ଛଣବଗଡ଼, ତଡ଼ାରେ ବିକାଶ ଅପହଞ୍ଚ

ଦିଗପହଣ୍ଡି,୮ା୧୦(ଡି.ଏନ.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସେହି ସବୁ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଦିଗପହଣ୍ଡି ବ୍ଲକ ବଡ଼ଡମ୍ବୁଳା ପଞ୍ଚାୟତ ଅଧୀନ ଛଣବଗଡ଼ ଏବଂ ତଡ଼ା ଏହାର ଏକ ଉଦାହରଣ ମାତ୍ର। ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଶୁକ୍ରବାର ଏହି ୨ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଏହି ୨ ଗ୍ରାମକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେ କହିବା ପ୍ରକାରେ ଉଭୟ ଗାଁରେ ୫୬ ପରିବାର ବସବାସ କରୁଥିବା ବେଳେ ଏହି ୨ ଗାଁର ଲୋକମାନେ ବିକାଶ କ’ଣ ଜାଣନ୍ତି ନାହିଁ। ଗ୍ରାମ୍ୟ ସଡ଼କ ନିର୍ମାଣ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ୨ ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ଗ୍ରାମକୁ ଯିବାକୁ ହେଲେ କହ୍ନେଇ ନାଳ ଡ୍ୟାମର ହିଡ ଦେଇ ପାହାଡିଆ ଘାଟିରେ ରହିଛି ୨ ଚଲାପଥ। ଗାଁର ଚତୁର୍ଦ୍ଦିଗକୁ ଘେରି ରହିଛି କେରାଣ୍ଡି ମାଳ ପାହାଡ଼। ବର୍ଷା ଦିନେ ପାହାଡି ଝରଣା ଜଳରେ ୨ ଗ୍ରାମକୁ ଜଳବନ୍ଦୀ କରିଥାଏ। ଦିଗପହଣ୍ଡି ସଦର ମହକୁମାଠାରୁ ପ୍ରାୟ ୧୩ କିମି ଦୂରରେ ଅବସ୍ଥିତ ଏହି ୨ ଗାଁ। ସ୍ବାସ୍ଥ୍ୟକେନ୍ଦ୍ରଠାରୁ ପ୍ରାୟ ୮ କିମି ଦୂରରେ ଅବସ୍ଥିତ ଏହି ଗ୍ରାମରେ ବହୁ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବା ବେଳେ ଗର୍ଭବତୀମାନଙ୍କ ଅବସ୍ଥା ମଧ୍ୟ ଦୟନୀୟ। ରାସ୍ତା ନଥିବାରୁ ଏଠାକୁ ସ୍ବାସ୍ଥ୍ୟ ମିଶନର ଜନନୀ ଏକ୍ସପ୍ରେସ ପହଞ୍ଚିପାରେ ନାହିଁ। ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ପାହାଡିଆ ଘାଟି ରାସ୍ତା ପାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇବାକୁ ହୁଏ।
ଗ୍ରାମବାସୀଙ୍କ ପାଇଁ ପାହାଡି ଝରଣା ହିଁ ଏକମାତ୍ର ଉତ୍ସ। ଜନଜାତି ବର୍ଗର ଲୋକେ ଦୂଷିତ ଜଳ ପାନ କରି ଝାଡ଼ାବାନ୍ତି ଓ ଅନ୍ୟ ସଂକ୍ରାମକ ରୋଗରେ ପ୍ରାଣ ହରାଇଥିବା ନଜିର ରହିଛି। ସମସ୍ତଙ୍କ ପାଇଁ ଶିକ୍ଷା ଯୋଜନା ଏଠାରେ ନିରର୍ଥକ। ୬ରୁ ୧୪ ବର୍ଷର ପ୍ରାୟ ୪୫ରୁ ଅଧିକ ପିଲା ପାଠ ପଢାରୁ ବଞ୍ଚିତ। ଶିକ୍ଷାର ଆଲୋକ ପାଇନଥିବା ପିଲାମାନେ ବହି ସିଲଟ ଧରିବା ବୟସରେ ଗାଁ ନିକଟ ଜଙ୍ଗଲରୁ କାଠ ସଂଗ୍ରହ କରନ୍ତି। ଜୀବନ ଜୀବିକା ସହ ସଂଗ୍ରାମ କରୁଥିବା ଗାଁର ଗରିବ ଲୋକମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ଆଶାଜନକ ସୁଫଳ ପାଇ ପାରୁନାହାନ୍ତି। ଏହି ଯୋଜନା କ’ଣ ସେମାନେ ଜାଣନ୍ତି ନାହିଁ। ଫଳରେ କାମଧନ୍ଦା ନପାଇ ଅନେକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ୨ଟି ଗ୍ରାମର ଅଧିବାସୀ ଏବେବି ଆଶା ରଖିଛନ୍ତି ସରକାର ଓ ଜିଲା ପ୍ରଶାସନ ଦିନେ ନା ଦିନେ ତାଙ୍କ ଗାଁ ଉପରେ ସୁଦୃଷ୍ଟି ପକାଇବେ। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ୨ ଗ୍ରାମର ଲୋକଙ୍କୁ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ସମାଜର ମୁଖ୍ୟ ସ୍ରୋତରେ ଏମାନଙ୍କୁ ସାମିଲ କରିବାକୁ ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଦାବି କରିଛନ୍ତି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଗ୍ରାମବାସୀଙ୍କ ସହାୟତାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri