ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ ଘର ଭାଙ୍ଗି ଧାନ, ଚାଉଳ, ମାଣ୍ଡିଆ, କାନ୍ଦୁଲ ଖାଇ ନଷ୍ଟ କରିବା ସହ ଘରେ ଥିବା ଆସବାବପତ୍ର ନଷ୍ଟ କରିଛନ୍ତି। ଏଥିସହ ୧୦ ଏକର ଧାନ ଓ ପନିପରିବା ହାତୀପଲ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଛତ୍ରପୁର ପଞ୍ଚାୟତ କୁଟିଙ୍ଗପଦର ଗ୍ରାମରେ ବୁଧବାର ରାତିରେ ୧୪ ଟିକିଆ ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ଉପପଦ୍ର କରିଥିଲେ। ପ୍ରଥମେ କୁଟିଙ୍ଗ ପଦର ଗ୍ରାମର ପାତ୍ର ମାଝି, ରବୀ ମାଝି ଓ ବାମନି ମାଝିଙ୍କ ଘର ଭାଙ୍ଗି ଘରେ ଥିବା ଧାନ, ମକା, କାନ୍ଦୁଲ, ଚାଉଳ ଖାଇବା ସହିତ ଆବାସ ପତ୍ର ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲ କୁଟିଙ୍ଗପଦର ଗାଁର ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ୨୫ଜଣ ଆଦିବାସୀଙ୍କୁ ୨୫ ଏକର ବିଭିନ୍ନ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଥିବା ପ୍ରାୟ ୧୦ ଏକର ଧାନ, ଝୁଣୁଙ୍ଗ, ବାଇଗଣ ଅନ୍ୟ ଚାଷ ହାତୀପଲ ନଷ୍ଟ କରିଛନ୍ତି। ଖବର ପାଇ ଲାଞ୍ଜିଗଡ ଓପିଇଲିପି କୃଷି ଅଧିକାରୀ ପରମାନନ୍ଦ ରଣା ଘଟଣାର ତଦନ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ହାତୀପଲ ଗତ ମଙ୍ଗଳବାର ରାତିରେ ଲାଞ୍ଜିଗଡ ପଞ୍ଚାୟତ ଭଟାଜରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ୨୦ ଫୁଟ ପାଚେରୀ ଭାଙ୍ଗିବା ସହ ୨ଟି ସ୍କୁଲର ଶୈଚାଳୟ ଭାଙ୍ଗିବା ପରେ ଗାଁରେ ଥିବା କପଡା ମାଝିର ଘର ଭାଙ୍ଗି ଦେଇଥିଲେ। ଭୟରେ ଗାଁ ଲୋକେ ବାଜାବାଜଣା ଧରି ହାତୀ ଘଉଡ଼ାଇ ଥିଲେ। ବର୍ତ୍ତମାନ ମଧ୍ୟ ଏହି ହାତୀପଲ କୁଟିଙ୍ଗପଦର ଗାଁ ନିକଟସ୍ଥ ଜଙ୍ଗଲରେ ରହିଥିବାରୁ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri