‘ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ’

ଭୁବନେଶ୍ୱର,୨୨ା୧୧: ୧ ୟୁନିଟ୍‌-୩ ନିକଟସ୍ଥ ସ୍କାଉଟ ଭବନ ପରିସରରେ ଶିଶୁ ସାହିତ୍ୟ ପତ୍ରିକା ମହକ ଭରା ‘ ବଉଳଫୁଲ’ ସାହିତ୍ୟ ସଂସଦର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦକ ବ୍ରଜେଶ୍ୱରୀ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ହାସ୍ୟଭିନେତା ଶଙ୍କର୍ଷଣ ପ୍ରଧାନ, ମୁଖ୍ୟ ଅତିଥି ଭାବେ ପ୍ରଜ୍ଞାରଞ୍ଜନ ଖଟୁଆ, ସମ୍ମାନିତ ଅତିଥି ଭାବେ ରାଧେଶ୍ୟାମ ମିଶ୍ର ଅଧ୍ୟକ୍ଷ କଳକାହ୍ନୁ ଫାଉଣ୍ଡେଶନ ଅନିଲ କୁମାର ଦାସ, ସମ୍ପାଦକ- ଉଦୀୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ମୁଖ୍ୟବକ୍ତା ଭାବେ ପଣ୍ଡିତ ବିଶ୍ୱନାଥ ଶତପଥୀ, ଉପଦେଷ୍ଟା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ, ସମ୍ମାନିତ ବକ୍ତା ବିମଳା ସିଂହ, ସମ୍ପାଦକ ଗୋଧୂଳି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ଏବଂ ସଭାପତି ମନୋଜ ଜେନା ସଭାକାର୍ଯ୍ୟ ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ପାଦିକା ବ୍ରଜେଶ୍ୱରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ। ଶିଶୁ ମନ ଭିତରେ ଏକ ସକାରାତ୍ମକ ଭାବ ଜାଗ୍ରତ କରିବା ଦରକାର ଯାହା ନିଜକୁ ଗଢ଼ିବା ସଙ୍ଗେ ସଙ୍ଗେ ଦେଶ ଓ ଜାତି ପାଇଁ ଚିନ୍ତା କରିବାକୁ ପ୍ରେରଣା ଯୋଗାଇବ। ଏଥିପାଇଁ ଶିଶୁ ସାହିତ୍ୟର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତନ୍ମୟୀ ଅଗସ୍ତି, ଶୁକଦେବ ବେହେରା, ଜାନକୀ ପତ୍ରୀ, ମନୋରମା ମହାନ୍ତିଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ଅନୁଷ୍ଠାନର ମୂଖପତ୍ର ‘ମହକଭରା ବଉଳଫୁଲ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଲୋଚନାଚକ୍ରରେ ମଞ୍ଚ ପରିଚାଳନା କରିଥିଲେ ଲେଖିକା ବୀଣାପାଣି ଚୌଧୁରୀ ଏବଂ ଧନ୍ୟବାଦ ଦେଇଥିଲେ ରବୀନ୍ଦ୍ର କୁମାର ମିଶ୍ର। ପ୍ରଥମ ଅଧିବେଶନରେ କବିତା ପାଠ କରାଯାଇଥିଲା। ସଭାପତି ସରୋଜିନୀ ପତିଙ୍କ ସଭାପତିତ୍ୱରେ କବିତାଗୁଡ଼ିକୁ ସୁଲେଖିକା ଡ. ଲିପିକା ବେହେରା, ସମୀକ୍ଷା କରିଥିବା ବେଳେ ସଂଯୋଜନା ବିଶ୍ୱରୂପା ପଣ୍ଡା ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ବେଦପାଠ କରିଥିଲେ ପଣ୍ଡିତ ନାରାୟଣ ଶତପଥୀ। ଶିକ୍ଷାବିତ୍‌ ମଦନ ମୋହନ ବେହେରା ଶିଶୁଙ୍କ ନିମନ୍ତେ ସାହିତ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଜୟନ୍ତୀ ଜେନାଙ୍କ ଉପନ୍ୟାସ ‘ରାଗ ଓ ବିପ୍ଲବିନୀ’ ଓ ଶିଶୁପତ୍ରିକା ମହକଭରାକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ପୁଣ୍ୟ ଅବସରରେ ଦେବସ୍ମିତା ପରିଡ଼ା, ଗଗନ ବିହାରୀ ନାୟକ, ଶରତ କୁମାରୀ ମିଶ୍ର, ରମେଶ ଚନ୍ଦ୍ର ନାୟକ, ସସ୍ମିତା ପଣ୍ଡା, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା, ପ୍ରବୀଣା ପରିଡ଼ା, ପ୍ରିୟରଞ୍ଜନ ସାହୁ, ରାଜ କିଶୋର ସ୍ବାଇଁ, ହେମଲତା ଜେନା, ଡ. ଜାନକୀ ପାଢ଼ୀ, ଡ. ତନ୍ମୟୀ ଅଗସ୍ତି ଆଦି ୫୦ରୁ ଊର୍ଦ୍ଧ୍ୱ କବି କବୟିତ୍ରୀ ସ୍ବରଚିତ ଶିଶୁ କବିତା ପାଠ କରିଥିଲେ।

ପ୍ରଥମ ଅଧିବେଶନରେ ତରୁନ ବାଳା ମହାପାତ୍ର ଅତିଥି ପରିଚୟ ଦେଇଥିବା ବେଳେ ଦେଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ବୀଣାପାଣି ଚୌଧୁରୀ ଦେଇଥିଲେ। ସନ୍ତୋଷ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ ନବଘନ ସ୍ବାଇଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri