ଶିକ୍ଷା ବିଭାଗରେ ଡେପୁଟେଶନ ଦୁର୍ନୀତି

ରାୟଗଡ଼ା ଅଫିସ,୨୫ା୧୧: ରାୟଗଡ଼ା ଜିଲା ଶିକ୍ଷା ବିଭାଗକୁ ପିଛା ଛାଡ଼ୁନି ଦୁର୍ନୀତି। କେତେବେଳେ ନକଲି ଶିକ୍ଷକ ଆଉ କେତେବେଳେ ଡେପୁଟେଶନ୍‌ ପାଇଁ ପ୍ରତିଯୋଗିତା। ଏବେ ଡେପୁଟେସନ ନାଁରେ ଜିଲାରେ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜିଲାରେ ବର୍ଷତମାମ ଡେପୁଟେସନ ଏବଂ ବଦଳି ଚାଲୁଥିବାବେଳେ ବିଇଓମାନେ ଡିଇଓଙ୍କ ଅଜାଣତରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଡେପୁଟେସନ କରୁଥିବା ଅଭିଯୋଗ ହୋଇଛି। ରାୟଗଡ଼ା ସଦର ବ୍ଲକ ଠାରୁ ଆରମ୍ଭ କରି ବିଷମକଟକ, ମୁନିଗୁଡ଼ା, କଲ୍ୟାଣସିଂହପୁର, ରାମନାଗୁଡ଼ା, କୋଲନରା ଏବଂ କାଶୀପୁର ବ୍ଲକରେ ଏଭଳି କାର୍ଯ୍ୟ ସର୍ବାଧିକ ରହିଥିବା ବେଳେ ଚନ୍ଦ୍ରପୁର ଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ଡେପୁଟେସନରେ ଲାଞ୍ଚ କାରବାର ନେଇ ଅଭିଯୋଗ ଉଠିଛି। ଶିକ୍ଷୟତ୍ରୀ ଶିକ୍ଷକମାନେ ନିଜ ପସନ୍ଦର ବିଦ୍ୟାଳୟକୁ ଯିବା ପାଇଁ ଲାଞ୍ଚ ଦେଉଛନ୍ତି। ସମଗ୍ର ଜିଲାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ନେଇ ଗୁରୁବାର କେତେଜଣ ଅଭିଭାବକ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ରାୟଗଡ଼ା ସଦର ବ୍ଲକ ଲକ୍ଷ୍ମୀପୁର ୟୁ.ପି. ସ୍କୁଲର ଶିକ୍ଷକ ବାବୁଲା ସାହୁଙ୍କୁ ରେବତୀଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି। ବିଇଓଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୮୫୪୬ ରେ ତାଙ୍କୁ ଡେପୁଟେସନରେ ପଠାଯାଇଥିବା ଉଲ୍ଲେଖ ରହିଛି। ହେଲେ କେଉଁ କାରଣରୁ ଜଣେ ଭଲ ଶିକ୍ଷକଙ୍କୁ ଡେପୁଟେସନରେ ପଠାଗଲା ବୋଲି ବିଇଓ ଦାୟିତ୍ୱରେ ଥିବା ଭଜନଲାଲ ମାଝିଙ୍କୁ ପଚାରିବାରୁ ସେ ଅଭିଭାବକଙ୍କୁ କୌଣସି ଉତ୍ତର ଦେଇ ନ ଥିବା ସୂଚନା ମିଳିଛି। ଏହାର ତୀବ୍ର ପ୍ରତିବାଦ କରି ଅଭିଭାବକ ଏବଂ ଗ୍ରାମବାସୀ ଜିଲାପାଳ ସ୍ବଧା ଦେବ ସିଂଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ଏହାର ଅନୁଧ୍ୟାନ କରାଯିବ ବୋଲି ଜିଲାପାଳ କହିଛନ୍ତି। ଛାତ୍ରୀଛାତ୍ରୀଙ୍କ ଅସୁବିଧା ନ ହେବା ନେଇ ଧ୍ୟାନ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସରପଞ୍ଚ କାମି ତାଡ଼ିଙ୍ଗିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ୟୁ.ପି. ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ, ତିନି ଶିକ୍ଷକ ରହିଥିବା ବେଳେ ଜଣେ ଭାଷା ଶିକ୍ଷୟିତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବାବୁଲା ସାହୁ ଜଣେ ଉତ୍ତମ ଶିକ୍ଷକ ଭାବେ ପରିଚିତ। ବାବୁଲାଙ୍କ ପାଇଁ ଛାତ୍ରୀଛାତ୍ର ମଧ୍ୟ ଶିକ୍ଷାରେ ବେଶ୍‌ ଉନ୍ନତି କରିଥିବା ଅଭିଭାବକମାନେ କହିଛନ୍ତି। ହେଲେ ତାଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଯାଇଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ତାଙ୍କ ଡେପୁଟେସନକୁ ରଦ୍ଧ କରା ନ ଗଲେ ଆନ୍ଦୋଳନ କରାଯିବା ସହ ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏହା ବ୍ୟତୀତ ରାୟଗଡ଼ା ବ୍ଲକର ଖାଣ୍ଡେସୁ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ରାୟଗଡ଼ା ସହରର ବାଳିକା ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି। ପ୍ରାଥମିକ ସ୍ତରର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଙ୍କୁ କିଭଳି ହାଇସ୍କୁଲକୁ ଡେପୁଟେସନରେ ପଠାଗଲା ତାହା ତଦନ୍ତ ସାପେକ୍ଷ। ଏହି ଘଟଣାରେ ମଧ୍ୟ ଲାଞ୍ଚ କାରବାର ହୋଇଥିବା ନେଇ ଶିକ୍ଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଡେପୁଟେସନର କୌଣସି ସୂଚନା କିମ୍ବା ଚିଠିର ନକଲ ଡିଇଓଙ୍କୁ ମିଳିନାହିଁ। ଏ ନେଇ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ବିଇଓମାନେ ନିଜ ଇଚ୍ଛାରେ କାମ କରୁଛନ୍ତି ନଁା ଏଥିରେ ଅନ୍ୟ ପଦାଧିକାରୀଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତ ସାପେକ୍ଷ। ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ସମସ୍ତ ଡେପୁଟେସନ ରଦ୍ଧ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri