ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି। ଚନ୍ଦ୍ରବାବୁଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ତେଲୁଗୁ ସିନେମା ସୁପରଷ୍ଟାର ତଥା ନେତା ପୱନ କଲ୍ୟାଣ। ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂଦେବ ଓ ପ୍ରଭାତୀ ପରିଡା।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟକୁ ସର୍ବାଧିକ ୫ଜଣ ଡେପୁଟି ସିଏମ ଦେବାରେ ରେକର୍ଡ କରିଛନ୍ତି। ଗତ ୧୦ ବର୍ଷର ନିର୍ବାଚନ ଇତିହାସରେ ବିଭିନ୍ନ ରାଜ୍ୟରେ ଡେପୁଟି ସିଏମ କରିବାର ଧାରା ଲାଗି ରହିଛି। ଅନେକ ଥର ଏହି ପଦବୀ ଦଳର ବରିଷ୍ଠ ନେତାଙ୍କୁ ଦିଆଯାଇଛି। ତେବେ ଜାଣିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପ ମୁଖ୍ୟମନ୍ତ୍ରୀ କେତେ ପାଓ୍ବାରଫୁଲ ଅଟନ୍ତି। ତାଙ୍କ ପାଖରେ କେତେ ଅଧିକାର ରହିଛି।

ଭାରତୀୟ ସମ୍ବିଧାନ ଧାରା ୧୬୩ (୧) ଅନୁସାରେ ରାଜ୍ୟପାଳଙ୍କୁ କାର୍ଯ୍ୟ ପରିଚାଳନା କରିବାରେ ଓ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ପରିଷଦ ଗଠନ ହୋଇଥାଏ। ସେହପରି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ହେଉଥିବାବେଳେ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳଙ୍କ ଦ୍ୱାରା ହୋଇଥାଏ ବୋଲି ସମ୍ବିଧାନରେ ରହିଛି। କିନ୍ତୁ କୌଣସି ସ୍ଥାନରେ ଡେପୁଟି ସିଏମ ଅର୍ଥାାତ ଉପମୁଖ୍ୟମନ୍ତ୍ରୀଙ୍କ ପଦବୀ ବିଷୟରେ ଉଲ୍ଲେଖ ନାହିଁ।

ଡେପୁଟି ସିଏମ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଇଥାନ୍ତି। ସେମାନଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ବିବେଚନା କରାଯାଏ (ରାଜ୍ୟରେ)। ଡେପୁଟି ସିଏମଙ୍କ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ କିମ୍ବା ପ୍ରଶାସନିକ କ୍ଷମତା ନାହିଁ । ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରିଥା’ନ୍ତି। ତେବେ ଡେପୁଟି ସିଏମଙ୍କୁ ହଟାଇବା କିମ୍ବା ବଦଳାଇବା ଦାୟିତ୍ୱ କେବଳ ମୁଖ୍ୟମନ୍ତ୍ରୀଙ୍କ ରହିଛି। ଯେହେତୁ ଏହି ନାମ କିମ୍ବା କ୍ଷମତା ସମ୍ବିଧାନରେ ଲିପିବଦ୍ଧ ହୋଇନାହିଁ, ଆଇନ ଅନୁଯାୟୀ ଡେପୁଟି ସିଏମ କିଛି କରିପାରିବେ ନାହିଁ ।

ପଦବୀ ଏବଂ ଭତ୍ତା ଦୃଷ୍ଟିରୁ ଡେପୁଟି ସିଏମ ପଦବୀ କ୍ୟାବିନେଟ ମନ୍ତ୍ରୀଙ୍କ ପଦ ସହ ସମାନ। ତେବେ ଡେପୁଟି ସିଏମ ପଦବୀ କ୍ୟାବିନେଟରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଅଟେ। ସାମ୍ବିଧାନିକ ପଦବୀ ନ ଥିବାରୁ ଏହାର ଭୂମିକା ଏବଂ କାର୍ଯ୍ୟ ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ସେମାନଙ୍କୁ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ପରି ପୋର୍ଟଫୋଲିଓ ଦିଆଯାଏ । ଏହା କେବଳ ରାଜନୈତିକ ବ୍ୟବସ୍ଥାର ଏକ ଅଂଶ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚୁଥିବା ଫାଇଲଗୁଡ଼ିକ ଉପ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏନାହିଁ। ଡେପୁଟି ସିଏମ କେବଳ ସେହି ବିଭାଗର ଫାଇଲଗୁଡ଼ିକୁ ଦେଖନ୍ତି ଯେଉଁ ବିଭାଗରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି।

ଡେପୁଟି ସିଏମ ପଦ ମନ୍ତ୍ରୀ ପରିଷଦର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ତାଙ୍କ ବିନା ଅନୁମତିରେ କୌଣସି ଆଦେଶ କିମ୍ବା ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ ଡେପୁଟି ସିଏମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri