୯୩ବର୍ଷରେ ଚଳଚଞ୍ଚଳ ମହେଶ୍ୱର

ସିମୁଳିଆ, ୨୬।୧(ଡି.ଏନ.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାମ ନ ଥାଇ ମଧ୍ୟ ୯୩ବର୍ଷରେ ଚଳଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର ପଣ୍ଡା। ମହାମତ୍ା ଗାନ୍ଧୀଙ୍କ ଡାକରାରେ ସେ ବିନୋବା ଭାବେଙ୍କ ସହିତ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏପରିକି ପାଠପଢ଼ା ପରେ ତାଙ୍କୁ ଚାକିରି ଅଫର ମିଳିଥିଲା। ମାତ୍ର ସେ ଦେଶ ସେବା ପାଇଁ ଚାକିରି ପ୍ରତ୍ୟାଖ୍ୟାନ କରି ଦେଶ, ଜାତି ଓ ସମାଜ ପାଇଁ କାର୍ଯ୍ୟ କରିଥିଲେ। ପରିଣତ ବୟସରେ ମଧ୍ୟ ମହେଶ୍ୱରଙ୍କ କଲମ ଚାଳନା ଜାରି ରହିଛି। ବିନା ଚଷମାରେ ସେ ଲେଖାପଢ଼ା କରୁଛନ୍ତି ।

ମହେଶ୍ୱର ପଣ୍ଡା କହନ୍ତି ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ପରେ ବାଲିଖଣ୍ଡ, ବାସୁଦେବପୁର, ସୋର ଓ ପରେ ଭଦ୍ରକ କଲେଜରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ତାଙ୍କୁ ଶିକ୍ଷକ ଚାକିରି ମିଳିଥିଲେ ହେଁ ସେ ଦେଶସେବା ପାଇଁ ମନା କରିଦେଇଥିଲେ। ପରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଇଥିଲେ। ଶିକ୍ଷକତା ସହିତ ସେ ସରପଞ୍ଚ, ଆର୍‌ଆଇ, ପୋଷ୍ଟମାଷ୍ଟର ଦାୟିତ୍ୱ ଏକ ସାଙ୍ଗରେ ତୁଲାଉଥିଲେ। ପୂର୍ବରୁ ୩ ବର୍ଷୀୟା ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥାଇ ସେ ଲଗାତର ୩ଥର ସରପଞ୍ଚ ହୋଇଥିଲେ। ସେହିପରି ଗ୍ରାମାଞ୍ଚଳର କଳହ ସମାଧାନ ପାଇଁ ସେ ଅଦାଲତ ମଞ୍ଚ ସଭାପତି ଦାୟିତ୍ୱ ତୁଲାଉଥିଲେ। ବନ୍ଧୁ ସ୍ବର୍ଗତ ନବୀନ ପଲାଇଙ୍କ ସହିତ ମିଶି ସେ ସ୍ଥାନୀୟ ଅଞ୍ଚଳରେ ୧୯୬୬ରେ ଦଶଭୁଜା ହାଇସ୍କୁଲ ଓ ସିମୁଳିଆ କଲେଜ ସ୍ଥାପନ କରିଥିଲେ। ମହେଶ୍ୱରଙ୍କର ବିଭିନ୍ନ ୪ଟି ପୁସ୍ତକ ପ୍ରକାଶିତ ହେବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନ ମିଳିଛି। ମହେଶ୍ୱରଙ୍କ ସ୍ତ୍ରୀ କମଳିନୀ ୪୪ବର୍ଷ ପୂର୍ବେ ଆଖି ବୁଜିଥିଲେ। ତାଙ୍କ ପୁଅ ଅଜୟ କୁମାର ପଣ୍ଡା ସୋର କଲେଜର ଅଧ୍ୟକ୍ଷ ଅଛନ୍ତି। ୩ ପୁଅ, ବୋହୂ, ୪ ଝିଅଙ୍କ ସମେତ ନାତୁଣୀନାତି ଅଛନ୍ତି। ସମାଜ ପାଇଁ ମହେଶ୍ୱରଙ୍କ ପ୍ରଚେଷ୍ଟା ଆଜି ମଧ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri