Posted inଫୁରସତ

ଚର୍ଚ୍ଚାରେ ମହିଳା ଆଇଏଏସ୍‌ ଅଫିସରଙ୍କ ଦେଶୀ ଲୁକ୍‌

ଜୟପୁର, ୩୧।୭: ଅନେକ ଲୋକ ବଡ଼ ପଦବୀରେ ଅବସ୍ଥାପିତ ହେବାପରେ ଆଧୁନିକତାର ଆଲୋକରେ ହଜିଯାଇ ସର୍ବପ୍ରଥମେ ନିଜ ପରମ୍ପରାକୁ ଭୁଲିଯାଆନ୍ତି। କିନ୍ତୁ ରାଜସ୍ଥାନର ମହିଳା ଆଇଏଏସ୍‌ ଅଫିସର ମୋନିକା ଯାଦବ ସମ୍ପୂର୍ଣ୍ଣ ରୂପେ ଏହାର ବିପରୀତ। ମୋନିକାଙ୍କ ଦେଶୀ ଲୁକ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଫଟୋ ଭାଇରାଲ ହେବା ପଛରେ ଆଇଏଏସ୍‌ ଅଫିସର ମୋନିକାଙ୍କ ସରଳତା ଓ ପରମ୍ପରା ପ୍ରତି ରହିଥିବା ଦୁର୍ବଳତା ପ୍ରମୁଖ ଅଟେ। ଏହି କାରଣରୁ ଝିଅ ଜନ୍ମ ହେବାପରେ ମୋନିକା ପ୍ରଥମେ ତାଙ୍କ ପରମ୍ପରାକୁ ଅନୁସରଣ କରିଥିଲେ।
ସିକର ଜିଲାର ଶ୍ରୀମାଦୋରପୁର ତହସିଲ ଲିସାଦିଆ ଗ୍ରାମର ମୋନିକା ଯାଦବ ଜଣେ ଆଇଏଏସ୍‌ ଅଫିସର। ମୋନିକା ୨୦୧୭ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୪୦୩ତମ ର଼୍ୟାଙ୍କ ଲାଭ କରିଥିଲେ। ଏହାପରେ ସେ ଭାରତୀୟ ରେଳ ଟ୍ରାଫିକ ସେବା ପାଇଁ ମନୋନୀତ ହୋଇଥିଲେ। ଆଇଏଏସ୍‌ ଅଫିସର ସୁଶୀଲ ଯାଦବଙ୍କୁ ବିବାହ କରିଥିବା ମୋନିକା ଗତ ମାର୍ଚ୍ଚରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ ଏବଂ ସେ ବର୍ତ୍ତମାନ ମାଟରନିଟି ଲିଭରେ ରହିଛନ୍ତି। ମାତୃତ୍ୱ ଲାଭ  ପରେ ମୋନିକା ଏକ ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢ଼ଣୀ ଦେଇ ଝିଅକୁ କୋଳରେ ଧରିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରୁ ତାଙ୍କର ସାମାଜିକ ପରମ୍ପରା ସହିତ ରହିଥିବା ଘନିଷ୍ଠତା ଜଣାପଡ଼ୁଛି। ମୋନିକାଙ୍କ ଏହି ଫଟୋକୁ ଲୋକମାନେ ବେଶ୍‌ ପ୍ରଶଂସା କରିବା ସହିତ ଗାଁ ପ୍ରତି ରହିଥିବା ମମତ୍ୱକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri