ଗଣତାନ୍ତ୍ରିକ ପଦ୍ଧତିରୁ ବିଚ୍ୟୁତ ହେଉଛି ଦେବଗଡ଼ ରାଜନୀତି, ସମସ୍ତଙ୍କୁ ଘାରିଛି ବିଧାୟକ ହେବା ନିଶା

ଦେବଗଡ଼, ୨୭।୭(ଶଶାଙ୍କ ଶେଖର ଝାଙ୍କର): ଯେତିକି ପାଖେଇ ଆସୁଛି ଆଗାମୀ ନିର୍ବାଚନ, ସେତିକି ଉଷ୍ମତା ବଢିଚାଲିଛି ଦେବଗଡ଼ ରାଜନୀତିରେ। ଦେବଗଡ଼ ଏକ ଛୋଟ ଜିଲା। ୭୦ଟି ପଞ୍ଚାୟତ ତିନୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିକୁ ନେଇ ଏକ ନିର୍ବାଚନମଣ୍ଡଳୀ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏଠି ରାଜନୀତି ନାହିଁ ଚାଲିଛି କୂଟନୀତି। କହିବାକୁ ଗଲେ ସମସ୍ତଙ୍କୁ ଇଚ୍ଛା ବିଧାୟକ ହେବା। ଏହି ପଦବୀ ପାଇଁ ନିର୍ଦ୍ଦିଷ୍ଟ କେତେକ ନେତ୍ରୀନେତା ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଏପରିକି ନିଜ ଭିତରେ ଚାଲିଛି ରଣନୀତି, କୂଟନୀତି ଓ ଗୋଷ୍ଠୀ କନ୍ଦଳ। କିଏ ଟିକେଟ ପାଇବ ସେଇଟା ଅଲଗା କଥା। କିନ୍ତୁ ଗୋଟିଏ ପାର୍ଟିରେ ଥାଇ ମଧ୍ୟ ଏକତ୍ରିତ ହୋଇ ରହିବା ବଦଳରେ ଚାଲିଛି ଟଣାଓଟରା। କହିବାକୁ ଗଲେ, ବିଧାୟକ ଟିକେଟ ପାଇଁ ଚାଲିଛି ପ୍ରତିଯୋଗିତା। ଜିଲାରେ ମୁଖ୍ୟ ତିନୋଟି ଦଳ ବିଜେଡି, ଭାଜପା ଓ କଂଗ୍ରେସ। କିନ୍ତୁ ବିଧାୟକ ହେବା ଲବିରେ ଏଠାକାର ନେତ୍ରୀନେତାମାନେ ନିଜ ପାଇଁ ଗାଁ ଗାଁ ବୁଲିବା ସଙ୍ଗଠନ ଆରମ୍ଭ କରିସାରିଲେଣି। ଏମିତିକି ଯେମିତି ହେଉ, ଟଙ୍କା ଦେଇ କି ହେଉ ବି ଟିକେଟ ହାତେଇବାକୁ ଲାଗିପଡିଛନ୍ତି। ବିଜେଡି କଥା ଯଦି କହିବା ଅନେକ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ। ଏଠି ବି ଖାଲି ଡ଼ାଇଲଗ୍‌ ମାରୁଛନ୍ତି ‘ହେ ନବୀନ ବାବୁ ତମେ ଆମର ପ୍ୟାନ’। କିନ୍ତୁ ସବୁ ଓଲଟା। ନିଜେ ନିଜର କଥା ଚିନ୍ତା କରୁଛନ୍ତି। ପାର୍ଟି କଥା କିଏବା ପଚାରେ। ଆଉ ଦଳରେ ଏକଜୁଟ ନାହିଁ। ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଥିବା ସମୟରେ ତୃଣମୂଳସ୍ତରରୁ ସଙ୍ଗଠନ କରାଯାଇ ଏକ ପ୍ରକାର ସମସ୍ତେ ଏକଜୁଟ ହୋଇ ପାର୍ଟି କଥା ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ୍‌ ନୂତନ ପର୍ଯ୍ୟବେକ୍ଷକ ଭାବେ ଅମରେଶ ଜେନା ଆସିବା ପରେ ଜିଲାରେ ଏକ ପ୍ରକାର ପାତରଅନ୍ତର, ଗାଁ ନେତା ସହରୀ ନେତାଙ୍କ ଟଣାଓଟରା ଚାଲିଛି। ବର୍ତ୍ତମାନ କିଛି ଦିନ ତଳେ ଯୁବ କାର୍ଯ୍ୟକାରିଣୀ ବୈଠକ ବାରକୋଟଠାରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଅମରେଶ ଜେନା ଏବଂ ବିଜେଡି ଜିଲା ସଭାପତି ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କ ଅନୁଗତ୍ୟ କର୍ମୀଙ୍କ ଛଡା ଅନ୍ୟ କୌଣସି ଦଳୀୟ ନେତୃମଣ୍ଡଳୀଙ୍କୁ ନିମନ୍ତ୍ରଣ କରା ଯାଇ ନ ଥିଲା। ଫଳରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସହରବାସୀ କହିବା ଅନୁଯାୟୀ ଗାଁରୁ ଆସିଥିବା ନେତାମାନଙ୍କୁ ସହରବାସୀ ହଜମ କରିପାରୁନାହାନ୍ତି। ସବୁଆଡ଼େ ଚର୍ଚ୍ଚା ହେଉଛି ଭଲ ନେତା ଦରକାର। ଏପଟେ ଜିଲା ବିଜେଡି ସଭାପତି କୁଆଡେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଚାଲିଛି। ଏପଟେ ଭାଜପାରେ ମଧ୍ୟ ଚାଲିଛି ଖଣ୍ଡ ଯୁଦ୍ଧ। ଏଠି ବି ଅନେକ ଆଶାୟୀ ପ୍ରାର୍ଥୀ ହେବାକୁ। ଏଠି ବି ନିଜର ସ୍ବାର୍ଥ ପାଇଁ ବିଧାୟକ୍‌ ଟିକେଟ ଲବି କରିବା ସହ ଟଙ୍କାରେ ଟିକେଟ କିଣି ଆଣିବି ବୋଲି ଭାବୁଥିବା ଚର୍ଚ୍ଚା ହେଉଛି। କିଛି ମାସ ପୂର୍ବରୁ ଭାଜପା ଜିଲା ସଭାପତି ମଧ୍ୟ ଭାଜପା ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେଇ ପୁରୁଣା ମୁହଁ ଅରୁଣ ସାହୁ ନୂତନ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। କହିବାକୁ ଗଲେ ଭାଜପାରେ ମଧ୍ୟ ତୁତୁ ମେମେ ଲାଗିରହିଛି। କଂଗ୍ରେସର ମଧ୍ୟ ସମାନ ଅବସ୍ଥା। ଏହି ଦଳରେ କିଛି ମାସ ପୂର୍ବରୁ ଜିଲା ସଭାପତି ପରିବର୍ତ୍ତନ କରାଯାଇଛି। ନୂତନ ଭାବେ ସେମ ହେମ୍ରମ କଂଗ୍ରେସ ଜିଲା ସଭାପତି ଦାୟିତ୍ୱ ପାଇଲା ପରେ ଏଠି ମଧ୍ୟ ପାର୍ଟି କଥା କେହି ଚିନ୍ତା ନ କରି ନିଜ ଜିଦ୍‌ରେ ନିଜେ ଚଳାଇଛନ୍ତି ରାଜନୀତି। ନୂତନ ସଭାପତିଙ୍କ ନାମ ଘୋଷଣା ପରେ ଏକ ପ୍ରକାର ବିଦ୍ରୋହ ଆରମ୍ଭ ହୋଇଛି। ସହର ସମେତ ତିନି ବ୍ଲକରୁ ସଦସ୍ୟା ଓ ସଦସ୍ୟମାନେ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ନୂଆ ସଭାପତି ନିଜର ସଙ୍ଗଠନ ଆରମ୍ଭ କରି ନୂତନ ପଦ ପଦବୀ ପୂରଣ କରିବା ସହ ଦାୟିତ୍ୱ ନେଉଥିବା ଜଣାପଡ଼ିଛି। ସମସ୍ତ ପ୍ରମୁଖ ତିନି ଦଳର ନେତାମାନେ ଆଉ ପାର୍ଟି କଥା ଚିନ୍ତା ନ କରି ନିଜ ସ୍ବାର୍ଥରେ ଲାଗିପଡ଼ିଛନ୍ତି। ଏଇଠି କଥା ଉଠୁଛି ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଗଣତାନ୍ତ୍ରିକ ପଦ୍ଧତିରୁ ବିଚ୍ୟୁତ ହେଉଛି ଦେବଗଡ଼ ରାଜନୀତି। ଦେବଗଡ଼ ଉନ୍ନତି କଥା ଆଉ କାହାରି ଚିନ୍ତା ନାହିଁ, ଖାଲି ବିଧାୟକ ହେବା ଚିନ୍ତା ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?