ପୋଷ୍ଟ ଅଫିସ ସ୍ଥାନାନ୍ତର ପରେ ଜମାକାରୀ ହନ୍ତସନ୍ତ

ସୁନାବେଡ଼ା,୯।୬(ସ୍ବ.ପ୍ର.): ଲୋକଙ୍କ ସୁବିଧା ଲାଗି ୧୯୭୩ରେ ଜୟପୁର ସର୍କଲ ଅଧୀନରେ କୋରାପୁଟ ଜିଲା ସୁନାବେଡ଼ା ହାଲ୍‌ ଟାଉନଶିପ୍‌ ଜି ଜୋନ୍‌ରେ ଖୋଲାଯାଇଥିବା ସବ୍‌ ପୋଷ୍ଟ ଅଫିସ ଇତିମଧ୍ୟରେ ଅନ୍ୟ ଏକ ଉପଡାକଘରକୁ ସ୍ଥାନାନ୍ତର ହୋଇଯାଇଛି। କିନ୍ତୁ ଗତ ୩ ତାରିଖରୁ ଏହାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସେବା ଆରମ୍ଭ କରାଯାଇ ପାରୁନାହିଁ। ଫଳରେ ପୂର୍ବ ଶାଖାରେ ଜମାଖାତା ଖୋଲିଥିବା ଜମାକାରୀ କୌଣସି ପ୍ରକାର ନେଣଦେଣ କରିପାରୁନାହାନ୍ତି। ଏନେଇ ଗ୍ରାହକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଡାକଘର ଉପରେ ସେକ୍ଟର ୭ ଅଞ୍ଚଳରେ ରହୁଥିବା ହାଲ୍‌ର ସମସ୍ତ କର୍ମଚାରୀଙ୍କ ସମେତ ରାଜପଲମା, ରାଜପୁଟ୍‌, ବଡ଼ ବୋଡ଼େଙ୍ଗା, ସାନବୋଡ଼େଙ୍ଗା, ପାତ୍ରପୁଟ,ଜର୍ସି ଫାର୍ମ ଭଳି ପ୍ରାୟ ୧୦ଖଣ୍ଡରୁ ଅଧିକ ଗାଁ ଲୋକ ନିର୍ଭର କରନ୍ତି। ଏହି ଡାକଘରେ ସ୍ବଳ୍ପ କାରବାର ଦର୍ଶାଇ ଏଠାରେ ଥିବା ଅନ୍ୟ ଏକ ଉପଡାକଘର ସୁନାବେଡ଼ା -୨କୁ ସ୍ଥାନାନ୍ତର କରିଛନ୍ତି କର୍ତ୍ତୃପକ୍ଷ। ଏକ ସପ୍ତାହ ହେବାକୁ ବସିଥିଲେ ମଧ୍ୟ ସେଠାରେ କାରବାର ବନ୍ଦ ଥିବାରୁ ବାରମ୍ବାର ଡାକଘରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଗ୍ରାହକ। ସେଠାରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ,ସେ ଉପରିସ୍ଥ ଅଧିକାରୀମାନଙ୍କ ଉପରେ ଦୋଷ ଲଦି ଚୁପ୍‌ ବସିଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ପୂର୍ବ ଡାକଘରେ ୧୦ ହଜାରରୁ ଊଦ୍ଧର୍‌ବ ଜମାଖାତା ରହିଛି। ସେଥିମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ମହିଳା ଓ ଦେଢହଜାରରୁ ଅଧିକ ବରିଷ୍ଠ ନାଗରିକ ସେହି ଡାକଘର ମାଧ୍ୟମରେ ଟଙ୍କା କାରବାର କରୁଛନ୍ତି। ତେଣୁ ଯଥାଶୀଘ୍ର ସ୍ଥାନାନ୍ତର ହୋଇଥିବା ଡାକଘରର ସମସ୍ତ କାର୍ଯ୍ୟ ଉପଡାକଘର ସୁନାବେଡ଼ା-୨ରେ ଚାଲୁ କରିବା ପାଇଁ ଗ୍ରାହକ ମହଲରେ ଦାବି ହୋଇଛି। ତେବେ ଏ ସମ୍ପର୍କରେ ଜୟପୁରସ୍ଥିତ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଏସ୍‌.କେ. ସେଠୀଙ୍କୁ ପଚାରିବାରୁ ଯେଉଁ ବ୍ୟକ୍ତି ଡାକଘରର କମ୍ପ୍ୟୁଟର ସ୍ଥାପନ କରନ୍ତି ସେ ଟ୍ରେନିଂରେ ଯାଇଛନ୍ତି। ଫେରିବା ପରେ ଉପୁଜିଥିବା ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି। ଉକ୍ତ ବ୍ୟକ୍ତି ଯେପର୍ଯ୍ୟନ୍ତ ଅନୁପସ୍ଥିତ ରହିବେ ସେ ପର୍ଯ୍ୟନ୍ତ ଜମାକାରୀଙ୍କ କାରବାର ବନ୍ଦ ରହିବ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଯଦି ଟଙ୍କା ଜମା କରିବାରେ ବିଳମ୍ବ ହୁଏ ଏବଂ ଏଥିପାଇଁ ଫାଇନ୍‌ ଦେବାକୁ ପଡ଼େ କିଏ ଦାୟୀ ରହିବ ବୋଲି ଜମାକାରୀ ପ୍ରଶ୍ନ କରିଛନ୍ତି। ଜମାକାରୀଙ୍କ ଆବଶ୍ୟକ ବେଳେ ଜମାଖାତାରୁ ଉଠାଣ ବ୍ୟବସ୍ଥା ବାଧା ପାଇଁ କ’ଣ ଡାକ ବିଭାଗ କ୍ଷତିପୂରଣ ଦେବେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri