ଠିକାରେ ହେଉଛି ଡିଜାଇନ, ନକ୍ସା

ଯାଜପୁର ଅଫିସ,୭ା୩:ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି। ହେଲେ ବାହାର ରାଜ୍ୟର ଠିକାସଂସ୍ଥା ଜରିଆରେ କର୍ମଚାରୀ ଓ ଶ୍ରମିକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। କେବଳ ଖଣି ଓ ଶିଳ୍ପ କାରଖାନା ନୁହେଁ, ବିଭିନ୍ନ ସରକାରୀ ବିଭାଗରେ ମଧ୍ୟ ଠିକାସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗରେ ଏଭଳି ଏକ ତଥ୍ୟ ଲୋକଲୋଚନକୁ ଆସିଛି। ବିଭାଗ ଅଧୀନରେ ବହୁସଂଖ୍ୟକ ଅଭିଜ୍ଞ ଓ ବୈଷୟିକ ଜ୍ଞାନଧାରୀ ଯନ୍ତ୍ରୀ ନିୟୋଜିତ ଥିବା ସତ୍ତ୍ୱେ ଠିକାସଂସ୍ଥାଗୁଡ଼ିକଠାରୁ ଡିଜାଇନ ଓ ନକ୍ସା କରାଯାଉଛି। ଏଥିପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ସୂଚନା ଅନୁସାରେ ଗତ ୫ ବର୍ଷରେ ଏଥିପାଇଁ ୨୯.୨୧ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ କେତେକ ଅଣଓଡ଼ିଆ ଠିକାସଂସ୍ଥା ଉପରେ ନିର୍ଭରଶୀଳ ହୋଇଥିବା ଅଭିଯୋଗ ହେଉଛି।
ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୩,୯୨୩ଟି ରାସ୍ତା ଓ ୨୨୩ ସେତୁ ପାଇଁ ୧୦୬୮୭.୬୨ କୋଟି ଟଙ୍କା ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡିକର ଡିଜାଇନ ଓ ନକ୍ସା ବିଭାଗୀୟ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ହେଉଛି। କିନ୍ତୁ ଡିଜାଇନ ଓ ନକ୍ସା ପ୍ରସ୍ତୁତ ପାଇଁ ଦରକାର ହେଉଥିବା ସର୍ବେକ୍ଷଣ, ମୃତ୍ତିକା ଅନୁସନ୍ଧାନ ଓ ମୃତ୍ତିକା ପରୀକ୍ଷଣ କାର୍ଯ୍ୟଗୁଡ଼ିକ ସରକାରୀ ସ୍ବୀକୃତିପ୍ରାପ୍ତ ସଂସ୍ଥା ଦ୍ୱାରା ସମ୍ପାଦନ ହେଉଛି। ଏଥିରେ ଏମ.କେ. କନ୍‌ସଲଟାନ୍ସି, ଡି.କେ. କନ୍‌ସଲଟାନ୍ସି, ଶ୍ରୀ କନ୍‌ସଲଟାନ୍ସି, କୌଶିକ ରିସର୍ଚ୍ଚ, ବିଜୟଲକ୍ଷ୍ମୀ କନ୍‌ସଲଟାନ୍ସି ପ୍ରମୁଖ ଠିକାସଂସ୍ଥାଗୁଡିକୁ ନିୟୋଜିତ କରାଯାଉଛି। ଏହି ସଂସ୍ଥାଗୁଡିକ ପାଇଁ ଖର୍ଚ୍ଚ ହେଉଥିବା ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ବହନ କରିଥାନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ଲାନରୋଡ୍‌ ଅଧୀନରେ ୯୧ଟି ରାସ୍ତା ପ୍ରକଳ୍ପରେ ୯୨ଟି ସେତୁ ନିମନ୍ତେ ଡିଜାଇନ ଓ ନକ୍ସା ବିଭାଗୀୟ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପ୍ଲାନ୍‌ ରୋଡ୍‌ ଅଧୀନରେ କୌଣସି ପ୍ରକଳ୍ପର ଡିଜାଇନ ଓ ନକ୍ସା ଠିକାସଂସ୍ଥା ମାଧ୍ୟମରେ ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ଗତ ୫ ବର୍ଷରେ ବିଜୁ ସେତୁ ଯୋଜନାରେ ୭୦୭୯ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧୯୨ଟି ସେତୁ ପ୍ରକଳ୍ପ ଏବଂ ୫୨୭.୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୭ଟି କୋଠାବାଡି ପ୍ରକଳ୍ପ ବିଭାଗୀୟ କାର୍ଯ୍ୟାଳୟ ଦ୍ୱାରା ଡିଜାଇନ ଓ ନକ୍ସା ପ୍ରସ୍ତୁତ ହୋଇଛି। କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଡିଜାଇନ ଓ ନକ୍ସା ପାଇଁ ଆବଶ୍ୟକ ସର୍ବେକ୍ଷଣ, ମୃତ୍ତିକା ଅନୁସନ୍ଧାନ ଓ ମୃତ୍ତିକା ପରୀକ୍ଷଣ କାର୍ଯ୍ୟ ପାଇଁ ୨୦୧୭-୧୮ରେ ୭ କୋଟି ୯୧ ଲକ୍ଷ ଟଙ୍କା, ୨୦୧୮-୧୯ରେ ୭ କୋଟି ୨୦ ଲକ୍ଷ ୪୩ ହଜାର, ୨୦୨୦-୨୧ରେ ୧ କୋଟି ୬ ହଜାର ଟଙ୍କା, ୨୦୨୧-୨୨ରେ ୫ କୋଟି ୯୭ ଲକ୍ଷ ୧ ହଜାର ଟଙ୍କା ଓ ୨୦୨୨-୨୩ ରେ ୭ କୋଟି ୧୨ ଲକ୍ଷ ୯୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ନିର୍ମାଣ ବିଭାଗରେ ବରିଷ୍ଠ ଅଭିଜ୍ଞ ବୈଷୟିକ ଡିଗ୍ରୀଧାରୀ ଯନ୍ତ୍ରୀମାନେ ନିଯୁକ୍ତି ପାଇଥିଲେ ହେଁ ସେମାନଙ୍କୁ ଗୌଣ କରି ଠିକାସଂସ୍ଥାଗୁଡିକୁ ନିଯୁକ୍ତି ଦେବା ପଛରେ କାହାର ସ୍ବାର୍ଥ ରହିଛି ବୋଲି ଏଠାରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଅତ୍ୟଧିକ କାର୍ଯ୍ୟଭାର ଏବଂ ସୀମିତ ସଂଖ୍ୟକ ବୈଷୟିକ କର୍ମଚାରୀ ଡିଜାଇନ ବିଭାଗରେ ଥିବା ହେତୁ ଠିକାସଂସ୍ଥାଗୁଡ଼ିକ ଉପରେ ନିର୍ଭର କରାଯାଉଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?