କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ବିକାଶ

ଫ୍ରାନ୍ସର ଆଲେନ୍‌ ଆସ୍ପେକଟ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜନ୍‌ କ୍ଲାଉଜର ଏବଂ ଅଷ୍ଟ୍ରିଆର ଆଣ୍ଟୋନ୍‌ ଜେଲିଫରଙ୍କୁ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। କ୍ୱାଣ୍ଟମ୍‌ ଯାନ୍ତ୍ରିକୀରେ ଅଭିନବ ଆବିଷ୍କାର ପାଇଁ ଏହି ତିନି ଜଣ ପଦାର୍ଥ ବିଜ୍ଞାନୀଙ୍କୁ ଉକ୍ତ ପୁରସ୍କାର ମିଳିବ। ନୋବେଲ କମିଟି ଅନୁଯାୟୀ, ଫାଳ (ଏଣ୍ଟାଙ୍ଗଲମେଣ୍ଟ)ରେ ଥିବା ଫୋଟନରେ ପରୀକ୍ଷଣ, ବେଲ୍‌ ଅସମାନତାର ଅମାନ୍ୟ ସିଦ୍ଧାନ୍ତ ସ୍ଥାପନ ଏବଂ କ୍ୱାଣ୍ଟମ୍‌ ତଥ୍ୟ ବିଜ୍ଞାନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
ପଦାର୍ଥ ବିଜ୍ଞାନରେ ପୂର୍ବରୁ ନିଉଟନ୍‌ ମାଧ୍ୟାକର୍ଷଣ ନିୟମ ଅନୁଯାୟୀ ପାରମ୍ପରିକ ଯାନ୍ତ୍ରି୍ରକୀ ପ୍ରଚଳିତ ଥିଲା। ଏହା ଗ୍ରହ, ନକ୍ଷତ୍ର ଆଦି ସ୍ଥୂଳଜଗତର ବସ୍ତୁ ପାଇଁ ପ୍ରଯୁଜ୍ୟ, ଯାହାର ବେଗ ଆଲୋକ ବେଗ ତୁଳନାରେ ବହୁତ କମ୍‌ ଥାଏ। ୧୯୨୦ ଦଶକରେ ଆଇନଷ୍ଟାଇନ୍‌, ଏରଉଇନ୍‌ ସ୍ରୋଡିଞ୍ଜନ, ଲିନ୍‌ସ ବୋର୍‌, ପଲ ଡିରାକ୍‌, ଓ୍ବେର୍ଣ୍ଣର ହାଇଜେନବର୍ଗ ଆଦି ବୈଜ୍ଞାନିକମାନେ କ୍ୱାଣ୍ଟମ୍‌ ଯାନ୍ତ୍ରିକୀର ବିକାଶ କଲେ, ଯାହା ସୁକ୍ଷ୍ମ ଅଣୁ, ପରମାଣୁ ଓ ଉପପରମାଣିକ କଣିକା ଭଳି ସୂକ୍ଷ୍ମ ବସ୍ତୁଜଗତ ପାଇଁ ପ୍ରଯୁଜ୍ୟ ହୋଇଥାଏ। ଚଳିତ ବର୍ଷର ତିନି ନୋବେଲ୍‌ ବିଜ୍ଞାନୀ କ୍ୱାଣ୍ଟମ୍‌ ଫଳ ଉପରେ କାର୍ଯ୍ୟ କରି କ୍ୱାଣ୍ଟମ୍‌ ଯାନ୍ତ୍ରିକୀର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି।
କ୍ୱାଣ୍ଟମ୍‌ ଯାନ୍ତ୍ରିକୀରେ ଦୁଇ କିମ୍ବା ତତୋଽଧିକ କଣିକା ପରସ୍ପରଠାରୁ ଯେତେ ଦୂରରେ ଥିଲେ ସୁଦ୍ଧା ସମାନ ଅବସ୍ଥାରେ ରହିଥାଆନ୍ତି ; ଅର୍ଥାତ୍‌ ସମାନ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହା ହେଉଛି କ୍ୱାଣ୍ଟମ୍‌ ଫାଳ। ଏହି ଅବସ୍ଥାରେ ଗୋଟିଏ କଣିକାର ଗୁଣଗୁଡ଼ିକୁ ମାପ କରିବା ପରେ ଅନ୍ୟ କଣିକାର ଗୁଣଗୁଡ଼ିକୁ ମାନ ନ କରି ସେହି ମୂଲ୍ୟ ନିଆଯାଇପାରିବ। କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ଓ୍ବେବ୍‌ ସାଇଟ୍‌ରେ ଏହାର ଏକ ସୁନ୍ଦର ଅନୁରୂପତା ଦିଆଯାଇଛି। ଦୁଇ ଜଣ ଯମଜ ଭ୍ରାତା ଆମେରିକାରେ ୧୯୪୦ ଦଶକରେ ଜନ୍ମ ଗ୍ରହଣ କରିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ଏବଂ ୩୯ ବର୍ଷ ପରେ ପୁଣି ଭେଟ ହେଲେ। ଜଣାଗଲା ଯେ, ସେମାନଙ୍କର ସନ୍ତାନ, ପତ୍ନୀ ଓ ପୋଷା ଜନ୍ତୁମାନଙ୍କର ନାମ ସମାନ ଅଛି ଏବଂ ଦୁଇ ଯମଜ ଭ୍ରାତାଙ୍କର ପସନ୍ଦ ଅନେକ କ୍ଷେତ୍ରରେ ସମାନ ଅଛି।
ପରସ୍ପରଠାରୁ ଦୂରରେ ଥିବା ଅସଂଲଗ୍ନ ଦୁଇଟି କଣିକା ମଧ୍ୟରେ କିପରି ସମ୍ପର୍କର ସେତୁ ରହିପାରୁଛି ଏବଂ ଗୋଟିକର ଜଣା ପ୍ରଥମରୁ ଅନ୍ୟ କଣିକା ସମ୍ବନ୍ଧରେ ଜାଣି ହେଉଛି? ୧୯୩୫ ମସିହାରେ ଆଇନଷ୍ଟାଇନ୍‌ ଏବଂ ତାଙ୍କର ସହଯୋଗୀ ବୋରିସ୍‌ ପୋଡୋଲ୍‌ସ୍ଥି ଓ ନାଥାନ୍‌ ରୋଜେନ୍‌ ଏହି ପ୍ରଶ୍ନ ଉପରେ ଅଧ୍ୟୟନ କରି ପ୍ରକାଶ କଲେ ଯେ କିଛି ‘ଲୁକ୍କାୟିତ ଚଳରାଶି’ ଅଛି, ଯାହାଯୋଗୁଁ ଏପରି ଘଟୁଛି। ସେମାନେ ମଧ୍ୟ କହିଲେ ଯେ କ୍ୱାଣ୍ଟମ୍‌ ଯାନ୍ତ୍ରି୍ରକୀ ତତ୍ତ୍ୱ ଅସମ୍ପୂର୍ଣ୍ଣ ଅଛି। ଏହାକୁ ସେମାନଙ୍କ ନାମର ପ୍ରଥମ ଅକ୍ଷର ଅନୁସାରେ ‘ଇପିଏସ ବିରୋଧାଭାସ’ କୁହାଯାଏ।
ଆୟରଲାଣ୍ଡର ବୈଜ୍ଞାନିକ ଜନ୍‌ ଷ୍ଟିଓ୍ବାର୍ଟ ବେଲ୍‌ ୧୯୬୪ ମସିହାରେ ପ୍ରକାଶ କଲେ ଯେ ପୃଥିବୀ କ୍ୱାଣ୍ଟମ୍‌ ପଦାର୍ଥ ବିଜ୍ଞାନକୁ ଅନୁସରଣ କରୁଛି କିମ୍ବା ‘ଲୁକ୍କାୟିତ ଚଳରାଶି’ର ଭୂମିକା ରହୁଛି, ତାହା ଗୋଟିଏ ପରୀକ୍ଷଣରୁ ଜଣାପଡ଼ିବ। ଯଦି ପରୀକ୍ଷଣକୁ ଅନେକ ଥର ପୁନରାବୃତ୍ତ କରାଯାଏ ଏବଂ କିଛି ଫଳ ନିର୍ଦ୍ଦିଷ୍ଟ ମୂଲ୍ୟ ଭିତରେ ରହେ, ତାହାହେଲେ ଏହା ଲୁକ୍କାୟିତ ଚଳରାଶି ଯୋଗୁ ହେଉଛି। ଯଦି ଏହା ସେହି ମୂଲ୍ୟଠାରୁ ଅଧିକ ହୁଏ, ତାହାହେଲେ କ୍ୱାଣ୍ଟମ୍‌ ପଦାର୍ଥ ବିଜ୍ଞାନ ଠିକ୍‌ ଅଛି। ଏହି କ୍ରାନ୍ତୀୟ ମୂଲ୍ୟକୁ ‘ବେଲ୍‌ଙ୍କ ଅସମାନତା’ କୁହାଯାଏ।
କ୍ଲାଉଜର ୧୯୭୨ ମସିହାରେ ବେଲ୍‌ଙ୍କ ଧାରଣାକୁ ପରୀକ୍ଷା କରିବାକୁ ଚାହିଁଲେ। ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ଛାତ୍ର ଷ୍ଟୁଆର୍ଟ ଫ୍ରିଡମାନ୍‌ଙ୍କ ସହ ମିଶି ଗୋଟିଏ ଉପକରଣ ତିଆରି କଲେ, ଯାହା ଏକ ସଙ୍ଗରେ ଫାନ୍ଦରେ ଥିବା ଦୁଇଟି ଫୋଟନ୍‌ ନିର୍ଗତ କଲା ଏବଂ ପରୀକ୍ଷାର ଫଳ ବେଲ୍‌ଙ୍କ ଅସମାନତା ମୂଲ୍ୟଠାରୁ ଅଧିକ ହେଲା, ଅର୍ଥାତ୍‌ ଏହା କ୍ୱାଣ୍ଟାମ୍‌ ଯାନ୍ତ୍ରିକୀକୁ ଠିକ୍‌ ବୋଲି ପ୍ରମାଣ କଲା। ଏହି ପରୀକ୍ଷଣରେ ଅନ୍ତର୍ନିହିତ ଦୋଷତ୍ରୁଟି ଥିବା ସନ୍ଦେହରେ କେତେକେ ଏହାକୁ ଗ୍ରହଣ କରିବାକୁ କୁଣ୍ଠିତ ହେଲେ। ସେତେବେଳେ ପିଏଚ.ଡି. ଛାତ୍ର ଥିବା ଆସ୍ପେକଟ ଏହି ଦୋଷତ୍ରୁଟିକୁ ସୁଧାରିବା ପାଇଁ ୧୯୮୦ ଦଶକରେ ଗୋଟିଏ ଉନ୍ନତ ଉପକରଣ ନିର୍ମାଣ କରି ସମାନ ଫଳ ପାଇଲେ।
୧୯୯୭ ମସିହାରେ ଜେଲିଙ୍ଗର ପରୀକ୍ଷା କରି ଅନ୍ୟ ଗୋଟିଏ ଆକର୍ଷଣୀୟ ଦିଗକୁ ପ୍ରଦର୍ଶନ କଲେ ଯାହା ହେଉଛି ‘କ୍ୱାଣ୍ଟାମ୍‌ ଟେଲିପୋର୍ଟେସନ’। ଯଦି ଫାନ୍ଦରେ ଥିବା କଣିକାଦ୍ୱୟ ବିପରୀତ ଦିଗରେ ଗତି କରନ୍ତି ଏବଂ ସେଥିମଧ୍ୟରୁ ଗୋଟିଏ ଅନ୍ୟ ଏକ ତୃତୀୟ କଣିକାକୁ ଭେଟି ତାହା ସହ ଫାଳରେ ରହିଯାଏ, ସେମାନେ ଗୋଟିଏ ନୂତନ ଅବସ୍ଥାରେ ରହନ୍ତି। ତୃତୀୟ କଣିକା ନିଜର ପରିଚୟ ହରାଇଥାଏ ଏବଂ ଏହାର ମୂଳ ଗୁଣଗୁଡିକ ଏହାକୁ ଭେଟିଥିବା କଣିକା ପାଖକୁ ଚାଲିଯାଇଥାଏ।
କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ସିଦ୍ଧାନ୍ତକୁ ବର୍ତ୍ତମାନ କ୍ୱାଣ୍ଟମ କମ୍ପ୍ୟୁଟର, କ୍ୱାଣ୍ଟମ ନେଟଓ୍ବର୍କ ଏବଂ କ୍ୱାଣ୍ଟାମ୍‌ ଗୁପ୍ତ ସଙ୍କେତ ଯୋଗାଯୋଗରେ ପ୍ରୟୋଗ ପାଇଁ ଗବେଷଣା ଚାଲିଛି। ତିନି ନୋବେଲ ବିଜ୍ଞାନୀ ମୋଟ ପୁରସ୍କାର ରାଶି ଦଶ ନିୟୁତ ସୁଇଡେନ୍‌ କ୍ରୋନୋର (ପ୍ରାୟ ନଅ ଲକ୍ଷ ଆମେରିକୀୟ ଡଲାର)କୁ ସମାନ ଭାବରେ ବାଣ୍ଟି ନେବେ।
ଆଲେନ୍‌ ଆସ୍ପେକ୍‌ଟ ୧୯୪୭ ମସିହା ଜୁନ୍‌ ୧୫ ତାରିଖରେ ଫ୍ରାନ୍ସର ଆଗେନ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ପ୍ୟାରିସ ବିଶ୍ୱବିଦ୍ୟାଳୟ ଓ ଫ୍ରାନ୍ସର ଇକୋ ପଲିଟେକନିକ୍‌ରେ ପ୍ରଫେସର ଅଛନ୍ତି। ଜନ୍‌ କ୍ଲାଉଜର ଯୁକ୍ତରାଷ୍ଟ୍ର ଆମେରିକାର ପାସଡୋନାଠାରେ ୧୯୪୨ ମସିହା ଡିସେମ୍ବର ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କମ୍ପାନୀ ଜେ.ଏଫ. କ୍ଲାଉଜର ଏଣ୍ଡ ଆସୋସିଏଟେଡ୍‌ରେ ଗବେଷଣା କରୁଛନ୍ତି। ଆଣ୍ଟୋନ୍‌ ଜେଲିଙ୍ଗର ଅଷ୍ଟ୍ରିଆର ରାଇଡ୍‌ ଇନକ୍ରେଇସଠାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ବର୍ତ୍ତମାନ ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri