ବିଘଟନକାରୀ ଶକ୍ତି

ଇବ୍ରାର ଖାଁ

ବର୍ତ୍ତମାନ ଦେଶର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କଲେ ଆମେ ପ୍ରଗତି ପଥରେ କେତେଦୂର ଆଗେଇବାରେ ସମର୍ଥ ହୋଇଛୁ ତାହା ହିଁ ବିଚାର୍ଯ୍ୟ। ଘଟିଯାଉଥିବା ଘଟଣା ପ୍ରବାହକୁ ଅନୁଶୀଳନ କଲେ ଲୋକମାନଙ୍କର ଆଉ ଆଇନକାନୁନ୍‌ ବ୍ୟବସ୍ଥା ପ୍ରତି ଡର, ଭୟ ଥିବାପରି ମନେହୁଏନି। ଧର୍ମୀୟ ଧ୍ରୁବୀକରଣ ଏବଂ ସାମାଜିକ ସମୀକରଣ ଦ୍ୱାରା ସମାଜରେ ଘୃଣା ଓ ବିଦ୍ୱେଷର ବାତାବରଣ ସୃଷ୍ଟି କରାଯାଇ ଯେକୌଣସି ନିର୍ବାଚନ ଜିତିବା ପାଇଁ ଯେପରି ହୀନ ପ୍ରୟାସ କରାଯାଉଛି ତାହା ଉତ୍ତମ ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ। ଭୋଟ ରାଜନୀତି ପାଇଁ ଦଳୀୟ ଭିତ୍ତିରେ ସମାଜକୁ ଭାଗ ଭାଗ କରି ବାଣ୍ଟି ଦିଆଯାଉଥିବାରୁ ପୂର୍ବରୁ ଥିବା ସ୍ନେହ, ଶ୍ରଦ୍ଧା, ସୌହାର୍ଦ୍ଦ୍ୟ ଆଉ ଭାଇଚାରା ସହ ଶାନ୍ତି ସହାବସ୍ଥାନ ଏବେ ସାଂଘାତିକ ଭାବେ ବ୍ୟାହତ ହୋଇ ଚାରିଆଡେ ଭୟ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ସମସ୍ୟା ବହୁଳ ସମାଜରେ ଏହି ପରିସ୍ଥିତି ଲାଗିରହିଲେ ଦେଶର ବାସ୍ତବ ପ୍ରଗତି ବାଧାପ୍ରାପ୍ତ ହେବ, ଏଥିରେ ସନ୍ଦେହ ନାହିଁ।
ମଣିଷ ସ୍ବାର୍ଥସିଦ୍ଧି ପାଇଁ ନରହନ୍ତା ପାଲଟି ନିଜ ଆତ୍ମୀୟସ୍ବଜନଙ୍କୁ ଯେପରି ବୀଭତ୍ସ ଭାବରେ ହତ୍ୟା କରି ଚାଲିଛି ତାହା ଯେତିକି ଉଦ୍‌ବେଗଜନକ ସେତିକି ନିନ୍ଦନୀୟ। ସମୟ ଥିଲା ମଣିଷ କାହାକୁ ଚାପୁଡ଼ାଟାଏ ମାରିବା ପୂର୍ବରୁ ଅନେକଥର ଚିନ୍ତା କରୁଥିଲା। କିନ୍ତୁ ଆଜି ସମାଜରେ ଡର, ଭୟ ରହୁ ନ ଥିବାରୁ ମଣିଷ ମାରିବାଟା ମାମୁଲି କଥାରେ ପରିଣତ ହେଲାଣି। ସମାଜରେ ଅପରାଧପ୍ରବଣତା ବୃଦ୍ଧି ପାଉଥିବାରୁ ପ୍ରତିଦିନ ଲୁଟପାଟ, ରାହାଜାନି, ସାଇବର କ୍ରାଇମ, ଠକେଇ, ଜାଲିଆତି ସହ ଅସଦ୍‌ ଉପାୟରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଘଟଣା ସମ୍ପର୍କରେ ଖବରମାନ ଯେପରି ପରିବେଷିତ ହେଉଛି ତାହା ସମାଜକୁ ପତନ ଦିଗରେ ଆଗେଇ ନେଉଥିବା ପରି ମନେହୁଏ।
କରୋନା ମହାମାରୀରେ ଦେଶର କୋଟି କୋଟି ଲୋକ ରୋଜଗାର ହରାଇଥିବା ବେଳେ ଖାଇବା ତେଲଠାରୁ ଆରମ୍ଭ କରି ଡାଲି, ଅଟା, ଚିନି, ମସଲା, କ୍ଷୀର, ଔଷଧ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଯେପରି ମହଙ୍ଗା ହେବାରେ ଲାଗିଛି ସେଥିରେ ସମାଜର ଦଳିତ, ଗରିବ, ଖଟିଖିଆ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି। ପେଟ୍ରୋଲ, ଡିଜେଲ ସହ ରୋଷେଇ ଗ୍ୟାସ୍‌ର ଦରବୃଦ୍ଧି ସାମାଜିକ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ ପ୍ରଭାବୀ ଉଦ୍ୟମ ନ ହେବା ଦୁର୍ଭାଗ୍ୟଜନକ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ମୁଦ୍ରାସ୍ଫୀତି ଏବେ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଗଲାଣି। ଉତ୍କଟ ବେକାରି ସମସ୍ୟା ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଚାଲିଥିବାରୁ ଦେଶର ଯୁବବର୍ଗ ଦିଶାହୀନ ହୋଇ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। ଆଥିର୍ତ୍କ ଦୁର୍ଗତିର ଉଦ୍ଧାର ପାଇଁ ଦୃଢ଼ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଯେପରି ଘରୋଇ କମ୍ପାନୀ ହାତରେ ଟେକି ଦେଉଛନ୍ତି ଯାହା ନିଶ୍ଚୟ ଚିନ୍ତାର କାରଣ। ଦେଶ ଏବେ ଘୋର ସଂକଟମୟ ସ୍ଥିତି ଦେଇ ଗତି କରୁଥିବା ବେଳେ ହିଜାବ ବିବାଦଠାରୁ ଆରମ୍ଭ କରି ହିନ୍ଦୁ, ମୁସଲମାନ, ହନୁମାନ ଚାଳିଶା, ଅଜାନ ପରି ଅନେକ ଅନାବଶ୍ୟକ ପ୍ରସଙ୍ଗକୁ ନେଇ ଯେପରି ବିଦ୍ୱେଷର ବାତାବରଣ ସୃଷ୍ଟି କରାଯାଉଛି ତାହା କେବେହେଲେ ମଙ୍ଗଳଦାୟକ ନୁହେଁ। ଶହ ଶହ ବର୍ଷ ଧରି ଦେଶରେ ଗଢ଼ିଉଠିଥିବା ଅତୁଟ ଭାଇଚାରାକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ବିଘଟନକାରୀ ଶକ୍ତି ଯେଉଁ ଉଦ୍ୟମ କରିଚାଲିଛି ସେଥିତ୍ରେ ପବିତ୍ର ରାମନବମୀ, ହନୁମାନ ଜୟନ୍ତୀ ସହ ପବିତ୍ର ରମଜାନ ମାସରେ ଯେପରି ଉତ୍ତେଜକ ପରିସ୍ଥିତି ସୃଷ୍ଟି ହେଲା ସେଥିରେ ସାତଟି ପ୍ରଦେଶର ବିଭିନ୍ନ ସ୍ଥାନରେ ଶାନ୍ତିଭଙ୍ଗ ହୋଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା। ସାମ୍ପ୍ରଦାୟିକ ବିଦ୍ୱେଷକୁ ପରିବ୍ୟାପ୍ତ କରି ଦେଶରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀକୁ ଚିହ୍ନଟ କରି ଦଣ୍ଡିତ କରିବାର ଆବଶ୍ୟକତା ରହିଛି। ବିଘଟନକାରୀ ଯେଉଁ ଧର୍ମ କିମ୍ବା ସମ୍ପ୍ରଦାୟର ହୁଅନ୍ତୁନା କାହିଁକି ଘୃଣା ଏବଂ ଦ୍ୱେଷ ସୃଷ୍ଟି କରୁଥିତ୍ବା ଏହି ତତ୍ତ୍ୱମାନଙ୍କୁ ଠାବକରି ଆଇନର କାଠଗଡ଼ାରେ ଠିଆ କରାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ବ୍ୟବସ୍ଥା କରା ନ ଗଲେ ସମାଜରେ ପ୍ରତିଷ୍ଠିତ ଭାଇଚାରା ବ୍ୟାହତ ହେବା ସଙ୍ଗେ ସଙ୍ଗେ ଶାନ୍ତି ସହାବସ୍ଥାନ ପରାହତ ହେବ, ଏଥିରେ ସନ୍ଦେହ ନାହିଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ: ୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri