ପୋଷ୍ଟ ଅଫିସ ସ୍ଥାନାନ୍ତର ପରେ ଜମାକାରୀ ହନ୍ତସନ୍ତ

ସୁନାବେଡ଼ା,୯।୬(ସ୍ବ.ପ୍ର.): ଲୋକଙ୍କ ସୁବିଧା ଲାଗି ୧୯୭୩ରେ ଜୟପୁର ସର୍କଲ ଅଧୀନରେ କୋରାପୁଟ ଜିଲା ସୁନାବେଡ଼ା ହାଲ୍‌ ଟାଉନଶିପ୍‌ ଜି ଜୋନ୍‌ରେ ଖୋଲାଯାଇଥିବା ସବ୍‌ ପୋଷ୍ଟ ଅଫିସ ଇତିମଧ୍ୟରେ ଅନ୍ୟ ଏକ ଉପଡାକଘରକୁ ସ୍ଥାନାନ୍ତର ହୋଇଯାଇଛି। କିନ୍ତୁ ଗତ ୩ ତାରିଖରୁ ଏହାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସେବା ଆରମ୍ଭ କରାଯାଇ ପାରୁନାହିଁ। ଫଳରେ ପୂର୍ବ ଶାଖାରେ ଜମାଖାତା ଖୋଲିଥିବା ଜମାକାରୀ କୌଣସି ପ୍ରକାର ନେଣଦେଣ କରିପାରୁନାହାନ୍ତି। ଏନେଇ ଗ୍ରାହକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଡାକଘର ଉପରେ ସେକ୍ଟର ୭ ଅଞ୍ଚଳରେ ରହୁଥିବା ହାଲ୍‌ର ସମସ୍ତ କର୍ମଚାରୀଙ୍କ ସମେତ ରାଜପଲମା, ରାଜପୁଟ୍‌, ବଡ଼ ବୋଡ଼େଙ୍ଗା, ସାନବୋଡ଼େଙ୍ଗା, ପାତ୍ରପୁଟ,ଜର୍ସି ଫାର୍ମ ଭଳି ପ୍ରାୟ ୧୦ଖଣ୍ଡରୁ ଅଧିକ ଗାଁ ଲୋକ ନିର୍ଭର କରନ୍ତି। ଏହି ଡାକଘରେ ସ୍ବଳ୍ପ କାରବାର ଦର୍ଶାଇ ଏଠାରେ ଥିବା ଅନ୍ୟ ଏକ ଉପଡାକଘର ସୁନାବେଡ଼ା -୨କୁ ସ୍ଥାନାନ୍ତର କରିଛନ୍ତି କର୍ତ୍ତୃପକ୍ଷ। ଏକ ସପ୍ତାହ ହେବାକୁ ବସିଥିଲେ ମଧ୍ୟ ସେଠାରେ କାରବାର ବନ୍ଦ ଥିବାରୁ ବାରମ୍ବାର ଡାକଘରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଗ୍ରାହକ। ସେଠାରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ,ସେ ଉପରିସ୍ଥ ଅଧିକାରୀମାନଙ୍କ ଉପରେ ଦୋଷ ଲଦି ଚୁପ୍‌ ବସିଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ପୂର୍ବ ଡାକଘରେ ୧୦ ହଜାରରୁ ଊଦ୍ଧର୍‌ବ ଜମାଖାତା ରହିଛି। ସେଥିମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ମହିଳା ଓ ଦେଢହଜାରରୁ ଅଧିକ ବରିଷ୍ଠ ନାଗରିକ ସେହି ଡାକଘର ମାଧ୍ୟମରେ ଟଙ୍କା କାରବାର କରୁଛନ୍ତି। ତେଣୁ ଯଥାଶୀଘ୍ର ସ୍ଥାନାନ୍ତର ହୋଇଥିବା ଡାକଘରର ସମସ୍ତ କାର୍ଯ୍ୟ ଉପଡାକଘର ସୁନାବେଡ଼ା-୨ରେ ଚାଲୁ କରିବା ପାଇଁ ଗ୍ରାହକ ମହଲରେ ଦାବି ହୋଇଛି। ତେବେ ଏ ସମ୍ପର୍କରେ ଜୟପୁରସ୍ଥିତ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଏସ୍‌.କେ. ସେଠୀଙ୍କୁ ପଚାରିବାରୁ ଯେଉଁ ବ୍ୟକ୍ତି ଡାକଘରର କମ୍ପ୍ୟୁଟର ସ୍ଥାପନ କରନ୍ତି ସେ ଟ୍ରେନିଂରେ ଯାଇଛନ୍ତି। ଫେରିବା ପରେ ଉପୁଜିଥିବା ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି। ଉକ୍ତ ବ୍ୟକ୍ତି ଯେପର୍ଯ୍ୟନ୍ତ ଅନୁପସ୍ଥିତ ରହିବେ ସେ ପର୍ଯ୍ୟନ୍ତ ଜମାକାରୀଙ୍କ କାରବାର ବନ୍ଦ ରହିବ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଯଦି ଟଙ୍କା ଜମା କରିବାରେ ବିଳମ୍ବ ହୁଏ ଏବଂ ଏଥିପାଇଁ ଫାଇନ୍‌ ଦେବାକୁ ପଡ଼େ କିଏ ଦାୟୀ ରହିବ ବୋଲି ଜମାକାରୀ ପ୍ରଶ୍ନ କରିଛନ୍ତି। ଜମାକାରୀଙ୍କ ଆବଶ୍ୟକ ବେଳେ ଜମାଖାତାରୁ ଉଠାଣ ବ୍ୟବସ୍ଥା ବାଧା ପାଇଁ କ’ଣ ଡାକ ବିଭାଗ କ୍ଷତିପୂରଣ ଦେବେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ

ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ...

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର...

ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ

କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌

କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ...

ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ

ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା,...

ହୋଲିରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦଶମନ୍ତପୁର,୨୬।୩(ଅରବିନ୍ଦ ନାୟକ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁଇ ବାଇକ୍‌ ମୁହାଁମୁହିଁ...

ଦୋଳପୂର୍ଣ୍ଣିମା ଯାତ୍ରା ଦେଖି ଫେରୁଥିଲେ ଓଲଟିଲା ଅଟୋ:  ଜଣେ ମୃତ, ୬ ଗୁରୁତର  

ଦଶମନ୍ତପୁର,୨୬।୩ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ  ଜଣଙ୍କର ମୃତ୍ୟୁ...

ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍‌କା ଜାରି କଲା ପୋଲିସ

ଦାମନଯୋଡି,୨୫।୩(ମାନସ ରଞ୍ଜନ କର): ଏସ୍‌ଡିଜେଏମ୍‌ କୋର୍ଟ କୋରାପୁଟଙ୍କ ନିର୍ଦ୍ଦେଶ କ୍ରମେ ଦାମନଯୋଡ଼ି ଥାନା ପୋଲିସ ଅଁଳାବାଡି କଲୋନୀର ବିଜୟ ମୁଦୁଲିଙ୍କ ଘରେ ସ୍ଥାବର ଅସ୍ଥାବର ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri