କୋଭିଡ କଟକଣା ସତ୍ତ୍ୱେ ବିଶ୍ୱେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ

ସରଣ୍ଡା,୧୧।୩(ଡି.ଏନ.ଏ.):ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବପୀଠରେ କୋଭିଡ କଟକଣା ସତ୍ତ୍ୱେ ଭକ୍ତଙ୍କ ସମାଗମ ହୋଇଛି। ଅଭିଭକ୍ତ ସମ୍ବଲପୁର ଜିଲାର ହୁମାର ବକ୍ର ମନ୍ଦିର ନିର୍ମାଣ ପରେ ପରେ ୧୬୯୫ରୁ ୧୭୬୬ ଖ୍ରୀ:ଅ: ମଧ୍ୟରେ ତତ୍କାଳୀନ ସମ୍ବଲପୁର ରାଜା ଶ୍ରୀ ବଳିୟାର ସିଂହଙ୍କ ଦେୱଆନ ଶ୍ରୀ ଦକ୍ଷିଣ ରାୟ ଏହି ମନ୍ଦିରଟିକୁ ନିର୍ମାଣ କରିଥିବା ଶିବ ପ୍ରସାଦ ଦାଶଙ୍କ ସମ୍ବଲପୁର ଇତିହାସର ୨୭୨ପୃଷ୍ଠାରେ ଉଲ୍ଲେଖ ରହିଛି। ସେବେ ଠାରୁ ଏହି ମନ୍ଦିରରେ ବାର ମାସକୁ ତେର ଯାତ୍ରା ପାଳିତ ହୋଇଆସୁଛି । ସେଥି ମଧ୍ୟରୁ ମହାଶିବରାତ୍ରି ତଥା ଜାଗର ଯାତ୍ରା ମୁଖ୍ୟ। ଆଜି ପାହାନ୍ତିଆ ୩ଟାରୁ ମନ୍ଦିରର ମୁଖ୍ୟଦ୍ୱାର ଖୋଲାଯାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଜୟୋଜିତ ପୂଜକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। କୋଭିଡ କଟକଣାକୁ ଆଖିରେ ରଖି ଭକ୍ତମାନଙ୍କୁ ମୁଖ୍ୟ ଗମ୍ଭୀରାକୁ ନ ଛାଡି ମନ୍ଦିରର ମୁଖଶାଳାରୁ ଦର୍ଶନ କରାଯାଉଛି। ଆଜି ଅପରାହ୍ନ ୩ଟାରେ ମନ୍ଦିରରୁ ବାବା ଚନ୍ଦ୍ରଶେଖର ମହାଦେବଙ୍କୁ ଡୁଙ୍ଗୁରିପାଳି ରେମଣ୍ଡାର ଭୈରେ ଘଣ୍ଟଶଙ୍ଖ ବାଦ୍ୟ ଦଳ ସହ ସରଣ୍ଡା ଗ୍ରାମ୍ୟ ପରିକ୍ରମା କରାଯିବ । ସେଠାରୁ ଫେରିବା ପରେ କମିଟି ପକ୍ଷରୁ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ କରି ସନ୍ଧ୍ୟା ୬ଟା ବେଳେ ପ୍ରଥମ ଆଳତି ଅର୍ପଣ କରାଯିବ। ପ୍ରତି ତିନି ଘଣ୍ଟାରେ ୧୦୮ଆଳତି ଅର୍ପଣ ପରେ ପାହାନ୍ତିଆ ୩ଟା ୩୦ମିନିଟରେ ମହାଦୀପ ମନ୍ଦିରକୁ ଚଢ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri