ଦିଗହରା ହେଉଛି ଖଣ୍ଡପଡ଼ାର ବିକାଶ

ଖଣ୍ଡପଡ଼ା,୩୦ା୩(ସ୍ବ.ପ୍ର.): ଦୀର୍ଘଦିନ ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ ବ୍ୟୟ ବରାଦ ସହିତ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଛି। ହେଲେ ସେହି କାମର ସ୍ବଚ୍ଛତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ କାମ ଦୀର୍ଘଦିନ ପରେ ବି ଆରମ୍ଭ ହୋଇ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କଣ୍ଟିଲୋ ଶ୍ରୀନୀଳମାଧବ ପୀଠ। ଏହାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ୨୦୦୧ ଜାନୁୟାରୀ ୧୫ରେ ମୁଖ୍ୟମନ୍ତ୍ରୀ ବିଂଶତମ ସର୍କଲସ୍ତରୀୟ ଶିଶୁ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ କହିଥିଲେ। ଏହାର ୨୨ ବର୍ଷ ପରେ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସମ୍ପ୍ରତି ନୀଳମାଧବଙ୍କ ଚନ୍ଦନ ପୋଖରୀ, ଦୟଣାଚୋରୀ ବଗିଚା ଏବଂ ନୀଳମାଧବ ଜୀଉଙ୍କ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱ ପାବଚ୍ଛ କାମ ଚାଲୁ ରହିଛି। ପରିତାପର ବିଷୟ ବିପୁଳ ପରିମାଣର ଅର୍ଥ ମଞ୍ଜୁର ସତ୍ତ୍ୱେ କେଉଁ କାମରେ କେତେ ଟଙ୍କା ବ୍ୟୟ ବରାଦ ହୋଇଛି ଏବଂ କ’ଣ କାମ ହେବ ଓ କିପରି ହେବ ତାହା ସୂଚନା ଫଳକରେ ସାର୍ବଜନୀନ କରାଯାଉନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଉ ନାହିଁ। ମନ୍ଦିର ପାବଚ୍ଛ ନବୀକରଣ ପାଇଁ ପୁରୁଣା ପଥର ତଥା ପାହାଡ଼କୁ ତଡାଯାଇ ସେସବୁ ପଥରକୁ ଅନ୍ୟତ୍ର କାମରେ ବିନିଯୋଗ କରାଯାଉଛି। କାମ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ନିମ୍ନମାନର କାମ ଯୋଗୁ ଗତ ୭ ଦିନ ତଳେ ସ୍ଥାନୀୟ ଲୋକେ ଓ ସମିତି ସଭ୍ୟ କାମ ବନ୍ଦ କରିଥିବା ବେଳେ ବିନା ସୂଚନା ଫଳକରେ କାମ ନ କରିବାକୁ କହିଥିଲେ। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଜେସିବ, ଟ୍ରାକ୍ଟର ଓ ଅନ୍ୟାନ୍ୟ ମେଶିନ ଲଗାଯାଇ ରାତି, ଦିନ ଚନ୍ଦନ ପୋଖରୀ କାମ ଚାଲିଛି। ଆସନ୍ତା ଏପ୍ରିଲ ୨୩ ଅକ୍ଷୟ ତୃତୀୟାରେ କାମ ସମ୍ପନ୍ନ ନ ହେଲେ ଠାକୁରଙ୍କ ପବିତ୍ର ଚନ୍ଦନ ଯାତ୍ରା ଓ ଚନ୍ଦନ ଚାପ ନୀତି ହେବା ଅସମ୍ଭବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ଖଣ୍ଡପଡା ଓକିଲ ସଂଘର ସମ୍ପାଦକ ବିକ୍ରମ କେଶରୀ ଦେଓ କୁହନ୍ତି, ଗତ ୪ବର୍ଷ ମଧ୍ୟରେ ସମଗ୍ର ଖଣ୍ଡପଡ଼ା ଅଞ୍ଚଳରେ ସେଭଳି କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାମ ହୋଇ ନାହିଁ। ବିଶ୍ୱବିଖ୍ୟାତ ଜ୍ୟୋର୍ତିବିଦ୍‌ ପଠାଣି ସାମନ୍ତଙ୍କ ଜନ୍ମଭୂମିର ସାମଗ୍ରିକ ବିକାଶରେ ଲୋକପ୍ରତିନିଧିମାନଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି। ଦୁର୍ବଳ ନେତୃତ୍ୱ ଓ ପ୍ରଶାସନିକ ସ୍ଥାଣୁତା ଅଞ୍ଚଳର ବିକାଶରେ ବାଧକ ସାଜିଛି। ସେହିପରି ଖଣ୍ଡପଡ଼ା ଅଞ୍ଚଳରେ ଅନେକ ନୂତନ ପ୍ରକଳ୍ପ ପାଇଁ ଗତ ୪ ବର୍ଷ ତଳେ ଛତୁ ଫୁଟିଲା ପରି ଶିଳାନ୍ୟାସ କରାଯାଇଥିଲା। ସମସ୍ତ ପ୍ରକଳ୍ପ ନିମନ୍ତେ ଅନୁଦାନ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ନ ହୋଇ ଏବେ ପଡ଼ି ରହିଛି। ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀଟି ସମୟାନୁକ୍ରମେ ରକ୍ଷାଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ବେଳେ ସୁନାମୁହିଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ନିମନ୍ତେ ମଞ୍ଜୁର ୩ କୋଟି ଟଙ୍କାର ଅନୁଦାନ ଅର୍ଥ ବିନିଯୋଗ ନ ହୋଇ ପଡ଼ି ରହିଛି। ଅଞ୍ଚଳବାସୀଙ୍କ ବିଦ୍ୟୁତ୍‌ ସମସ୍ୟା ଦୂର ନିମନ୍ତେ ୫୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା, ବିଜ୍ଞାନ ପାର୍କ ନିର୍ମାଣ କାମ ଗତ ୫ବର୍ଷ ଧରି ଶିଳାନ୍ୟାସ ଫଳକରେ ସୀମିତ ରହିବା, ବନମାଳୀପୁରସ୍ଥିତ ବିମାନ ଅବତରଣ ପଡ଼ିଆର ସୁରକ୍ଷା ପରିବର୍ତ୍ତେ ଉକ୍ତ ପଡ଼ିଆକୁ ମେଗା ପାନୀୟଜଳ ପ୍ରକଳ୍ପକୁ ହସ୍ତାନ୍ତର କରାଯିବା, ଖଣ୍ଡପଡ଼ାକୁ ସବ୍‌ଡ଼ିଭିଜନର ମାନ୍ୟତା, ସିଧାମୂଳାଠାରେ ଫାଣ୍ଡି ପ୍ରତିଷ୍ଠା ଓ କଣ୍ଟିଲୋ ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କରିବା ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଥିବା ଦେଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri