ବଦଳି ସତ୍ତ୍ୱେ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ପୋଲିସ ବାବୁ

ଭୁବନେଶ୍ୱର,୨୭।୨(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାସ ଉପଯୋଗୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଉଛି। ତେବେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଥିବା ପୋଲିସ ବାବୁମାନେ ଅନ୍ୟ ଜିଲାକୁ ବଦଳି ହେବା ପରେ ମଧ୍ୟ ଉକ୍ତ କ୍ୱାର୍ଟର୍ସ ଛାଡ଼ିବାକୁ ରାଜି ହେଉନାହାନ୍ତି। ଏପରିକି ବିଭିନ୍ନ କାରଣ ଦର୍ଶାଇ ସେମାନେ ସେଠାରେ ଦୀର୍ଘଦିନ ଧରି ରହୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ଭୁବନେଶ୍ୱର-କଟକରେ କାର୍ଯ୍ୟ କରି କେବିକେ ଅଞ୍ଚଳ ଅର୍ଥାତ୍‌ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲାକୁ ବଦଳି ହେବା ପରେ ଆବଶ୍ୟକ କାରଣ ଦର୍ଶାଇ ଉକ୍ତ କ୍ୱାର୍ଟର୍ସକୁ ପୋଲିସ କର୍ମଚାରୀମାନେ ରଖିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ହେଲେ ଯେଉଁମାନେ ଅନ୍ୟ ଜିଲାକୁ ବଦଳି ହେଉଛନ୍ତି, ସେମାନେ କାରଣ ଦର୍ଶାଇ ଉକ୍ତ କାର୍ଟର୍ସକୁ କିଛିବର୍ଷ ରଖିପାରିବାର ନିୟମ ରହିଥିଲେ ମଧ୍ୟ ଭଡ଼ା ବାବଦକୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ତେବେ ଅଧିକାଂଶ ପୋଲିସ କର୍ମଚାରୀ ଅନ୍ୟଜିଲାକୁ ବଦଳି ହେଉଥିଲେ ମଧ୍ୟ ଏପରି ଭାବେ ଉକ୍ତ ସରକାରୀ କ୍ୱାର୍ଟର୍ସକୁ ଛାଡ଼ୁ ନ ଥିବା ଦେଖାଯାଉଛି। ଏପରିକି ଭଡ଼ା ଓ ଅନ୍ୟାନ୍ୟ ଦେୟ ବାବଦକୁ ଟଙ୍କା ଦେବାର ନିୟମ ରହିଥିଲେ ମଧ୍ୟ ସେମାନେ ଏହାକୁ ବେଖାତିର କରିଛନ୍ତି। ତେଣୁ ଦୀର୍ଘଦିନ ଧରି ସେମାନଙ୍କ ଉପରେ ଲକ୍ଷାଧିକ ଟଙ୍କା ବାକି ପଡ଼ୁଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ଅନୁଯାୟୀ, କଟକ-ଭୁବନେଶ୍ୱରରୁ କେବିକେ ଜିଲାକୁ ୨୦ଜଣ ଏବଂ ଅନ୍ୟ ଜିଲାକୁ ୩୫ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କର ବଦଳି ହୋଇଛି। ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍‌ର ପୂର୍ବତନ ସୁବେଦାର ଗୌରାଙ୍ଗ ଚରଣ ସାହୁ ୨୦୧୬ ଡିସେମ୍ବର ୨୨ରୁ ଅନ୍ୟ ଜିଲାକୁ ବଦଳି ହୋଇଛନ୍ତି। ୨୦୧୭ ଜୁନ୍‌ ୧ରୁ ତାଙ୍କ କ୍ୱାର୍ଟର୍ସ ଆଲଟ୍‌ମେଣ୍ଟ ବାତିଲ ହୋଇଥିଲେ ମଧ୍ୟ ସେ ଘର ଛାଡ଼ିନାହାନ୍ତି। ଏପରିକି ଘରଭଡ଼ା ଓ ଜରିମାନାକୁ ଲଗାଇ ତାଙ୍କ ଉପରେ ୪ ଲକ୍ଷ ୬୨ ହଜାର ୯୩୮ ଟଙ୍କା ବାକି ପଡ଼ିଛି। କମିଶନରେଟ ପୋଲିସର ପୂର୍ବତନ ଇନ୍ସପେକ୍ଟର ସୂର୍ଯ୍ୟମଣୀ ପ୍ରଧାନ ୨୦୧୮ ନଭେମ୍ବର ୩୦ରେ ବଦଳି ହୋଇଥିବାବେଳେ ୨୦୧୯ ମାର୍ଚ୍ଚ ୧ରେ ତାଙ୍କ ଘର ବାତିଲ ହୋଇଛି। ହେଲେ ସେ ଘର ଛାଡ଼ି ନ ଥିବାରୁ ୩ ଲକ୍ଷ ୩୯ ହଜାର ୮୫୭ ଟଙ୍କା ତାଙ୍କ ଉପରେ ବାକି ପଡ଼ିଛି। କମିଶନରେଟ ପୋଲିସର ପୂର୍ବତନ ଇନ୍ସପେକ୍ଟର କିଶୋର ଚନ୍ଦ୍ର ମୁଣ୍ଡ ଘର ଛାଡ଼ି ନ ଥିବାବେଳେ ତାଙ୍କ ଉପରେ ୩ ଲକ୍ଷ ୨୨ ହଜାର ୨୭୪ ଟଙ୍କା ବାକି ପଡ଼ିଛି। ସେହିପରି ପୂର୍ବତନ ଏସିପି ସଂଗ୍ରାମ ଟୁଡୁଙ୍କ ଉପରେ ୨ ଲକ୍ଷ ୮୬ ହଜାର ୫୫୨ ଟଙ୍କା ବାକି ପଡ଼ିଛି। ଆର୍‌ଟିଆରୁ ମିଳିଥିବା ଏହି ତଥ୍ୟ ୨୦୨୨ ସେପ୍ଟେମ୍ବର ସୁଦ୍ଧା ହୋଇଥିବାବେଳେ ଇତିମଧ୍ୟରେ ସେମାନଙ୍କ ଘରଭଡ଼ା ଓ ଅନ୍ୟାନ୍ୟ ବାବଦକୁ ବକେୟା ଟଙ୍କା ବଢ଼ି ଚାଲିଛି। ସେହିଭଳି ଆଉ କେତେଜଣ ଘର ଛାଡ଼ିଥିଲେ ମଧ୍ୟ ବକେୟା ଟଙ୍କା ଜମା କରି ନ ଥିବା ଜଣାପଡିଛି।
କେବିକେ ଅଞ୍ଚଳକୁ ବଦଳି ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କ ନାମରେ ଏବେବି ଦ୍ୱୈତନଗରୀରେ ସରକାରୀ କ୍ୱାର୍ଟର୍ସ ରହିଛି। ଏମାନଙ୍କ ମଧ୍ୟରୁ ସ୍ପେଶାଲ ଅପରେଶନ ଗ୍ରୁପ୍‌(ଏସ୍‌ଓଜି)ର ପୂର୍ବତନ ହାବିଲ୍‌ଦାର ଈଶ୍ୱର ରଣାଭଟଙ୍କର ୨୦୨୦ ମେ ୨୮ରେ ବଦଳି ହୋଇ ସେକେଣ୍ଡ୍‌ ଇଣ୍ଡିଆ ରିଜର୍ଭ ବାଟାଲିଅନ୍‌ ରାୟଗଡ଼ାରେ କାର୍ଯ୍ୟ କରୁଛନ୍ତି। ସେହିପରି ଏସ୍‌ଓଜିର ପୂର୍ବତନ ହାବିଲଦାର ନାରାୟଣ ଚନ୍ଦ୍ର ଜେନା, ମୋହନଚରଣ ମାଝୀ ପ୍ରମୁଖଙ୍କର ଭିନ୍ନ ଭିନ୍ନ ପର୍ଯ୍ୟାୟରେ କେବିକେ ଅଞ୍ଚଳକୁ ବଦଳି ହୋଇଥିଲେ ମଧ୍ୟ ପୂର୍ବରୁ ପାଇଥିବା କ୍ୱାର୍ଟର୍ସ ଛାଡ଼ୁନାହାନ୍ତି। ତେବେ ଏଭଳି ଅନେକ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସରକାରୀ କ୍ୱାର୍ଟର୍ସ ଦଖଲ କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଶେଷ ବେଳକୁ ବିଜେଡିରେ ଥିବେ  କେବଳ ଏହି ୩ ଜଣ: କହୁକହୁ କହିଦେଲେ ବିଧାୟିକା

ଭୁବନେଶ୍ୱର,୯।୨: ଭାଜପା ବିଧାୟିକା ଉପାସନା ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଭାଜପାରେ ମିଶିବା ପରେ ତେରେଛା ବାଣ ମାରିଲେ ଉପାସନା। ନାଁ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri