ବିରୋଧ ସତ୍ତ୍ବେ ଏନଓସି ମିଳିଲା, ବିନା ଅନୁମତିରେ କଟିଲା ଗଛ

ସମ୍ବଲପୁର,୨୦ା୩(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ତହସିଲ କୁକୁଡାପାଲି ପଞ୍ଚାୟତ ଅଧୀନ କୁକୁଡାପାଲି ମୌଜାରେ ଏକ ଇଥାନଲ କମ୍ପାନୀ ହେବାକୁ ଯାଉଛି। ଏହାକୁ ନେଇ ବିରୋଧ ହେବା ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କମ୍ପାନୀ କାମ ଆରମ୍ଭ କରିଛି। ପୂର୍ବରୁ ବିରୋଧ ସତ୍ତ୍ୱେ କମ୍ପାନୀକୁ ଏନଓସି ମିଳିଥିବା ବେଳେ ଏବେ ବିନା ଅନୁମତିରେ ଜମିରେ ଥିବା ଗଛଗୁଡିକ କଟାଯିବା ନେଇ ଅଭିଯୋଗ ହେଉଛି। ପ୍ରସ୍ତାବିତ ପ୍ରାୟ ୩୦ ଏକର ଜମିରେ ଶତାଧିକ ଛୋଟ ବଡ ଗଛ ରହିଥିଲା ବୋଲି ଅଭିଯୋଗ ହେଉଛି। ଆହୁରି ଅଭିଯୋଗ ହୋଇଛି ଯେ, ରୟତି ଜମିରେ ଗଛ କାଟିବାକୁ ହେଲେ ମଧ୍ୟ ରାଜସ୍ବ ବିଭାଗ ଅନୁମତିର ଆବଶ୍ୟକ ରହିଛି। ତହସିଲ ଅଫିସରେ ଆବେଦନ କରିବା ପରେ ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ସର୍ଭେ କରି ରିପୋର୍ଟ ପ୍ରଦାନ କରିବେ। ଯଦି ଗଛ କାଟିବା ଆବଶ୍ୟକ ଥାଏ ତାହେଲେ ଅନୁମତି ମିଳିବା ପରେ ଜମି ମାଲିକ ଗଛ କାଟିଥାନ୍ତି। ହେଲେ ଉକ୍ତ କମ୍ପାନୀକୁ ଗଛ କାଟିବାକୁ ଅନୁମତି ଦିଆଯାଇ ନାହିଁ କିମ୍ବା ଏଥିପାଇଁ ଆବେଦନ କରାଯାଇନାହିଁ ବୋଲି ତହସିଲର ସୁପରଭାଇଜର ଯୋଗପାଲ ଏକ୍କା କହିଛନ୍ତି। ଅନ୍ୟପକ୍ଷରେ ପୂବର୍ର୍ରୁ ଏହି ବିବାଦୀୟ ଘଟଣା ଜିଲା ପ୍ରଶାସନ ପାଖରେ ପହଞ୍ଚି ଥିବା ବେଳେ ପଞ୍ଚାୟତରେ ମଧ୍ୟ ବିରୋଧ କରାଯାଇଥିଲା। ଅଭିଯୋଗ କ୍ରମେ ଏହି ଅଞ୍ଚଳବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି। ହୀରାକୁଦରୁ ଜଳସେଚନ ହେବା ଫଳରେ ବିଭିନ୍ନ ଫସଲ ହେଉଥିଲା। ଏହାଛଡା ପ୍ରସ୍ତାବିତ ଜମି ନିକଟରେ ମଧ୍ୟ ଏକ ନଦୀ ଓ ଗ୍ରାମ୍ୟ ଜଙ୍ଗଲ ରହିଛି । ଯଦି ଏଠାରେ ଇଥାନଲ କମ୍ପାନୀ ଖୋଲାଯାଏ ତାହେଲେ ଅଞ୍ଚଳର ଚାଷ, ଗ୍ରାମ୍ୟ ଜଙ୍ଗଲ , ନଦୀ ପ୍ରଭାବିତ ହେବ । ବାୟୁ ଓ ଶବ୍ଦ ପ୍ରଦୂଷଣ ହେବ। ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରେ ଦ୍ରୁତ ଶିଳ୍ପାୟନର କୁପ୍ରଭାବ ପୂର୍ବରୁ ଦେଖିବାକୁ ମିଳିଛି। ଉକ୍ତ ଜମିରେ ଚାଷ ହୋଇ ପାରିଲା ନାହିଁ। ସ୍ଥାନୀୟ ନିଯୁକ୍ତି ନାମରେ ଲୋକଙ୍କୁ ଠକି ଦିଆଯାଇଛି। ତେଣୁ ଗ୍ରାମସଭା କରାଯାଇ ଉକ୍ତ କମ୍ପାନୀ ହେଲେ ସବୁଜ ସୁନ୍ଦର ଅଞ୍ଚଳ ନଷ୍ଟ ହୋଇଯିବ। ପ୍ରଦୂଷଣ ହେବ ଦର୍ଶାଇ ରାଜ୍ୟ ସରକାରଙ୍କୁ ଚିଠି ଦିଆଯାଇଥିଲା। ଏଭଳି ପରିସ୍ଥିତରେ ପ୍ରଶାସନ ଅନୁମତି ନ ଦେବାକୁ ଦାବି ହୋଇଥିଲା। ସଭାରେ ଚାଷୀ,ମହିଳା ଓ ନେତାମାନେ ଉପସ୍ଥିତ ରହି ଅନୁମତି ଦେବା ବିରୋଧରେ ପ୍ରସ୍ତାବ ଦେଇଥିଲେ। ହେଲେ କମ୍ପାନୀ ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କର ବୋଲି ଅନୁମତି ପ୍ରଦାନ କରାଯାଇଥିବାର ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri