ବାରମ୍ବାର ସମନ ଜାରି ସତ୍ତ୍ୱେ କରୁଥିଲେ ଅଣଦେଖା, ବ୍ୟକ୍ତିଙ୍କ ବିରୋଧରେ ଲଟ୍‌କା ଜାରି କଲା ପୋଲିସ

ପଟ୍ଟାଙ୍ଗି,୨୪।୩(ଶରତ ଧଳ): କୋର୍ଟରୁ ଆସୁଥିଲା ସମନ। ହେଲେ ବାରମ୍ବାର ଏହାକୁ ଅବମାନନା କରି ଆଇନ୍‌ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମୁଖରେ ଡାକବାଜି ମାଧ୍ୟମରେ ଜାରି ହୋଇଥିବା ଗିରଫ ପରୱାନା ପଢି ଶୁଣାଇଛି। ଏପରି କି ପୋଲିସ ଘର ସମୁଖରେ ଏକ୍‌ ନୋଟିସ ଲଗାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ପୁକାଲି ପଞ୍ଚାୟତ ସଦର ଗ୍ରାମର ରାଜୁସାହିରେ ।

ସୁନାବେଡା ଏସ୍‌ଡିପିଓ ମନବ୍ରତା ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାଙ୍ଗି ପୋଲିସର ଏକ ଟିମ୍‌ ଗାଁରେ ପହଞ୍ଚି ଥିଲା। ପରେ ଉପସ୍ଥିତ ପୋଲିସ ଅଧିକାରୀ ଟି.ପି. ମୁରଲୀ ରାଜୁଙ୍କ ଘର ସମୁଖରେ ସାହି ବାସିନ୍ଦାଙ୍କ ଉପସ୍ଥିତରେ ଗିରଫ ପରୱାନା ପଢି ଥିଲେ।
୨୦୧୫ରେ ନକଲି ନୋଟ କାରବାରରେ ସମ୍ପୃକ୍ତ ଥିବା ଟି.ପି. ମୁରଲୀ ରାଜୁ ରାୟଗଡ଼ା ଜିଲା ଟାଉନ୍‌ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ପରେ ସେ ଜେଲ୍‌ରୁ ବାହାର ଗାଁକୁ ଫେରିଥିଲେ। ହେଲେ ତାଙ୍କ ନାମରେ ରାୟଗଡ଼ା କୋର୍ଟ ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଥିଲା। ଏହାକୁ ସେ ଅଣଦେଖା କରି ଚାଲିଥିଲେ। ଫଳରେ କୋର୍ଟ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ହେଲେ ଅଭିଯୁକ୍ତ ରାଜୁ ଆତ୍ମସମର୍ପଣ ନ କରି ଆଇନ ଉଲ୍ଲଘଂନ କରିଥିଲେ । ଅଦାଲତଙ୍କ ପକ୍ଷରୁ ନୋଟିସ୍‌ ଜାରି କରି ଆସନ୍ତା ୩୦ ଦିନ ମଧ୍ୟରେ ଆତ୍ମସମର୍ପଣ ନ କଲେ ଅସ୍ତାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବା ସହ ନିଲାମ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଏପରିକି ଉକ୍ତ ନୋଟିସ ରାଜୁଙ୍କ ଘର କାନ୍ଥରେ ଲଗାଇଛି।

ନୋଟିସ୍‌ ଲଗାଇବା ବେଳେ ଥାନା ଏସ୍‌ଆଇ କୁଞ୍ଜଲତା ବେହେରା, ଏଏସ୍‌ଆଇ ନରସିଂଘ ଦୋରା, ମାନସ ରଞ୍ଜନ ସେଠିଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ। ସୂଚନା ଥାଉକି ଅଭିଯୁକ୍ତ ରାଜୁଙ୍କ ନାମରେ ଅଦାଲତରେ କେସ ନମ୍ବର ସିଟି ୧୦୪ବି /୧୫ ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri