ଉଜୁଡ଼ିଲା ଧାନଚାଷ, ହାତ ଟେକିଦେଲା ବିଭାଗ

ଜଗତ୍‌ସିଂହପୁର ଅଫିସ, ୧୯ା୧୧:ଜଗତ୍‌ସିଂହପୁର ଜିଲାରେ ନିମ୍ନମାନର ବିହନକୁ ନେଇ ଚାଷୀ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସିଛି। ଏବେ ସାରଳା ଓ ଆର୍‌ଜିଏଲ୍‌-୨୫୩୭ ସରକାରୀ ଧାନ ବିହନ ଶତାଧିକ ଚାଷୀଙ୍କୁ ନିରାଶ କରିଛି। ନିମ୍ନମାନର ବିହନ ଯୋଗୁ ଧାନ ପତ୍ରରେ ଚିତା ରୋଗ(ବ୍ରାଉନ ସ୍ପଟ୍‌ ଡିଜିଜ୍‌) ଦେଖାଦେଇଛି। ପତ୍ରଗୁଡ଼ିକରେ କଳା ଛିଟା ଦାଗ ଦେଖାଦେବା ସହ ପୋଡ଼ି ଯାଉଛି। ଯଦ୍ଦ୍ବାରା ମୁଖ୍ୟ କେଣ୍ଡା ଗୁରୁତର ପ୍ରଭାବିତ ହୋଇଛି। ଏପରି କି ପାର୍ଶ୍ୱ ବା ପିଲ କେଣ୍ଡା ମଧ୍ୟ ବାହାରୁନି। ଧାନ ରୁଆଠାରୁ ଇତିମଧ୍ୟରେ ୧୨୦ଦିନ ଅତିକ୍ରାନ୍ତ ହୋଇଥିବାବେଳେ ଅମଳ ପାଇଁ ମାତ୍ର ୧ମାସ ରହିଛି। କମ୍‌ ସମୟ ଥିବାରୁ ସର୍ବାଙ୍ଗଭେଦୀ ଫିମ୍ପି ନାଶକ ଛିଞ୍ଚନ ମଧ୍ୟ ସମ୍ଭବ ହେଉନି। ଏଭଳି ସ୍ଥିତିରେ ଚାଷୀ ମୂଳ ଧନ ପାଇବା ଆଶା ମଉଳି ଯାଇଛି। ଜିଲାରେ ସାରଳା ଏବଂ ଆରଜିଏଲ୍‌-୨୫୩୭ ବିହନ ଲାଗିଥିବା ମୋଟ ୨୫୬୪.୬ ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ୧୨୦ଦିନ ଅତିକ୍ରାନ୍ତ ହୋଇଥିବାରୁ କୃଷି ବିଭାଗ ହାତ ଟେକି ଦେଇଛି। ବର୍ତ୍ତମାନ ରୋଗ ଚରମ ସୀମାରେ ପହଞ୍ଚତ୍ଥିବାରୁ ଏହାର ପ୍ରତିକାର ସମ୍ଭବ ନୁହେଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏବେ ଏହି ସମସ୍ୟା କେବଳ ଜଗତ୍‌ସିଂହପୁର ନୁହେଁ ରାଜ୍ୟର ଏକାଧିକ ଜିଲାରେ ଦେଖା ଦେଇଥିବା ଅଭିଯୋଗ ହେଉଛି।
ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଅଳା ପଞ୍ଚାୟତର ଶ୍ରୀଧର ସାହୁଙ୍କ କହିବା କଥା ହେଲା, ସେ ବିଶିପିତଳ ସେବା ସମବାୟ ସମିତିରୁ ୨୦କିଲୋ ଆର୍‌ଜିଏଲ୍‌-୨୫୩୭ ବିହନ ପ୍ୟାକେଟ୍‌ କିଣିଥିଲେ। ଗତ ଜୁନ ୨୮ରେ ତଳି ପକାଇ ଜୁଲାଇ ୨୨ରେ ରୋଇଥିଲେ। ଏହି ଧାନ ୧୪୫ରୁ ୧୫୫ ଦିନ ମଧ୍ୟରେ ଅମଳ ହେବା କଥା। ଆରମ୍ଭରୁ ସବୁକିଛି ଠିକ୍‌ଠାକ ଥିଲା। କିନ୍ତୁ ୨୦ଦିନ ପୂର୍ବେ ଅର୍ଥାତ୍‌ ଥୋଡ଼ ବାହାରିବା ପୂର୍ବରୁ ଧାନଗଛରେ ପତ୍ରପୋଡ଼ା ଆରମ୍ଭ ହୋଇଥିଲା। ଏପରି କି କିଆରିର କେତେକ ସ୍ଥାନରେ ଗୋଲ ଆକାରରେ ପତ୍ର ପୋଡ଼ିଯିବା ଆରମ୍ଭ କରିଥିବା ଶ୍ରୀଧର କହିଛନ୍ତି। ଉକ୍ତ ଗ୍ରାମର ନବକିଶୋର ସେନାପତିଙ୍କ କହିବା କଥା ହେଲା ସେ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରୁ ୧କୁଇଣ୍ଟାଲ ସାରଳା ବିହନ କିଣିଥିଲେ। ତାଙ୍କର ମଧ୍ୟ ସମାନ ଅବସ୍ଥା। ଧାନ ପାଚିଯିବା ସମୟ ଆସିଥିଲେ ମଧ୍ୟ ପିଲ କେଣ୍ଡା ନ ବାହାରିବା ଚିନ୍ତାର କାରଣ ହୋଇଛି ବୋଲି କହିଛନ୍ତି। ଏହିଭଳି ଶତାଧିକ ଚାଷୀ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି ପଞ୍ଚାୟତ ସମେତ ସିଙ୍ଗାରପୁର, ମଣ୍ଡାସାହି, ମଧୁସୂଦନପୁର, ସମଙ୍ଗ, ପଳାଶୋଳ ଆଦି ପଞ୍ଚାୟତର ମଧ୍ୟ ଅନେକ ଚାଷୀ ପ୍ରଭାବିତ ହୋଇଛନ୍ତି । ଏସମ୍ପର୍କରେ ଅଭିଯୋଗ ହେଲା ପରେ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ବିଶ୍ୱରଞ୍ଜନ ପଟ୍ଟନାୟକ, ରୋଗପୋକ ବିଶେଷଜ୍ଞ ବିଜୟ କୁମାର ରାଉତରାରୟ, ଜିଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର, ଜଗତ୍‌ସିଂହପୁର ବ୍ଲକ କୃଷି ଅଧିକାରୀ ରମେଶ ଚନ୍ଦ୍ର ନନ୍ଦ, ସହକାରୀ କୃଷି ଅଧିକାରିଣୀ ସୁଜାତା ପାତ୍ର ପ୍ରମୁଖ ଅଳା ପଞ୍ଚାୟତ ମଙ୍ଗଳବାର ଅପରାହ୍ନରେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
ବୈଜ୍ଞାନିକ ପଟ୍ଟନାୟକ ଓ ରୋଗପୋକ ବିଶେଷଜ୍ଞ ରାଉତରାୟଙ୍କ କହିବା କଥା ହେଲା ସାଧାରଣତଃ ଗୋଟିଏ ଗଛରେ ୧୪ରୁ ୧୮ଟି କେଣ୍ଡା ହୋଇଥାଏ। କିନ୍ତୁ ଅଳାରେ ପିଲ କେଣ୍ଡା ବାହାରୁ ନାହିଁ ଅର୍ଥାତ୍‌ ଧାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଧାନ କ୍ଷୀର ଢୋକି ସାରିଲାଣି। କେଣ୍ଡାରେ ଧାନ କମ୍‌ ଦେଖାଯାଉଛି ଯାହାକି ଆଗକୁ ଅଗାଡ଼ି ହେବାର ସମ୍ଭାବନା ଅଧିକ। ଏହା ଏକ ଫିମ୍ପି ଜାତୀୟ ଅର୍ଥାତ୍‌ ପତ୍ରଚିତା ରୋଗ। ଏହି ରୋଗ ଯେ କୌଣସି ସମୟରେ ହୋଇପାରେ। ବିହନ ବିଶୋଧକ ମିଶାଯାଇ ନ ଥିଲେ ଏଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ। ଅନ୍ୟପଟେ ପିଲ ଦେବା ସମୟରେ ସର୍ବାଙ୍ଗଭେଦୀ ଫିମ୍ପି ନାଶକ ସିଞ୍ଚନ କରିବା ଜରୁରୀ। ଯାହା ଚାଷୀମାନେ କରି ନାହାନ୍ତି। ଏହା ୭ ଦିନ ଅନ୍ତରରେ ୨ଥର ସିଞ୍ଚନ କରିଥିଲେ ଏଭଳି ସମସ୍ୟା ଉପୁଜି ନ ଥାନ୍ତା। ବର୍ତ୍ତମାନ ରୋଗ ଚରମ ସୀମାରେ ପହଞ୍ଚତ୍ଥିବାରୁ ଏହାର ପ୍ରତିକାର ସମ୍ଭବ ନୁହେଁ ବୋଲି ରାଉତରାୟ କହିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ମହାପାତ୍ର କହିଛନ୍ତି, ପୂଜା, ସିଆର୍‌ ୧୦୧୮ ଆଦି କିସମ ପରି ସାରଳା ଓ ଆର୍‌ଜିଏଲ୍‌-୨୫୩୭ ବିହନର ରୋଗ ପ୍ରତିରୋଧକ ଶକ୍ତି ନାହିଁ। ସେହିପରି ଚାଷୀମାନେ କିଆରିରେ ୫/୬ ଫୁଟ ଛାଡ଼ି ୧.୫ ଫୁଟର ରାସ୍ତା ଛାଡ଼ିବା କଥା। ଏହା ହୋଇଥିଲେ ରୋଗପୋକ କମିବା ସାଙ୍ଗକୁ ପବନ ସହଜରେ ଯାତାୟାତ ହୋଇପାରିଥାନ୍ତା। ଏବେ ଯେଉଁ ପତ୍ରଚିତା ରୋଗ ହୋଇଛି ଏହି ରାସ୍ତା ଦେଇ କବକ ନାଶକ ସିଞ୍ଚନ କରିବା ସମ୍ଭବ ହୋଇଥାନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବିହନ ନିଗମ ବିହନ ଉତ୍ପାଦନ ପରିଚାଳକ ଆଦିତ୍ୟ କୁମାର ପଣ୍ଡା କହିଛନ୍ତି, ବିହନରେ ବିଶୋଧକ ପ୍ୟାକେଟ୍‌ ଥାଏ। ଚାଷୀ ତଳି ପକାଇବା ପୂର୍ବରୁ ବିଶୋଧକ ମିଶାଇବା କଥା। ଏହି ବିଶୋଧକ ୩୦ ଦିନ ପର୍ଯ୍ୟନ୍ତ କାମ କରିଥାଏ। ତା’ ପରେ କିଛି ଅସୁବିଧା ହେଲେ ଚାଷୀ ସଙ୍ଗେସଙ୍ଗେ କୃଷି ବିଭାଗ କର୍ମଚାରୀଙ୍କ ପରାମର୍ଶ ନେବା କଥା। କିନ୍ତୁ ଚାଷୀ ତାହା ନ କଲେ ସମସ୍ୟା ଦେଖାଦେବା ସ୍ବାଭାବିକ ବୋଲି ପଣ୍ଡା କହିଛନ୍ତି।

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri