ । ଗାଁ ଗୁଡ଼ିକରେ ରୋଜଗାର ସୃଷ୍ଟି କଲେ ଲୋକେ ଗାଁ ଛାଡ଼ି ଆଉ ସହରକୁ ଆସିବେ ନାହିଁ। ଆଜି ହାଇଦ୍ରାବାଦ ଚାରିପାଖରେ ଥିବା ଗାଁଗୁଡ଼ିକ ସହରରେ ପରିଣତ ହୋଇଗଲାଣି। ଅଧିକାଂଶ ଗାଁ ଲୋକେ ଜମି ବିକି କିଛିଦିନ ମଉଜ ମଜଲିସରେ ରହିବା ପରେ ଆଜି ଛୋଟ ଛୋଟ କାମକରି ଗୁଜୁରାଣ ମେଣ୍ଟାଉଛନ୍ତି। ମଦଦୋକାନ ଛତୁ ଫୁଟିଲା ପରି ଖୋଲିଗଲାଣି। ଫଳରେ ଗାଁ ଗୁଡ଼ିକରେ ମଦ୍ୟପମାନଙ୍କ ସଂଖ୍ୟା ବଢ଼ି ଚାଲିଛି ଓ ଘରେ ଘରେ ଅଶାନ୍ତି ବ୍ୟାପୁଛି। ସରକାର ହାଇଦ୍ରାବାଦକୁ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ପ୍ରଥମେ ଗାଁଗୁଡ଼ିକର ବିକାଶ କରିବା ଉଚିତ। ଗାଁରେ ଯେପରି ଗାଈ ରଖି କିମ୍ବା ଚାଷକରି ମାସକୁ ୨୫୦୦୦ ଟଙ୍କା ରୋଜଗାର କରିହେବ ସରକାର ସେଥିପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ। ଆଜି ସାରା ବିଶ୍ୱରେ ୫୦ ପ୍ରତିଶତ ଲୋକ ଭଲକରି ମୁଠାଏ ଖାଇବାକୁ ପାଉନାହାନ୍ତି। ପୁଷ୍ଟିକର ଖାଦ୍ୟ ଖାଇବା ତ ଦୂରର କଥା, ଚାଷଜମି ଓ ଜଳାଶୟଗୁଡ଼ିକ ବଞ୍ଚତ୍ରହିଲେ ଗାଁଗୁଡ଼ିକ ସମୃଦ୍ଧ ହୋଇପାରିବ। ତେଲଙ୍ଗାନା ସରକାର ଗାଁଗୁଡିକରେ ପାନୀୟ ଜଳ, ଉତ୍ତମ ସ୍କୁଲ ଓ ସ୍ବାସ୍ଥ୍ୟସେବାରେ ଉନ୍ନତି କଲେ ଲୋକେ ଗାଁରେ ରହି ଅର୍ଥ ଉପାର୍ଜନ କରିପାରିବେ, ଫଳରେ ହାଇଦ୍ରାବାଦ ସହର ସୁନ୍ଦର ଓ ସୁରକ୍ଷିତ ରହିବ।

ସୁଧାଂଶୁ ରଞ୍ଜନ ଦାସ
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri