ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କର ଏକ ମିଳିତ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଜାତୀୟ ରାଜପଥ-୪୯ ପାର୍ଶ୍ୱରେ ଯଶୀପୁର ମୌଜାର ଖାତା ନଂ-୬୫୫, ପ୍ଲଟ୍‌ ନଂ-୧୯୨୨ରେ ୩୦ ଏକର ୨୫ ଡେସିମିଲି ଜାଗା ରହିଛି। ଏହା ସତ୍ତ୍ୱେ ଯଶୀପୁରଠାରୁ ୪ କିଲୋମିଟର ଦୂରରେ ଥିବା ପଦ୍ମପୁର ମୌଜାର ଖାତା ନଂ-୨୧୭, ପ୍ଲଟ୍‌ ନଂ-୮୩୧ଓ ୮୩୨କୁ ଚୟନ କରାଯାଉଥିବା ଶୁଣିବାକୁ ମିଳୁଥିବାରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଚିଠି ସଂଖ୍ୟା ୫୭୪ ତା.୧୨.୫.୨୦୨୧ ଅନୁସାରେ ଉକ୍ତ ସ୍ଥାନଟି ବ୍ଲକ୍‌ ମୁଖ୍ୟାଳୟଠାରୁ ଦୂରରେ ଥିବା ଯୋଗୁ ଅନ୍ୟତ୍ର ଜାଗା ଚୟନ ନିମନ୍ତେ ଚିଠିରେ ଉଲ୍ଲେଖ ରହିଛି। ଯଶୀପୁର ମୌଜାର ଧୋବାଡିହାରେ ବ୍ଲକ୍‌, ତହସିଲ, ଦମକଳ କେନ୍ଦ୍ର, ପଶୁ ଚିକିତ୍ସାଳୟ, କୃଷି କାର୍ଯ୍ୟାଳୟ, କ୍ଷୁଦ୍ର ଜଳ ସେଚନ କାର୍ଯ୍ୟାଳୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ସମେତ କୁମ୍ଭୀର, ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର, ସାପ୍ତାହିକ ହାଟ ଆଦି ରହିଛି। ଉକ୍ତ ସ୍ଥାନଗୁଡ଼ିକ ନିକଟରେ ଏ ୩୧.୨୫ ଡେସିମିଲି ସରକାରୀ ଜାଗା ରହିଛି। ତେଣୁ ସରକାରଙ୍କର ପ୍ରସ୍ତାବିତ ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡ ପଦ୍ମପୁର ମୌଜା ନୁହେଁ ଯଶୀପୁର ମୌଜାର ଧୋବାଡ଼ିହା ଅଞ୍ଚଳରେ କରାଯିବା ନିମନ୍ତେ ସରପଞ୍ଚମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଯଶୀପୁର ସରପଞ୍ଚ ପ୍ରଦୀପ କୁମାର ମାଟିଆ, ଜାମୁକେଶ୍ୱର ସରପଞ୍ଚ ମମତା ନାଏକ, ବାଉଁଶନାଳୀ ସରପଞ୍ଚ ସମୀର ନାଏକ, ଏକତାଳି ସରପଞ୍ଚ ସୁରାଇ ମାଝି, ଟଙ୍ଗାବିଲ୍ଲା ସରପଞ୍ଚ ଦିବ୍ୟଜ୍ୟୋତି ନାଏକ, ରୁଗୁଡ଼ି ସରପଞ୍ଚ ପ୍ରତାପଚନ୍ଦ୍ର ହେମ୍ବ୍ରମ, ଅସ୍ତକୁମାର ସରପଞ୍ଚ ପ୍ୟାରୀ ଟୁଟି, ମାହାର୍ଦ୍ଦାପଳସା ସରପଞ୍ଚ ଆରତି ନାଏକ, ପୋଡ଼ାଗଡ଼ ସରପଞ୍ଚ ନୁନି ଆଲଡ଼ା, ଦୁର୍ଦୁରା ସରପଞ୍ଚ ଧନେଶ୍ୱର ସୋରେନ୍‌ ପ୍ରମୁଖଙ୍କର ଦସ୍ତଖତ ରହିଛି।

ସେହିପରି ଯଶୀପୁର ମହାବିଦ୍ୟାଳୟ ପକ୍ଷରୁ ସିପୁ ବିଶ୍ୱାଳ, ଶିବୁ ଜେରାଇ, ଦୀନେଶ ନାଏକ, ଅଙ୍କିତ ପାଣିଗ୍ରାହୀ, ରବି ସିଂ ପ୍ରମୁଖଙ୍କ ନେତୃତ୍ୱରେ ଛାତ୍ରୀଛାତ୍ର ଯଶୀପୁରର ମୌଜାରେ ବସ୍‌ଷ୍ଟାଣ୍ଡ ନିମନ୍ତେ ସ୍ଥାନ ନିରୂପଣ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କ ପ୍ରତିକ୍ରିୟା ନିଆଯିବାରୁ ଯଶୀପୁରରେ ଦୁଇଟି ବସ୍‌ଷ୍ଟାଣ୍ଡ ନିମନ୍ତେ ସରକାରଙ୍କଠାରୁ ପ୍ରସ୍ତାବ ଆସିଥିବା ସେ କହିଛନ୍ତି। ଗୋଟିଏ ଜିଲ୍ଲାସ୍ତରୀୟ ଏବଂ ଅନ୍ୟଟି ବ୍ଲକ୍‌ସ୍ତରୀୟ। ଏ ଦୁଇଟି ବସ୍‌ଷ୍ଟାଣ୍ଡ ପାଇଁ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri