ସମନ୍ବୟ ଅଭାବ, ପଛରେ ପଡ଼ିଛି ବିକାଶ

କେନ୍ଦ୍ରାପଡ଼ା ଅଫିସ,୨୯।୧: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ୨୦୨୨ରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସଜବାଜ ଚାଲିଛି। ହେଲେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ଦୀର୍ଘଦିନ ହେବ ବନ୍ଦ ରହିଛି। ଏହି ୨ ପୌରାଞ୍ଚଳକୁ ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରଶାସକଙ୍କୁ ନିଯୁକ୍ତ କରିଛନ୍ତି। କାଉନ୍‌ସିଲରମାନେ ନ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଶାସକ ହାତଗଣତି କେତେଜଣ ପୂର୍ବତନ କାଉନ୍‌ସିଲରଙ୍କୁ ନେଇ କାମ ଚଳାଇଛନ୍ତି। ଫଳରେ ତୃଣମୂଳସ୍ତରର ସମସ୍ୟା ସମାଧାନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି।
ଆଗାମୀ ବିଧାନସଭାରେ ପୌର ନିର୍ବାଚନ ପାଇଁ ବାଟ ଖୋଲିବାର ସମ୍ଭାବନା ଅଛି। ଏଥିପାଇଁ ରାଜ୍ୟର ୩ ବୃହତ୍‌ ରାଜନୈତିକ ଦଳ କିଛି ମାତ୍ରାରେ ସକ୍ରିୟ ହୋଇଛନ୍ତି। ନିର୍ବାଚନମଣ୍ଡଳୀର ମୌଳିକ ସମସ୍ୟାଗୁଡ଼ିକ ପଦାକୁ ଆଣିବାକୁ ସବୁ ଦଳର ନେତାମାନେ ଏବେ ଅଣ୍ଟା ଭିଡିଛନ୍ତି। ସେହିପରି ବର୍ଷ ଆରମ୍ଭରୁ ସ୍ଥାନୀୟ ନେତାମାନେ ନିଜର ପୋଷ୍ଟର ଛପାଇ ଆଗାମୀ ଦିନର ନେତୃତ୍ୱ ପାଇଁ ସଜବାଜ ହୋଇଛନ୍ତି। ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ବାନାମ୍ବର ସାହୁ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଜିଲାର ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟର ଆବଶ୍ୟକତା ଅଛି। ଦଳୀୟ କନ୍ଦଳ ରାଜନେତାଙ୍କ ମଧ୍ୟରେ ଏକାଠି ହେବାକୁ ସୁଯୋଗ ଦେଉ ନାହିଁ। ଏଣେ ପ୍ରଶାସକଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଉଥିବାରୁ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନାହିଁ।
ରାଜ୍ୟ ସରକାରଙ୍କ ସର୍ଭେ ଅନୁଯାୟୀ, ଅର୍ଥନୈତିକ ବିକାଶ ଦିଗରେ କେନ୍ଦ୍ରାପଡ଼ା ଜିଲା ରାଜ୍ୟର ୨୬ତମ ସ୍ଥାନରେ ଅଛି। ଇନ୍ଦିରା ଆବାସ, କର୍ମନିଯୁକ୍ତି, ପଞ୍ଚାୟତ ଉନ୍ନୟନ, ବୃକ୍ଷରୋପଣ, ଜଳଶକ୍ତି ସଂରକ୍ଷଣ ଯୋଜନା ଆଦିରେ ଏହି ଜିଲା ରାଜ୍ୟର ୧୫ଶ ସ୍ଥାନରେ ପହଞ୍ଚତ୍ବା କଷ୍ଟକର ହୋଇପଡୁଛି। ସେହିପରି ଜିଲାରେ ମେଡିକାଲ କଲେଜ ସ୍ଥାପନ, ଶିଳ୍ପ କରିଡର, ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ କୃଷି ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଶ୍ୟକତା ଥିବା ବେଳେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବ ଦେଖାଦେଇଛି। ଏହାଛଡା ତୃଣମୂଳସ୍ତରରେ ଶାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ପଟ୍ଟାମୁଣ୍ଡାଇ, ରାଜକନିକା, ମାର୍ଶାଘାଇରେ ସବ୍‌ଡିଭିଜନ ପ୍ରତିଷ୍ଠାର ସ୍ବର ଉଠିଛି। ସେନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଗତ ନିର୍ବାଚନଗୁଡ଼ିକରେ ଜିତି ଏହି ଜିଲାରେ ବିଜେଡି ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ଭାବେ ଛିଡ଼ାହୋଇଛି। ରାଜ୍ୟରେ ବିଜେଡି ସରକାର ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ଜିଲାର ବିକାଶ ପାଇଁ ଏକାଠି ହେବା ଦେଖାଯାଇ ନାହିଁ। ଏପରିକି ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଛି। ଏହି ସମନ୍ବୟ ଅଭାବ ୩ ସାଧାରଣ ନିର୍ବାଚନ ପରେ ଦେଖିବାକୁ ମିଳିଛି।
ଲୋକଙ୍କ ସମସ୍ୟାର ସ୍ବର ଉଠାଇବାରେ ବିରୋଧୀ ଭାଜପା ଓ କଂଗ୍ରେସର ସ୍ଥିତି ମଧ୍ୟ ଏକା ପ୍ରକାର ରହିଛି। ଗତ ୨୨ ତାରିଖରେ କେନ୍ଦ୍ରାପଡ଼ାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ। ତାଙ୍କ ଗସ୍ତ ସମୟରେ ଜିଲା ଭାଜପା ନେତୃମଣ୍ଡଳୀଙ୍କୁ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବ ଓ ପରର କାର୍ଯ୍ୟକ୍ରମରେ ଦଳୀୟ କନ୍ଦଳ ସ୍ପଷ୍ଟ ହୋଇଛି। ସେହିପରି ଜିଲା କଂଗ୍ରେସ ସଭାପତି ଭାବେ ଅଂଶୁମାନ୍‌ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ଜିଲାର କର୍ମୀ ମହଲରେ ହଲଚଲ ଦେଖାଦେଇଛି। ସଂରକ୍ଷଣକୁ ନେଇ ଅଟକିଥିବା କେନ୍ଦ୍ରାପଡା ପୌର ନିର୍ବାଚନମଣ୍ଡଳୀର ପ୍ରତି ୱାର୍ଡକୁ ବିଧାୟକ ଶଶିଭୂଷଣ ବେହେରା ସର୍ଭେ କରିବା ସହ ଯୋଜନା ଅଟକଳ କରୁଛନ୍ତି। ସେହିପରି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡ ବୁଲୁଛନ୍ତି। ସାମୂହିକ ବିକାଶ ପାଇଁ ସେହି ଅଞ୍ଚଳର ରାଜନୈତିକ ବ୍ୟବସ୍ଥା ଅଧିକ ସକ୍ରିୟ ହେବା ଆବଶ୍ୟକ। ପ୍ରଶାସକଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କଲେ ଜିଲାର ବିକାଶ ହୋଇପାରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri