ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ। ଦେବେଶ ମଧ୍ୟ ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା। ଆଇନ ଡିଗ୍ରୀ ଅର୍ଜନ କରିବା ପରେ ଜଣେ ଯୁବ ସଙ୍ଗଠକଭାବେ ସେ କାର୍ଯ୍ୟକରି ରାଜନୀତିରେ ପାଦ ଥାପିଥିଲେ। ସେ ବିଜେଡିର ରାଜ୍ୟ ଯୁବ ସମ୍ପାଦକ ପଦବୀରେ ରହି ତାଙ୍କ କାର୍ଯ୍ୟଦକ୍ଷତା ପ୍ରମାଣିତ କରିଥିଲେ। ଏହା ପରେ ୨୦୧୪ ନିର୍ବାଚନରେ ସକ୍ରିୟ ରାଜନୀତିରେ ସାମିଲ ହୋଇ ବିଜେଡିରୁ ବରଗଡ଼ ବିଧାନସଭା ଆସନ ପ୍ରାର୍ଥୀ ହୋଇ ଲଗାତର ୨ଥର ବିଧାୟକ ନିର୍ବାଚିତ ହୋଇ ବରଗଡ଼ର ନିରନ୍ତର ବିକାଶକୁ ମୂଳଲକ୍ଷ୍ୟ କରି କାମ କରି ଆସୁଛନ୍ତି। ଏଥର ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବେଶଙ୍କ ସହିତ ଆମ ବରଗଡ଼ ଜିଲା ପ୍ରତିନିଧି ପ୍ରେମାନନ୍ଦ ଖମାରୀଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର…

ପ୍ରଶ୍ନ- ଆପଣ ରାଜନୀତିକୁ କେମିତି ଆସିଲେ ?
ସମାଜସେବା ଓ ରାଜନୀତି ପରିପୂରକ। ସମାଜସେବା କରିବା ପାଇଁ ରାଜନୀତି ଏକ ମାଧ୍ୟମ। ଆମ ପରିବାର ସମାଜସେବା ସହିତ ଜଡ଼ିତ। ପିଲାଟି ଦିନରୁ ଅଜା ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ, ବାପା ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ, କାକା ପ୍ରସନ୍ନ ଆଚାର୍ଯ୍ୟଙ୍କ ସେବାକାର୍ଯ୍ୟ ଦେଖି ଆସିଛି। କିନ୍ତୁ ଲୋକଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ତଥା ମୋର ବାପା ସ୍ବର୍ଗତ ଆଚାର୍ଯ୍ୟଙ୍କ ପ୍ରେରଣା ମୋତେ ରାଜନୀତିକୁ ଟାଣି ଆଣିଲା। କ୍ରମାଗତ ତୃତୀୟଥର ପାଇଁ ବରଗଡ଼ ଜନସାଧାରଣଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରିବା ସହିତ ବରଗଡ଼ ବିଧାନସଭା ପ୍ରାର୍ଥୀଭାବେ ମୋତେ ସୁଯୋଗ ଦେବା ମୋ ପାଇଁ ପରମ ସୌଭାଗ୍ୟ ।

ପ୍ରଶ୍ନ-ଆପଣ କେଉଁ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ?
ପ୍ରସଙ୍ଗ ତ ଅନେକ ରହିଛି। ଅନେକ ବିକାଶମୂଳକ କାର୍ଯ୍ୟ ବି ଇତିମଧ୍ୟରେ ହୋଇସାରିଛି। କୃଷିକ୍ଷେତ୍ରରେ ବିଜୁ କୃଷକ ଯୋଜନା, କାଳିଆ ଯୋଜନା ମାଧ୍ୟମରେ ଚାଷୀ ଉପକୃତ ହେଉଛନ୍ତି। ବରଗଡ଼ ବରପାଲି ବ୍ଲକର ଅଣଜଳସେଚିତ ପଞ୍ଚାୟତଗୁଡ଼ିକୁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସାମିଲ କରାଯାଇଛି। ସମସ୍ତ ହାଇସ୍କୁଲ, କଲେଜ ୫-ଟି ରୂପାନ୍ତରଣ ହୋଇ ସାରିଛି। ବରଗଡ଼ର ମୁଖ୍ୟ ସମସ୍ୟା ଥିଲା କ୍ୟାନସର ହସ୍‌ପିଟାଲ, ଯାହାକି ଆମ ସରକାରଙ୍କ ଦ୍ୱାରା ଲୋକାର୍ପିତ ହୋଇ ସାରିଛି। ବରଗାଁ ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ପ୍ରତିଘରକୁ ବିଶୁଦ୍ଧ ପାଣି ପହଞ୍ଚୁଛି । ଗମନାଗମନ କ୍ଷେତ୍ରରେ ୮ଟି ବିଜୁ ସେତୁ ଲୋକାର୍ପିତ ହୋଇସାରି ଥିବାବେଳେ ଆହୁରି ଅନେକ ସେତୁ ନିର୍ମାଣାଧୀନ ଅବସ୍ଥାରେ ରହିଛି। ସାଇ ମନ୍ଦିରରୁ ରୁହୁଣିଆ ପର୍ଯ୍ୟନ୍ତ ରିଂ ରୋଡ୍‌ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପ୍ରତି ଗ୍ରାମକୁ ସହର ସହିତ ଯୋଡ଼ା ଯାଇଛି। ବରଗଡ଼ରେ ପ୍ରଥମଥର ପାଇଁ ଇନଡୋର ଷ୍ଟାଡ଼ିୟମ ଲୋକାର୍ପିତ ହୋଇସାରିଥିବାବେଳେ ଆମସଢ଼ାଠାରେ ଏକ ପୂର୍ଣ୍ଣାଙ୍ଗ, ଅତ୍ୟାଧୁନିକ ଷ୍ଟାଡ଼ିୟମ ନିର୍ମାଣର ଶୁଭାରମ୍ଭ ହୋଇଛି। ୫୦୦ ସିଟ୍‌ ବିଶିଷ୍ଟ ଅତ୍ୟାଧୁନିକ ଅଡ଼ିଟୋରିୟମ ନିର୍ମାଣ କାର୍ଯ୍ୟ ବରଗଡ଼ କୃଷକ ବଜାର ପରିସରରେ ଜାରି ରହିଛି। ବରଗଡ଼ ସହରରେ ଫ୍ଲାଇଓଭର ରାସ୍ତା ନିର୍ମାଣର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫଳରେ ବିକାଶ ହିଁ ବିଜେଡିର ମୁଖ୍ୟ ପ୍ରସଙ୍ଗ ରହିଛି ।

ପ୍ରଶ୍ନ- ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ଆପଣ ଚାହୁଁଛନ୍ତି ?
ମତଦାତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ରାଜନୀତି କରିବାର ସମୟ ସରିଯାଇଛି। ଦୀର୍ଘ ୫ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚୁ ନ ଥିବା ଦଳ, ନେତା ନିର୍ବାଚନ ସମୟରେ ହଠାତ୍‌ ସେମାନଙ୍କ ପାଖକୁ ପହଞ୍ଚି ଅନେକ ଫମ୍ପା ପ୍ରତିଶ୍ରୁତି ଦେବା ସହିତ ସ୍ବପ୍ନ ଦେଖାଉଛନ୍ତି। ଧାନର ଏମ୍‌ଏସ୍‌ପିକୁ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରଠାରେ ଦାବି କରିଆସିଛି । ସେହିପରି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇଁ ସ୍ବାମୀନାଥନ କମିଶନଙ୍କ ସୁପାରିସକୁ ଲାଗୁ କରିବାକୁ ଦାବି ହୋଇଆସିଛି। କିନ୍ତୁ ବିଗତ ୧୦ବର୍ଷ ମଧ୍ୟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ତାହା କରି ପାରି ନ ଥିବାବେଳେ ଏବେ ନିର୍ବାଚନବେଳେ ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ଧାନର ଏମ୍‌ଏସ୍‌ପି ବୃଦ୍ଧି ନେଇ ମିଛ ପ୍ରତିଶ୍ରୁତି ଦେଉଛି । ମିଛ ପ୍ରତିଶ୍ରୁତିକୁ ବିଶ୍ୱାସକୁ ନ ନେଇ ବିକାଶକୁ ଆଗେଇ ନେବା ଲାଗି ତାଙ୍କୁ ସମର୍ଥନ କରିବାକୁ ଆହ୍ବାନ କରୁଛି।

ପ୍ରଶ୍ନ-ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି ?
ଦୀର୍ଘ ୧୦ବର୍ଷ ଧରି ନିରନ୍ତରଭାବେ ଜନସାଧାରଣଙ୍କ ସହିତ ରହିଆସୁଛି। ପ୍ରତିକ୍ଷେତ୍ରରେ ଲୋକଙ୍କ ସୁବିଧା, ଅସୁବିଧା ବୁଝିବା ସହିତ ମୋର ବିଧାନସଭା ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଯଥାସମ୍ଭବ ଉଦ୍ୟମ କରି ଆସିଛି। ବରଗଡ଼ ବ୍ଲକର ୨୭ପଞ୍ଚାୟତ, ବରପାଲି ବ୍ଲକର ୭ପଞ୍ଚାୟତ ଏବଂ ବରଗଡ଼ ପୌର ପରିଷଦର ୧୯ୱାର୍ଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ଲୋକେ ରାଜ୍ୟ ସରକାରଙ୍କ ପ୍ରତିଟି ଜନହିତକାରୀ ଯୋଜନାରେ ସାମିଲ ହୋଇ ତା’ର ସୁଫଳ ପାଇ ପାରୁଛନ୍ତି। ଫଳରେ ଏଥର ମଧ୍ୟ ମୋତେ ଭୋଟର ନିଶ୍ଚିତଭାବେ ସମର୍ଥନ ଏବଂ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଦୃଢ଼ ଆଶା, ବିଶ୍ୱାସ ରହିଛି।

ପ୍ରଶ୍ନ- ଭୋଟରଙ୍କୁ କ’ଣ ନିବେଦନ ରହିବ ?
ପୂର୍ବଭଳି ବରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ସେବା ଜାରି ରଖିବି। ବରଗଡ଼ର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେବି। ବରଗଡ଼ରେ ଏକ ମେଡ଼ିକାଲ କଲେଜ, ୩ଟି କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ମୂଳଲକ୍ଷ୍ୟ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଏବଂ ହସ୍‌ପିଟାଲରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା, ପ୍ରତିଟି ଘରକୁ ସ୍ବଚ୍ଛ ଏବଂ ଶୁଦ୍ଧ ପାନୀୟଜଳ ଯୋଗାଣ, ଗାଁ ଓ ସହର ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବାକୁ ପ୍ରାଥମିକତା ଦେବି। ତେଣୁ ମିଥ୍ୟା ଓ ଫମ୍ପା ପ୍ରତିଶ୍ରୁତି ପଛରେ ନ ପଡ଼ି ସମସ୍ତ ମତଦାତା ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଯାଇ ବିକାଶକୁ ଗତିଶୀଳ ଲକ୍ଷ୍ୟ ରଖିଥିବା ବିଜେଡି ସପକ୍ଷରେ ମତଦାନ କରିବା ହିଁ ଭୋଟରଙ୍କୁ ମୋର ନିବେଦନ ।

 


Enter your email to get our daily news in your inbox.

All Right Reserved By Dharitri.Com

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ ଦେଖାଦେଇଥିବା…

କଂଗ୍ରେସ ସହ ହାତ ମିଳାଇଲା ଭାଜପା, ନିର୍ୱାଚନ ଜିତିବାକୁ ଏହି ରାଜ୍ୟରେ କଲା ମେଣ୍ଟ

ମୁମ୍ୱାଇ,୨୨।୧: ଶୀର୍ଷ ନେତୃତ୍ୱର ଅସନ୍ତୋଷ ସତ୍ତ୍ୱେ, ମହାରାଷ୍ଟ୍ରର ଅମରାବତୀ ଜିଲାର ଅଚଳପୁର ପୌର ପରିଷଦରେ ବିଭିନ୍ନ କମିଟିର ଅଧ୍ୟକ୍ଷଙ୍କ ର୍ନିବିରୋଧୀ ନିର୍ୱାଚନ ସୁନିଶ୍ଚିତ କରିବା ପାଇଁ ଭାଜପା,…

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ ଦଳର…

ସରସ୍ୱତୀ ପୂଜାରେ ବଡ଼ ସଂଯୋଗ, ୪ ରାଶିରେ ହଠାତ୍ ମିଳିବ ଖୁସି ଖବର

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌ ଶୁଭ…

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ ବାଂଲାଦେଶ…

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି ପଞ୍ଚାୟତ…

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର ଅଲ୍ଟିମେଟମ…

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri