ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି। ଚନ୍ଦ୍ରବାବୁଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ତେଲୁଗୁ ସିନେମା ସୁପରଷ୍ଟାର ତଥା ନେତା ପୱନ କଲ୍ୟାଣ। ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂଦେବ ଓ ପ୍ରଭାତୀ ପରିଡା।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟକୁ ସର୍ବାଧିକ ୫ଜଣ ଡେପୁଟି ସିଏମ ଦେବାରେ ରେକର୍ଡ କରିଛନ୍ତି। ଗତ ୧୦ ବର୍ଷର ନିର୍ବାଚନ ଇତିହାସରେ ବିଭିନ୍ନ ରାଜ୍ୟରେ ଡେପୁଟି ସିଏମ କରିବାର ଧାରା ଲାଗି ରହିଛି। ଅନେକ ଥର ଏହି ପଦବୀ ଦଳର ବରିଷ୍ଠ ନେତାଙ୍କୁ ଦିଆଯାଇଛି। ତେବେ ଜାଣିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପ ମୁଖ୍ୟମନ୍ତ୍ରୀ କେତେ ପାଓ୍ବାରଫୁଲ ଅଟନ୍ତି। ତାଙ୍କ ପାଖରେ କେତେ ଅଧିକାର ରହିଛି।

ଭାରତୀୟ ସମ୍ବିଧାନ ଧାରା ୧୬୩ (୧) ଅନୁସାରେ ରାଜ୍ୟପାଳଙ୍କୁ କାର୍ଯ୍ୟ ପରିଚାଳନା କରିବାରେ ଓ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ପରିଷଦ ଗଠନ ହୋଇଥାଏ। ସେହପରି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ହେଉଥିବାବେଳେ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳଙ୍କ ଦ୍ୱାରା ହୋଇଥାଏ ବୋଲି ସମ୍ବିଧାନରେ ରହିଛି। କିନ୍ତୁ କୌଣସି ସ୍ଥାନରେ ଡେପୁଟି ସିଏମ ଅର୍ଥାାତ ଉପମୁଖ୍ୟମନ୍ତ୍ରୀଙ୍କ ପଦବୀ ବିଷୟରେ ଉଲ୍ଲେଖ ନାହିଁ।

ଡେପୁଟି ସିଏମ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଇଥାନ୍ତି। ସେମାନଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ବିବେଚନା କରାଯାଏ (ରାଜ୍ୟରେ)। ଡେପୁଟି ସିଏମଙ୍କ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ କିମ୍ବା ପ୍ରଶାସନିକ କ୍ଷମତା ନାହିଁ । ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରିଥା’ନ୍ତି। ତେବେ ଡେପୁଟି ସିଏମଙ୍କୁ ହଟାଇବା କିମ୍ବା ବଦଳାଇବା ଦାୟିତ୍ୱ କେବଳ ମୁଖ୍ୟମନ୍ତ୍ରୀଙ୍କ ରହିଛି। ଯେହେତୁ ଏହି ନାମ କିମ୍ବା କ୍ଷମତା ସମ୍ବିଧାନରେ ଲିପିବଦ୍ଧ ହୋଇନାହିଁ, ଆଇନ ଅନୁଯାୟୀ ଡେପୁଟି ସିଏମ କିଛି କରିପାରିବେ ନାହିଁ ।

ପଦବୀ ଏବଂ ଭତ୍ତା ଦୃଷ୍ଟିରୁ ଡେପୁଟି ସିଏମ ପଦବୀ କ୍ୟାବିନେଟ ମନ୍ତ୍ରୀଙ୍କ ପଦ ସହ ସମାନ। ତେବେ ଡେପୁଟି ସିଏମ ପଦବୀ କ୍ୟାବିନେଟରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଅଟେ। ସାମ୍ବିଧାନିକ ପଦବୀ ନ ଥିବାରୁ ଏହାର ଭୂମିକା ଏବଂ କାର୍ଯ୍ୟ ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ସେମାନଙ୍କୁ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ପରି ପୋର୍ଟଫୋଲିଓ ଦିଆଯାଏ । ଏହା କେବଳ ରାଜନୈତିକ ବ୍ୟବସ୍ଥାର ଏକ ଅଂଶ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚୁଥିବା ଫାଇଲଗୁଡ଼ିକ ଉପ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏନାହିଁ। ଡେପୁଟି ସିଏମ କେବଳ ସେହି ବିଭାଗର ଫାଇଲଗୁଡ଼ିକୁ ଦେଖନ୍ତି ଯେଉଁ ବିଭାଗରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି।

ଡେପୁଟି ସିଏମ ପଦ ମନ୍ତ୍ରୀ ପରିଷଦର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ତାଙ୍କ ବିନା ଅନୁମତିରେ କୌଣସି ଆଦେଶ କିମ୍ବା ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ ଡେପୁଟି ସିଏମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri