ଜନସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ କଲେଣି କଂଗ୍ରେସ ଟିକେଟ ଆଶାୟୀ

ଆଶିଷ ରଞ୍ଜନ ପଣ୍ଡା
ରାୟଗଡ଼ା,୩୧ା୧(ସ୍ବ.ପ୍ର.): ଆଗକୁ ଆସୁଛି ସାଧାରଣ ନିର୍ବାଚନ। ୨୦୨୪ରେ ହେବାକୁ ଥିବା ନିର୍ବାଚନ ଆଗୁଆ ହେବା ସମ୍ଭାବନା ଥିବାରୁ ରାଜନୈତିକ ଦଳମାନଙ୍କରେ ଅଙ୍କକଷା ଆରମ୍ଭ ହେଲାଣି। ସାଧାରଣ ନିର୍ବାଚନବେଳେ ରାଜ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥାଏ ଅବିଭକ୍ତ କୋରାପୁଟ ଜିଲାର ରାଜନୀତି। ଏହି ଅଞ୍ଚଳ ଅନୁସୂଚିତ ଜାତି ଓ ଜନଜାତି ବହୁଳ ହୋଇଥିବାରୁ ସମସ୍ତଙ୍କ ନଜର ଏଠାକାର ନିର୍ବାଚନ ଉପରେ ରହିଥାଏ। ତେବେ ଏଠାକାର ନିର୍ବାଚନ ମଣ୍ଡଳୀରେ ରାୟଗଡ଼ା ଜିଲାର ନେତାମାନେ ସବୁବେଳେ ସକ୍ରିୟ ରହିବା ସହ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି। ବିଶେଷ କରି କୋରାପୁଟ ଲୋକ ସଭା ଆସନ ଓ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏଥର ମଧ୍ୟ ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଲୋକଙ୍କ ନିକଟକୁ ଯାଇ ସମ୍ପର୍କ ଯୋଡ଼ିବା ଆରମ୍ଭ କରିଛନ୍ତି।
ବିଜେଡି ଦଳ ଗଠନ ପରେ ଏକଦା କଂଗ୍ରେସ ଗଡ଼ ବୋଲାଉଥିବା ଅବିଭକ୍ତ କୋରାପୁଟ ଜିଲା ଏବେ ସମ୍ପୂର୍ଣ୍ଣ ବିଜେଡି କବ୍‌ଜାରେ କୁହାଯାଇପାରେ। କେବଳ ଗୋଟିଏ, ଦୁଇଟି ଆସନରେ କଂଗ୍ରେସ ଦଳ ସୀମିତ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ କୋରାପୁଟ ଲୋକ ସଭା ଆସନ ଓ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ରାୟଗଡ଼ା, ଗୁଣପୁର ଓ ବିଷମକଟକ ମଧ୍ୟ ବିଜେଡି ଦଖଲରେ ଥିଲା। ୨୦୧୯ରେ ବିଜେଡି ଗୋଷ୍ଠୀ କନ୍ଦଳର ସୁଯୋଗ ନେଇଥିଲା କଂଗ୍ରେସ। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲାକା ପ୍ରଥମ ଥର ଏମ୍‌ପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି କୋରାପୁଟ ଲୋକସଭା ଆସନ ଦଖଲ କରିଥିଲେ। ଏମିତିକି ୨୦୧୯ରେ ଓଡ଼ିଶାର ସମସ୍ତ ସ୍ଥାନରେ କଂଗ୍ରେସ ଲୋକ ସଭା ଆସନ ହରାଇଥିଲେ ମଧ୍ୟ ସପ୍ତଗିରି ଉଲାକା କୋରାପୁଟରୁ ଜିତି ଦଳର ସମ୍ମାନ ରକ୍ଷା କରିଥିଲେ। ଜୟପୁରରେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ କଂଗ୍ରେସର ଟାଣୁଆ ନେତା ତାରାପ୍ରସାଦ ବାହିନୀପତି। ତାରା ଏବଂ ସପ୍ତଗିରି ପରସ୍ପରକୁ ସମର୍ଥନ କରି ଏହି ବିଜୟ ହାସଲ କରିଥିଲେ। ହେଲେ ଏବେ ଏହି ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନ ଥିବା କର୍ମୀ ମହଲରେ ଚର୍ଚ୍ଚା ଚାଲିଛି। ଏ ନେଇ ତାରାଙ୍କୁ ପଚାରିବାରୁ ସେଭଳି କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି। ସେହିପରି ଆଗାମୀ ନିର୍ବାଚନ ଲଢ଼ିବା ନେଇ ତାଙ୍କୁ ପଚାରିବାରୁ କୋରାପୁଟ ପାଇଁ ସପ୍ତଗିରି ଅଛନ୍ତି ବୋଲି କହିଛନ୍ତି। ସପ୍ତଗିରି ରାହୁଲ ଗାନ୍ଧୀଙ୍କ ନିକଟତର ଏବଂ ପ୍ରିୟ ନେତା ବୋଲି ସେ କହିଛନ୍ତି। ତେବେ ଜୟପୁର ବିଧାନସଭା ଆସନ ପାଇଁ ଟିକଟ ମିଳିଲେ ତାରା ନିଶ୍ଚୟ ଲଢ଼ିବେ ଏବଂ କଂଗ୍ରେସ ଦଳ ଛାଡ଼ିବେ ନାହିଁ ବୋଲି ତାରା କହିଛନ୍ତି ା ଏ ନେଇ ପ୍ରତିକ୍ରିୟା ନେବାପାଇଁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ। ରାୟଗଡ଼ା ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଆଗାମି ନିର୍ବାଚନ ବିଷୟରେ ପଚାରିବାରୁ ସେ କହିଛନ୍ତି, ତାରା ଜଣେ ଟାଣୁଆ ନେତା ତେଣୁ ତାଙ୍କ ଟିକଟ କେହି ରଖିପାରିବେନି। ଦଳ ମଜଭୁତ ହେବାରେ ତାରାଙ୍କ ଯଥେଷ୍ଟ ଭୁମିକା ରହିଛି ବୋଲି ଦୁର୍ଗା କହିଛନ୍ତି।
କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସରେ ସପ୍ତଗିରିଙ୍କ ଟିକଟ ଏକ ପ୍ରକାର ସୁରକ୍ଷିତ ଥିବାବେଳେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ରାୟଗଡ଼ା, ବିଷମକଟକ ଓ ଗୁଣପୁର ପାଇଁ ଆଶାୟୀ ପ୍ରାର୍ଥୀ ଏବେଠୁ ରଣନୀତି ପ୍ରସ୍ତୁତ କଲେଣି। ନିଜର ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରାକା ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ସପ୍ତଗିରିଙ୍କ ସାନଭାଇ ସୀମାଞ୍ଚଳଗିରି ଉଲାକା ମଧ୍ୟ ଏହି ଦୌଡ଼ରେ ଥିବା କର୍ମୀ ମହଲରୁ ସୂଚନା ମିଳିଛି ା ଆପଲସ୍ବାମୀ ଜିଲାରେ ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ। ଅପରପକ୍ଷେ ସୀମାଞ୍ଚଳ ଏବେ ରାୟଗଡ଼ା ରାଜନୀତିରେ ନୂଆ ଚେହେରା। କିନ୍ତୁ ପରିବାର ରାଜନୀତିରେ ବହୁ ପୁରୁଖା। ଏ ବିଷୟରେ ସୀମାଞ୍ଚଳଙ୍କୁ ପଚାରିବାରୁ ଏବେ ସେଭଳି କିଛି ଚିନ୍ତା କରି ନ ଥିବା କହିଛନ୍ତି। ତେବେ ଆଗକୁ ଦଳରୁ ସେଭଳି ନିର୍ଦ୍ଦେଶ ଆସିଲେ ନିଶ୍ଚୟ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସେ କହିଛନ୍ତି। ସେହିପରି ବିଷମକଟକ ପାଇଁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଡମ୍ବୁରୁଧର ଉଲାକାଙ୍କ ପୁଅ ନୀଳଗିରି ଏଥର ଆଶାୟୀଙ୍କ ତାଲିକାରେ ୧ନଂ. ରେ ରହିଥିବା ବେଳେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ନୀଳମାଧବ ହିକ୍‌କା ମଧ୍ୟ ଟିକଟ ପାଇଁ ଆଶାୟୀ ଅଛନ୍ତି। ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳରେ ୪ ଟିକଟ ଆଶାୟୀ ରହିଛନ୍ତି। ଏଥିରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଗୁଣପୁର ନିର୍ବଚାନ ମଣ୍ଡଳୀ ଯୁବ ସଭାପତି ସତ୍ୟଜିତ୍‌ ଗମାଙ୍ଗ ଓ ଆନ୍ଧ୍ର ପ୍ରଦେଶ କତୁରୁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମିନତି ଗମାଙ୍ଗଙ୍କ ନାଁ ରହିଛି। ତେବେ ସତ୍ୟଜିତ୍‌ ଗୁଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳ ବୁଲି ଜନସମ୍ପର୍କ ସ୍ଥାପନ କରୁଥିବା ବେଳେ ମିନତି ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ପକ୍ଷରୁ ୨୦୦୪ରେ ଥରେ ବିଧାୟିକା ରହିଥିଲେ। ସେହିଭଳି ବିଜୟଙ୍କ ରାଜନୀତିରେ ଅପାର ଦକ୍ଷତା ଥିବାବେଳେ ରବି ବିରୋଧୀ ବିଜେଡିକୁ ଚକମା ଦେଇ ରାମନାଗୁଡ଼ା ବ୍ଲକରେ ପଞ୍ଚାୟତ ସମିତି ଗଠନ କରି ଅଧ୍ୟକ୍ଷ ହୋଇଥିଲେ। ହେଲେ କେଉଁ ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri