ବିନାଶକ କାର୍ବନ ସବ୍‌ସିଡି

ଜୟତି ଘୋଷ, ଦେବମନ୍ୟୁ ଦାସ

ନିକଟରେ ଇଣ୍ଟର୍‌ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ(ଆଇପିସିସି)ର ନୂତନ ରିପୋର୍ଟ ପ୍ରକାଶ ପାଇଛି। ଏହା ନୀତିନିର୍ଦ୍ଧାରକ ଏବଂ ସାରା ବିଶ୍ୱର ସାଧାରଣ ଲୋକଙ୍କୁ ଭୟଭୀତ କରିବା ସ୍ବାଭାବିକ। ଆଇପିସିସି ସତର୍କ କରିଦେଇଛି ଯେ, କିଛି ପ୍ରଳୟଙ୍କରୀ ଜଳବାୟୁ ପରିଣାମ ଆସିବା ସମ୍ଭାବନା ରହିଛି। ବେଶି ଡେରିରେ ନୁହେଁ, ବରଂ ଆଗାମୀ ୧୫ ବର୍ଷ କିମ୍ବା ପରବର୍ତ୍ତୀ ଦଶନ୍ଧିରେ ଏଭଳି ବିପର୍ଯ୍ୟୟ ଘଟିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଏଭଳି ବିପଦକୁ ନେଇ ଯଥାଶୀଘ୍ର ଜାଗ୍ରତ ହେବା ଏବଂ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ନୀତିନିର୍ଦ୍ଧାରକମାନେ ରୁଷିଆ ୟୁକ୍ରେନ୍‌ ବିରୋଧରେ ଚଳାଇଥିବା ଯୁଦ୍ଧ ଓ ଏହାର ସାମ୍ପ୍ରତିକ ପରିଣାମ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ୟୁକ୍ରେନ୍‌ ସଙ୍କଟରେ ପାଶ୍ଚାତ୍ୟ ସରକାରଗୁଡ଼ିକ ସ୍ବଳ୍ପ ମିଆଦୀ ନୀତି ପ୍ରତି ସେମାନଙ୍କ ଧ୍ୟାନ ଅତ୍ୟଧିକ କେନ୍ଦ୍ରିତ କରିଥିବା ଘଟଣାରୁ ଏହା ସହଜରେ ବୁଝାଯାଇପାରେ। ଏପରିକି କିଛି ମାସ ପୂର୍ବେ ଅନେକ ଦେଶ ଗ୍ଲାସ୍‌ଗୋରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଜଳବାୟୁ ପ୍ରଭାବକୁ ପ୍ରତିହତ କରିବା ଲାଗି ପ୍ରତିଜ୍ଞା ବା ସଙ୍କଳ୍ପ ନେଇଥିଲେ। ଅପେକ୍ଷାକୃତ କମ୍‌ ଓ ସ୍ପଷ୍ଟତଃ ଅପର୍ଯ୍ୟାପ୍ତ ଜଣାପଡ଼ୁଥିବା ଉକ୍ତ ସଙ୍କଳ୍ପରୁ ଏବେ ସେମାନେ ଶୀଘ୍ର ପଛକୁ ହଟି ଆସିଛନ୍ତି। ୟୁକ୍ରେନ୍‌ ଆକ୍ରମଣ ପରେ ରୁଷିଆ ବିରୋଧରେ ପାଶ୍ଚାତ୍ୟ ଲାଗୁ କରିଥିବା କଟକଣା ଯୋଗୁ ତୈଳ ଦରରେ ନାଟକୀୟ ବୃଦ୍ଧି ଘଟିଲା। ପୂର୍ବରୁ ୟୁରୋପ ଓ ଆମେରିକାରେ ଆର୍ଥିକ ସୁଧାର ଯୋଗୁ ଏନର୍ଜି ମାର୍କେଟ ସ୍ଥିତି ଗମ୍ଭୀର ରହିଥିଲାବେଳେ ଏଭଳି ବୃଦ୍ଧି ଘଟିଲା। ଏହି ମୂଲ୍ୟ ବୃଦ୍ଧି ଘଟିବା ସମୟରେ ଜୀବାଶ୍ମ ଇନ୍ଧନରୁ ଶୀଘ୍ର ଦୂରେଇ ଯିବାର ବାଟ ଖୋଜିବା ଦରକାର ଓ ଏହାକୁ ଏକ ସୁଯୋଗ ଭାବେ ଦେଖିବା କଥା।
କିନ୍ତୁ ଏହା ପରିବର୍ତ୍ତେ ଧନୀ ଦେଶଗୁଡ଼ିକର ସରକାର ସ୍ବଳ୍ପ ମିଆଦୀ ରାଜନୈତିକ କାରଣରୁ ଘରୋଇ ଶକ୍ତି ମୂଲ୍ୟ କମ୍‌ ରଖି ଲୋକଙ୍କ କଷ୍ଟ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି।
ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ସାଉଦି ଆରବକୁ ତେଲ ଉପତ୍ାଦନ ବୃଦ୍ଧି କରିବା ଲାଗି ଅନୁରୋଧ କରିଥିଲେ। ହେଲେ ଏଥିତ୍ରେ ଅସଫଳ ହେବା ପରେ ଆସନ୍ତା ୬ ମାସ ପାଇଁ ଆମେରିକା ସରକାରଙ୍କ ସାମରିକ ଭଣ୍ଡାରଗୁଡ଼ିକରୁ ପ୍ରତିଦିନ ୧୦ ଲକ୍ଷ ବ୍ୟାରେଲ ଦେବାକୁ ପ୍ରତିଶ୍ରୁତି ଦେଇଛି। ଯୁଦ୍ଧର ପ୍ରଭାବ ଯୋଗୁ ୟୁରୋପରେ ଅତ୍ୟଧିକ କଠିନ ସ୍ଥିତି ଲାଗିରହିଛି। ରୁଷୀୟ ପ୍ରାକୃତିକ ବାଷ୍ପ ଉପରେ ଅତ୍ୟଧିକ ଭରସା କରିବା କାରଣରୁ ଏଭଳି ଘଟିଛି। ତେବେ କେବଳ ଅଧିକ ଆଣବିକ ଶକ୍ତି ନୁହେଁ, ବରଂ କୋଇଲା ଆଧାରିତ ଶକ୍ତି ଉପତ୍ାଦନ କଥା ଦେଖିବା। କହିବାକୁ ଗଲେ କୋଇଲା ସବୁଠୁ ଖରାପ ଜୀବାଶ୍ମ ଇନ୍ଧନ ଏବଂ ଏହା ଅଧିକ କାର୍ବନ ନିର୍ଗମନ କରେ। ଧନୀ ୟୁରୋପୀୟ ଦେଶଗୁଡ଼ିକ ଏହାର ବ୍ୟବହାରକୁ ନେଇ ସବୁବେଳେ ଭାରତ ଓ ଚାଇନାକୁ ଆକ୍ଷେପ କରନ୍ତି । ସବୁଜ ବିଶ୍ୱକୁ ନେଇ ୟୁରୋପୀୟ ସରକାରଗୁଡ଼ିକର ବାକ୍‌ପଟୁତା ଓ ନିଷ୍ଠାହୀନତାର ବାସ୍ତବତା ଉପରେ ସମୀକ୍ଷା ନ କରି ତାହାକ୍‌ୁ ପୂର୍ବରୁ ଯେଉଁମାନେ ବିନା ଦ୍ୱିଧାରେ ଗ୍ରହଣ କରୁଥିଲେ, ସେମାନେ ଘଟଣାର ମୋଡ଼ ଦେଖି ଆଶ୍ଚର୍ଯ୍ୟ ହେବା ଉଚିତ। ଏହି ସରକାରଗୁଡ଼ିକ ଜୀବାଶ୍ମ ଇନ୍ଧନ ଶିଳ୍ପଗୁଡ଼ିକୁ ପର୍ଯ୍ୟାପ୍ତ ସବ୍‌ସିଡି ବା ଆର୍ଥିକ ସହାୟତା ଦେଇ ଆସୁଛନ୍ତି। ଅନ୍ୟପକ୍ଷରେ ଏମାନେ ସବୁଜ ଗୃହ ବାଷ୍ପ ନିର୍ଗମନ କମ୍‌ କରିବା ପାଇଁ ଅତି ଗରିବ ଦେଶଗୁଡ଼ିକୁ ଆହ୍ବାନ ଦେଉଛନ୍ତି। ପ୍ରଦାନ କରାଯାଉଥିବା ଏହି ସବୁ ସବ୍‌ସିଡିର ପୂରା ସୀମା ଗୁପ୍ତ ବା ଅପ୍ରକାଶ୍ୟ ରହିଯାଇଛି। ଏଗୁଡ଼ିକୁ ପରିମାଣ ନିର୍ଣ୍ଣୟ କରିବା ଲାଗି ଉଦ୍ଦିଷ୍ଟ ପଦ୍ଧତି ଦ୍ୱାରା ମଧ୍ୟ ଏହା ଠିକ୍‌ ଭାବେ ହୋଇପାରିନାହଁି। ଜୀବାଶ୍ମ ଇନ୍ଧନ ଉପତ୍ାଦନ କିମ୍ବା ଉପଯୋଗ ଲାଗି ସରକାର ଦେଉଥିବା ସହଯୋଗକୁ ଆକଳନ କରିବା ପାଇଁ ସାଧାରଣ ପଦ୍ଧତି ରହିଛି। ଏଥିତ୍ପାଇଁ ଆମକୁ ପ୍ରକୃତ ବଜେଟ ପରେ ଗୋଟିଏ କ୍ଷେତ୍ରରୁ ଅନ୍ୟ କ୍ଷେତ୍ରକୁ କେତେ ପୁଞ୍ଜି ଟ୍ରାନ୍ସଫର ହେଉଛିି କିମ୍ବା ସବ୍‌ସିଡି ଦିଆଯାଉଛି ତାହାକୁ ଲକ୍ଷ୍ୟ କରିବାକୁ ହେବ। ଏହି ପଦ୍ଧତି ବ୍ୟବହାର କରି ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ଓଇସିଡି) ଏବଂ ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସି (ଆଇଇଏ) ଆକଳନ କରିଛନ୍ତି ଯେ, ବୈଶ୍ୱିକ ଜୀବାଶ୍ମ ଇନ୍ଧନ ଶକ୍ତିର ପ୍ରାୟ ୯୦% ଯୋଗାଣ କରୁଥିବା ବିଶ୍ୱର ୫୨ ଧନୀ ଓ ବିକାଶଶୀଳ ଦେଶ ଜୀବାଶ୍ମ ଇନ୍ଧନ ସବ୍‌ସିଡି ଦେଉଛନ୍ତି। ୨୦୧୭ରୁ ୨୦୧୯ ମଧ୍ୟରେ ବାର୍ଷିକ ହାରାହାରି ୫୫୫ ବିଲିୟନ ଡଲାର ମୂଲ୍ୟର ସବ୍‌ସିଡି ଏମାନେ ଦେଇଛନ୍ତି। ଏହି ସହାୟତା ୨୦୨୦ରେ ୩୪୫ ବିଲିୟନ ଡଲାରକୁ ହ୍ରାସ ପାଇଥିଲା। କୋଭିଡ୍‌ -୧୯ ମହାମାରୀରେ ଇନ୍ଦନ ଦର କମିଯିବା ଏବଂ ଉପଯୋଗ ହ୍ରାସ ପାଇବା ଯୋଗୁ ଏହା ଘଟିଥିଲା। କିନ୍ତୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ସୁଧୁରୁଥିବାରୁ ଇନ୍ଧନ ଦରର ପୁନଃ ବୃଦ୍ଧି ସବ୍‌ସିଡି ବୃଦ୍ଧି କରିବ ବୋଲି ୟୁକ୍ରେନ ଯୁଦ୍ଧ ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା ଓ ଏହା ପ୍ରମାଣିତ ହେଲା। ସବ୍‌ସିଡି ପରିମାଣର ନୈରାଶ୍ୟଜନକ ଆକଳନଗୁଡ଼ିକ ସରକାର ଯୋଗାଉଥିବା ଜୀବାଶ୍ମ ଇନ୍ଧନର ବାସ୍ତବ ସବ୍‌ସିଡିକୁ ଅଧିକ ପରିମାଣରେ କମ୍‌ କରାଯାଇ ଦର୍ଶାଇବା ଦେଖାଗଲା। ନିକଟରେ ଏକ ଅନୁଧ୍ୟାନରେ, ଅନ୍ତର୍ରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ( ଆଇଏମ୍‌ଏଫ୍‌) ଏକ ପଦ୍ଧତି ପ୍ରସ୍ତୁତ କରିଛି। ଏଥିରେ ଏକ୍ସପ୍ଲିସିଟ ସବ୍‌ସିଡି ବା ବଜେଟ ପରିବ୍ୟୟରେ ପ୍ରାବଧାନ ସବସିଡ଼ି କିମ୍ବା ଯୋଗାଣ ମୂଲ୍ୟକୁ କମ୍‌ କରିବା ଏବଂ ଇମ୍ପ୍ଲିସିଟ ସବ୍‌ସିଡି ବା ସାମାଜିକ ଓ ଆର୍ଥିକ ସେବା ସାମଗ୍ରୀ ଯୋଗାଇବାରେ ଦିଆଯାଉଥିବା ସବ୍‌ସିଡି କିମ୍ବା ପରିବେଶଗତ ମୂଲ୍ୟକୁ କମ୍‌ କରିବା ଓ ପୂର୍ବ ନିର୍ଦ୍ଧାରିତ ଉପଭୋକ୍ତା ଟିକସ ଛାଡିବା ଧାରାକୁ ଏଥିରେ ସାମିଲ କରାଯାଇଛି। ଆଇଏମ୍‌ଏଫ୍‌ ଆକଳନ କରିଥିଲା ଯେ, ୨୦୨୦ରେ ବିଶ୍ୱରେ ସବୁ ଜୀବାଶ୍ମ ଇନ୍ଧନ ସବ୍‌ସିଡିିର ପରିମାଣ ମୋଟରେ ୫.୯ ଟ୍ରିଲିୟନ ଡଲାର ଥିଲା। ଏହା ଓଇସିଡି ଏବଂ ଆଇଇଏ ଆକଳନଠାରୁ ୧୦ଗୁଣ ଅଧିକ। ଏହା ମଧ୍ୟରେ ଇମ୍ପ୍ଲିସିଟ ସବ୍‌ସିଡିି ପରିମାଣ ମୋଟ ସବ୍‌ସିଡିର ୯୨% ଥିଲା ।
ଦୁଇ ପଦ୍ଧତିରେ ଆକଳନ କଲେ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଭାରତର ସବ୍‌ସିଡି ଅତ୍ୟଧିକ ରହିଛି, ଯଦିଓ ଗରିବ ଦେଶଗୁଡ଼ିକୁ ଏଥିରୁ ଆଂଶିକ ମୁକ୍ତ କରାଯାଇପାରେ। ରୁଷିଆ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ସବୁଠୁ ଅଧିକ ଏକ୍ସପ୍ଲିସିଟ ସବ୍‌ସିଡିି ପ୍ରଦାନ କରିଛି। କିନ୍ତୁ ଆମେରିକା ୨୦୨୦ରେ ଆମେରିକାର ଇମ୍ପ୍ଲିସିଟ ସବ୍‌ସିଡିି ୬୬୨ବିଲିୟନ ଡଲାର ଓ ୨୦୨୧ରେ ପାଖାପାଖି ୮୦୦ ବିଲିୟନ ଡଲାର ଥିଲା, ଯାହା ସବୁଠାରୁ ଅଧିକ ସବ୍‌ସିଡିି ବୋଲି ଆକଳନରୁ ଜଣାପଡିଥିତ୍ଲା। ୨୦୨୦ରେ ଚାଇନାର ସର୍ବାଧିକ ଇମ୍ପ୍ଲିସିଟ ସବ୍‌ସିଡି ୨.୨ ଟ୍ରିଲିୟନ ଡଲାର ଆକଳନ କରାଯାଇଥିଲା।
ଏହି ସବୁ ସବସିଡ଼ିର ମୋଟ ପରିମାଣରୁ ଜୀବାଶ୍ମ ଇନ୍ଧନକୁ ବିରୋଧ ନ କରି କିଭଳି ସରକାର ଏହାକୁ ସବସିଡ଼ି ଦେଉଛନ୍ତି ଓ ଏହା ସପକ୍ଷରେ ରହିଛନ୍ତି ତାହା ପ୍ରତୀୟମାନ ହୋଇଛି। ୨୦୨୦ରେ ଜୀବାଶ୍ମ ଇନ୍ଧନ ଶିଳ୍ପଗୁଡ଼ିକୁ ସମର୍ଥନ କରି ସବ୍‌ସିଡି ୫.୯ ଟ୍ରିଲିୟନ ଡଲାରକୁ ବଢାଇଥିବାବେଳେ ଆଇପିସିସି ଆକଳନରୁ ଜଣାପଡ଼ିଛି ଯେ ଉଭୟ ସରକାରୀ ଏବଂ ଘରୋଇ ଉତ୍ସରୁ ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ବୈଶ୍ୱିିକ ପୁଞ୍ଜି ଯୋଗାଣ ପରିମାଣ ସେହି ବର୍ଷ ମାତ୍ର ୬୪୦ ବିଲିୟନ ଡଲାର ରହିଥିଲା। ଏଭଳି ବିରାଟ ବିଷମତା ଓ ଜୀବାଶ୍ମ ଇନ୍ଧନର ଦୀର୍ଘ ସ୍ଥାୟିତ୍ୱ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। କାରଣ ବିଶ୍ୱ ଏବେ ବୈଶ୍ୱିକ ହାରାହାରି ତାପମାତ୍ରାକୁ ୧.୫ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖି ଏକ ମହାପ୍ରଳୟ ଟାଳିବାକୁ ଜୋର୍‌ସୋରରେ ଉଦ୍ୟମ କରୁଥିବାବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥା ଏବଂ ଅନେକ ସରକାର ଏଭଳି ବିପଦକୁ ଗମ୍ଭୀରତାର ସହ ନେବା ଦେଖାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri