ଜନସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ କଲେଣି କଂଗ୍ରେସ ଟିକେଟ ଆଶାୟୀ

ଆଶିଷ ରଞ୍ଜନ ପଣ୍ଡା
ରାୟଗଡ଼ା,୩୧ା୧(ସ୍ବ.ପ୍ର.): ଆଗକୁ ଆସୁଛି ସାଧାରଣ ନିର୍ବାଚନ। ୨୦୨୪ରେ ହେବାକୁ ଥିବା ନିର୍ବାଚନ ଆଗୁଆ ହେବା ସମ୍ଭାବନା ଥିବାରୁ ରାଜନୈତିକ ଦଳମାନଙ୍କରେ ଅଙ୍କକଷା ଆରମ୍ଭ ହେଲାଣି। ସାଧାରଣ ନିର୍ବାଚନବେଳେ ରାଜ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥାଏ ଅବିଭକ୍ତ କୋରାପୁଟ ଜିଲାର ରାଜନୀତି। ଏହି ଅଞ୍ଚଳ ଅନୁସୂଚିତ ଜାତି ଓ ଜନଜାତି ବହୁଳ ହୋଇଥିବାରୁ ସମସ୍ତଙ୍କ ନଜର ଏଠାକାର ନିର୍ବାଚନ ଉପରେ ରହିଥାଏ। ତେବେ ଏଠାକାର ନିର୍ବାଚନ ମଣ୍ଡଳୀରେ ରାୟଗଡ଼ା ଜିଲାର ନେତାମାନେ ସବୁବେଳେ ସକ୍ରିୟ ରହିବା ସହ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି। ବିଶେଷ କରି କୋରାପୁଟ ଲୋକ ସଭା ଆସନ ଓ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏଥର ମଧ୍ୟ ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଲୋକଙ୍କ ନିକଟକୁ ଯାଇ ସମ୍ପର୍କ ଯୋଡ଼ିବା ଆରମ୍ଭ କରିଛନ୍ତି।
ବିଜେଡି ଦଳ ଗଠନ ପରେ ଏକଦା କଂଗ୍ରେସ ଗଡ଼ ବୋଲାଉଥିବା ଅବିଭକ୍ତ କୋରାପୁଟ ଜିଲା ଏବେ ସମ୍ପୂର୍ଣ୍ଣ ବିଜେଡି କବ୍‌ଜାରେ କୁହାଯାଇପାରେ। କେବଳ ଗୋଟିଏ, ଦୁଇଟି ଆସନରେ କଂଗ୍ରେସ ଦଳ ସୀମିତ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ କୋରାପୁଟ ଲୋକ ସଭା ଆସନ ଓ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ରାୟଗଡ଼ା, ଗୁଣପୁର ଓ ବିଷମକଟକ ମଧ୍ୟ ବିଜେଡି ଦଖଲରେ ଥିଲା। ୨୦୧୯ରେ ବିଜେଡି ଗୋଷ୍ଠୀ କନ୍ଦଳର ସୁଯୋଗ ନେଇଥିଲା କଂଗ୍ରେସ। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲାକା ପ୍ରଥମ ଥର ଏମ୍‌ପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି କୋରାପୁଟ ଲୋକସଭା ଆସନ ଦଖଲ କରିଥିଲେ। ଏମିତିକି ୨୦୧୯ରେ ଓଡ଼ିଶାର ସମସ୍ତ ସ୍ଥାନରେ କଂଗ୍ରେସ ଲୋକ ସଭା ଆସନ ହରାଇଥିଲେ ମଧ୍ୟ ସପ୍ତଗିରି ଉଲାକା କୋରାପୁଟରୁ ଜିତି ଦଳର ସମ୍ମାନ ରକ୍ଷା କରିଥିଲେ। ଜୟପୁରରେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ କଂଗ୍ରେସର ଟାଣୁଆ ନେତା ତାରାପ୍ରସାଦ ବାହିନୀପତି। ତାରା ଏବଂ ସପ୍ତଗିରି ପରସ୍ପରକୁ ସମର୍ଥନ କରି ଏହି ବିଜୟ ହାସଲ କରିଥିଲେ। ହେଲେ ଏବେ ଏହି ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନ ଥିବା କର୍ମୀ ମହଲରେ ଚର୍ଚ୍ଚା ଚାଲିଛି। ଏ ନେଇ ତାରାଙ୍କୁ ପଚାରିବାରୁ ସେଭଳି କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି। ସେହିପରି ଆଗାମୀ ନିର୍ବାଚନ ଲଢ଼ିବା ନେଇ ତାଙ୍କୁ ପଚାରିବାରୁ କୋରାପୁଟ ପାଇଁ ସପ୍ତଗିରି ଅଛନ୍ତି ବୋଲି କହିଛନ୍ତି। ସପ୍ତଗିରି ରାହୁଲ ଗାନ୍ଧୀଙ୍କ ନିକଟତର ଏବଂ ପ୍ରିୟ ନେତା ବୋଲି ସେ କହିଛନ୍ତି। ତେବେ ଜୟପୁର ବିଧାନସଭା ଆସନ ପାଇଁ ଟିକଟ ମିଳିଲେ ତାରା ନିଶ୍ଚୟ ଲଢ଼ିବେ ଏବଂ କଂଗ୍ରେସ ଦଳ ଛାଡ଼ିବେ ନାହିଁ ବୋଲି ତାରା କହିଛନ୍ତି ା ଏ ନେଇ ପ୍ରତିକ୍ରିୟା ନେବାପାଇଁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ। ରାୟଗଡ଼ା ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଆଗାମି ନିର୍ବାଚନ ବିଷୟରେ ପଚାରିବାରୁ ସେ କହିଛନ୍ତି, ତାରା ଜଣେ ଟାଣୁଆ ନେତା ତେଣୁ ତାଙ୍କ ଟିକଟ କେହି ରଖିପାରିବେନି। ଦଳ ମଜଭୁତ ହେବାରେ ତାରାଙ୍କ ଯଥେଷ୍ଟ ଭୁମିକା ରହିଛି ବୋଲି ଦୁର୍ଗା କହିଛନ୍ତି।
କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସରେ ସପ୍ତଗିରିଙ୍କ ଟିକଟ ଏକ ପ୍ରକାର ସୁରକ୍ଷିତ ଥିବାବେଳେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ରାୟଗଡ଼ା, ବିଷମକଟକ ଓ ଗୁଣପୁର ପାଇଁ ଆଶାୟୀ ପ୍ରାର୍ଥୀ ଏବେଠୁ ରଣନୀତି ପ୍ରସ୍ତୁତ କଲେଣି। ନିଜର ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରାକା ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ସପ୍ତଗିରିଙ୍କ ସାନଭାଇ ସୀମାଞ୍ଚଳଗିରି ଉଲାକା ମଧ୍ୟ ଏହି ଦୌଡ଼ରେ ଥିବା କର୍ମୀ ମହଲରୁ ସୂଚନା ମିଳିଛି ା ଆପଲସ୍ବାମୀ ଜିଲାରେ ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ। ଅପରପକ୍ଷେ ସୀମାଞ୍ଚଳ ଏବେ ରାୟଗଡ଼ା ରାଜନୀତିରେ ନୂଆ ଚେହେରା। କିନ୍ତୁ ପରିବାର ରାଜନୀତିରେ ବହୁ ପୁରୁଖା। ଏ ବିଷୟରେ ସୀମାଞ୍ଚଳଙ୍କୁ ପଚାରିବାରୁ ଏବେ ସେଭଳି କିଛି ଚିନ୍ତା କରି ନ ଥିବା କହିଛନ୍ତି। ତେବେ ଆଗକୁ ଦଳରୁ ସେଭଳି ନିର୍ଦ୍ଦେଶ ଆସିଲେ ନିଶ୍ଚୟ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସେ କହିଛନ୍ତି। ସେହିପରି ବିଷମକଟକ ପାଇଁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଡମ୍ବୁରୁଧର ଉଲାକାଙ୍କ ପୁଅ ନୀଳଗିରି ଏଥର ଆଶାୟୀଙ୍କ ତାଲିକାରେ ୧ନଂ. ରେ ରହିଥିବା ବେଳେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ନୀଳମାଧବ ହିକ୍‌କା ମଧ୍ୟ ଟିକଟ ପାଇଁ ଆଶାୟୀ ଅଛନ୍ତି। ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳରେ ୪ ଟିକଟ ଆଶାୟୀ ରହିଛନ୍ତି। ଏଥିରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଗୁଣପୁର ନିର୍ବଚାନ ମଣ୍ଡଳୀ ଯୁବ ସଭାପତି ସତ୍ୟଜିତ୍‌ ଗମାଙ୍ଗ ଓ ଆନ୍ଧ୍ର ପ୍ରଦେଶ କତୁରୁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମିନତି ଗମାଙ୍ଗଙ୍କ ନାଁ ରହିଛି। ତେବେ ସତ୍ୟଜିତ୍‌ ଗୁଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳ ବୁଲି ଜନସମ୍ପର୍କ ସ୍ଥାପନ କରୁଥିବା ବେଳେ ମିନତି ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ପକ୍ଷରୁ ୨୦୦୪ରେ ଥରେ ବିଧାୟିକା ରହିଥିଲେ। ସେହିଭଳି ବିଜୟଙ୍କ ରାଜନୀତିରେ ଅପାର ଦକ୍ଷତା ଥିବାବେଳେ ରବି ବିରୋଧୀ ବିଜେଡିକୁ ଚକମା ଦେଇ ରାମନାଗୁଡ଼ା ବ୍ଲକରେ ପଞ୍ଚାୟତ ସମିତି ଗଠନ କରି ଅଧ୍ୟକ୍ଷ ହୋଇଥିଲେ। ହେଲେ କେଉଁ ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri