ବାରମ୍ବାର ସମନ ଜାରି ସତ୍ତ୍ୱେ କରୁଥିଲେ ଅଣଦେଖା, ବ୍ୟକ୍ତିଙ୍କ ବିରୋଧରେ ଲଟ୍‌କା ଜାରି କଲା ପୋଲିସ

ପଟ୍ଟାଙ୍ଗି,୨୪।୩(ଶରତ ଧଳ): କୋର୍ଟରୁ ଆସୁଥିଲା ସମନ। ହେଲେ ବାରମ୍ବାର ଏହାକୁ ଅବମାନନା କରି ଆଇନ୍‌ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମୁଖରେ ଡାକବାଜି ମାଧ୍ୟମରେ ଜାରି ହୋଇଥିବା ଗିରଫ ପରୱାନା ପଢି ଶୁଣାଇଛି। ଏପରି କି ପୋଲିସ ଘର ସମୁଖରେ ଏକ୍‌ ନୋଟିସ ଲଗାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ପୁକାଲି ପଞ୍ଚାୟତ ସଦର ଗ୍ରାମର ରାଜୁସାହିରେ ।

ସୁନାବେଡା ଏସ୍‌ଡିପିଓ ମନବ୍ରତା ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାଙ୍ଗି ପୋଲିସର ଏକ ଟିମ୍‌ ଗାଁରେ ପହଞ୍ଚି ଥିଲା। ପରେ ଉପସ୍ଥିତ ପୋଲିସ ଅଧିକାରୀ ଟି.ପି. ମୁରଲୀ ରାଜୁଙ୍କ ଘର ସମୁଖରେ ସାହି ବାସିନ୍ଦାଙ୍କ ଉପସ୍ଥିତରେ ଗିରଫ ପରୱାନା ପଢି ଥିଲେ।
୨୦୧୫ରେ ନକଲି ନୋଟ କାରବାରରେ ସମ୍ପୃକ୍ତ ଥିବା ଟି.ପି. ମୁରଲୀ ରାଜୁ ରାୟଗଡ଼ା ଜିଲା ଟାଉନ୍‌ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ପରେ ସେ ଜେଲ୍‌ରୁ ବାହାର ଗାଁକୁ ଫେରିଥିଲେ। ହେଲେ ତାଙ୍କ ନାମରେ ରାୟଗଡ଼ା କୋର୍ଟ ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଥିଲା। ଏହାକୁ ସେ ଅଣଦେଖା କରି ଚାଲିଥିଲେ। ଫଳରେ କୋର୍ଟ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ହେଲେ ଅଭିଯୁକ୍ତ ରାଜୁ ଆତ୍ମସମର୍ପଣ ନ କରି ଆଇନ ଉଲ୍ଲଘଂନ କରିଥିଲେ । ଅଦାଲତଙ୍କ ପକ୍ଷରୁ ନୋଟିସ୍‌ ଜାରି କରି ଆସନ୍ତା ୩୦ ଦିନ ମଧ୍ୟରେ ଆତ୍ମସମର୍ପଣ ନ କଲେ ଅସ୍ତାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବା ସହ ନିଲାମ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଏପରିକି ଉକ୍ତ ନୋଟିସ ରାଜୁଙ୍କ ଘର କାନ୍ଥରେ ଲଗାଇଛି।

ନୋଟିସ୍‌ ଲଗାଇବା ବେଳେ ଥାନା ଏସ୍‌ଆଇ କୁଞ୍ଜଲତା ବେହେରା, ଏଏସ୍‌ଆଇ ନରସିଂଘ ଦୋରା, ମାନସ ରଞ୍ଜନ ସେଠିଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ। ସୂଚନା ଥାଉକି ଅଭିଯୁକ୍ତ ରାଜୁଙ୍କ ନାମରେ ଅଦାଲତରେ କେସ ନମ୍ବର ସିଟି ୧୦୪ବି /୧୫ ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri