ମୋରାଟୋରିୟମ ବେଳେ ଜମାକାରୀଙ୍କ ସମସ୍ୟା ରହିବନି

ନୂଆଦିଲ୍ଲୀ,୨୯।୭: ବ୍ୟାଙ୍କ ଉପରେ କୌଣସି କାରଣବଶତଃ ଯଦି ମୋରାଟୋରିୟମ ଲାଗେ ତେବେ ନିଜ ଜମା ଅର୍ଥ ରାଶି ଉଠାଣ ନେଇ ଜମାକାରୀଙ୍କୁ ବେଶି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ। ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ଆଇନରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ଦେଇଛି। ଫଳରେ ବ୍ୟାଙ୍କ ଉପରେ କଟକଣା ଲାଗିଲେ ମଧ୍ୟ ଜମାକାରୀ ୯୦ ଦିନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଏବଂ ୟେସ୍‌ ବ୍ୟାଙ୍କ ଉପରେ ଆର୍‌ବିଆଇ ମୋରାଟୋରିୟମ ଲଗାଇବା ଯୋଗୁ ଜମାକାରୀ ନିଜ ଜମା ରାଶି ବ୍ୟାଙ୍କରୁ ଉଠାଇପାରି ନ ଥିଲେ। ଏଭଳି ଘୋଷଣା ଦ୍ୱାରା ନୂଆ ଆଇନ ପରିସରରେ ୯୮.୩% ଜମା ଆକାଉଣ୍ଟ ଏବଂ ମୋଟ ଜମା ମୂଲ୍ୟର ୫୦.୯% ପରିସରଭୁକ୍ତ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ବ୍ୟାଙ୍କ ମୋରାଟୋରିୟମରେ ରହିଲେ ମଧ୍ୟ ନୂଆ ପଦକ୍ଷେପ କାର୍ଯ୍ୟକାରୀ ହୋଇପାରିବ। ଆର୍‌ବିଆଇ କୌଣସି ବ୍ୟାଙ୍କ ଉପରେ ମୋରାଟୋରିୟମ ଲଗାଇବାର ୪୫ ଦିନ ମଧ୍ୟରେ ଜମାକାରୀଙ୍କ ଦାବି କରିଥିବା ଅର୍ଥ ସଂଗ୍ରହ କରାଯିବ। ଏହାକୁ ଡିଆଇସିଜିସି ନିକଟରେ ଜମା କରାଯିବ। ସମସ୍ତ ଜମାଦାବିକୁ କର୍ପୋରେଶନ ରିୟଲଟାଇମ ବା ଠିକ୍‌ ସମୟ ମଧ୍ୟରେ ପ୍ରୋସେସ୍‌ କରିବ। ମୋରାଟୋରିୟମ ଲାଗୁ ହୋଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟ ନୂଆ ନିୟମ ପରିସରଭୁକ୍ତ ହେବେ। ପ୍ରତି ୧୦୦ ଟଙ୍କା ଜମା ଉପରେ ବ୍ୟାଙ୍କ ୧୨ ପଇସା ପ୍ରିମିୟମ ଦେବେ। ଏହା ପୂର୍ବରୁ ୧୦ ପଇସା ରହିଥିଲା। ୧୦୦ ଟଙ୍କା ଜମା ଉପରେ ପ୍ରିମିୟମ ୧୫ ଟଙ୍କାରୁ ଊର୍ଦ୍ଧ୍ୱ ନ କରିବାକୁ ଆଇନରେ ଉଲ୍ଲେଖ ରହିଛି। ୯୮.୩% ଜମାକାରୀଙ୍କୁ ନୂଆ ନିୟମ ପରିସରଭୁକ୍ତ କରାଯାଇଥିବାରୁ କ୍ଷୁଦ୍ର ଜମାକାରୀଙ୍କ ଲାଗି ଏକ ବୃହତ୍‌ ଆଶ୍ୱସ୍ତି ବୋଲି ସୀତାରାମନ କହିଛନ୍ତି। ଏହାବାଦ ବୁଧବାର ସରକାର ଲିମିଟେଡ୍‌ ଲାଏବିଲିଟି ପାର୍ଟନରଶିପ ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri